କଟକ ଅଫିସ,୨୫।୬: ନକଲି କରୋନା ଔଷଧ ବିକ୍ରି ମାମଲାରେ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ଗୁରୁବାର ଔଷଧ ବିତରଣ କମ୍ପାନୀ ମେଡିଲଏଡ ମେଡିକାମେଣ୍ଟ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଶିବପ୍ରସନ୍ନ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଧିକ ତଦନ୍ତ ପାଇଁ ଏସ୍ଟିଏଫ୍ର ଏକାଧିକ ଟିମ୍ ଓଡ଼ିଶା, ମହାରାଷ୍ଟ୍ର ଓ ପଶ୍ଚିମବଙ୍ଗରେ ତଦନ୍ତ ଚାଲୁ ରଖିଛନ୍ତି। ବୁଧବାର ଉପରୋକ୍ତ ଔଷଧ ବିତରଣ କମ୍ପାନୀର ନିର୍ଦ୍ଦେଶିକା ଶୁଭଲକ୍ଷ୍ମୀ ଜେନା, ଗୋଦାମ ଇନ୍ଚାର୍ଜ ସତ୍ୟପ୍ରକାଶ ମହାନ୍ତି ଓ ମ୍ୟାନେଜର ପ୍ରୀତିରଞ୍ଜନ ପରିଡ଼ାଙ୍କୁ ଏସ୍ଟିଏଫ୍ ଗିରଫ କରି କୋର୍ଟଚାଲାଣ କରିଥିଲା। ଏଥିସହ ଅଭିଯୁକ୍ତ ଓ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଥିବା ୫୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାକୁ ଜବତ କରିଛି। ଗିରଫଦାରିକୁ ଏଡ଼ାଇବା ପାଇଁ ଶିବପ୍ରସନ୍ନ ମଙ୍ଗଳବାର ଆଗୁଆ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଥିଲେ। ସମସ୍ତ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ ବୋଲି ଜଣାପଡ଼ିଛି।
ସୂଚନାଯୋଗ୍ୟ, ମୁମ୍ବାଇର ମାକ୍ସ ରିଲିଫ୍ ହେଲ୍ଥ କେୟାର କମ୍ପାନୀ ହିମାଚଳ ପ୍ରଦେଶ ସୋଲାନରେ ଓଷଧ ପ୍ରସ୍ତୁତି କରୁଥିବା ଦର୍ଶାଇ ନକଲି ଓଷଧ ଯୋଗାଣ କରୁଥିଲା। ଏହି କମ୍ପାନୀର ୨ ନିର୍ଦ୍ଦେଶକଙ୍କୁ ମୁମ୍ବାଇ ପୋଲିସ ପୂର୍ବରୁ ଗିରଫ କରିସାରିଛି। ଏମାନଙ୍କ ନାମରେ ଅନ୍ୟ ରାଜ୍ୟରେ ମଧ୍ୟ ମାମଲା ରୁଜୁ ହୋଇଛି। ଉକ୍ତ କମ୍ପାନୀରୁ କଟକ କନିକା ଛକରେ ଥିବା ମେଡିଲଏଡ ମେଡିକାମେଣ୍ଟ କମ୍ପାନୀ ବହୁ କମ୍ ଦାମରେ ଔଷଧ ଆମଦାନୀ କରୁଥିଲା। ଏପରିକି ଷ୍ଟ୍ରିପ୍ ପିଛା ୬୫ଟଙ୍କାରେ କିଣି ୧୨୯୦ଟଙ୍କା ଲେଖାଏଁ ବିକ୍ରି କରିବାକୁ ଯୋଜନା କରୁଥିବା ତଦନ୍ତବେଳେ ଜଣାପଡ଼ିଛି।
Posted inଆମ ଜିଲା ଖବର, କଟକ, ରାଜ୍ୟ View All
କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ
ଭୁବନେଶ୍ୱର,୧୮ା୬(ବ୍ୟୁରୋ): କରୋନାର ତୃତୀୟ ଲହର ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ଅଛନ୍ତି। ଏସ୍ଓପି ଜାରି ସହ ଭିତ୍ତିଭୂମି ପ୍ରସ୍ତୁତି ରହିଛି ବୋଲି ଡିଏମ୍ଇଟି ସିବିକେ ମହାନ୍ତି...
କୋଭିଡ ନିୟମ କଡାକଡି ପାଳନ ନିର୍ଦ୍ଦେଶ: ଚାଲିଚାଲି ଯାଇ ସ୍ଥିତି ପରଖିଲେ ଜିଲାପାଳ
ଛତ୍ରପୁର,୧୭।୬(ଡି.ଏନ୍.ଏ.): କରୋନା ମହାମାରୀ ନେଇ ଲକ୍ଡାଉନ୍ ଉଠି ନ ଥିବା ବେଳେ କଟକଣା କୋହଳ ହୋଇଛି। ଏଣୁ ସମସ୍ତେ କୋଭିଡ ନିୟମ ମାନିବାକୁ ବାଧ୍ୟତାମୂଳକ ଏହାକୁ...
ରାଇସମିଲ୍ ବର୍ଜ୍ୟବସ୍ତୁରେ ଲୋକେ ଅତିଷ୍ଠ
ବାଲେଶ୍ୱର ଅଫିସ, ୧୮।୬-ବାଲେଶ୍ୱର ଜିଲା ରେମୁଣା ବ୍ଲକ କୁରୁଡ଼ାସ୍ଥିତ ରାଇସମିଲରୁ ବାହାରୁଥିବା ବର୍ଜ୍ୟବସ୍ତୁରେ ଅଞ୍ଚଳବାସୀ ଅତିଷ୍ଠ ହୋଇପଡିଛନ୍ତି। ଲୋକେ ଗୁରୁବାର ମିଲ୍ ଗେଟ୍ରେ ତାଲା ପକାଇ...
ନକଲି ଡାକ୍ତରଙ୍କ କ୍ଲିନିକ୍ରେ ଚଢ଼ାଉ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଲାଇସେନ୍ସ କିମ୍ବା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନାହିଁ। ତଥାପି ଘରେ ହୋମିଓପାଥିକ କ୍ଲିନିକ୍ ଖୋଲି ଔଷଧ ଦେବା ସହ ରୋଗୀଙ୍କ ଚିକିତ୍ସା କରୁଛନ୍ତି। କରୋନାକୁ...
ପୋଖରୀରେ ବୁଡ଼ି ୨ ଭଉଣୀଙ୍କ ଜୀବନ ଗଲା
ବାସୁଦେବପୁର,୯।୬: ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ବ୍ରଜାନନ୍ଦପୁର ଗ୍ରାମରେ ବୁଧବାର ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ ଘଟିଛି। ମୃତ ନାବାଳିକା ହେଲେ ବ୍ରଜାନନ୍ଦପୁର ଗ୍ରାମର...
ରାଜ୍ୟରେ ୪ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ
ଭୁବନେଶ୍ୱର,୧୫।୬(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ମୃତ୍ୟୁସଂଖ୍ୟା ଚିନ୍ତା ବଢ଼ାଉଥିବା ବେଳେ ମଙ୍ଗଳବାର ସଂକ୍ରମଣ ସଂଖ୍ୟା ସାମାନ୍ୟ ହ୍ରାସ ପାଇଛି। ଆଜି ରାଜ୍ୟରେ ୩,୪୦୫ ଜଣ...
ଗୋଟିଏ ପରିବାର ୩ ଜଣଙ୍କୁ ଛୁରାମାଡ଼
ଝାରସୁଗୁଡା ଅଫିସ୍,୨୬।୬: ଝାରସୁଗୁଡ଼ା ଜିଲା ବ୍ରଜରାଜନଗର ଓରିଏଣ୍ଟ ଥାନା ଅଧୀନ ଶାସ୍ତ୍ରୀନଗରରେ ଗୋଟିଏ ପରିବାର ୩ ଜଣଙ୍କୁ ଜଣେ ଯୁବକ ଛୁରା ମାଡ଼ କରିଛନ୍ତି। ଏଥିରେ...
ଶାଳୀଙ୍କୁ କୁରାଢ଼ିରେ ହାଣି ହତ୍ୟା କରିବା ପରେ ଶାଶୁଙ୍କୁ ବଳାତ୍କାର କଲେ ଜ୍ୱାଇଁ, ୨୦୦ ଫୁଟ ତଳକୁ ଫିଙ୍ଗିଲେ ମୃତଦେହ
କେନ୍ଦୁଝର,୭ା୬(ସ୍ବ.ପ୍ର.): ଶାଳୀଙ୍କୁ କୁରାଢ଼ିରେ ହାଣି ଜଘନ୍ୟ ହତ୍ୟା ପରେ ଶାଶୁଙ୍କ ହାତ ବାନ୍ଧି ବଳାତ୍କାର କରିଛନ୍ତି ଜ୍ୱାଇଁ। ପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି...


