କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ ରଥ ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଥାଏ। ୩୦୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଇଚ୍ଛାପୁରରେ ଶ୍ରୀଜୀଉଙ୍କ ରଥ ଗଡୁଥିବା ବେଳେ କରୋନା କଟକଣା ପାଇଁ ଗତବର୍ଷ ଏହି ରଥଯାତ୍ରା ପ୍ରତୀକାତ୍ମକ ଭାବେ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଅକ୍ଷୟ ତୃତୀୟାରୁ ରଥ ନିର୍ମାଣ ଅନୂକୁଳ ହୋଇଥିଲେ ମଧ୍ୟ ଶ୍ରୀବଳଦେବଜୀଉଙ୍କ ରଥ ଗଡିବା ନେଇ ଏବେ ବି ଅନିଶ୍ଚିତତା ଲାଗି ରହିଛି। ତେବେ ପୁରୀରେ ଗତବର୍ଷ ରଥଯାତ୍ରା ଶ୍ରଦ୍ଧାଳୁଙ୍କ ବିନା ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ କେନ୍ଦ୍ରାପଡ଼ାରେ ସେପରି ରଥଯାତ୍ରା ସେବାୟତ ଓ ଜିଲା ପ୍ରଶାସନ ପରିଚାଳନାରେ କରିବାକୁ ଶ୍ରଦ୍ଧାଳୁମାନେ ଦାବି କରିଛନ୍ତି।
ଏ ସମ୍ପର୍କରେ ବରିଷ୍ଠ ସେବାୟତ ନୃସିଂହ ପ୍ରସାଦ ପତ୍ରୀ କହିଛନ୍ତି, ବିଶ୍ୱର ସର୍ବୋଚ୍ଚ ରଥ ମଧ୍ୟରେ ବ୍ରହ୍ମ ତାଳଧ୍ୱଜର ମାନ୍ୟତା ଅଛି। ଗୋଟିଏ ରଥରେ ଚତୁର୍ଦ୍ଧା ମୂର୍ତ୍ତି ବିରାଜିତ ହୋଇ ମାଉସୀ ମା’ ମନ୍ଦିରକୁ ଯାଇଥାନ୍ତି। ଏହି ରଥଯାତ୍ରା ଶ୍ରଦ୍ଧାଳୁଙ୍କ ଭାବାବେଗ ସହିତ ଜଡ଼ିତ। କରୋନା କଟକଣା ପାଇଁ ଗତବର୍ଷ ରଥଯାତ୍ରାକୁ ମନ୍ଦିର ମଧ୍ୟରେ ସୀମିତ ରଖାଯାଇଥିଲା। ମାତ୍ର ଏହା ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଦୁଃଖ ଦେଇଥିଲା। ଚଳିତବର୍ଷ ରଥଯାତ୍ରା ପାଇଁ କାଠ ଅନୂକୂଳ ସହ ଅନ୍ୟାନ୍ୟ ପ୍ରକ୍ରିୟା ଜାରି ରହିଛି। ଦେବୋତ୍ତର କମିଶନ ଓ ରାଜ୍ୟ ସରକାର ଏ ସମ୍ପର୍କରେ ଆଲୋଚନା କରି ରଥଯାତ୍ରାକୁ ଅନୁମତି ଦେବାକୁ ସେବାୟତ ସଂଘ ପକ୍ଷରୁ ଦାବି କରାଯାଇଛି। ଅନ୍ୟତମ ସେବାୟତ ଗଗନ ପତ୍ରୀ କହିଛନ୍ତି, ଆସନ୍ତା ୨୪ରେ ଦେବସ୍ନାନ ପୂର୍ଣ୍ଣିମା, ଜୁଲାଇ ୧୨ରେ ସବୁଠି ରଥଯାତ୍ରା ହେଉଥିବାବେଳେ ୧୩ ତାରିଖରେ ବ୍ରହ୍ମ ତାଳଧ୍ୱଜ ରଥ ଗଡ଼ିବ। ଏ ନେଇ ଶ୍ରଦ୍ଧାଳୁଙ୍କ ସହ ସେବାୟତ ପ୍ରସ୍ତୁତ ଅଛନ୍ତି। କରୋନା ମହାମାରୀକୁ ଆଳ କରି ଗତବର୍ଷ ପରି ଚଳିତବର୍ଷ ରଥଯାତ୍ରାକୁ ବନ୍ଦ କଲେ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ କରିବ। ଏହା ବ୍ୟତୀତ ଜିଲା ପ୍ରଶାସନ ପକ୍ଷରୁ ମହାମାରୀର ପରିଚାଳନା ସୁସଙ୍ଗଠିତ ଭାବେ ଚାଲିଛି। ଏଥିପାଇଁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ସେପରି ଗୁରୁତର ରୂପ ନେଇନାହିଁ। କୋଭିଡ୍-୧୯ର ନିୟମ ମାନି ମୟୂରଭଞ୍ଜ ଜିଲାର ବାରିପଦାଠାରେ ଶ୍ରୀଜୀଉଙ୍କ ରଥଯାତ୍ରା ପାଇଁ ଆଇନର ଆଶ୍ରୟ ନିଆଯାଇଛି। ଆବଶ୍ୟକ ପଡିଲେ ତୁଳସୀ କ୍ଷେତ୍ରାଧିପତିଙ୍କ ରଥ ଗଡ଼ିବାକୁ ଆଇନର ଆଶ୍ରୟ ନିଆଯିବ। ଏ ସମ୍ପର୍କରେ ଟ୍ରଷ୍ଟ ଅଧ୍ୟକ୍ଷ ତଥା ଉପଜିଲାପାଳ ନିରଞ୍ଜନ ବେହେରା କହିଛନ୍ତି, ରଥଯାତ୍ରା ପାଇଁ ଆନୁସଙ୍ଗିକ ପ୍ରକ୍ରିୟା ଜାରି ରହିଛି। ରଥଖଳା କାର୍ଯ୍ୟ ଆରମ୍ଭ ହୋଇଛି। ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖାଯାଇ ରାଜ୍ୟ ସରକାରଙ୍କ ଅନୁମତିକୁ ଅପେକ୍ଷା କରାଯାଇଛି।
Posted inଆମ ଜିଲା ଖବର, କେନ୍ଦ୍ରାପଡ଼ା, ରାଜ୍ୟ View All
ନାବାଳିକାଙ୍କ ଅଶ୍ଳୀଳ ଭିଡ଼ିଓ ଭାଇରାଲ୍
ବ୍ରହ୍ମପୁର ଅଫିସ,୫ା୬: ଜନୈକା ନାବାଳିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖି ଭିଡ଼ିଓ ଭାଇରାଲ କରିବା ଅଭିଯୋଗରେ ଜଣେ ଯୁବକଙ୍କୁ ପୋଲିସ ଗିରଫ କରିଛି।...
ଗୋରୁ ଗୋଠ ଉପରେ ବଜ୍ରପାତ
ବାଲିଗୁଡା,୧୦ା୬: କନ୍ଧମାଳ ଜିଲା ବାଲିଗୁଡ଼ା ଓ ଆଖପାଖ ଅଞ୍ଚଳରେ ବୁଧବାର ବର୍ଷାପବନ ସହ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଖମା ପଞ୍ଚାୟତରେ ୬ ଗୋରୁଙ୍କ ମୃତ୍ୟୁ ଘଟିଛି।...
ଓଡ଼ିଶାର ଐତିହ୍ୟକୁ ସ୍ଥାନାନ୍ତର କରିବାକୁ ଦିଆଯିବ ନାହିଁ: ସୁର
ଭୁବନେଶ୍ୱର,୧୮ା୬(ବ୍ୟୁରୋ): ରାଜଧାନୀର ବ୍ୟସ୍ତବହୁଳ ମାଷ୍ଟରକ୍ୟାଣ୍ଟିନ୍ ଛକରେ ଥିବା ‘ଐତିହ୍ୟ ଘୋଡ଼ା’ ମୂର୍ତ୍ତିକୁ ରାଜଭବନ ଛକକୁ ସ୍ଥାନାନ୍ତର ନେଇ ଶୁକ୍ରବାର ରାଜ୍ୟ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି।...
୨ ବିଭାଗର ଅବହେଳାରୁ ଦନ୍ତା ମୃତ
ଭଞ୍ଜନଗର,୭।୬: ଗଞ୍ଜାମ ଜିଲା ଉତ୍ତର ଘୁମୁସର ବନଖଣ୍ଡ କେନ୍ଦ୍ରୀୟ ବନାଞ୍ଚଳ ଢଉପଲ୍ଲୀ ନିକଟ କାଜୁ ଜଙ୍ଗଲରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ୧୧...
ପିପିଇ କିଟ୍ ପିନ୍ଧି କୋଭିଡ୍ ହସ୍ପିଟାଲରେ ରୋଗୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ
ବାରିପଦା ଅଫିସ,୨।୬: ମୟୂରଭଞ୍ଜ ଜିଲା ବାଙ୍କିଶୋଳସ୍ଥିତ ଏକ କୋଭିଡ ହସ୍ପିଟାଲରେ ବ୍ୟାପକ ଅବ୍ୟବସ୍ଥା ନେଇ ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା। ଏ ନେଇ କେନ୍ଦ୍ରମନ୍ତ୍ରୀ...
ମଉଳିଲା ରଜମଉଜ
କାମାକ୍ଷାନଗର, ୧୬।୬(ଡି.ଏନ.ଏ.) – କରୋନା ଆସିବା ଦିନରୁ ଓଡ଼ିଆ ଘରର ସବୁ ପର୍ବପର୍ବାଣି ମଉଳିଯାଇଛି। ଜନସମାଗମ ଉପରେ କଟକଣା ଜାରି କରାଯାଇଥିବାରୁ ଏକାଠି ହୋଇ ଉତ୍ସବ...
ଯୁକ୍ତ ୨ମୂଲ୍ୟାୟନ: ଦଶମ ମାର୍କ ପାଖାପାଖି ନ ହେଲେ ତା’ଠୁ ଅଧିକ ମିଳିବ
ଭୁବନେଶ୍ୱର,୨୦।୬(ବ୍ୟୁରୋ): ଯୁକ୍ତ ୨ ପରୀକ୍ଷା ବାତିଲ ପରେ ମୂଲ୍ୟାୟନକୁ ନେଇ ଛାତ୍ରୀଛାତ୍ର ଓ ଅଭିଭାବକଙ୍କ ଚିନ୍ତା ବଢ଼ିଥିଲା। ଏକ ପ୍ରକାର ସମସ୍ତେ ସସ୍ପେନ୍ସରେ ଥିଲେ, କିପରି...
ଜେଲରୁ ବାହାରିଲେ ଅଭୟକାନ୍ତ ପାଠକ
ଭୁବନେଶ୍ୱର,୧୯।୬(ବ୍ୟୁରୋ): ଗିରଫ ହେବାର ଦୀର୍ଘ ୬ମାସ ପରେ ଶୁକ୍ରବାର ଜେଲରୁ ମୁକୁଳିଛନ୍ତି ଆଇଏଫ୍ଏସ୍ ଅଫିସର ତଥା ନିଲମ୍ବିତ ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକ। ଆୟ ବହିର୍ଭୂତ...


