ଭୁବନେଶ୍ୱର,୧୧।୬(ବ୍ୟୁରୋ): କୃଷି ଏବଂ କୃଷି ଆନୁଷଙ୍ଗିକ ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ସାଧାରଣ ସମୟ ଭଳି ଖୋଲା ରହିବ। ଉଭୟ ଲକ୍ଡାଉନ ଏବଂ ଶଟ୍ଡାଉନ ସମୟରେ ବିହନ, ସାର, କୃଷି ଉପକରଣ ଏବଂ କୃଷି ଯନ୍ତ୍ରପାତି ଦୋକାନ ସାଧାରଣ ସମୟ ଭଳି ଖୋଲା ରହିବ। ଚାଷୀମାନେ ଚାଷ କାର୍ଯ୍ୟ ସହିତ କୃଷିଜାତ ଦ୍ରବ୍ୟର ବିକ୍ରିବଟା ଏବଂ କୃଷି ଉପକରଣ ପରିବହନ ବିନା ବାଧାବିଘ୍ନରେ କରିପାରିବେ ବୋଲି ରାଜ୍ୟ ରିଲିଫ୍ କମିଶନରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ଖରିଫ୍ ଚାଷ କାର୍ଯ୍ୟରେ କୋଭିଡ୍ କଟକଣା ଯେପରି ବାଧା ସୃଷ୍ଟି ନ କରେ ସେଥିପାଇଁ ଏପରି ପଦକ୍ଷେପ ଗ୍ରହଣ କରାଯାଇଛି। କୋଭିଡ୍ କଟକଣା ପାଇଁ ଚାଷୀମାନେ ଧାନ ବିହନ ସଂଗ୍ରହ କରିବାରେ ଅସୁବିଧା ସୃଷ୍ଟି ହେଉଛି ବୋଲି ଓଡ଼ିଶା ରାଜ୍ୟ ବିହନ ନିଗମ ସରକାରଙ୍କ ଦୃଷ୍ଟିଆକର୍ଷଣ କରିଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଗତବର୍ଷ କୋଭିଡ୍ ପାଇଁ ଦେଶ ଏବଂ ରାଜ୍ୟର ସାମଗ୍ରିକ ଉତ୍ପାଦନ ବିଯୁକ୍ତାତ୍ମକ ହୋଇଥିବା ବେଳେ କୃଷି ଏକମାତ୍ର କ୍ଷେତ୍ର ଯାହାର ଯୁକ୍ତାତ୍ମକ ଅଭିବୃଦ୍ଧି ହୋଇଥିଲା। ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର କୃଷିକୁ ଗୁରୁତ୍ତ୍ୱ ଦେଉଛନ୍ତି। ସେଥିପାଇଁ ରାଜ୍ୟ ସରକାର ଚଳିତ ଖରିଫ ଋତୁରେ ୫ଲକ୍ଷ ୫୦ ହଜାର ଉନ୍ନତ ମାନର ରୋଗପୋକ ସହଣଶକ୍ତି ଯୁକ୍ତ ପ୍ରାମାଣିକ ଧାନ ବିହନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଏଥିସହିତ ରାଜ୍ୟରେ ଦେଖାଦେଉଥିବା ବନ୍ୟା, ବାତ୍ୟା ଏବଂ ମରୁଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିପାରୁଥିବା ଧାନ ବିହନ ମଧ୍ୟ ରିହାତି ଦରରେ ଯୋଗାଇ ଦେଉଛନ୍ତି। ଚଳିତ ବର୍ଷ ୧୦ ବର୍ଷରୁ କମ୍ ପ୍ରାମାଣିକ ଧାନ ବିହନର ରିହାତି ମୂଲ୍ୟ କୁଇଣ୍ଟାଲ ପ୍ରତି ୧୯୫୦ ଟଙ୍କା ଏବଂ ଦଶ ବର୍ଷରୁ ଅଧିକ ପ୍ରାମାଣିକ ଧାନ ବିହନର ରିହାତି ମୂଲ୍ୟ ୨୨୮୦ ଟଙ୍କା ସରକାର ଧାର୍ଯ୍ୟ କରିଛନ୍ତି। ଚାଷୀମାନେ ଯେପରି ସୁବିଧାରେ ଧାନ ବିହନ ପାଇପାରିବେ ସେଥିପାଇଁ ସମବାୟ ବିଭାଗ ରାଜ୍ୟର ସମସ୍ତ ପ୍ୟାକ୍ସ ଏବଂ ଲ୍ୟାମ୍ପସ୍ଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି।
ଟିକାକରଣରୁ ବଞ୍ଚିତ ହେଉଛନ୍ତି ଲୋକେ
କଟକ ଅଫିସ, ୧୨ା୬: ରାଜ୍ୟରେ କୋଭିଡ୍ ସଂକ୍ରମିତଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା ନାହିଁ। ସମସ୍ତଙ୍କୁ ମାଗଣାରେ ଟିକା ଦିଆଯିବା ପାଇଁ ଘୋଷଣା କରାଯାଇଛି। ମାତ୍ର...
ଏକାକି ବୁଲି ବାହାରିଥିଲେ ଡଙ୍ଗାରେ, ଘଟିଲା ଏମିତି
ଚିତ୍ରକୋଣ୍ଡା,୨୦ା୬: ବାଲିମେଳା ଜଳଭଣ୍ଡାରରେ ଏକ ଦେଶୀ ଡଙ୍ଗା ବୁଡ଼ିଯାଇ ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି। ସେ ଚିତ୍ରକୋଣ୍ଡା ଟି.କଲୋନୀ ନିବାସୀ ଦିଲୀପ କୁମାର ମିଶ୍ରଙ୍କ ପୁଅ...
ପୁରୀରେ ପହଞ୍ଚିଲା ରଥ ଦଉଡ଼ି
ପୁରୀ ଅଫିସ, ୩।୬: ଚଳିତବର୍ଷ ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଜୋରସୋରରେ ପ୍ରସ୍ତୁତି ଆଗେଇ ଚାଲିଛି। ବୁଧବାର ରଥଯାତ୍ରା ପାଇଁ ତିନିରଥର...
ଶ୍ୱାସ ନେବାକୁ ସଂଘର୍ଷ
ତାଳଚେର,୨୨ା୬(ନି.ପ୍ର.) ଘରୁ ବାହାରିଲେ ମାସ୍କ ବାଧ୍ୟତାମୂଳକ। କୋଭିଡ୍ ସଂକ୍ରମିତ କିମ୍ବା ସନ୍ଦିଗ୍ଧ ହୋଇଥିଲେ, ଘରେ ମାସ୍କ ପିନ୍ଧିବାକୁ ବାଧ୍ୟ। କରୋନାକୁ କାବୁ କରିବାକୁ ମହାମାରୀ ପରିଚାଳନା...
୧୧ ବନ୍ଧୁକ, ୫୧ ଗୁଳି ଜବତ: ୪ ଗିରଫ
କଟକ ଅଫିସ,୧୭ା୬: ଓଡ଼ିଶା ପାଲଟିଛି ଚୋରା ବନ୍ଧୁକର ଭଣ୍ଡାର। ଗ୍ୟାଙ୍ଗ୍ଷ୍ଟର ଧଳସାମନ୍ତ ଭ୍ରାତାଙ୍କ ଆପରାଧିକ ସାମ୍ରାଜ୍ୟର ଖୋଳତାଡ କରୁକରୁ କମିଶନରେଟ୍ ପୋଲିସକୁ ମିଳିଳାଣି ବିପୁଳ ପରିମାଣର...
ମନ କିଣୁଛି କିଚେନ ଗାର୍ଡେନ
କାମାକ୍ଷାନଗର, ୫।୬ ଗୁଣ୍ଠେରୁ ସାମାନ୍ୟ ଅଧିକ ଜମି। ସବୁଜ କିଆରିରେ ଭରପୂର। କେଉଁଠି ଭେଣ୍ଡି ତ ଆଉ କେଉଁଠି ଜହ୍ନି। ଗୁଆଁର, ବାଇଗଣ, ଝୁଡ଼ଙ୍ଗ, ଅମୃତଭଣ୍ଡା...
ଗଛ ବିନା ଶ୍ରୀହୀନ ରାଜପଥ
ଢେଙ୍କାନାଳ ଅଫିସ, ୧୯।୬ ଜାତୀୟ ରାଜପଥ (ଏନ୍ଏଚ୍) ଉପରେ ନିର୍ଭର କରେ ଦେଶର ଆର୍ଥିକ ପ୍ରଗତି। ଆନ୍ତଃଜିଲା ଏବଂ ଆନ୍ତଃରାଜ୍ୟ ଗମନାଗମନ ବ୍ୟବସ୍ଥାକୁ ଉନ୍ନତ କରିବା,...
ମାଓବାଦୀ ଦମ୍ପତିଙ୍କ ଆତ୍ମସମର୍ପଣ
ଏମ୍ଭି ୭୯,୧୩ା୬: ମାଲକାନଗିରି ସୀମାନ୍ତ ଛତିଶଗଡ଼ର କାଣ୍ଡକାପାରା ପୋଲିସ ନିକଟରେ ଶନିବାର ଅପରାହ୍ନରେ ଏକ ମାଓବାଦୀ ଦମ୍ପତି ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ କୋରସା ଲାଚୁ(୩୨)...


