ବେଙ୍ଗାଲୁରୁ/ନୂଆଦିଲ୍ଲୀ,୧୧ା୬(ପି.ଟି.):ପାକିସ୍ତାନର ଗୁପ୍ତଚର ସଂସ୍ଥାଠାରୁ ପୂର୍ବ ଭାରତରେ ଥିବା ଏକ ସାମରିକ ପ୍ରତିଷ୍ଠାନକୁ ନେଇ ଫୋନ୍ କଲ୍ କରାଯିବା ପରେ ଏବେ ବେଙ୍ଗାଲୁରୁସ୍ଥିତ ଏକ ଅବୈଧ ଟେଲିଫୋନ୍ ଏକ୍ସଚେଞ୍ଜ ପଦାକୁ ଆସିଛି। ଫଳରେ ଦେଶର ଅନ୍ୟ ଭାଗରେ ମଧ୍ୟ ଏପରି ବ୍ୟବସ୍ଥା ଚାଲିଥିଲା କି ବୋଲି ପ୍ରଶ୍ନ ଉଠିଛି। ଏହି ର଼୍ୟାକେଟର ରହସ୍ୟ ଉନ୍ମୋଚନ ସେନାର ଦକ୍ଷିଣ କମାଣ୍ଡ ସାମରିକ ଗୋଇନ୍ଦା ଶାଖା କରିଥିବା ନେଇ ଅଧିକାରୀମାନେ ଗୁରୁବାର ସୂଚନା ଦେଇଛନ୍ତି।
ସୂଚନାନୁସାରେ ସଦର୍ନ କମାଣ୍ଡର ମିଲିଟାରି ଇଣ୍ଟେଲିଜେନ୍ସ ଓ୍ବିଙ୍ଗ୍ କିଛି ସପ୍ତାହ ତଳେ ଏହି ର଼୍ୟାକେଟ ଧରିଥିଲା। ଜଣେ ପାକିସ୍ତାନୀ ଗୁପ୍ତଚର ନିଜକୁ ବରିଷ୍ଠ ଅଧିକାରୀ ଦର୍ଶାଇ ପୂର୍ବ ଭାରତର ଏକ ସେନା ପ୍ରତିଷ୍ଠାନ ସମ୍ପର୍କରେ ବିବରଣୀ ମାଗୁଥିଲେ। ଗୋଇନ୍ଦା ଅଧିକାରୀମାନେ ଅଧିକ ତଦନ୍ତରୁ ଜାଣିବାକୁ ପାଇଲେ ଯେ, ଅନ୍ୟ କେତେକ ମୁଭ୍ମେଣ୍ଟ କଣ୍ଟ୍ରୋଲ ଅଫିସ (ଏମ୍ସିଓ), ପ୍ରିନ୍ସିପାଲ କମ୍ପଟ୍ରୋଲର ଅଫ୍ ଡିଫେନ୍ସ ଆକାଉଣ୍ଟ (ପିସିଡିଏ)କୁ ମଧ୍ୟ ପାକିସ୍ତାନୀ ଗୁପ୍ତଚର କଲ୍ କରି ଏପରି ତଥ୍ୟ ମାଗିଥିଲେ। ସେନା ସମ୍ପର୍କରେ ତଥ୍ୟ ହାସଲ ପାଇଁ ପାକିସ୍ତାନୀ ଗୁପ୍ତଚର ଭାରତୀୟ ନାଗରିକଙ୍କୁ ବେଆଇନ୍ ଟେଲିଫୋନ୍ ଏକ୍ସଚେଞ୍ଜ ଜରିଆରେ ଯୋଗାଯୋଗ କରିବା ଖବର ସାମ୍ନାକୁ ଆସିବା ପରେ ସୁରକ୍ଷା ଚିନ୍ତା ବଢ଼ିଯାଇଛି।
୩୨ ଅତିରିକ୍ତ ଜିଲାପାଳଙ୍କୁ ଉପହାରରେ ମିଳିଲା ଦାମୀ କାର୍
ହାଇଦ୍ରାବାଦ,୧୪।୬: ମହାମାରୀ ସମୟରେ ଉନ୍ନତିମୂଳକ କାର୍ଯ୍ୟକୁ ଆଗେଇ ନେବା ପାଇଁ ତେଲେଙ୍ଗାନାର ୩୨ ଅତିରିକ୍ତ ଜିଲାପାଳଙ୍କୁ ରାଜ୍ୟ ସରକାର ଦାମୀ କାର୍ ଉପହାର ସ୍ବରୂପ ପ୍ରଦାନ...
ଦ୍ୱିତୀୟ ଭଳି ଗମ୍ଭୀର ହୋଇପାରେ ତୃତୀୟ ଲହର
ନୂଆଦିଲ୍ଲୀ, ୩।୬: କରୋନାରେ ଦ୍ୱିତୀୟ ଲହର ଭଳି ଭାରତରେ ତୃତୀୟ ଲହର ମଧ୍ୟ ଅନୁରୂପ ଭୟାବହ ସ୍ଥିତି ସୃଷ୍ଟି କରିପାରେ। ଏହା ୯୮ ଦିନ ପର୍ଯ୍ୟନ୍ତ...
ମୃତ କର୍ମଚାରୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ
ନୂଆଦିଲ୍ଲୀ,୪।୬: ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି। କିଏ ନିଜ ବାପାମା’ଙ୍କୁ...
ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ: ଏଣିକି ଜିନ୍ସ,ଟି-ଶାର୍ଟ ପିନ୍ଧି କାର୍ଯ୍ୟାଳୟକୁ ଆସିପାରିବେନି କର୍ମଚାରୀ
ନୂଆଦିଲ୍ଲୀ,୪।୬: ସିବିଆଇ କାର୍ଯ୍ୟାଳୟରେ ବଡ଼ ପରିବର୍ତ୍ତନ ହୋଇଛି। ଏଣିକି ସିବିଆଇ କର୍ମଚାରୀ ଫର୍ମାଲ ଲୁକ୍ରେ ନଜର ଆସିବେ। ସୂଚନାଯୋଗ୍ୟ, ନିକଟରେ କେନ୍ଦ୍ର ଯାଞ୍ଚ ବ୍ୟୁରୋ(ସିବିଆଇ)ର ନୂଆ...
୨ ମାସରେ ୧୬ ଜଣଙ୍କୁ ମାରିଲାଣି ଦନ୍ତା
ନୂଆଦିଲ୍ଲୀ,୨୪।୬: ହାତୀ ପଲରୁ ବିତାଡ଼ିତ ହେବା ପରେ ଏକ ଦନ୍ତା ଝାଡ଼ଖଣ୍ଡର ସନ୍ଥାଳ ପରଗାନା ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଗତ ଦୁଇ ମାସ ମଧ୍ୟରେ...
ସେପ୍ଟେମ୍ବର ସୁଦ୍ଧା ୭୦କୋଟି ଲୋକଙ୍କୁ ଟିକା ଦିଆଯିବା ଲକ୍ଷ୍ୟ: ସିଇଏ
ନୂଆଦିଲ୍ଲୀ,୪।୬: ଦେଶରେ କରୋନା ଟିକାକରଣକୁ ଆହୁରି ତ୍ୱରାନ୍ବିତ କରାଯିବ। ସେପ୍ଟେମ୍ବର ସୁଦ୍ଧା ଦେଶର ୭୦କୋଟି ଲୋକଙ୍କୁ କରୋନା ଭାକ୍ସିନର ପ୍ରଥମ ଡୋଜ୍ ଦିଆଯିବା ନେଇ ସରକାର...
ବିହାରର ଏସ୍ଟିଇଟି ପରୀକ୍ଷାରେ ପାସ୍ ହେଲେ ଲୋକପ୍ରିୟ ଅଭିନେତ୍ରୀ ଅନୁପମା? ଭାଇରାଲ ହେଉଛି ରେଜଲ୍ଟ
ସୋସିଆଲ ମିଡିଆରେ ବିହାର ଏସ୍ଟିଇଟିର ଏକ ପରୀକ୍ଷାଫଳ ଭାଇରାଲ ହେଉଛି। ଏଥିରେ ଦକ୍ଷିଣ ଭାରତୀୟ ସିନେ ଅଭିନେତ୍ରୀ ଅନୁପମା ପରମେଶ୍ୱରନ ପରୀକ୍ଷା ପାସ କରିଥିବା ଦେଖିବାକୁ...
ବିବାହର ପ୍ରଥମ ରାତିରେ ଘଟିଲା ଏମିତି ଘଟଣା: ସ୍ବାମୀ କହିଲେ, ମୋ ସହ ହୋଇଛି ଧୋକା
କାନପୁର,୨୦।୬: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ରହୁଥିବା ଜଣେ ଦମ୍ପତି ନିଜ କିନ୍ନର ସନ୍ତାନକୁ ଶାସ୍ତ୍ରୀ ନଗରର ଜଣେ ଯୁବକଙ୍କୁ ବିବାହ...


