ଆଲିଗଡ,୧୦।୬: ଉତ୍ତରପ୍ରଦେଶର ରାଜ୍ୟ ମହିଳା ଆୟୋଗର ସଦସ୍ୟ ମୀନା କୁମାରୀ ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ପବ୍ଲିକ ୱାର୍କର୍ସ ଗେଷ୍ଟ ହାଉସରେ ମହିଳାଙ୍କ ଉପରେ ହେଉଥିବା ନିର୍ଯାତନା ଅଭିଯୋଗ ଶୁଣିବାବେଳେ ଗଣମାଧ୍ୟମ ଆଗରେ ଝିଅମାନଙ୍କ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ସେ ଲଗାତାର ଝିଅମାନଙ୍କ ସହିତ ଘଟୁଥିବା ଘଟଣାଗୁଡ଼ିକ ପାଇଁ ମୋବାଇଲରେ କଥାବାର୍ତ୍ତା କରିବା ଏବଂ ଝିଅମାନଙ୍କର ମା’ ଏବଂ ପରିବାର ଦାୟୀ ବୋଲି କହିଛନ୍ତି। ମୀନା କୁମାରୀ କହିଛନ୍ତି ଯେ, ସମାଜରେ ଏଭଳି ମାମଲା ବନ୍ଦ ହେଉନାହିଁ। ତେଣୁ ପରିବାର ଲୋକେ ନିଜ ଝିଅ କୁଆଡେ ଯାଉଛି, ସେ କ’ଣ କରୁଛି, ସେ କେଉଁ ପୁଅ ସହିତ ବୁଲୁଛି କି କଥାବାର୍ତ୍ତା କରୁଛି, ତା’ ମୋବାଇଲକୁ ମଧ୍ୟ ଦେଖିବାକୁ ପଡିବ। ଝିଅମାନେ ଘଣ୍ଟା ଘଣ୍ଟା ଧରି ମୋବାଇଲରେ କଥାବାର୍ତ୍ତା କରନ୍ତି। ପରିସ୍ଥିତି ଏପରି ହୁଏ ଯେ, ସେ ଯେଉଁ ପୁଅ ସହ କଥା ହେଉଛନ୍ତି ସେ ତାଙ୍କ ସହ ଘର ଛାଡି ପଳାନ୍ତି। ପରେ ଝିଅମାନଙ୍କ ସହ ବିଭିନ୍ନ ଘଟଣା ଘଟେ। ତେଣୁ ମୋର ନିବେଦନ ହେଉଛି ପରିବାର ସଦସ୍ୟମାନେ ନିଜ ଝିଅମାନଙ୍କୁ ମୋବାଇଲ ଦେବା ଉଚିତ୍ ନୁହେଁ, ଯଦି ସେମାନେ ଦେଉଛନ୍ତି, ତେବେ ସେମାନଙ୍କ ଉପରେ ନଜର ରଖନ୍ତୁ। ସର୍ବପ୍ରଥମେ, ମୁଁ ସେହି ମା’ମାନଙ୍କୁ ସେମାନଙ୍କର ଝିଅମାନଙ୍କର ଯତ୍ନ ନେବାକୁ କହୁଛି, ଯେଉଁ ମା’ଙ୍କ ଅସାବଧାନତା ହେତୁ ଏହି ସବୁ ଘଟେ ।
ଏନ୍ସିପି ମୁଖ୍ୟଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର
ମୁମ୍ବାଇ,୧୧।୬: ରାଜନୀତି ରଣନୀତିଜ୍ଞ ପ୍ରଶାନ୍ତ କିଶୋର ଶୁକ୍ରବାର ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହାକୁ ନେଇ ରାଜନୈତିକ ଉସ୍ମତା ଦେଖାଦେଇଛି। ଏହା...
ସମସ୍ତ କରୋନା ମୃତକଙ୍କୁ କରାଯିବ ଚିହ୍ନଟ: କେନ୍ଦ୍ର ସରକାର …
ନୂଆଦିଲ୍ଲୀ,୨୦।୬: ଦେଶରେ କରୋନା ସଂକ୍ରମଣରେ ଆକ୍ରାନ୍ତ ଯୋଗୁ ଘଟିଥିବା ସମସ୍ତ ମୃତକଙ୍କୁ ଚିହ୍ନଟ କରାଯିବ। ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁପ୍ରିମ୍କୋର୍ଟରେ ଦାଖଲ ହୋଇଥିବା ୧୮୩...
ଡ୍ରାଗନର ନୂଆ ଷଡ଼ଯନ୍ତ୍ର: ଭାରତରେ ସାଇବର ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍…
ନୂଆଦିଲ୍ଲୀ,୧୯।୬: କରୋନା ମହାମାରୀ ଭୂତାଣୁ ଯୋଗୁ ପୃଥିବୀରେ ଆତଙ୍କ ସୃଷ୍ଟି କରିଥିବା ଚାଇନା ଏବେ ଭାରତରେ ନୂଆ ସଙ୍କଟ ସୃଷ୍ଟି କରିବା ଲାଗି ଷଡ଼ଯନ୍ତ୍ର ରଚିଛି।...
ପରିବେଶ ସୁରକ୍ଷା ସହିତ ଆର୍ଥିକ ବିକାଶ ହିଁ ଭାରତର ଲକ୍ଷ୍ୟ: ମୋଦି…
ନୂଆଦିଲ୍ଲୀ,୫।୬: ପୃଥିବୀରେ ଜଳବାୟୁ ପରିବର୍ତ୍ତନ ଯୋଗୁ ସୃଷ୍ଟି ହେଉଥିବା ବହୁବିଧ ସମସ୍ୟା ପ୍ରତି ଭାରତ ସଚେତନ ରହିଛି। ଏକ୍ଷେତ୍ରରେ ଭାରତ ସକ୍ରିୟ ଭାବେ କାର୍ଯ୍ୟ ଜାରି...
କରୋନା ଦ୍ୱିତୀୟ ଲହର ୭୧୯ଡାକ୍ତରଙ୍କ ନେଇଛି ଜୀବନ
ନୂଆଦିଲ୍ଲୀ,୧୨।୬: କରୋନା ସଂକମ୍ରଣର ଦ୍ୱିତୀୟ ଲହର ସାରା ଦେଶରେ ଆତଙ୍କ ଖେଳାଇଛି। ବର୍ତ୍ତମାନ ଦୈନିକ ସଂକ୍ରମଣରେ ହ୍ରାସ ଘଟୁଥିବା ବେଳେ ମୃତ୍ୟୁସଂଖ୍ୟା କିନ୍ତୁ ଥମିବାର ନା...
ସିସିଆଇ ନୋଟିସ ଉପରେ ରୋକ ଲଗାଯାଉ
ନୂଆଦିଲ୍ଲୀ, ୨୨ା୬: ନୂତନ ଗୋପନୀୟତା ନୀତିର ଅନୁସନ୍ଧାନ ବାବଦରେ ସୂଚନା ଦେବାକୁ କୁହାଯାଇ କମ୍ପିଟେଶନ କମିଶନ ଅଫ୍ ଇଣ୍ଡିଆ(ସିସିଆଇ) ପକ୍ଷରୁ ଜାରି କରାଯାଇଥିବା ନୋଟିସ୍ ଉପରେ...
ଚଢ଼େଇ ମଣିଷ ସହିତ ଗୋଟିଏ ଥାଳିରେ କରୁଛି ଭୋଜନ: ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୧୬।୬: ଏବେ ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଏକ ହୋଟେଲରେ ଜଣେ ଲୋକଙ୍କ ସହିତ ଗୋଟିଏ ଥାଳିରେ ଚଢ଼େଇ ଭୋଜନ...
ଏଲ୍ଜେପିରେ ଫାଟ ପରେ ଚିରାଗଙ୍କୁ ଆରଜେଡି-କଂଗ୍ରେସର ଅଫର
ପାଟନା,୧୫।୬: ବିହାର ରାଜନୈତିକ ଏବେ ସରଗରମ ରହିଛି। ଲୋକ ଜନଶକ୍ତି ପାଟି(ଏଲ୍ଜେପି)ରେ ଫାଟ ପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ଏମ୍ପି ଚିରାଗ ପାଶଓ୍ବାନ ଏବେ ଏକୁଟିଆ...


