ଚା ଗଛର ପତ୍ରରୁ ସ୍ବାଦିଷ୍ଟ ଚା ପିଇବାରେ ଆମେ ଅଭ୍ୟସ୍ତ। କିନ୍ତୁ ବାମ୍ବୋ ଲିଫ୍ ଟି ବା ବାଉଁଶ ପତ୍ର ଚା କେବେ ପିଇଛନ୍ତି କି? ଏମିତି ଚା ପ୍ରସ୍ତୁତ କରୁଛନ୍ତି ତ୍ରିପୁରାର ସମୀର ଜାମାତିଆ। ବାଉଁଶପତ୍ର ଚା’କୁ ସେ ୟୁରୋପ ଏବଂ ଇଂଲଣ୍ଡକୁ ରପ୍ତାନି କରୁଛନ୍ତି। ଏକ କେଜି ଚା ମୂଲ୍ୟ ୧୨୦ ଟଙ୍କା। ଏବେ ସୁଦ୍ଧା ସେ ୬୦୦ କେଜି ଚା ରପ୍ତାନି କରିସାରିଲେଣି। ସମୀରଙ୍କ ବୟସ ୩୬। ତାଙ୍କ ଘର ଗୋମତି ଜିଲା ଗରଜି ଗାଁରେ। ସେ ମଧ୍ୟ ବାଉଁଶରୁ ବିଭିନ୍ନ ଉପତ୍ାଦ ନିର୍ମାଣ କରନ୍ତି। ତାଙ୍କୁ ବାମ୍ବୋ ଟେକ୍ନୋଲୋଜିଷ୍ଟ ଭାବେ ସମସ୍ତେ ଜାଣନ୍ତି। ସେ ଚାଇନାରେ ବାମ୍ବୋ ଟେକ୍ନୋଲୋଜିରେ ଡିପ୍ଲୋମା କରିଛନ୍ତି। ୨୦୦୮ରେ ଚାଇନାରୁ ଫେରି ସେ ଏହି ଚା ପ୍ରସ୍ତୁତ କରିବାକୁ ଅନୁସନ୍ଧାନ ଚଳାଇ ଶେଷରେ ସଫଳ ହୋଇଛନ୍ତି । ଏହାବାଦ୍ ବାଉଁଶର ଉପଯୋଗିତା ସମ୍ପର୍କରେ ଜାଣିବା ଲାଗି ସେ କାମ୍ବୋଡିଆ ଏବଂ ଭିଏଟ୍ନାମ ଯାଇଛନ୍ତି। ତ୍ରିପୁରାରେ ୩୦ ପ୍ରକାର ବାଉଁଶ ରହିଛି ଓ ପ୍ରତ୍ୟେକରୁ ପ୍ରସ୍ତୁତ ଚା’ର ସ୍ବାଦ ଭିନ୍ନ ବୋଲି କହନ୍ତି ସମୀର। କଅଁଳିଆ ବାଉଁଶ ପତ୍ର ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ସଂଗ୍ରହ କରି ସେ ଚା ପ୍ରସ୍ତୁତ କରୁଛନ୍ତି। ଏଭଳି ଚା ପ୍ରସ୍ତୁତ କରିବା ପଛରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଅବଦୁଲ କଲାମଙ୍କ ପ୍ରେରଣା ରହିଛି ବୋଲି ସମୀର କହନ୍ତି । ପୂର୍ବୋତ୍ତର ରଜ୍ୟରେ ବାଉଁଶ କାରିଗରି ଉପରେ ଡ. କଲାମ ତାଙ୍କୁ ସମ୍ମାନିତ କରିବା ଅବସରରେ ତାଙ୍କଠାରୁ ସେ ଏଭଳି ପ୍ରେରଣା ଲାଭ କରିଥିଲେ।
ବଡ଼ ଝଟକା
ଏୟାର ଇଣ୍ଡିଆର ପୁଞ୍ଜିପ୍ରତ୍ୟାହାର ବା ଘରୋଇକରଣ ପ୍ରକ୍ରିୟା ଅଟକି ରହିଛି। କୋଭିଡ୍ ମହାମାରୀ ଏହାକୁ ଆହୁରି ବିଳମ୍ବ ବି କରିଦେଇଛି। ଜଟିଳ ପରିସ୍ଥିତିରେ ଥିବା ଏୟାର...
ଟେକ୍ ରିପୋର୍ଟର
କେ ବଳ ଭାରତ ନୁହେଁ, ଏସିଆ ମହାଦେଶର ଅଧିକାଂଶ ମାତାପିତା ସେମାନଙ୍କ ପିଲାଙ୍କ ଭବିଷ୍ୟତ ଓ ବୃତ୍ତିଗତ ଜୀବନ ନେଇ ଯେଉଁ ଆକାଂକ୍ଷା ରଖିଥାଆନ୍ତି ସେଥିରେ...
ଏଇ ଭାରତରେ
ପେସାରେ ଅଟୋଚାଳକ ହେଲେ ମଧ୍ୟ ହୃଦୟରେ ସେବାର ସ୍ଥାନ ବହୁ ଉଚ୍ଚରେ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଅକ୍ଷୟ ସଞ୍ଜୟ କୋଥଓ୍ବାଲେ। ପୁଣେରେ ରହନ୍ତି ଓ...
ଚିରାଗଙ୍କ ବଂଶ
ଲିଗାସି ବା ବଂଶକୁଳ ସୂତ୍ରରେ ମିଳିଥିବା ଅଧିକାରକୁ ଜଣେ ଠିକ୍ ଭାବେ ଉପଯୋଗ କରିପାରିଲେ ତାଙ୍କର ମର୍ଯ୍ୟାଦା ବଢ଼ିଥାଏ। ଭାରତୀୟ ରାଜନୀତିରେ ଲିଗାସିର ବଡ଼ ଭୂମିକା...
ଜରୁରୀ ସ୍ଥିତି ପାଇଁ ଏକଚ୍ଛତ୍ରବାଦ ଦାୟୀ
ଅମିତ ଶାହା ୪୬ ବର୍ଷ ପୂର୍ବେ ଭାରତର ଇତିହାସରେ ଏକ କଳା ଅଧ୍ୟାୟ ଲେଖା ହୋଇଥିଲା। ସେହି ସମୟରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାର...
କଲେ ମଲ, ନ କଲେ ଭଲ
ରଞ୍ଜନ କୁମାର ଦାସ ଶାସନତନ୍ତ୍ରର ଦକ୍ଷତା ସଦାସର୍ବଦା ପ୍ରମାଣିତ ହୁଏ ତା’ର କର୍ମତପତ୍ରତା ଓ ତା’ର ଫଳପ୍ରସବର ମାତ୍ରାକୁ ନେଇ। ତେଣୁ ଶାସନ ବ୍ୟବସ୍ଥାରେ ନେତା...
ପ୍ରତିବାଦର ସ୍ବର
ଆକାର ପଟେଲ କେନ୍ଦ୍ରରେ ଭାଜପା ସରକାରଙ୍କ ଦ୍ୱିତୀୟ ପାଳିର ତୃତୀୟ ବର୍ଷରେ ଆମେ ପଦାର୍ପଣ କରିଛୁ । ସରକାରକୁ ନେଇ ଆଗକୁ ଆଲୋଚନା ଭିନ୍ନ ମୋଡ଼...
ପରିସଂସ୍ଥାର ପୁନରୁଦ୍ଧାର ହେଉ
ଡ. ଦେବାନନ୍ଦ ବେଉରା ଏହା କହିବା ବାହୁଲ୍ୟ ଯେ, ଆଜିର ପିଢ଼ି ପରିସଂସ୍ଥା କହିଲେ କିଛି ବୁଝନ୍ତି ନାହିଁ। ଅବଶ୍ୟ କିଛି ଓଡ଼ିଆ ଶବ୍ଦର ସ୍ବଳ୍ପ...


