ଯାଜପୁର ଅଫିସ,୨୫ା୬: ଗତ ଫେବୃୟାରୀରୁ ଓଡ଼ିଶା ଖଣି ନିଗମ (ଓଏମ୍ସି)ଦ୍ୱାରା ଆହୂତ କ୍ରୋମାଇଟର ମାସିକ ନିଲାମ ପ୍ରକ୍ରିୟା କ୍ରମାଗତ ଭାବେ ବିଫଳ ହୋଇଆସୁଛି। ଏଥିଯୋଗୁ ନିଲାମ ପାଇଁ ରଖାଯାଇଥିବା ପ୍ରାୟ ୬ ଲକ୍ଷ ମେଟ୍ରିକ ଟନ୍ କ୍ରୋମାଇଟ ବିକ୍ରୀ ହୋଇ ନ ପାରି ପଡି ରହିଛି। ତା.୧୦ା୨ା୨୦୨୧ରେ ହୋଇଥିବା ନିଲାମରେ ୧୧.୪ ପ୍ରତିଶତ, ତା.୧୫ା୩ା୨୦୨୧ରେ ୭.୧ ପ୍ରତିଶତ, ତା୨୩ା୪ା୨୦୨୧ରେ ୪୨.୨ ପ୍ରତିଶତ, ତା.୧୭ା୫ା୨୦୨୧ରେ ଆଦୌ ବିକ୍ରୀ ହୋଇନାହିଁ, ତା.୨୬ା୫ା୨୦୨୧ରେ ୭.୪ ପ୍ରତିଶତ ଏବଂ ତା.୪ା୬ା୨୦୨୧ରେ ୧୫.୨ ପ୍ରତିଶତ କ୍ରୋମାଇଟ ବିକ୍ରୀ ହୋଇଛି। ଓଏମ୍ସିର ବେପରୁଆ ଓ ଭୂଲ ମୂଲ୍ୟ ନିର୍ଦ୍ଧାରଣ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କଳିଙ୍ଗନଗର ଶିଳ୍ପ ସଂଘ ପକ୍ଷରୁ ଅଭିଯୋଗ ହେଉଛି। ଏପରି ସ୍ଥିତିରେ ଫେରୋ ଆଲୟଜ ସଂସ୍ଥାଗୁଡ଼ିକ ଫେରୋକ୍ରୋମ ଉପତ୍ାଦନ କରିବାଠାରୁ ମୁହଁ ଫେରାଇ ମାଙ୍ଗାନିଜ ଆଲୟଜ ଉପତ୍ାଦନ କରିବା ପାଇଁ ସ୍ଥିର କରିଛନ୍ତି। ତେଣୁ ଶୁକ୍ରବାର (୨୫ତାରିଖ) ଓଏମ୍ସିର କ୍ରୋମାଇଟ ନିଲାମ ପ୍ରକ୍ରିୟାରେ ପ୍ରାରମ୍ଭିକ ମୂଲ୍ୟ ଉପରେ ସ୍ଥାନୀୟ ଶିଳ୍ପସଂସ୍ଥାଗୁଡିକର ନଜର ରହିବ ବୋଲି ମତପ୍ରକାଶ ପାଇଛି।
କଳିଙ୍ଗନଗରସ୍ଥିତ ଜିନ୍ଦଲ, ଭିସା, ରୋହିତ ଫେରୋଟେକ୍ ଓ ଶ୍ୟାମ୍ ମେଟାଲିକ୍ କାରଖାନାର ବରିଷ୍ଠ ଅଧିକାରୀମାନେ କହିଛନ୍ତି, ଓଏମ୍ସି କ୍ରୋମାଇଟର ପ୍ରାରମ୍ଭିକ ମୂଲ୍ୟ ଉପରେ ଅନାବଶ୍ୟକ ଭାବେ ରୟାଲ୍ଟି ଯୋଡି ଦର ବୃଦ୍ଧି କରିବାରେ ଲାଗିଛି। ନିଲାମର ସ୍ଥିରୀକୃତ ଦରରେ କ୍ରୋମାଇଟ୍ କିଣି କାରଖାନା ଚଳାଇବା ସମ୍ଭବ ହୋଇ ପାରୁନାହିଁ। ତେଣୁ ଶିଳ୍ପ ସଂସ୍ଥାଗୁଡ଼ିକ କ୍ରୋମାଇଟ କ୍ରୟ ନ କରି ହାତବାନ୍ଧି ବସିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ, ଓଏମ୍ସି ନିଲାମ କ୍ରୋମାଇଟ ନେବାକୁ ଏବେ କ୍ରେତା ଅମଙ୍ଗ ହେଉଛନ୍ତି। ବାରମ୍ବାର ବିଫଳ ନିଲାମ ପ୍ରକ୍ରିୟାରେ ସୁଧାର ଆଣିବା ପାଇଁ ଶିଳ୍ପସଂସ୍ଥାଗୁଡିକ ରାଜ୍ୟ ସରକାରଙ୍କୁ ପତ୍ର ଲେଖି ଅନୁରୋଧ କରିଛନ୍ତି ା ଓଏମ୍ସିର ମୂଲ୍ୟ ନିର୍ଦ୍ଧାରଣ ସୂତ୍ରକୁ ପରିବର୍ତ୍ତନ କରିବା ପାଇଁ ସେମାନେ ଚାପ ସୃଷ୍ଟି କରିଛନ୍ତି। ଅନ୍ୟପକ୍ଷେ ଓଏମ୍ସି କ୍ରୋମାଇଟ୍ ଯୋଗାଇ ଦେବା ପାଇଁ ଶିଳ୍ପସଂସ୍ଥା ସହ ଦୀର୍ଘମିଆଦି ଚୁକ୍ତିର ଖୋଲା ଉଲ୍ଲଂଘନ କରୁଛି। ଶିଳ୍ପସଂସ୍ଥା କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଏ ନେଇ ଓଏମ୍ସିର ବାରମ୍ବାର ଦୃଷ୍ଟି ଆକର୍ଷଣ କରିବା ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ। ଏହି ଶିଳ୍ପସଂସ୍ଥାଗୁଡିକ ପ୍ରସ୍ତାବ ଦେଇଛନ୍ତି ଯେ, ଯଦି ନିଲାମ ପାଇଁ ରଖାଯାଇଥିବା ସମସ୍ତ ପରିମାଣ କ୍ରୋମାଇଟ ବିକ୍ରୀ ହୋଇପାରୁନାହିଁ ତେବେ ଦର ହ୍ରାସ କରାଯାଉ। ଯାହାଦ୍ୱାରା ନିଲାମ ସଫଳ ହୋଇ ପାରିବ ଓ କ୍ରୋମାଇଟର ଟନ୍ ପିଛା ହାରାହାରି ମୂଲ୍ୟ ଉପତ୍ାଦନ ସାପେକ୍ଷ ହୋଇ ପାରିବ। ଓଏମ୍ସି ଶିଳ୍ପସଂସ୍ଥାଗୁଡିକର ପ୍ରସ୍ତାବକୁ କର୍ଣ୍ଣପାତ ନ କରି ମୂଲ୍ୟବୃଦ୍ଧି କରି ଚାଲିଥିବାରୁ କାରଖାନା ବନ୍ଦ ହେବା ସହ ରାଜ୍ୟ ରାଜକୋଷକୁ ବିପୁଳ କ୍ଷତି ସହିବାକୁ ପଡୁଛି ବୋଲି ଶିଳ୍ପସଂସ୍ଥାର ବରିଷ୍ଠ ଅଧିକାରୀମାନେ କହିଛନ୍ତି।
Posted inଆମ ଜିଲା ଖବର, ଯାଜପୁର, ରାଜ୍ୟ View All
ସେଲ୍ଫି ନିଶା ନେଲା ୨ ଯୁବକଙ୍କ ଜୀବନ
ରାଜଗାଙ୍ଗପୁର,୬।୬: ସେଲ୍ଫି ନେବା କାଳ ହୋଇଛି। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲ ଡ୍ୟାମ୍ରେ ଖସିପଡ଼ି ରବିବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ...
ଦରବୃଦ୍ଧିକୁ ନେଇ ଦିଗପହଣ୍ଡିରେ ପ୍ରତିବାଦ
ଦିଗପହଣ୍ଡି,୨୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବଜାର ଗାନ୍ଧୀ ଛକ ଠାରେ ବୁଧବାର ସିପିଆଇ – ସିପିଆଇ(ଏମ) ଏବଂ କଂଗ୍ରେସ ଦଳ ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ...
ବେକରେ ଛୁରି ଭୁସିଲେ କରୋନା ଆକ୍ରାନ୍ତ
କଟକ ଅଫିସ,୫।୬: କଟକ ଜିଲା ଟାଙ୍ଗୀଠାରେ ଥିବା ଏକ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ଜଣେ କରୋନା ଆକ୍ରାନ୍ତ ବେକରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...
୨୭ ଯାଏ ବର୍ଷା
ଭୁବନେଶ୍ୱର,୨୫।୬(ବ୍ୟୁରୋ): ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏଥିସହିତ ପଶ୍ଚିମବଙ୍ଗ ଏବଂ ଓଡ଼ିଶା ଉପକୂଳରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି। ଏହାର ପ୍ରଭାବରେ...
ଟିକା ଲଢ଼େଇ ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ
ଭୁବନେଶ୍ୱର,୨ା୬(ବ୍ୟୁରୋ): କରୋନା ଟିକା ପାଇଁ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଟିକା ସଙ୍କଟ ଦୂର ନେଇ ସମସ୍ତଙ୍କ ସହମତି ଲୋଡ଼ିଛନ୍ତି...
ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ
ଭୁବନେଶ୍ୱର,୨୩ା୬(ବ୍ୟୁରୋ): ୨୦୨୨ ମାର୍ଚ୍ଚ ୧୦ରେ ପଞ୍ଚାୟତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ମାତ୍ର ଏ ପର୍ଯ୍ୟନ୍ତ ରାଜ୍ୟ ସରକାର ଓ୍ବାର୍ଡ ପୁନର୍ଗଠନ ଓ ସ୍ଥାନ...
ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ
କୋକସରା,୯।୬: କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ମହିମା ପଞ୍ଚାୟତ ତେନ୍ତୁଲିପଡାର ଚାଷ ଜମି ନିକଟ ଏକ ବରଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ...
ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା
କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ...


