ଲଣ୍ଡନ, ୧୧।୬(ପି.ଟି.)-
ୟୁନାଇଟେଡ କିଙ୍ଗ୍ଡମ୍ରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଥିବା ‘ଦି ହଣ୍ଡ୍ରେଡ’ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ୫ ମହିଳା ଖେଳାଳି ଅଂଶଗ୍ରହଣ କରିବେ। ଭାରତୀୟ ଟି୨୦ ଅଧିନାୟିକା ହରମନପ୍ରୀତ କୌର ମାଞ୍ଚେଷ୍ଟର ଅରିଜିନାଲ୍ସ ଏବଂ ଶେଫାଳି ବର୍ମା ବର୍ମିଂହାମ ଫୋଏନିକ୍ସରୁ ପ୍ରତିନିଧିତ୍ୱ କରିବେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଓପନର ସ୍ମୃତି ମନ୍ଧାନା, ଅଲରାଉଣ୍ଡର ଦୀପ୍ତି ଶର୍ମା ଏବଂ ବ୍ୟାଟ୍ସଓମ୍ୟାନ ଜେମିମା ରୋଡ୍ରିଗ୍ବେଜ ଏହି ୧୦୦ ବଲ୍ ଟୁର୍ନାମେଣ୍ଟରେ ଖେଳିବେ। ପ୍ରତିଯୋଗିତାରେ ୮ ମହିଳା ଓ ପୁରୁଷ ଦଳ ଭାଗନେବେ। ଟି୨୦ ର଼୍ୟାଙ୍କିଙ୍ଗ୍ର ନମ୍ବରଓ୍ବାନ ସ୍ଥାନରେ ଥିବା ୧୭ ବର୍ଷୀୟା ଶେଫାଳି ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍ଙ୍କ ସ୍ଥାନରେ ବର୍ମିଂହାମ ଫୋଏନିକ୍ସରୁ ଖେଳିବେ। ଦୀପ୍ତି ଲଣ୍ଡନ ସ୍ପିରିଟ, ଭାରତୀୟ ଟି୨୦ ଉପ-ଅଧିନାୟିକା ସ୍ମୃତି ସର୍ଦ୍ଦର୍ନ ବ୍ରେଭ୍ ଏବଂ ରୋଡ୍ରିଗ୍ବେଜ ନର୍ଦ୍ଦର୍ନ ସୁପରଚାର୍ଜର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବେ।
ବିସ୍ଫୋରକ ବ୍ୟାଟିଂ ପାଇଁ ବିଶେଷ ପରିଚିତ ହରମନପ୍ରୀତ ମାଞ୍ଚେଷ୍ଟର ଦଳ ପକ୍ଷରୁ ଉଦ୍ଘାଟନୀ ମ୍ୟାଚ ଖେଳିବେ। ଦି ହଣ୍ଡ୍ରେଡ ଟୁର୍ନାମେଣ୍ଟର ସର୍ବପ୍ରଥମ ଗେମ୍ ଖେଳିବାକୁ ଯାଉଥିବାରୁ ସେ ଖୁବ୍ ଉତ୍ସାହିତ ବୋଲି ହରମନପ୍ରୀତ ପ୍ରକାଶ କରିଛନ୍ତି। ପୂର୍ବରୁ ରୋଡ୍ରିଗ୍ବେଜ, ହରମନପ୍ରୀତ, ସ୍ମୃତି ଓ ଦୀପ୍ତି ୨୦୧୯ରେ ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡର ଟି୨୦ ଘରୋଇ ଟୁର୍ନାମେଣ୍ଟ କିଆ ସୁପର ଲିଗ୍ (କେଏସ୍ଏଲ)ରେ ଖେଳିଥିଲେ। ଏହି ଟୁର୍ନାମେଣ୍ଟ ଏବେ ‘ଦି ହଣ୍ଡ୍ରେଡ୍’ରେ ପରିଣତ ହୋଇଛି। କୋଭିଡ୍-୧୯ ମହାମାରୀ ଯୋଗୁ ଦି ହଣ୍ଡ୍ରେଡ ଟୁର୍ନାମେଣ୍ଟ ଗତବର୍ଷ ସ୍ଥଗିତ ରହିଥିଲା। ଚଳିତ ମାସ ୨୧ ତାରିଖରେ ଏହା ଆରମ୍ଭ ହେବ। ମାଞ୍ଚେଷ୍ଟର ଓରିଜିନାଲ୍ସ ଏବଂ ଦି ଓଭାଲ ଇନ୍ଭିସିବଲ୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ”ଭାରତର କେତେକ ସୁପରଷ୍ଟାର କ୍ରିକେଟର ସାମିଲ ହେବା ବହୁ ଖୁସିର କଥା। ଏହା ପ୍ରତିଯୋଗିତାକୁ ଅଧିକ ସଂଘର୍ଷପୂର୍ଣ୍ଣ କରିବ“ ବୋଲି ଦି ହଣ୍ଡ୍ରେଡ ପ୍ରତିଯୋଗିତା ମୁଖ୍ୟ ବେଥ୍ ବେରେଟ-ଓ୍ବିଲ୍ଡ ପ୍ରକାଶ କରିଛନ୍ତି।
ୟୁରୋ କପ୍ ଫୁଟ୍ବଲ: ସ୍ଲୋଭାକିଆର ବିଜୟ ଅଭିଯାନ
ସେଣ୍ଟ ପିଟର୍ସବର୍ଗ,୧୬।୬(ଏପି): ୟୁରୋ କପ୍ ଫୁଟ୍ବଲରେ ସ୍ଲୋଭାକିଆ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କ୍ରେସୋଭସ୍କି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ସ୍ଲୋଭାକିଆ ୨-୧...
ଓଡ଼ିଶାରୁ ବୀରେନ୍ଦ୍ର, ଅମିତ ସାମିଲ
ଭୁବନେଶ୍ୱର, ୧୯।୬(କ୍ରୀଡ଼ା ପ୍ରତିନିଧି): ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ପାଇଁ ଶୁକ୍ରବାର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି।...
ଡବ୍ଲ୍ୟୁଟିସି ଫର୍ମାଟରେ ପରିବର୍ତ୍ତନ ଚାହାନ୍ତି ସଚିନ
ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଟେଷ୍ଟ ଫର୍ମାଟର ସବୁଠୁ ବଡ଼ ସମ୍ମାନ ପାଇଁ ଲଢ଼େଇ କରିବେ ନ୍ୟୁଜିଲାଣ୍ଡ ଓ ଟିମ୍ ଇଣ୍ଡିଆ। ବିଜେତାଙ୍କୁ ଟେଷ୍ଟ...
ଲଜ୍ଜାଜନକ ରେକର୍ଡ: ୪୨ ରନ୍ରେ ଅଲ୍ଆଉଟ୍ ହୋଇଯାଇଥିଲା ଭାରତୀୟ ଦଳ
୪୭ ବର୍ଷ ପୂର୍ବେ ଠିକ୍ ଆଜିର ଦିନ ଲର୍ଡସରେ ଭାରତୀୟ କ୍ରିକେଟ ଦଳ ଏକ ଲଜ୍ଜାଜନକ ରେକର୍ଡ ହାସଲ କରିଥିଲା। ୧୯୭୪ ମସିହାରେ ଅଜିତ ୱାଡେକରଙ୍କ...
ମେଲବୋର୍ନ କ୍ଲବର କୋଚ୍ ହେବେ ଜୟସୁରିୟା
ମେଲବୋର୍ନ,୫।୬(ପି.ଟି.): କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି ଶ୍ରୀଲଙ୍କା କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସନଥ ଜୟସୁରିୟା। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ (ଆଇସିସି) ଦ୍ୱାରା ଦୁଇ ବର୍ଷ ବାସନ୍ଦ ହେବା...
ଦ୍ୱିତୀୟ ସିଡ୍ଙ୍କୁ ହରାଇଲେ ବୋପାନ୍ନା-ଶରନ
ହାଲେ (ଜର୍ମାନୀ), ୧୭।୬(ପି.ଟି.)- ଭାରତର ରୋହନ ବୋପାନ୍ନା ଓ ଡିଭିଜ ଶରନ ଯୋଡ଼ି ଏଠାରେ ଚାଲିଥିବା ନୋଭେଣ୍ଟି ଓପନ ଟେନିସ ଟୁର୍ନାମେଣ୍ଟରେ ଦ୍ୱିତୀୟ ସିଡ୍ ଲୁକାଜ...
କ୍ୟାରିୟରର ଅନ୍ତିମ ଟେଷ୍ଟରେ ଭାଙ୍ଗିଗଲା ଆଙ୍ଗୁଠି; ତଥାପି ଖେଳି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୨୪।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍(ଡବ୍ଲୁଟିସି) ପ୍ରତମ ସଂସ୍କରଣରେ କେନ୍ ଓ୍ବିଲିୟମସନ୍ଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ଚାମ୍ପିୟନ ହୋଇଛି। ଏହା ଉଇକେଟକିପର ବ୍ୟାଟ୍ସମ୍ୟାନ ବି ଜେ ଓ୍ବାଟଲିଂଙ୍କ କ୍ୟାରିୟରର...
ରୋନାଲ୍ଡୋ ବୋତଲ ହଟାଇବାରୁ କୋକା କୋଲାର ବଡ଼ କ୍ଷତି
ବୁଡାପେଷ୍ଟ,୧୭।୬ (ପି.ଟି.) : ୟୁରୋକପ୍ରେ ପର୍ତ୍ତୁଗାଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ହଙ୍ଗେରୀ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ତାଙ୍କ ଆଗରେ ରଖାଯାଇଥିବା କୋକା...


