ନୂଆଦିଲ୍ଲୀ, ୨୨।୬: କୋଭିଡ୍-୧୯ରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଦାଏର ଜନସ୍ବାର୍ଥ ମାମଲାର ରାୟ ସଂରକ୍ଷିତ ରହିଛି। ପ୍ରତ୍ୟେକ ରାଜ୍ୟ କୋଭିଡ୍ ମୃତକଙ୍କ ପରିବାରକୁ ଦେଇଥିବା କ୍ଷତିପୂରଣର ସବିଶେଷ ବିବରଣୀ ଏବଂ ସେମାନେ କେଉଁ ପାଣ୍ଠିରୁ ଏହା ଦେଇଛନ୍ତି ତାହା ଜଣାଇବା ପାଇଁ ଜଷ୍ଟିସ୍ ଅଶୋକ ଭୂଷଣ ଏବଂ ଏମ୍.ଆର୍. ଶାହାଙ୍କୁ ନେଇ ଗଠିତ ସ୍ବତନ୍ତ୍ର ଅବକାଶକାଳୀନ ଖଣ୍ଡପୀଠ ସୋମବାର ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କହିଥିଲେ। ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ବିଭିନ୍ନ ରାଜ୍ୟ ଭିନ୍ନ ଭିନ୍ନ କ୍ଷତିପୂରଣ ରାଶି ପ୍ରଦାନ କରୁଥିବା ଆବେଦନକାରୀ କୋର୍ଟଙ୍କୁ ଜଣାଇଥିଲେ। ଏଥିସହିତ କେନ୍ଦ୍ର ସରକାର ସମାନ କ୍ଷତିପୂରଣ ନୀତି ନିର୍ଦ୍ଧାରଣ କରିବା ନିମନ୍ତେ ନିର୍ଦ୍ଦେଶ ଦେବାକୁ ପିଟିଶନର ଅଦାଲତଙ୍କୁ ଅନୁରୋଧ କରିଥିଲେ। ତୁଷାର ମେହେଟ୍ଟା, ବରିଷ୍ଠ ଆଇନଜୀବୀ ଏସ୍.ବି. ଉପାଧ୍ୟାୟ ଏବଂ ଅନ୍ୟ ଆଇନଜୀବୀମାନଙ୍କୁ ୩ ଦିନ ମଧ୍ୟରେ ଲିଖିତ ବିବରଣୀ ରଖିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସୂଚନାଯୋଗ୍ୟ ଆର୍ଥିକ ଅବସ୍ଥା ଭଲ ନ ଥିବା ଦର୍ଶାଇ କୋଭିଡ୍ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏ କ୍ଷତିପୂରଣ ଯୋଗାଇବାକୁ କେନ୍ଦ୍ର ସରକାର ପୂର୍ବରୁ ଅକ୍ଷମତା ପ୍ରକାଶ କରିଥିଲେ।
କ୍ଷତିପୂରଣ ନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ଏନ୍ଡିଏମ୍ଏ (ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ) ନିଷ୍ପତ୍ତି ନେଇଛି କି ବୋଲି ସୋମବାର ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଥିଲେ। ସମାନ କ୍ଷତିପୂରଣ ନୀତି ସମ୍ପର୍କରେ ବିଚାର କରାଯାଇପାରେ ବୋଲି ଖଣ୍ଡପୀଠ ମତ ଦେଇଥିଲେ। କ୍ଷତିପୂରଣ ଦେବା ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଆର୍ଥିକ କ୍ଷମତା ବାହାରେ ବୋଲି ରବିବାର କେନ୍ଦ୍ର ସରକାର ସତ୍ୟପାଠ ଜରିଆରେ ଅଦାଲତଙ୍କୁ ଜଣାଇଥିଲେ। ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଉଦ୍ଦିଷ୍ଟ ପାଣ୍ଠିକୁ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ନିର୍ମାଣ, ସମସ୍ତଙ୍କୁ ଖାଦ୍ୟ ଯୋଗାଇବା, ସମସ୍ତଙ୍କ ପାଇଁ ଟିକାକରଣ ଏବଂ ଆର୍ଥିକ ଅଭିବୃଦ୍ଧି ପାଇଁ ଷ୍ଟିମୁଲସ୍ ପ୍ୟାକେଜ୍ ଦେବାରେ ବ୍ୟୟ ହେଉଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା। ସରକାର ଅର୍ଥ ନାହିଁ ବୋଲି ସଫେଇ ଦେବା ଅନିଚ୍ଛାକୃତ ପରିଣତି ବୋଲି ଖଣ୍ଡପୀଠ କହିଥିଲେ। ବିପର୍ଯ୍ୟୟ ପରିଚାଳନା ଆଇନର ଧାରା ୧୨ ଅନୁଯାୟୀ ବିପର୍ଯ୍ୟୟ ପରିଚାଳନା ନାମରେ କ୍ଷତିପୂରଣ ଭଳି ବୈଧାନିକ ଯୋଜନା ବ୍ୟୟକୁ ଚାପି ଦିଆଯାଇପାରିବ ନାହିଁ। ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କ୍ଷତିପୂରଣ ନ ଦେବା ଲାଗି ନିଷ୍ପତ୍ତି ନେଇଛନ୍ତି କି ପ୍ରଶ୍ନରେ ମେହେଟ୍ଟା ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କେତେକ ନିଷ୍ପତ୍ତି ସମ୍ପର୍କରେ କହିଥିଲେ। ତେବେ ଏନ୍ଡିଏମ୍ଏ ଏଭଳି ନିଷ୍ପତ୍ତି ନେଇଛି କି ନାହିଁ ସେ ଜାଣି ନ ଥିବା ଖଣ୍ଡପୀଠଙ୍କୁ ଜଣାଇଥିଲେ।
Posted inକରୋନା ଭାଇରସ୍, ଜାତୀୟ View All
୬ ବୁଡ଼ାଜାହାଜ ନିର୍ମାଣ ପାଇଁ ଖର୍ଚ୍ଚ କରାଯିବ ୪୩ ହଜାର କୋଟି
ନୂଆଦିଲ୍ଲୀ, ୪।୬: ଭାରତୀୟ ନୌସେନା ପାଇଁ ୬ଟି ପାରମ୍ପରିକ ବୁଡ଼ାଜାହାଜ ନିର୍ମାଣ ନିମନ୍ତେ ଏକ ମେଗା ପ୍ରକଳ୍ପକୁ ପ୍ରତିରକ୍ଷା ମନ୍ତ୍ରଣାଳୟ ଶୁକ୍ରବାର ମଞ୍ଜୁରୀ ପ୍ରଦାନ କରିଛି।...
ଭାକ୍ସିନ୍ ନେଲେ ହ୍ରାସ ପାଉଛି ପ୍ରଜନନ କ୍ଷମତା, ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କଲା ଖଣ୍ଡନ…
ନୂଆଦିଲ୍ଲୀ,୨୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...
ଥମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୦ ଜୀବନ
ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ପାଣି ତଳେ ଧାରଣା ଦେଇ ପ୍ରଶାସକଙ୍କୁ ହଟାଇବା ପାଇଁ ଦାବି…
କାଭର୍ତ୍ତିି,୮।୬: ପ୍ରଶାସକଙ୍କୁ ହଟାଇବା ପାଇଁ ଲୋକେ ପାଣିତଳେ ଧାରଣା ଦେଇଛନ୍ତି। ଏଭଳି ନିଆରା ଘଟଣା ଲାକ୍ଷାଦ୍ୱୀପରେ ଘଟିଛି। ପ୍ରଶାସକ ପ୍ରଫୁଲ୍ଲ ପଟେଲଙ୍କୁ ଦାୟିତ୍ୱରୁ ହଟାଇବା ଲାଗି...
ଭାରତରେ ଶିଶୁଙ୍କୁ ଦିଆଯିବ ଏହି ଟିକା
ନୂଆଦିଲ୍ଲୀ,୪।୬: ତୃତୀୟ ଲହର ଶିଶୁମାନଙ୍କ ପ୍ରତି ଅଧିକ ବିପଦ ଥିବା ନେଇ ବିଶେଷଜ୍ଞମାନେ ମତ ଦେଇଛନ୍ତି। ଏଭଳି ସ୍ଥତିରେ ଦେଶରେ ଶିଶୁମାନଙ୍କ ପାଇଁ କୋଭିଡ ଟିକା...
୫ ଥର ବିବାହ କରି ବି ୩୨ ଯୁବତୀଙ୍କ ସହ ଚାଲିଥିଲା ଚାଟ୍, ଏମିତି ପଡ଼ିଲେ ଧରା, ଆଉ ତା’ ପରେ…
ଲକ୍ଷ୍ନୌ,୧୯ା୬: ଉତ୍ତରପ୍ରଦେଶ କାନପୁରର ଜଣେ ଭଣ୍ଡ ବାବାଙ୍କ କଳାକାରନାମା ଏବେ ପଦାରେ ପଡ଼ିଛି। ଯାହା ଶୁଣିଲେ ଆଶ୍ଚର୍ଯ୍ୟ ହେବେ। କଥିତ ଭଣ୍ଡ ବାବା ସୋସିଆଲ ମିଡିଆ...
ତୃତୀୟ ଲହର ଆସିବାକୁ ବେଶୀ ସମୟ ଲାଗିବ ନାହିଁ
ମୁମ୍ବାଇ, ୧୭।୬: ଆଗାମୀ ୨ରୁ ୪ ସପ୍ତାହ ମଧ୍ୟରେ ମହାରାଷ୍ଟ୍ରରେ ସଂକ୍ରମଣର ତୃତୀୟ ଲହର ଦେଖାଦେଇପାରେ ବୋଲି ରାଜ୍ୟ କୋଭିଡ୍-୧୯ ଟାସ୍କଫୋର୍ସ ପକ୍ଷରୁ ସତର୍କ କରିଦିଆଯାଇଛି।...
ଆଜି ଆଉ ୩୭ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୩୫୦୮କୁ ବୃଦ୍ଧି
ଭୁବନେଶ୍ୱର,୧୮ା୬(ବ୍ୟୁରୋ): ଶୁକ୍ରବାର କରୋନା ମହାମାରୀ ରାଜ୍ୟରୁ ଆଉ ୩୭ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...


