ପୁରୀ ଅଫିସ, ୧୧।୬: କରୋନା ମହାମାରୀ ଯୋଗୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ବିନା ଭକ୍ତରେ କରିବା ପାଇଁ ଗୁରୁବାର ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏହି ଘୋଷଣାକୁ ସେବାୟତମାନେ ସ୍ବାଗତ କରିଥିବା ବେଳେ ଏ ନେଇ ପ୍ରଶାସନ ପ୍ରସ୍ତୁତି ଆରମ୍ଭ କରିବ ବୋଲି ଜିଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି। ଜିଲାପାଳ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ରଥଯାତ୍ରା ବିନା ଭକ୍ତରେ ହେବ। ପୁରୀ ଜିଲାରେ ଏବେ ବି ସଂକ୍ରମଣର ମାତ୍ରା ଅଧିକ ରହିଛି। ଏଣୁ କୋଭିଡ୍ ଗାଇଡ୍ଲାଇନ୍ ମାନି ରଥଯାତ୍ରା ଆୟୋଜନ ଲାଗି ପଦକ୍ଷେପ ନିଆଯିବ। ଏନେଇ ଜିଲା ପ୍ରଶାସନ ପ୍ରସ୍ତୁତ ରହିଛି। ରଥ ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ଅନୁଯାୟୀ ଚାଲିଥିବାବେଳେ ଠିକ ସମୟରେ ଶେଷ ହେବ ବୋଲି ଆଶା ରହିଛି। ଆପାତତଃ ସମସ୍ତ ସେବାୟତଙ୍କର ପ୍ରଥମ ପର୍ଯ୍ୟାୟ ଟିକାକରଣ ସରିଛି। ଖୁବ୍ଶୀଘ୍ର ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ କରାଯିବ। ଯେଉଁ ସେବାୟତ ଓ କର୍ମଚାରୀମାନେ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହେବେ, ସେମାନଙ୍କ ପାଇଁ ଆର୍ଟି-ପିସିଆର୍ ଟେଷ୍ଟ ବାଧ୍ୟତାମୂଳକ। ଯେଉଁମାନେ କୋଭିଡ୍ ନେଗେଟିଭ୍ ହେବେ କେବଳ ସେମାନଙ୍କୁ ହିଁ ରଥଯାତ୍ରା କାର୍ଯ୍ୟରେ ନିୟୋଜିତ ହେବାର ସୁଯୋଗ ମିଳିବ। ରଥଯାତ୍ରା ପରିଚାଳନା ଲାଗି ଜିଲା ପ୍ରଶାସନ ଏକ ଏସ୍ଓପି ପ୍ରସ୍ତୁତ କରିବ। ଏ ନେଇ ସମସ୍ତ ଅଂଶୀଦାରଙ୍କ ପରାମର୍ଶ ନିଆଯିବ। ପୁରୀ ସହରବାସୀ ବଡ଼ଦାଣ୍ଡକୁ ନ ଆସି ଯେଭଳି ଘରେ ରହି ସିଧା ପ୍ରସାରଣ ମାଧ୍ୟମରେ ରଥଯାତ୍ରା ଦେଖିପାରିବେ ତାହା ସୁନିଶ୍ଟିତ କରିବା ଜିଲା ପ୍ରଶାସନ ପାଇଁ ଏକ ବଡ଼ ଆହ୍ବାନ। ସେହିପରି ମେକାପ, ଖୁଣ୍ଟିଆ ଓ ପୂଜାପଣ୍ଡା ସେବାୟତଙ୍କ ସହ ସ୍ନାନଯାତ୍ରା ନେଇ ଆଲୋଚନା ହୋଇଛି। ଶ୍ରଦ୍ଧାଳୁଙ୍କ ବିନା ଉପସ୍ଥିତିରେ ଦେବସ୍ନାନ କରିବା ପାଇଁ ସେବାୟତମାନେ ମତ ରଖୁଛନ୍ତି। ଏନେଇ ଆଗାମୀ ଦିନରେ ବୈଠକ ହେବ। କେଉଁ ନିଯୋଗରୁ କେତେଜଣ ସେବାୟତଙ୍କ ଦ୍ୱାରା ସ୍ନାନଯାତ୍ରା କରାଯିବ, ସେ ସଂକ୍ରାନ୍ତରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଜିଲାପାଳ କହିଛନ୍ତି।
ଅନ୍ୟପକ୍ଷରେ ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର କହିଛନ୍ତି, କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ରଥଯାତ୍ରା ଆୟୋଜନ ଲାଗି ରାଜ୍ୟ ସରକାରଙ୍କ ଘୋଷଣା ସ୍ବାଗତଯୋଗ୍ୟ। ମାତ୍ର ଏସ୍ଓପିରେ ଅନେକ ପ୍ରସଙ୍ଗକୁ ନେଇ ସମ୍ବେଦନଶୀଳ ଭାବେ ବିଚାର କରାଯିବା ଆବଶ୍ୟକ। ସ୍ନାନଯାତ୍ରା ଓ ରଥଯାତ୍ରା ବେଳକୁ ଅନେକ ସେବାୟତଙ୍କର ପ୍ରଥମ ଡୋଜ୍ ଟିକାକରଣକୁ ୪୨ ଦିନର ଅବଧି ପୂରଣ ହୋଇ ନ ଥିବ। ଏଣୁ ରାଜ୍ୟ ସରକାର ନିୟମ କୋହଳ କଲେ ସମ୍ପୃକ୍ତ ସେବାୟତମାନେ କୋଭିଡ୍ ଟିକାର ୨ୟ ଡୋଜ୍ ନେଇପାରନ୍ତେ। ସେହିପରି ଶ୍ରୀମନ୍ଦିର ଏବଂ ପୁରୀ ଜିଲା ପ୍ରଶାସନ ମିଳିତ ଭାବେ ବିଭିନ୍ନ ନିଯୋଗର କେତେ ସଂଖ୍ୟକ ସେବକ ସ୍ନାନଯାତ୍ରା ଓ ରଥଯାତ୍ରାରେ ନିୟୋଜିତ ହେବେ, ତାହା ନିର୍ଦ୍ଧାରଣ କରିବା ଉଚିତ। ଦଇତାପତି ସେବାୟତମାନେ ବର୍ଷକରେ ଗୋଟିଏ ମାସ ମହାପ୍ରଭୁଙ୍କ ସେବା କରିବାର ସୁଯୋଗ ପାଆନ୍ତି। ଏହାବ୍ୟତୀତ ଦଇତାପତିଙ୍କ ସେବା ହେଉଛି ଗୋଷ୍ଠୀସେବା। ତେଣୁ ଦଇତାପତିଙ୍କ ସଂଖ୍ୟାରେ କାଟଛାଣ୍ଟକୁ ଗ୍ରହଣ କରାଯିବ ନାହିଁ। ପୂର୍ବରୁ ଯେତିକି ଦଇତାପତି ସେବାରେ ଲାଗୁଥିଲେ ଏବେ ମଧ୍ୟ ସେତିକି ସେବାୟତଙ୍କୁ ଅନୁମତି ମିଳିବା ଦରକାର। ଅନ୍ୟପକ୍ଷରେ ଦଇତାପତି ସେବାୟତମାନେ ମାସେ ରୋଜଗାର ଆଣିଲେ ବର୍ଷେ ଚଳନ୍ତି। ଏବେ କରୋନା ଯୋଗୁ ଦାନ ଦକ୍ଷିଣା ମିଳୁ ନାହିଁ। ଏଣୁ ପ୍ରଶାସନ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନେଉ ବୋଲି ଦାସମହାପାତ୍ର କହିଛନ୍ତି।
Posted inଆମ ଜିଲା ଖବର, ପୁରୀ, ରାଜ୍ୟ View All
ବାହାରେ ପଡ଼ିଥିଲା ତାଲା: ଭିତରେ ଚାଲିଥିଲା ବେପାର; ଆଉ ତା’ ପରେ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଦୋକାନ ବାହାରେ ପଡ଼ିଥିଲା ତାଲା, ହେଲେ ଭିତରେ ଚାଲିଥିଲା ବେପାର। ଖବର ପାଇ ପହଞ୍ଚିଲା ପୋଲିସ। ପରେ ଦୋକାନ ହେଲା ସିଲ୍। ଏଭଳି ଏକ...
ଶୁଦ୍ଧିକ୍ରିୟା ପାଇଁ ରାଶନ କାର୍ଡ ବନ୍ଧା ପଡ଼ିବା ଘଟଣା: ତଦନ୍ତ ପାଇଁ ଏନ୍ଏଚ୍ଆର୍ସିରେ ପିଟିଶନ
ଭୁବନେଶ୍ୱର,୧୨ା୬(ବ୍ୟୁରୋ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ମ୍ୟୁନିସିପାଲିଟି ଅଞ୍ଚଳର ଦଳିତ ମହିଳା ରେବତୀ ବେହେରା ସ୍ବାମୀଙ୍କ ଶୁଦ୍ଧିକ୍ରିୟା ପାଇଁ ଦଲାଲ ନିକଟରେ ରାଶନ କାର୍ଡ ବନ୍ଧା ପକାଇ...
ଥମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୦ ଜୀବନ
ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ...
ବୃଦ୍ଧଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ
ମାହାଙ୍ଗା,୧୨ା୬(ସ୍ବ.ପ୍ର.): ଜଣେ ବୃଦ୍ଧ ଛେଳି ମାରି ଦେଇଥିବା ଅଭିଯୋଗରେ ଗ୍ରାମର କେତେଜଣ ଲୋକ ତାଙ୍କୁ ଏକ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ସଂଘବଦ୍ଧ ଆକ୍ରମଣ କରିଥିବାର ଏକ...
ଦ୍ୱାଦଶ ପିଲାଙ୍କୁ ଟିକାକରଣ କରାଇବାକୁ ଲକ୍ଷ୍ୟ: ସ୍ବାସ୍ଥ୍ୟମନ୍ତ୍ରୀ
ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ସାମାନ୍ୟ ନିୟନ୍ତ୍ରଣକୁ ଆସିଥିବା ବେଳେ ମୃତ୍ୟୁସଂଖ୍ୟା ଥମିବାର ନା ନେଉନି। କରୋନା ମୁକାବିଲା ପାଇଁ ବର୍ତ୍ତମାନ ରାଜ୍ୟରେ ଲକ୍ଡାଉନ ଜାରି...
ପ୍ରେମ ନିବେଦନ ପ୍ରତ୍ୟାଖ୍ୟାନ: ନାବାଳିକାଙ୍କୁ ଗୋଡ଼େଇ ଗୋଡ଼େଇ ଛୁରି ଭୁଷିଲେ
ଖଇରା,୧୦।୬- ପ୍ରେମ ନିବେଦନରେ ବିଫଳ ହେବାରୁ ନାବାଳିକାଙ୍କୁ ଗୋଡ଼େଇ ଗୋଡ଼େଇ ଛୁରି ଭୁଷିଲେ ଯୁବକ। ବାଲେଶ୍ବର ଜିଲା ଖଇରା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି...
ପୁଅର ମୃତଦେହ ଛୁଇଁଲେନି ବାପା
ବୌଦ୍ଧ,୨୧।୬: ପୁଅର ମୃତ୍ୟୁ ପରେ ବାପା ମୃତଦେହ ଛୁଇଁଲେନି କି ସଂସ୍କାର ପାଇଁ ନେଲେନାହିଁ। ଫଳରେ ପୁତ୍ରବଧୂ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୋଲିସ ବୁଝାଶୁଝା କରିବାରୁ...
ଗଞ୍ଜାମକୁ ଡରାଉଛି କରୋନା ମୃତ୍ୟୁ: ପୁଣି ଗଲା ୨ ଯୁବକଙ୍କ ଜୀବନ
ଛତ୍ରପୁର,୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଗଞ୍ଜାମ ଗ୍ରୀନ ଜୋନ୍ରେ ରହିଛି ଅପରପକ୍ଷରେ କରୋନା ଜନିତ...


