E-Paper
  • logo
  • Monday 15th June 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଖେଳ

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ ଦଳରେ ନେମାର, ସିଲ୍‌ଭା ସାମିଲ
9:05 amJune 11, 2021

ସାଓ ପାଉଲୋ,୧୧।୬(ଏପି): କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ବ୍ରାଜିଲ ଏକ ୨୪ ଜଣିଆ ଦଳ ଘୋଷଣା କରିଛି। ତାରକା ଷ୍ଟ୍ରାଇକର ନେମାର ଓ ଅଭିଜ୍ଞ ଡିଫେଣ୍ଡର ଥିଆଗୋ ସିଲଭାଙ୍କୁ ଏହି ଦଳରେ ସାମିଲ କରାଯାଇଛି।
ହେଡ୍‌ କୋଚ୍‌ ଟିଟେ ବୁଧବାର ଏହି ଦଳ ଘୋଷଣା କରିଛନ୍ତି। ଏହି ଟୁର୍ନାମେଣ୍ଟ ରବିବାର ଆରମ୍ଭ ହେବାକୁ ଯାଉଛି। କୋଭିଡ୍‌-୧୯ କାରଣରୁ କଲମ୍ବିଆ ଓ ଆର୍ଜେଣ୍ଟିନା ଏହି ଟୁର୍ନାମେଣ୍ଟ ଆୟୋଜନରୁ ଓହରିଯାଇଥିଲେ। ଏହାପରେ ବ୍ରାଜିଲକୁ ଏହି ଆୟୋଜନ ଅଧିକାର ମଳିଥିଲା। ଟୋକିଓ ଅଲିମ୍ପିକ୍ସ ଖେଳିବାକୁ ନେମାର ଇଚ୍ଛା ପ୍ରକାଶ କରିଥିଲେ। ତେବେ ଦୁଇଟି ଯାକ ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରିବା ଅସମ୍ଭବ ମନେ ହେଉଛି। ୨୦୧୬ ରିଓ ଅଲିମ୍ପିକ୍ସରେ ଘରୋଇ ପରିବେଶରେ ନେମାରଙ୍କ ନେତୃତ୍ୱରେ ବ୍ରାଜିଲ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଜୁଲାଇ ୧୦ରେ ଐତିହାସିକ ମାରାକାନା ଷ୍ଟାଡିୟମରେ କୋପା ଆମେରିକା ଫାଇନାଲ ମ୍ୟାଚ୍‌ ଖେଳାଯିବ। ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ମ୍ୟାଚ୍‌ ଜୁଲାଇ ୨୨ ତାରିଖରେ ୟୋକୋହାମାରେ ଖେଳାଯିବ ଏବଂ ଏଥିରେ ଜର୍ମାନୀ ଓ ବ୍ରାଜିଲ ମୁହଁାମୁହିଁ ହେବେ। ସେହିପରି ଫାଇନାଲ ଅଗଷ୍ଟ ୭ ତାରିଖରେ ଖେଳାଯିବ।
କୋପା ଆମେରିକାରେ ବ୍ରାଜିଲ ଭେନେଜୁଆଲ ବିପକ୍ଷରୁ ଅଭିଯାନ ଆରମ୍ଭ କରିବ। ବିନା ଦର୍ଶକରେ ଏହି ମ୍ୟାଚ୍‌ ଖେଳାଯିବ। କୋଭିଡ୍‌-୧୯ ମହାମାରୀ ପ୍ରକୋପ ଜାରି ରହିବା ସତ୍ତ୍ୱେ ବ୍ରାଜିଲ ଏହି ଟୁର୍ନାମେଣ୍ଟ ଆୟୋଜନ କରୁଥିବାରୁ ଖେଳାଳିମାନେ ନିଜ ଦେଶରେ କଡ଼ା ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଘୋଷିତ ଦଳରେ ଯୁବ ଓ ଅଭିଜ୍ଞ ଖେଳାଳିମାନଙ୍କୁ ସାମିଲ କରାଯାଇଛି। ବାର୍ସେଲୋନର ଇମର୍ସନ ଆହତ ହୋଇଥିବା ଡାନି ଆଲଭେସଙ୍କ ବଦଳରେ ଦଳରେ ସ୍ଥାନ ପାଇଛନ୍ତି। ଇଞ୍ଜୁରି କାରଣରୁ ବେନିଫିକାର ଲୁକାସ ଭେରିସିମୋ ବାଦ୍‌ ପଡିଛନ୍ତି। ତାଙ୍କ ସ୍ଥାନରେ ଆଟଲେଟିକୋ ମାଡ୍ରିଡ୍‌ ଫେଲିଫ ସାମିଲ ହୋଇଛନ୍ତି। ଦଳରେ ଚେଲସି ଡିଫେଣ୍ଡର ଥିଆଗୋ ସିଲ୍‌ଭା, ଲିୟନ ମିଡ୍‌ଫିଲ୍ଡର ଲୁକାସ ପାକ୍ୱୋଟା ସ୍ଥାନ ପାଇଛନ୍ତି।

 


[mc4wp_form id="252536"] All Right Reserved By Dharitri.Com

Posted inଖେଳ View All

‘ଟିଭିରେ ସଚିନଙ୍କୁ ଦେଖି ଶିଖିଥିଲି ଷ୍ଟ୍ରେଟ୍‌ ଡ୍ରାଇଭ୍‌’

ନୂଆଦିଲ୍ଲୀ,୯।୬ : ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସିଗନେଚର ଷ୍ଟ୍ରେଟ୍‌ ଡ୍ରାଇଭ ଓ ବ୍ୟାକଫୁଟ ପଞ୍ଚ ଟିଭିରେ ଦେଖି ଶିଖିଥିଲେ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର...

ରାଉଣ୍ଡ ଅଫ୍‌ ୧୬ରେ କ୍ରୋଏସିଆ: ୟୁରୋକପ୍‌ରୁ ସ୍କଟ୍‌ଲାଣ୍ଡ ଆଉଟ

ଗ୍ଲାସଗୋ,୨୪।୬: ୟୁରୋକପ୍‌ରେ କ୍ରୋଏସିଆ ନକ୍‌ଆଉଟ ପର୍ଯ୍ୟାୟକୁ ଉଠିଛି। ମଙ୍ଗଳବାର ଅନୁଷ୍ଠିତ ଗ୍ରୁପ୍‌ ଡି’ ମୁକାବିଲାରେ କ୍ରୋଏସିଆ ୩-୧ ଗୋଲରେ ସ୍କଟ୍‌ଲାଣ୍ଡକୁ ହରାଇ ଏହି ସଫଳତା ପାଇଛି।...

ଅନୁରୋଧ ପରେ ଟିମ୍‌ ଇଣ୍ଡିଆକୁ ମିଳିଲା ଅଭ୍ୟାସ ମ୍ୟାଚ୍‌

ମୁମ୍ବାଇ,୨୬।୬: ଅଗଷ୍ଟ ୪ରୁ ଆରମ୍ଭ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପୂର୍ବରୁ ଟିମ୍‌ ଇଣ୍ଡିଆ ହାତରେ ପ୍ରାୟ ୪୦ ଦିନ ରହିଛି। ଏହି...

ରୋନାଲ୍ଡୋ ବୋତଲ ହଟାଇବାରୁ କୋକା କୋଲାର ବଡ଼ କ୍ଷତି

ବୁଡାପେଷ୍ଟ,୧୭।୬ (ପି.ଟି.) : ୟୁରୋକପ୍‌ରେ ପର୍ତ୍ତୁଗାଲ ସୁପରଷ୍ଟାର କ୍ରିଷ୍ଟିଆନୋ ରୋନାଲ୍ଡୋ ହଙ୍ଗେରୀ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ତାଙ୍କ ଆଗରେ ରଖାଯାଇଥିବା କୋକା...

ଶେଫାଳିଙ୍କ ବିରଳ କୃତିତ୍ୱ

ବ୍ରିଷ୍ଟଲ, ୧୯।୬-ଏଠାରେ ଚାଲିଥିବା ଏକମାତ୍ର ମହିଳା କ୍ରିକେଟ ଟେଷ୍ଟରେ ଭାରତୀୟ ଦଳ ସଂଘର୍ଷ କରୁଥିଲେ ହେଁ ବ୍ୟକ୍ତିଗତ ଭାବେ ଶେଫାଳି ବର୍ମା ଚମତ୍କାର ପ୍ରଦର୍ଶନ ଅବ୍ୟାହତ...

ସାଉଥାମ୍ପଟନରେ ପହଞ୍ଚିଲା ଟିମ୍‌ ଇଣ୍ଡିଆ

ଲଣ୍ଡନ, ୩।୬:ଆସନ୍ତା ୧୮ ତାରିଖରେ ସାଉଥାମ୍ପଟନର ଏଜେସ ବାଉଲ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲ ଖେଳିବା ପାଇଁ...

ଦ୍ୱିତୀୟ ଟେଷ୍ଟ: ନ୍ୟୁଜିଲାଣ୍ଡ ବିଜୟର ନିକଟତର

ବର୍ମିଂହାମ,୧୩।୬: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ସ୍ଥିତି ଆହୁରି ଦୃଢ଼ କରି ବିଜୟର ନିକଟତର ହୋଇଛି। ପ୍ରଥମ ଇନିଂସରେ ଇଂଲଣ୍ଡକୁ ୩୦୩...

ରୋହିତ ଶର୍ମାଙ୍କୁ ଥଟ୍ଟାରେ ଏମିତି କହିଦେଲେ ସ୍ତ୍ରୀ

ସାଉଥାମ୍ପଟନ,୨୧।୬: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିଏସି ଫାଇନାଲ)ର ହାଇ ଭୋଲଟେଜ ଫାଇନାଲ ମ୍ୟାଚ ସାଉଥାମ୍ପଟନ୍‌ରଠାରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ବର୍ଷା ବାଧାପ୍ରାପ୍ତ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
କ୍ରାକ୍‌ଜିକ୍‌-ସାଲିସବୁରୀ ଚାମ୍ପିୟନ
Next Post Next post:
କୋଭିଡ୍‌ କର୍ଫ୍ୟୁ ଯୋଗୁ ଫ୍ରେଞ୍ଚ୍‌ ଓପନ ପ୍ରେମୀଙ୍କ ଅସନ୍ତୋଷ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts