ଚା ଗଛର ପତ୍ରରୁ ସ୍ବାଦିଷ୍ଟ ଚା ପିଇବାରେ ଆମେ ଅଭ୍ୟସ୍ତ। କିନ୍ତୁ ବାମ୍ବୋ ଲିଫ୍ ଟି ବା ବାଉଁଶ ପତ୍ର ଚା କେବେ ପିଇଛନ୍ତି କି? ଏମିତି ଚା ପ୍ରସ୍ତୁତ କରୁଛନ୍ତି ତ୍ରିପୁରାର ସମୀର ଜାମାତିଆ। ବାଉଁଶପତ୍ର ଚା’କୁ ସେ ୟୁରୋପ ଏବଂ ଇଂଲଣ୍ଡକୁ ରପ୍ତାନି କରୁଛନ୍ତି। ଏକ କେଜି ଚା ମୂଲ୍ୟ ୧୨୦ ଟଙ୍କା। ଏବେ ସୁଦ୍ଧା ସେ ୬୦୦ କେଜି ଚା ରପ୍ତାନି କରିସାରିଲେଣି। ସମୀରଙ୍କ ବୟସ ୩୬। ତାଙ୍କ ଘର ଗୋମତି ଜିଲା ଗରଜି ଗାଁରେ। ସେ ମଧ୍ୟ ବାଉଁଶରୁ ବିଭିନ୍ନ ଉପତ୍ାଦ ନିର୍ମାଣ କରନ୍ତି। ତାଙ୍କୁ ବାମ୍ବୋ ଟେକ୍ନୋଲୋଜିଷ୍ଟ ଭାବେ ସମସ୍ତେ ଜାଣନ୍ତି। ସେ ଚାଇନାରେ ବାମ୍ବୋ ଟେକ୍ନୋଲୋଜିରେ ଡିପ୍ଲୋମା କରିଛନ୍ତି। ୨୦୦୮ରେ ଚାଇନାରୁ ଫେରି ସେ ଏହି ଚା ପ୍ରସ୍ତୁତ କରିବାକୁ ଅନୁସନ୍ଧାନ ଚଳାଇ ଶେଷରେ ସଫଳ ହୋଇଛନ୍ତି । ଏହାବାଦ୍ ବାଉଁଶର ଉପଯୋଗିତା ସମ୍ପର୍କରେ ଜାଣିବା ଲାଗି ସେ କାମ୍ବୋଡିଆ ଏବଂ ଭିଏଟ୍ନାମ ଯାଇଛନ୍ତି। ତ୍ରିପୁରାରେ ୩୦ ପ୍ରକାର ବାଉଁଶ ରହିଛି ଓ ପ୍ରତ୍ୟେକରୁ ପ୍ରସ୍ତୁତ ଚା’ର ସ୍ବାଦ ଭିନ୍ନ ବୋଲି କହନ୍ତି ସମୀର। କଅଁଳିଆ ବାଉଁଶ ପତ୍ର ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ସଂଗ୍ରହ କରି ସେ ଚା ପ୍ରସ୍ତୁତ କରୁଛନ୍ତି। ଏଭଳି ଚା ପ୍ରସ୍ତୁତ କରିବା ପଛରେ ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ଅବଦୁଲ କଲାମଙ୍କ ପ୍ରେରଣା ରହିଛି ବୋଲି ସମୀର କହନ୍ତି । ପୂର୍ବୋତ୍ତର ରଜ୍ୟରେ ବାଉଁଶ କାରିଗରି ଉପରେ ଡ. କଲାମ ତାଙ୍କୁ ସମ୍ମାନିତ କରିବା ଅବସରରେ ତାଙ୍କଠାରୁ ସେ ଏଭଳି ପ୍ରେରଣା ଲାଭ କରିଥିଲେ।
କରୋନା କୁଟିର
ସମରେନ୍ଦ୍ର ବଳିଆରସିଂହ କରୋନା ଗୋଟେ କାଳର ନାଁ, ‘ସାକ୍ଷାତ ଯମ’। କାହାକୁ ନେଇଯାଇଛି ତ, କାହା ଦେହରେ ହାତ ଆଉଁସି ପଳେଇ ଯାଇଛି। କି...
ଇନ୍ଧନ ଟିକସ କ’ଣ ଏକମାତ୍ର ବିକଳ୍ପ
ଡ. ସନ୍ତୋଷ କୁମାର ମହାପାତ୍ର ତୈଳ ବା ଇନ୍ଧନ ବିନା ପାଦେ ଆଗକୁ ଯିବା ଅସମ୍ଭବ। ଏହାର ମୂଲ୍ୟବୃଦ୍ଧି ଘଟିଲେ ଧନୀ ଓ ଗରିବ ସମସ୍ତେ...
ଅନ୍ନଚିନ୍ତା ଚମତ୍କାର
ଚିତ୍ର ଚରିତ୍ର/ ଅଧ୍ୟାପକ ନିରଞ୍ଜନ ପାଢ଼ୀ କିଏ ଜଣେ କହିଥିଲେ ପରା, ‘ପେଟରେ ଯଦି ଭୋକ ନ ଥାଆନ୍ତା, ତେବେ ସଜୀବ ଓ ନିର୍ଜୀବ ମଧ୍ୟରେ...
ସୁଧାର ଆଧାର ସଙ୍ଗୀତ ସୁଧାକର
ପ୍ରଫୁଲ୍ଲ କର ପ୍ରାଣହୀନ ସଙ୍ଗୀତ ବୃକ୍ଷହୀନ ଟାଙ୍ଗରା ଭୂଇଁ ପରି। ପ୍ରାଣ ନ ଥିବା ସଙ୍ଗୀତ ପାଗଳର ପ୍ରଳାପ ପରି ବୋଧହୁଏ। ତେବେ ସଙ୍ଗୀତ ସୁଧାକର...
ଏଇ ଭାରତରେ
ଗୋଟିଏ ପାଖରେ ଚାକିରିର ଗୁରୁଦାୟିତ୍ୱ ଓ ଅନ୍ୟପଟେ ଅସହାୟଙ୍କ ସେବା ମଧ୍ୟରେ ସମନ୍ବୟ ରକ୍ଷା କରି ଆଗକୁ ବଢ଼ୁଛନ୍ତି ହରିୟାଣାର ଆଇପିଏସ୍ ଅଧିକାରୀ ଶ୍ରୀକାନ୍ତ ଯାଦବ।...
ଏଇ ଭାରତରେ
କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହରରେ ଦେଶକୁ ଅକ୍ସିଜେନ ଅଭାବର ସାମ୍ନା କରିବାକୁ ପଡ଼ିଛି। ତେବେ ସରକାରୀ ସ୍ତରରେ ଏହି ସଙ୍କଟ ଦୂର କରିବା ଲାଗି ପଦକ୍ଷେପ...
ଏଇ ଭାରତରେ
ବର୍ଜ୍ୟ ଉପଯୋଗ କରି ପରିବେଶ ଉପଯୋଗୀ ସିମେଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଜାମିଆ ମିଲିଆ ଇସ୍ଲାମିଆ ଏବଂ ଆଲିଗଡ଼ ମୁସଲିମ ୟୁନିଭର୍ସିଟି (ଉତ୍ତରପ୍ରଦେଶ)ର ପ୍ରାଧ୍ୟାପକମାନେ। ସେମାନଙ୍କ...
କରୋନା ଓ ଏକ୍ମୋ ଯନ୍ତ୍ର
ଡା.ପ୍ରଫୁଲ୍ଲ କୁମାର ଦାସ ସମ୍ପ୍ରତି ରାଜ୍ୟରେ କୋଭିଡ୍ ସ୍ଥିତି ଅତି ଉଦ୍ବେଗଜନକ ରହିଛି ଓ ପ୍ରତିଦିନ ଫୁସ୍ଫୁସ୍ଜନିତ ସଂକ୍ରମଣ କାରଣରୁ ଅନେକ ଲୋକଙ୍କର ପ୍ରାଣହାନି ଘଟୁଛି।...


