ଅନୁଗୋଳ ଅଫିସ, ୧୧ା୬ ନୂଆ ଠିକା ସଂସ୍ଥା ସଫେଇ ଦାୟିତ୍ୱ ନେବା ପରେ ଅନୁଗୋଳ ସହରର ଆବର୍ଜନା ସମସ୍ୟା ଦୂର ହୋଇଯିବ ବୋଲି ଅନେକେ ଆଶା କରୁଥିଲେ। କିନ୍ତୁ ସହର ପରିବେଶ ପରିଷ୍କାର ପରିବର୍ତ୍ତେ ଅପରିଷ୍କାର ହେଉଥିବା ନେଇ ଆପତ୍ତି ଅଭିଯୋଗ ବଢ଼ିବାରେ ଲାଗିଛି। କରୋନା ସମୟରେ କୁଢ଼ କୁଢ଼ ଆବର୍ଜନା ଅସନ୍ତୋଷର କାରଣ ହୋଇଛି। ନୂଆ ସଂସ୍ଥା ଯେ ଠିକ୍ ଭାବେ କାମ କରୁନାହିଁ ତାହା ଧୀରେ ଧୀରେ ସ୍ପଷ୍ଟ ହେଉଥିବାରୁ ପୌରପାଳିକା ପକ୍ଷରୁ ଏହା ଉପରେ ନଜର ରଖାଯାଇଛି। ଇତିମଧ୍ୟରେ ଏକାଧିକ ଥର ତାଗିଦ୍ ମଧ୍ୟ କରାଯାଇସାରିଛି।
ରାଜ୍ୟକୁ ମୌସୁମୀ ଛୁଇଁଲାଣି। ଆରମ୍ଭରୁ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ସହର ସଫେଇ କାର୍ଯ୍ୟ ଠିକ୍ ଭାବେ ହୋଇପାରୁ ନାହିଁ। ଗଦା ହୋଇଥିବା ଆବର୍ଜନା ଉଠାଯାଉ ନ ଥିବାରୁ ବର୍ଷା ବେଳେ ଏହା ସହରକୁ ଦୂଷିତ କରିବ। ଡ୍ରେନ୍ ଜାମ୍ କରି ଜଳ ନିଷ୍କାସନ ସମସ୍ୟା ବଢ଼ାଇବ। ଠିକା ସଂସ୍ଥାର ଏପରି ମନମୁଖି କାର୍ଯ୍ୟର ସନ୍ଧାନ କିଛିଦିନ ତଳେ ଜିଲାପାଳ ପାଇଥିଲେ। ସହର ପରିଦର୍ଶନ ସମୟରେ ଜିଲାପାଳ ଅଳିଆ ଗଦା ଦେଖି ବିରକ୍ତି ପ୍ରକାଶ କରିଥିଲେ। ଏହାପରେ କାର୍ଯ୍ୟ ଠିକ୍ଠାକ ଚାଲିଥିଲା। ହେଲେ ସଫେଇ କର୍ମଚାରୀମାନେ ପୁଣି ଢିଲା ମାରିବା ଆରମ୍ଭ କରିଛନ୍ତି। ରାସ୍ତାରେ ପଡ଼ୁଥିବା ଅଳିଆ ଉଠାଇ ପରିଷ୍କାର ନ କରି ଏଣେତେଣେ ଗଦେଇ ଦେଉଛନ୍ତି। ଅଳ୍ପଦିନ ତଳେ ଶିମିଳିପଡ଼ା ନିକଟରେ ଅଳିଆ ଉଠାଇବାକୁ ଯାଇଥିବା ସଫେଇ କର୍ମଚାରୀମାନେ ଆବର୍ଜନା ସବୁ ଏକ ପାଚେରି ପାର୍ଶ୍ୱକୁ ପିଙ୍ଗୁଥିବା ଦେଖାଯାଇଥିଲା। ହରିମହୁରୀ ଛକରୁ ବଜାର ଛକ ରାସ୍ତାରେ ବିଭିନ୍ନ ସମୟରେ ଅଳିଆ ପଡ଼ି ରହୁଛି। ଏହାଦ୍ୱାରା ରାସ୍ତା ସଂକୀର୍ଣ୍ଣ ହୋଇଯାଉଛି। ସେହିଭଳି ଗାନ୍ଧୀ ମାର୍ଗରେ ମଧ୍ୟ ସମାନ ଚିତ୍ର ଦେଖିବାକୁ ମିଳିଛି। ପାଣି ନିଷ୍କାସନ ପାଇଁ ସେଠାରେ ଥିବା ନାଳରେ ସ୍ଥାନୀୟ ଲୋକମାନେ ଅଳିଆ ପକାଉଥିଲେ ମଧ୍ୟ ପୌରପାଳିକା ପକ୍ଷରୁ ଏଥିପ୍ରତି ଦୃଷ୍ଟି ଦିଆଯାଉ ନାହିଁ। ଯେଉଁମାନେ ଏଭଳି କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ଚିହ୍ନଟ କରି ଥାନାରେ ମାମଲା ରୁଜୁ କରିବାକୁ ଜିଲାପାଳ କହିଥିଲେ। କିନ୍ତୁ ପୌରପାଳିକା ପକ୍ଷରୁ ସେପରି କରାଯାଉ ନାହିଁ। ଏପରି କି ଠିକା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଏହାକୁ ନେଇ ସହରବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି।
ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ
ସହର ସଫେଇ ଦାୟିତ୍ୱ ନେଇଥିବା ଠିକା ସଂସ୍ଥା ଠିକ୍ ଭାବେ ଅଳିଆ ଉଠାଉ ନାହିଁ। ବିଭିନ୍ନ ସ୍ଥାନରେ କେବଳ ନାମକୁ ମାତ୍ର ସଫେଇ ହେଉଥିବା ଅଭିଯୋଗ ଆସୁଛି। ଏ ନେଇ ସଂସ୍ଥାକୁ ବାରମ୍ବାର ଅବଗତ କରାଗଲାଣି। ତଥାପି କାର୍ଯ୍ୟରେ ଖିଲାପ ହେଉଥିବାରୁ ଅନୁଧ୍ୟାନ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
-ଗିରିଜା ଶଙ୍କର ମଲ୍ଲିକ, ପୌର ନିର୍ବାହୀ ଅଧିକାରୀ
ଅବ୍ୟବସ୍ଥା କେବେ ସୁଧୁରିବ
ଅନୁଗୋଳ ସହର ସଫେଇକୁ ନେଇ ଦୀର୍ଘ ଦିନ ହେବ ଅବ୍ୟବସ୍ଥା ଲାଗି ରହିଛି। ନୂଆ ସଂସ୍ଥାକୁ ଏହି ଦାୟିତ୍ୱ ଦିଆଯିବା ପରେ ସହର ପରିଷ୍କାର ପରିଚ୍ଛନ୍ନ ରହିବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଥିଲା। କିନ୍ତୁ ତାହା ହେଉନାହିଁ। ଆବର୍ଜନା ଗଦା ହୋଇ ରହୁଥିବାରୁ ଅପରିଷ୍କାର ପରିବେଶ ସୃଷ୍ଟି ହେଉଛି।
-ସମୀର ପରିଡ଼ା, ଅନୁଗୋଳ
ଅଳିଆରେ ଘାଣ୍ଟି ହେଉଛନ୍ତି ସହରବାସୀ
କରୋନା ବ୍ୟାପୁଥିବା ସମୟରେ ରାସ୍ତା କଡ଼ରେ କୁୁଢ଼ କୁଢ଼ ଆବର୍ଜନା ଗଦା ହୋଇ ରହୁଛି। ଫଳରେ ବିଭିନ୍ନ ରୋଗ ବ୍ୟାପିବାର ଭୟ ରହୁଛି। ପୌରପାଳିକା ପକ୍ଷରୁ ସଫେଇ କାର୍ଯ୍ୟ ଉପରେ ଦୃଷ୍ଟି ଦିଆଯାଉ ନାହିଁ। ଏଥିଯୋଗୁ ପରିବେଶ ଦୂଷିତ ହେଉଛି। ସହରୀ ଲୋକ ଟିକସ ଦେଉଥିଲେ ମଧ୍ୟ ଅଳିଆ ମଧ୍ୟରେ ଘାଣ୍ଟି ହେଉଛନ୍ତି।
-ସୁମନ ଜେନା, ଅନୁଗୋଳ
କାର୍ଯ୍ୟ ତଦାରଖ ହେଉ ନାହିଁ
ଅନୁଗୋଳ ପୌରପାଳିକା ଠିକ୍ ଭାବେ ସଫେଇ କାର୍ଯ୍ୟ ପରିଚାଳନା କରିପାରୁ ନାହିଁ। ଠିକା ସଂସ୍ଥାର କାର୍ଯ୍ୟ ତଦାରଖ କରୁନାହିଁ। ପୂର୍ବରୁ ଏଥିପାଇଁ ଲୋକପ୍ରତିନିଧିଙ୍କୁ ଦୋଷ ଦିଆଯାଉଥିଲା। ଗତ ୩ ବର୍ଷ ହେବ ପ୍ରଶାସନ ହାତରେ ପୌରପାଳିକା ରହିଥିଲେ ମଧ୍ୟ କାହିଁକି ସମସ୍ୟା ଦୂର ହେଉନାହିଁ।
-ଗୋପାଳ ଚନ୍ଦ୍ର ନାଥ, ଆଇନଜୀବୀ, ଅନୁଗୋଳ
‘ସଫଳତାରେ ଶ୍ରେୟ ନେଉଛ, ବିଫଳତାର ବି ନିଅ’
ଭୁବନେଶ୍ୱର, ୨୪।୬(ବ୍ୟୁରୋ): କରୋନା ମହାମାରୀ ବିରୋଧରେ ଏକାଠି ହୋଇ ଲଢ଼ିବା ବଦଳରେ ଫଟୋକୁ ନେଇ ବିଜେଡି-ଭାଜପା ମଧ୍ୟରେ ଲଢ଼େଇ ଚାଲିଛି। ଉଭୟ ସରକାର ସଫଳତାର ଶ୍ରେୟ...
ପର କଳିରେ ମୁଣ୍ଡ ପୁରାଇ ଗଲା ଜୀବନ
ହାଟଡିହୀ,୨୬l୬: କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଧୀନ ସାଳକଣିଆ ଗାଁରେ ଘଟିଛି ଅଭାବନୀୟ ଘଟଣା । ସମାଧାନ କରିବାକୁ ଯାଇ ପ୍ରାଣ ହରାଇଛନ୍ତି...
୪ବର୍ଷର ପ୍ରତିଭା ସାଇସାଗର
ଖୋର୍ଦ୍ଧା ଅଫିସ/ବେଗୁନିଆ, ୧୩ା୬(ଡି.ଏନ୍.ଏ.): କଥାରେ ଅଛି ତୁଳସୀ ଦୁଇପତ୍ରରୁ ବାସେ। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଦୁର୍ଗାପୁର ପଞ୍ଚାୟତ ଅନ୍ତର୍ଗତ ଗୁଡୁମ ଗଁାର କୃପାସିନ୍ଧୁ ବରାଡ଼ଙ୍କ...
ରାଜଧାନୀରେ ଆଉ ୪ଟି କେନ୍ଦ୍ରରେ ଦିଆଯିବ ଟିକା
ଭୁବନେଶ୍ୱର,୧୪।୬: ରାଜଧାନୀ ଭୁବନେଶ୍ୱରରେ ଟିକାକରଣକୁ ଗୁରୁତ୍ୱ ଦେବା ସହ ସମସ୍ତ ସହରବାସୀ କିପରି ସୁବିଧାରେ ଟିକା ନେଇ ପାରିବେ ସେ ନେଇ ଭୁବନେଶ୍ୱର ମହାନଗର ନିଗମ...
ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍
ବ୍ରହ୍ମପୁର ଅଫିସ,୫ା୬: ଜନୈକା ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି।...
ଛେଚିବ ୩ ଦିନ
ଭୁବନେଶ୍ୱର,୧୦ା୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଗୁରୁବାର ଓଡ଼ିଶାକୁ ପ୍ରବେଶ କରିଛି। ଦକ୍ଷିଣ ଓଡ଼ିଶାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ନୂଆପଡ଼ା, ଗଜପତି, ଗଞ୍ଜାମ,...
୭ବର୍ଷର ଭଉଣୀ କାନ୍ଧରେ ଦେଢ଼ମାସର ଭାଇ
ଭୋଗରାଇ,୧୫।୬(ଡି.ଏନ.ଏ.): ମହାମାରୀ କରୋନା ଛଡ଼ାଇ ନେଇଛି ବହୁ ଜୀବନ। ଉଜାଡ଼ି ଦେଇଛି ସୁଖର ସଂସାର। କିଏ ମା’ଙ୍କୁ ହରାଇ ମା’ଛେଉଣ୍ଡ ପାଲଟିଥିବା ବେଳେ କିଏ ବାପାଙ୍କୁ...
ବିନା ଭକ୍ତରେ ଶେଷ ହେଲା ବଳଦେବଜୀଉଙ୍କ ସ୍ନାନୋତ୍ସବ
କେନ୍ଦୁଝର,୨୪।୬(ସ୍ବ.ପ୍ର): କେନ୍ଦୁଝରର ଆରାଧ୍ୟ ଶ୍ରୀ ଶ୍ରୀ ବଳଦେବଜୀଉଙ୍କ ପବିତ୍ର ଦେବସ୍ନାନ ଉତ୍ସବ କୋଭିଡ କଟକଣା ମଧ୍ୟରେ ଗୁରୁବାର ପାଳିତ ହୋଇଯାଇଛି। ପ୍ରଥମେ ପାରମ୍ପରିକ ରୀତିନୀତିରେ ଶ୍ରୀ...


