ଲଣ୍ଡନ, ୧୧।୬(ପି.ଟି.)-
ୟୁନାଇଟେଡ କିଙ୍ଗ୍ଡମ୍ରେ ଚଳିତ ମାସ ୨୧ରୁ ଆରମ୍ଭ ହେବାକୁ ଯାଉଥିବା ‘ଦି ହଣ୍ଡ୍ରେଡ’ କ୍ରିକେଟ ଟୁର୍ନାମେଣ୍ଟରେ ଭାରତର ୫ ମହିଳା ଖେଳାଳି ଅଂଶଗ୍ରହଣ କରିବେ। ଭାରତୀୟ ଟି୨୦ ଅଧିନାୟିକା ହରମନପ୍ରୀତ କୌର ମାଞ୍ଚେଷ୍ଟର ଅରିଜିନାଲ୍ସ ଏବଂ ଶେଫାଳି ବର୍ମା ବର୍ମିଂହାମ ଫୋଏନିକ୍ସରୁ ପ୍ରତିନିଧିତ୍ୱ କରିବେ। ଅନ୍ୟ ଭାରତୀୟଙ୍କ ମଧ୍ୟରେ ଓପନର ସ୍ମୃତି ମନ୍ଧାନା, ଅଲରାଉଣ୍ଡର ଦୀପ୍ତି ଶର୍ମା ଏବଂ ବ୍ୟାଟ୍ସଓମ୍ୟାନ ଜେମିମା ରୋଡ୍ରିଗ୍ବେଜ ଏହି ୧୦୦ ବଲ୍ ଟୁର୍ନାମେଣ୍ଟରେ ଖେଳିବେ। ପ୍ରତିଯୋଗିତାରେ ୮ ମହିଳା ଓ ପୁରୁଷ ଦଳ ଭାଗନେବେ। ଟି୨୦ ର଼୍ୟାଙ୍କିଙ୍ଗ୍ର ନମ୍ବରଓ୍ବାନ ସ୍ଥାନରେ ଥିବା ୧୭ ବର୍ଷୀୟା ଶେଫାଳି ନ୍ୟୁଜିଲାଣ୍ଡର ସୋଫି ଡିଭାଇନ୍ଙ୍କ ସ୍ଥାନରେ ବର୍ମିଂହାମ ଫୋଏନିକ୍ସରୁ ଖେଳିବେ। ଦୀପ୍ତି ଲଣ୍ଡନ ସ୍ପିରିଟ, ଭାରତୀୟ ଟି୨୦ ଉପ-ଅଧିନାୟିକା ସ୍ମୃତି ସର୍ଦ୍ଦର୍ନ ବ୍ରେଭ୍ ଏବଂ ରୋଡ୍ରିଗ୍ବେଜ ନର୍ଦ୍ଦର୍ନ ସୁପରଚାର୍ଜର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିବେ।
ବିସ୍ଫୋରକ ବ୍ୟାଟିଂ ପାଇଁ ବିଶେଷ ପରିଚିତ ହରମନପ୍ରୀତ ମାଞ୍ଚେଷ୍ଟର ଦଳ ପକ୍ଷରୁ ଉଦ୍ଘାଟନୀ ମ୍ୟାଚ ଖେଳିବେ। ଦି ହଣ୍ଡ୍ରେଡ ଟୁର୍ନାମେଣ୍ଟର ସର୍ବପ୍ରଥମ ଗେମ୍ ଖେଳିବାକୁ ଯାଉଥିବାରୁ ସେ ଖୁବ୍ ଉତ୍ସାହିତ ବୋଲି ହରମନପ୍ରୀତ ପ୍ରକାଶ କରିଛନ୍ତି। ପୂର୍ବରୁ ରୋଡ୍ରିଗ୍ବେଜ, ହରମନପ୍ରୀତ, ସ୍ମୃତି ଓ ଦୀପ୍ତି ୨୦୧୯ରେ ଇଂଲଣ୍ଡ ଆଣ୍ଡ ଓ୍ବେଲ୍ସ କ୍ରିକେଟ ବୋର୍ଡର ଟି୨୦ ଘରୋଇ ଟୁର୍ନାମେଣ୍ଟ କିଆ ସୁପର ଲିଗ୍ (କେଏସ୍ଏଲ)ରେ ଖେଳିଥିଲେ। ଏହି ଟୁର୍ନାମେଣ୍ଟ ଏବେ ‘ଦି ହଣ୍ଡ୍ରେଡ୍’ରେ ପରିଣତ ହୋଇଛି। କୋଭିଡ୍-୧୯ ମହାମାରୀ ଯୋଗୁ ଦି ହଣ୍ଡ୍ରେଡ ଟୁର୍ନାମେଣ୍ଟ ଗତବର୍ଷ ସ୍ଥଗିତ ରହିଥିଲା। ଚଳିତ ମାସ ୨୧ ତାରିଖରେ ଏହା ଆରମ୍ଭ ହେବ। ମାଞ୍ଚେଷ୍ଟର ଓରିଜିନାଲ୍ସ ଏବଂ ଦି ଓଭାଲ ଇନ୍ଭିସିବଲ୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଅନୁଷ୍ଠିତ ହେବ। ”ଭାରତର କେତେକ ସୁପରଷ୍ଟାର କ୍ରିକେଟର ସାମିଲ ହେବା ବହୁ ଖୁସିର କଥା। ଏହା ପ୍ରତିଯୋଗିତାକୁ ଅଧିକ ସଂଘର୍ଷପୂର୍ଣ୍ଣ କରିବ“ ବୋଲି ଦି ହଣ୍ଡ୍ରେଡ ପ୍ରତିଯୋଗିତା ମୁଖ୍ୟ ବେଥ୍ ବେରେଟ-ଓ୍ବିଲ୍ଡ ପ୍ରକାଶ କରିଛନ୍ତି।
ୟୁରୋ କପ୍ ଫୁଟ୍ବଲ: ସ୍ଲୋଭାକିଆର ବିଜୟ ଅଭିଯାନ
ସେଣ୍ଟ ପିଟର୍ସବର୍ଗ,୧୬।୬(ଏପି): ୟୁରୋ କପ୍ ଫୁଟ୍ବଲରେ ସ୍ଲୋଭାକିଆ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ସ୍ଥାନୀୟ କ୍ରେସୋଭସ୍କି ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ମ୍ୟାଚ୍ରେ ସ୍ଲୋଭାକିଆ ୨-୧...
ଡବ୍ଲ୍ୟୁଟିସି ଫର୍ମାଟରେ ପରିବର୍ତ୍ତନ ଚାହାନ୍ତି ସଚିନ
ନୂଆଦିଲ୍ଲୀ,୧୫।୬: ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନଠାରେ ଟେଷ୍ଟ ଫର୍ମାଟର ସବୁଠୁ ବଡ଼ ସମ୍ମାନ ପାଇଁ ଲଢ଼େଇ କରିବେ ନ୍ୟୁଜିଲାଣ୍ଡ ଓ ଟିମ୍ ଇଣ୍ଡିଆ। ବିଜେତାଙ୍କୁ ଟେଷ୍ଟ...
ୟୁଏସ୍ ଓପନ ଟେନିସ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି
ନ୍ୟୁୟର୍କ, ୧୮ା୬(ଏପି)- ଚଳିତ ବର୍ଷର ଶେଷ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତା ୟୁଏସ୍ ଓପନ୍ରେ ଶତପ୍ରତିଶତ ଦର୍ଶକଙ୍କୁ ଅନୁମତି ମିଳିବ। କରୋନା ଭାଇରସ୍ ମହାମାରୀ ଯୋଗୁ ଗତବର୍ଷ...
ଟୋକିଓ ଅଲିମ୍ପିକ୍ସ: ବିନା ଦର୍ଶକରେ ଏବେ ସୁଦ୍ଧା ବିକଳ୍ପ ରହିଛି
ଟୋକିଓ, ୨୬ା୬ (ଏପି)-ବିନା ଦର୍ଶକରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ଏବେ ସୁଦ୍ଧା ବିକଳ୍ପ ପନ୍ଥା ରହିଛି। ଆୟୋଜକ କମିଟି ସଭାପତି ସିକୋ ହାସିମୋତୋ ଶୁକ୍ରବାର ପ୍ରକାଶ...
ମାତ୍ର ଗୋଟିଏ ବିଜୟ..ଇତିହାସ ରଚିଦେବ ଭାରତୀୟ ଦଳ
ଲଣ୍ଡନ,୧୮।୬: ୧୯୮୩ରେ ଭାରତୀୟ ଦଳ ପ୍ରଥମଥର ପାଇଁ ବିଶ୍ୱକପ୍ ଜିତି ଇତିହାସ ରଚିଥିଲା। ଏହାପରେ ୨୦୦୭ରେ ଟି-୨୦ ବିଶ୍ୱକପ୍, ୨୦୧୧ରେ ଦ୍ୱିତୀୟଥର ଦିନିକିଆ ବିଶ୍ୱକପ୍ ବିଜେତା...
ମାତ୍ର ୩ ରନ୍ ଯୋଗୁ ଇତିହାସ ରଚିବାରୁ ବଞ୍ଚିତ ହୋଇଥିଲେ ସେହ୍ବାଗ-ଦ୍ରାବିଡ ଯୋଡ଼ି: ହେଲେ ଛିଡ଼ା ହୋଇ ତାଳି ମାରିଥିଲେ ଦର୍ଶକ
ନୂଆଦିଲ୍ଲୀ,୨୫।୬: ୧୫ ବର୍ଷ ପୂର୍ବେ ବିରେନ୍ଦ୍ର ସେହଓ୍ବାଗ୍- ରାହୁଲ ଦ୍ରାବିଡଙ୍କ ଯୋଡ଼ି ପାକିସ୍ତାନ ବିପକ୍ଷରେ ଜାନୁୟାରୀ ୧୭ରେ ଉଲ୍ଲେଖନୀୟ ଓପନିଂ ଭାଗିଦାରୀ କରିଥିଲେ। ଉଭୟଙ୍କ ଖେଳ...
କ୍ରୀଡ଼ା ମହଲରେ ଶୋକ
ଚଣ୍ଡିଗଡ଼, ୨୦ା୬ (ପି.ଟି.)-ମିଲ୍ଖାଙ୍କ ଦେହାନ୍ତରେ କ୍ରୀଡ଼ା ମହଲରୁ ଶୋକବାର୍ତ୍ତାର ସୁଅ ଛୁଟିବାରେ ଲାଗିଛି। ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲିଙ୍କଠାରୁ ଆରମ୍ଭ କରି କିମ୍ବଦନ୍ତୀ ଭାରତୀୟ...
ମୁସ୍ଫିକର, ବ୍ରାଇସ୍ ପ୍ଲେୟର ଅଫ୍ ଦି ମନ୍ଥ୍
ଦୁବାଇ, ୧୪ା୬ (ପି.ଟି.)-ବାଂଲାଦେଶର ପୂର୍ବତନ ଅଧିନାୟକ ମୁସ୍ଫିକର ରହିମ ଓ ସ୍କଟିଶ ଅଲ୍ରାଉଣ୍ଡର କ୍ୟାଥରିନ୍ ବ୍ରାଇସ୍ ଯଥାକ୍ରମେ ପୁରୁଷ ଓ ମହିଳା ବର୍ଗରେ ଆଇସିସି ପ୍ଲେୟର...


