ନୂଆଦିଲ୍ଲୀ,୧୦।୬(ପି.ଟି.): ପୂର୍ବତନ ଭାରତୀୟ କ୍ରିକେଟର ବୀରେନ୍ଦ୍ର ସେହ୍ବାଗ ବୁଧବାର କ୍ରିକେଟ ସମ୍ପର୍କିତ ଶିକ୍ଷା ପାଇଁ ଦେଶରେ ପ୍ରଥମଥର ପାଇଁ ଲଞ୍ଚ୍ କରିଛନ୍ତି ନୂଆ ଓ୍ବେବ୍ସାଇଟ୍ ତଥା ଆପ୍। ଏହାର ନାମ କ୍ରିକୁରୁ ରହିଛି। ସେହ୍ବାଗଙ୍କ ସମେତ ପୂର୍ବତନ କ୍ରିକେଟର ସଞ୍ଜୟ ବାଙ୍ଗର ଏହି ଓ୍ବେବ୍ସାଇଟ ତଥା ଆପ୍ର ବିକାଶ ପାଇଁ ଏକାଠି କାର୍ଯ୍ୟ କରିଛନ୍ତି। ଉଦୀୟମାନ ଖେଳାଳିଙ୍କୁ କ୍ରିକେଟ ସମ୍ପର୍କରେ ଶିକ୍ଷା ଦେବାକୁ, ଅଭିଜ୍ଞ କ୍ରିକେଟରମାନଙ୍କ ଅଭିଜ୍ଞତାରୁ ଏମାନଙ୍କ ବିକାଶ ପାଇଁ ଏହି ଆପ୍ ମାଧ୍ୟମରେ ବ୍ୟବସ୍ଥା କରାଯାଇଛି। କ୍ରିକେଟକୁ କ୍ୟାରିୟର ରୂପେ ବାଛିବାକୁ ନିଷ୍ପତ୍ତି ନେଇଥିବା ଖେଳାଳିମାନେ ଏଥିରୁ ବହୁତ କିଛି ଶିକ୍ଷା କରିବାର ସୁଯୋଗ ପାଇବେ ଓ ଏହା ହିଁ ଏହି ଆପ୍ର ଲକ୍ଷ୍ୟ ରହିଛି। ଏହା ଦେଶରେ କ୍ରିକେଟର ବିପ୍ଳବ ଆଣିବ ବୋଲି ସେହ୍ବାଗ ଆଶାପ୍ରକାଶ କରିଛନ୍ତି।
ସେହ୍ବାଗ ଓ ପୂର୍ବତନ ବ୍ୟାଟ୍ସମ୍ୟାନ ତଥା ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ପ୍ରତ୍ୟେକ ଖେଳାଳିଙ୍କ ପାଠ୍ୟକ୍ରମ ପ୍ରସ୍ତୁତ ତଥା ବିକଶିତ କରିଛନ୍ତି। ଦେଶର ଏହି ପ୍ରଥମ କ୍ରିକେଟ କୋଚିଂ ଓ୍ବେବ୍ସାଇଟ ଦ୍ୱାରା ଖେଳାଳିମାନଙ୍କୁ ଅଭିଜ୍ଞ କ୍ରିକେଟରମାନେ ନିଜ ଅଭିଜ୍ଞତା ସମ୍ପର୍କରେ ଶିକ୍ଷା ଦେବେ। ବିଶ୍ୱର ୩୦ ଜଣ ଖେଳାଳି ତଥା କୋଚ୍ଙ୍କଠାରୁ କିପରି କ୍ରିକେଟ ଖେଳାଯାଇପାରିବ ସେ ନେଇ ଉଦୀୟମାନ କ୍ରିକେଟରମାନେ ଶିକ୍ଷା କରିପାରିବେ। ପ୍ରତ୍ୟେକ କୋଚ୍ ୪ ଘଣ୍ଟାର ଭିଡିଓ ସହିତ ଶିକ୍ଷା ପ୍ରଦାନ କରିବେ। ଏହି ଓ୍ବେବ୍ସାଇଟ ବ୍ୟବହାର କରୁଥିବା ଖେଳାଳିମାନେ ପ୍ରସିଦ୍ଧ ଖେଳାଳିଙ୍କଠାରୁ ସେମାନଙ୍କ ସଫଳତା, ବିଫଳତା ଓ ଖ୍ୟାତି ସମ୍ପର୍କରେ ପ୍ରତ୍ୟକ୍ଷ ଅନୁଭୂତି ପାଇବେ।
ପ୍ରଶିକ୍ଷଣ ଦେବାକୁ ଥିବା ଏହି କୋଚ୍ମାନଙ୍କ ମଧ୍ୟରେ ସାମିଲ ରହିଛନ୍ତି ଏବି ଡିଭିଲର୍ସ, ବ୍ରେଟ ଲି, ବ୍ରାଏନ ଲାରା, କ୍ରିସ୍ ଗେଲ, ଡ୍ବେନ ବ୍ରାଭୋ, ହରଭଜନ ସିଂ, ଜଣ୍ଟି ରୋଡ୍ସଙ୍କ ଭଳି ପ୍ରଖ୍ୟାତ କ୍ରିକେଟର ଓ ଅନ୍ୟମାନେ। ଭାରତରେ କ୍ରିକେଟର ବିକାଶ ଓ ଶିକ୍ଷାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବା ଓ ଏ ନେଇ ସ୍ଥିତି ଉପଲବ୍ଧ କରାଇବା କ୍ରିକୁରୁର ମୂଳ ଲକ୍ଷ୍ୟ ବୋଲି କୁହାଯାଇଛି। ବିଶ୍ୱର କୋଚିଂ ବିଶେଷଜ୍ଞମାନେ ବିନା ବାଧାରେ କ୍ରିକେଟ ପ୍ରତିଭାମାନଙ୍କୁ ବିଶ୍ୱସ୍ତରୀୟ ଶିକ୍ଷା ଦେବେ ବୋଲି ସେହ୍ବାଗ କହିଛନ୍ତି। ଦେଶର କୋଣ ଅନୁକୋଣରେ ରହୁଥିବା କ୍ରିକେଟ ପ୍ରତିଭାମାନେ ସିଧାସଳଖ ଏହି ଓ୍ବେବ୍ସାଇଟ୍ରୁ ଲାଭ ଉଠାଇପାରିବେ ବୋଲି ବାଙ୍ଗର କହିଛନ୍ତି। କ୍ରିକେଟ କୋଚିଂ ପାଇବା ପାଇଁ ସମସ୍ତଙ୍କର ଅଧିକାର ଅଛି ଓ କ୍ରିକୁରୁ ସମସ୍ତଙ୍କ ପାଇଁ ଉପଲବ୍ଧ ହେବ ବୋଲି ସେ କହିଛନ୍ତି। www.cricuru.com ଲଗ୍ ଅନ୍ କରି ଏହି ଓ୍ବେବ୍ସାଇଟ୍କୁ ଗୋଟିଏ ବର୍ଷ ପାଇଁ ସବ୍ସ୍କ୍ରାଇବ କରିହେବ। ଗୋଟିଏ ବର୍ଷ ଅବଧିର ସବ୍ସ୍କ୍ରାଇବ ପାଇଁ ସଦସ୍ୟତା ଦେୟ ୨୯୯ ଟଙ୍କା ଆରମ୍ଭ ହେବ।
କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ ଏହି କ୍ରିକେଟର୍ଙ୍କ ପ୍ରେମ କାହାଣୀ: ଅତିଥି ଭାବେ ଯାଇଥିବାବେଳେ ପଡିଯାଇଥିଲେ ପ୍ରେମରେ
ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଟିମ ଇଣ୍ଡିଆର ଟେଷ୍ଟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଏବଂ ଇଂଲଣ୍ଡ ବିପକ୍ଷ...
ଭାରତୀୟ ଖେଳାଳିଙ୍କ ହାତରେ ସ୍ବତନ୍ତ୍ର ଆର୍ମବ୍ୟାଣ୍ଡ
ସାଉଥାମ୍ପଟନ,୧୯।୬: ଶୁକ୍ରବାର ରାତିରେ କରୋନା ପରବର୍ତ୍ତୀ ସ୍ବାସ୍ଥ୍ୟ ସମସ୍ୟା କାରଣରୁ ପ୍ରାଣ ହରାଇଛନ୍ତି ‘ଫ୍ଲାଇଂ ଶିଖ’ ଭାବେ ଜଣାଶୁଣା ଅଲିମ୍ପିଆନ ମିଲ୍ଖା ସିଂ। ତାଙ୍କୁ ସମ୍ମାନ...
ଟୋକିଓ ଅଲିମ୍ପିକ୍ସ: କିମ୍ସ ପ୍ରଫେସର ସୁଦୀପ ଭାରତୀୟ ପୁରୁଷ ହକି ଦଳର ଡାକ୍ତର
ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- କିମ୍ସ ପ୍ରଫେସର ଡକ୍ଟର ସୁଦୀପ ଶତପଥୀ (ଫିଜିଓଲୋଜି ଆଣ୍ଡ ସ୍ପୋଟର୍ସ ମେଡିସିନ୍) ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ପୁରୁଷ ହକି ଦଳର...
ଓ୍ବିଲିୟମସନ ଆହତ, ଦ୍ୱିତୀୟ ଟେଷ୍ଟରୁ ଓହରିଲେ
ବର୍ମିଂହାମ, ୧୦।୬(ପି.ଟି.)- ନ୍ୟୁଜିଲାଣ୍ଡ କ୍ରିକେଟ ଅଧିନାୟକ କେନ୍ ଓ୍ବିଲିୟମସନ ଆହତ ସମସ୍ୟା ଯୋଗୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି। ଗୁରୁବାରଠାରୁ ଦ୍ୱିତୀୟ ଟେଷ୍ଟ...
‘ଟିଭିରେ ସଚିନଙ୍କୁ ଦେଖି ଶିଖିଥିଲି ଷ୍ଟ୍ରେଟ୍ ଡ୍ରାଇଭ୍’
ନୂଆଦିଲ୍ଲୀ,୯।୬ : ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସିଗନେଚର ଷ୍ଟ୍ରେଟ୍ ଡ୍ରାଇଭ ଓ ବ୍ୟାକଫୁଟ ପଞ୍ଚ ଟିଭିରେ ଦେଖି ଶିଖିଥିଲେ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର...
ଚେସ୍ ବିଶ୍ୱକପ୍ ପାଇଁ ଗୁଜରାଠୀଙ୍କୁ ଯୋଗ୍ୟତା
ଚେନ୍ନାଇ, ୪ା୬(ପି.ଟି.)- ଭାରତର ୩ ନମ୍ବର ଖେଳାଳି ଭିଦିତ୍ ଗୁଜରାଠୀ ରେଟିଂ ଭିତ୍ତିରେ ଫିଡେ ଚେସ୍ ବିଶ୍ୱକପ୍ ୨୦୨୧ରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ...
ପୃଥ୍ବୀ ଶ’ଙ୍କ ବେଡ୍ରୁ ମିଳିଲା ଏମିତି ଜିନିଷ: ପ୍ରଶଂସକ କଲେ ଟ୍ରୋଲ
ମୁମ୍ବାଇ,୧୮।୬:ଆଇପିଏଲ ୨୦୨୧ ଏବଂ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ପୃଥ୍ବୀ ଶ’ ଖୁବ ଶୀଘ୍ର ଟିମ ଇଣ୍ଡିଆର ଜର୍ସିରେ ନଜର ଆସିବେ। ଶ୍ରୀଲଙ୍କା...
୧୦୦ ମି. ବ୍ୟାକ୍ଷ୍ଟ୍ରୋକ୍ରେ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆ ମହିଳା ସନ୍ତରଣକାରୀ
ଆଡିଲେଡ୍,୧୪।୬(ଏପି): ଅଷ୍ଟ୍ରେଲୀୟ ସନ୍ତରଣକାରୀ କୋଲି ମ୍ୟାକ୍କେଓନ ୧୦୦ ମିଟର ବ୍ୟାକ୍ଷ୍ଟ୍ରୋକ ଇଭେଣ୍ଟରେ ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି। ରବିବାର ଅନୁଷ୍ଠିତ ଅଷ୍ଟ୍ରେଲିଆ ଅଲିମ୍ପିକ ଟ୍ରାଏଲ୍ସରେ ୧୯ ବର୍ଷୀୟ...


