E-Paper
  • logo
  • Saturday 25th July 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inମେଟ୍ରୋ, ରାଜ୍ୟ

ଅପହୃତା ନାବାଳିକାଙ୍କୁ ଖୋଜୁନି ପୋଲିସ
10:43 amJune 26, 2021June 27, 2021

ଭୁବନେଶ୍ୱର,୨୬।୬(ବ୍ୟୁରୋ): ନାବାଳିକା ଝିଅକୁ ଅପହରଣ କରାଯାଇଥିବା ନେଇ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି ବିଧବା ମା’। ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରିଥିଲେ ମଧ୍ୟ ତଦନ୍ତ ନ କରି ଚୁପ୍‌ ବସିଛି। ମହିଳା ଜଣକ ୨ ମାସ ହେବ ଥାନାକୁ ଦୌଡ଼ି ନିରାଶ ହେବା ପରେ ନ୍ୟାୟ ପାଇବା ପାଇଁ ଶେଷରେ ଶୁକ୍ରବାର ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହୋଇଛନ୍ତି।
ମହିଳା ଜଣକ କ୍ୟାପିଟାଲ ଥାନା ଅନ୍ତର୍ଗତ କେଦାରପଲ୍ଲୀ ଅଞ୍ଚଳରେ ରୁହନ୍ତି। ଗତ ଏପ୍ରିଲ ୫ରେ ତାଙ୍କ ନାବାଳିକା ଝିଅକୁ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଅପହରଣ କରି ନେଇଥିବା ନେଇ ସେ କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକ୍ରମେ ପୋଲିସ ଏକ ମାମଲା(୨୨୧/୨୧) ରୁଜୁ କରିଥିଲା। ହେଲେ ମହିଳା ଜଣକ କମିଶନରଙ୍କ ନିକଟରେ ଅଭିଯୋଗ କରିଛନ୍ତି ଯେ, ସମ୍ପୃକ୍ତ ଅଭିଯୁକ୍ତ ଜଣକ ରାଜଧାନୀର ଦିବାଲୋକରେ ଗାଡ଼ି ଧରି ବୁଲୁଥିବାବେଳେ ପୋଲିସ ତାଙ୍କୁ ଗିରଫ କରୁନାହିଁ। ଲକ୍‌ଡାଉନ୍‌ ପାଇଁ ପୋଲିସ କିଛି କରିପାରୁ ନ ଥିବା ଥାନା ପକ୍ଷରୁ କୁହାଯାଉଛି। ଏମିତିକି ତାଙ୍କ ନାବାଳିକା ଝିଅକୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରି ମହିଳା ଜଣକ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ ତାଙ୍କ କଥା ଶୁଣୁ ନାହିଁ। ଘଟଣା ସମ୍ପର୍କରେ ଥାନା ଆଇଆଇସି ଓ ଏସିପିଙ୍କୁ ଏକାଧିକ ଥର ଭେଟି ଝିଅକୁ ଉଦ୍ଧାର ପାଇଁ ନେହୁରା ହେବା ସତ୍ତ୍ୱେ ବାହାନା ଦେଖାଇ ସମୟ ଗଡ଼ାଉଛନ୍ତି। କିଛିଦିନ ତଳେ ଅଭିଯୁକ୍ତ ଜଣକ ଭୁବନେଶ୍ୱରରେ ଗାଡ଼ି ଧରି ବୁଲୁଥିବା ଦେଖି ଥାନାକୁ ଜଣାଇଥିଲେ ମହିଳା। ହେଲେ ପୋଲିସ ତାଙ୍କୁ ଗିରଫ କରି ନ ଥିଲା। ଫଳରେ ଅଭିଯୁକ୍ତ ଜଣକ ତାଙ୍କୁ ଫୋନ୍‌ କରି ଧମକ ଦେଉଛନ୍ତି। ତୋ ଝିଅକୁ ମାରିଛୁ, ତୋତେ ମଧ୍ୟ ମାରିଦେବୁ। ତୁ କ’ଣ କରିବୁ, କୋଉ ଥାନାକୁ ଯିବୁ ଯା’ ବୋଲି ଅଭିଯୁକ୍ତ କହିଛନ୍ତି। ଏନେଇ ମଧ୍ୟ ଥାନାଧିକାରୀଙ୍କୁ ଜଣାଇଥିବା ସେ ଉଲ୍ଲେଖ କରିଛନ୍ତି। ଏପରିକି ଟଙ୍କା ନ ଥିବାରୁ ଥାନାରେ କିଛି ଦେଇପାରି ନାହିଁ। ତେଣୁ ପୋଲିସ କିଛି କରୁ ନ ଥିବା ସେ କମିଶନରଙ୍କ ନିକଟରେ ଅଭିଯୋଗ କରି ନ୍ୟାୟ ନିବେଦନ କରିଛନ୍ତି। ତେବେ ଥାନାଧିକାରୀଙ୍କ ବିରୋଧରେ କମିଶନରଙ୍କୁ ଏଭଳି ଅଭିଯୋଗ ପୋଲିସର କାର୍ଯ୍ୟଧାରା ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ନିଖୋଜ ନାବାଳିକାଙ୍କୁ ଉଦ୍ଧାର ଲାଗି ସ୍ବତନ୍ତ୍ର ସେଲ୍‌ କରାଯାଇଥିଲେ ମଧ୍ୟ ଏହି ମାମଲାରେ ପୋଲିସ କାହିଁକି ଚୁପ୍‌ ରହିଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।
ସମ୍ପର୍କରେ ଥାନା ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ କହିଛନ୍ତି, ‘ଅଭିଯୁକ୍ତ କେଉଁଠି ଅଛି ଜାଣିଛୁ, ଆମର ଅସୁବିଧା ଅଛି ବୋଲି ଧରିନାହୁଁ। ତେବେ ଅଭିଯୁକ୍ତଙ୍କୁ ଧରିବାରେ କ’ଣ ଅସୁବିଧା ଅଛି ବୋଲି ପଚାରିବାରୁ, ଏହା ଏକ ନାବାଳିକା ମାମଲା, ଏ ସମ୍ପର୍କରେ କିଛି କହିପାରିବି ନାହିଁ ବୋଲି ଉତ୍ତେଜିତ ଗଳାରେ କହି ସେ ଅଧାରୁ ଫୋନ୍‌ କାଟିଦେଇଥିଲେ।


[mc4wp_form id="252536"] All Right Reserved By Dharitri.Com

Posted inମେଟ୍ରୋ, ରାଜ୍ୟ View All

ବିଆର୍‌ପିଏଲ୍‌ରେ ଏସ୍‌ପିସିବିର ତଦନ୍ତ ଆଜି

ଯାଜପୁର ଅଫିସ,୨୪।୬: କଳିଙ୍ଗନଗର ବ୍ରାହ୍ମଣୀ ରିଭର୍ସ ପେଲେଟ ଲିଃ (ବିଆର୍‌ପିଏଲ୍‌) କାରଖାନାର ବିଷାକ୍ତ ବର୍ଜ୍ୟଜଳ ବାହାରକୁ ଛାଡିବା ଅଭିଯୋଗ ଉପରେ ଗୁରୁବାର ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ...

ପେଟ୍ରୋଲ ୨୫, ଡିଜେଲ ୨୮ ପଇସା ବଢ଼ିଲା

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ନିୟନ୍ତ୍ରଣକୁ ଆସିପାରୁନାହିଁ। ବୁଧବାର ପେଟ୍ରୋଲ ଲିଟର ପିଛା ୨୫ ପଇସା ବଢ଼ି ୯୬.୩୦ ଟଙ୍କା ଛୁଇଁଛି। ସେହିଭଳି...

ସଂକ୍ରମଣ ଖସୁଛି, ସଞ୍ଜୀବନୀ ବଢ଼ୁଛି

ଅନୁଗୋଳ ଅଫିସ, ୧୯ା୬ ଅନୁଗୋଳ ଜିଲାରେ ହଠାତ୍‌ ବଢ଼ିଯାଇଥିଲା କରୋନା ସଂକ୍ରମଣ। ପ୍ରଶାସନର ପୂର୍ବ ପ୍ରସ୍ତୁତି ସତ୍ତ୍ୱେ ନିୟନ୍ତ୍ରଣରେ ନ ଥିଲା ପରିସ୍ଥିତି। ଏପରି କି...

୭ ଜିଲାରେ ଅକ୍ସିଜେନ ପ୍ଲାଣ୍ଟ ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର,୧୦ା୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟର ୭ ଜିଲାରେ ତରଳ ମେଡିକାଲ ଅକ୍ସିଜେନ ପ୍ଲାଣ୍ଟ ଏବଂ ୭ଟି ପିଏସ୍‌ଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।...

ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୩୦୦୦ ଟପିଲା

ଭୁବନେଶ୍ୱର,୭ା୬(ବ୍ୟୁରୋ): ସୋମବାର ରାଜ୍ୟରୁ ୪୧ ଜଣଙ୍କ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୩୦୩୫କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ...

ମାଷ୍ଟରକ୍ୟାଣ୍ଟିନ ଛକରୁ ‘ଐତିହ୍ୟ ଘୋଡ଼ା’ ହଟାଇବା ପ୍ରସଙ୍ଗ: ସୌନ୍ଦର୍ଯ୍ୟକରଣ ନାଁରେ ଐତିହ୍ୟକୁ ଅବହେଳା କରା ନ ଯାଉ

ରାଜଧାନୀ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଛକରେ ଦଣ୍ଡାୟମାନ ରହିଛି ‘ଐତିହ୍ୟ ଘୋଡ଼ା ଓ ଯୋଦ୍ଧା’ ସ୍ଥାପତ୍ୟ। ଏହା ଓଡ଼ିଶା ଶାସନର ସ୍ମାରକୀ ବହନ କରୁଛି। ବିଶିଷ୍ଟ ପ୍ରସ୍ତର...

ଗୋଧୂଳି ଲଗ୍ନରେ ଦେବଦମ୍ପତିଙ୍କ ମନ୍ଦିର ପ୍ରବେଶ

ସମ୍ବଲପୁର,୧୭ା୬(ବ୍ୟୁରୋ): ସାତଦିନ ଧରି ଚାଲିଥିବା ପ୍ରସିଦ୍ଧ ସମ୍ବଲପୁର ଶୀତଳଷଷ୍ଠୀ ଯାତ୍ରା ଗୁରୁବାର ଶେଷ ହୋଇଛି। ନବବିବାହିତ ଶିବପାର୍ବତୀଙ୍କୁ ପଣ୍ଡିତମାନେ ମହାଆଳତି କରିଥିଲେ। ଘଣ୍ଟ, ଶଙ୍ଖ, ହରିବୋଳ...

ଡବଲ ଡୋଜ୍‌ ଭାକ୍ସିନ ପରେ ବି ହୋଇପାରେ କରୋନା

ଭୁବନେଶ୍ୱର,୧୯।୬(ବ୍ୟୁରୋ): ‘ଡବଲ ଡୋଜ୍‌ ଭାକ୍ସିନ ନେବା ପରେ ମଧ୍ୟ ହୋଇପାରେ କରୋନା। ତେଣୁ କୋଭିଡ ଗାଇଡ୍‌ଲାଇନକୁ ଠିକ ଭାବେ ପାଳନ କରନ୍ତୁ।’ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଧରିତ୍ରୀ କାର୍ଟୁନ୍‍
Next Post Next post:
ପ୍ଲଟ୍‌ ଦେବା ନାଁରେ ୧୫ ଲକ୍ଷ ଠକେଇ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts