ରାଜଗାଙ୍ଗପୁର,୬।୬: ସେଲ୍ଫି ନେବା କାଳ ହୋଇଛି। ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ବ୍ଲକ ଅନ୍ତର୍ଗତ କାଂଶବାହାଲ ଡ୍ୟାମ୍ରେ ଖସିପଡ଼ି ରବିବାର ୨ ଯୁବକଙ୍କ ମୃତ୍ୟୁ ଘଟିଛି। ସେମାନେ ହେଲେ ରାଉରକେଲା ଡିଏଭି ଗଳିର ସୁମନ୍ତ ଦେ(୨୫) ଏବଂ ବାସନ୍ତୀ କଲୋନୀର ପ୍ରମୋଦ ପରିଡ଼ା (୩୭)। ଉଭୟ ଡ୍ୟାମ୍କୁ ବୁଲିବାକୁ ଆସିଥିଲେ। ଡ୍ୟାମ୍ ପାର୍ଶ୍ୱରେ ଛିଡ଼ା ହୋଇ ସେଲ୍ଫି ନେଉଥିବା ବେଳେ ଖସି ପଡ଼ିଥିଲେ।
ଏହା ଦେଖି ପ୍ରତ୍ୟକ୍ଷଦର୍ଶୀ ପୋଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ରାଜଗାଙ୍ଗପୁର ଥାନା ଓ କାଂଶବାହାଲ ଫାଣ୍ଡି ପୋଲିସ ପହଞ୍ଚତ୍ ଅଗ୍ନିଶମ କର୍ମଚାରୀଙ୍କ ସହାୟତାରେ ଖୋଜାଖୋଜି କରିଥିଲେ। ପ୍ରଥମେ ପ୍ରମୋଦଙ୍କୁ ଗୁରୁତର ଅବସ୍ଥାରେ ଡ୍ୟାମ୍ ପାଣିରୁ ବାହାର କରି ରାଉରକେଲା ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ହେଲେ ଅଗ୍ନିଶମ କର୍ମଚାରୀ ବହୁ ଖୋଜାଖୋଜି କରି ସନ୍ଧ୍ୟାରେ ସୁମନ୍ତଙ୍କ ମୃତଦେହ ଉଦ୍ଧାର କରିଥିଲେ। ସେମାନେ ରାଉରକେଲାରୁ କିପରି ଏବଂ କାହା ସହିତ ଆସିଥିଲେ ତାହା ଜଣାପଡ଼ିନାହିଁ।
ମିଳିଥିବା ସୂଚନା ଅନୁଯାୟୀ, ଗତ ଜାନୁୟାରୀ ମାସରେ ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଇବ୍ନଦୀ କୂଳକୁ ପିକ୍ନିକ୍ କରିବାକୁ ଯାଇ ସେଲ୍ଫି ନେବା ବେଳେ ନଦୀରେ ଖସିପଡ଼ି ରାଜଗାଙ୍ଗପୁର ଅଞ୍ଚଳର ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଥିଲା।
Posted inଆମ ଜିଲା ଖବର, ରାଜ୍ୟ, ସୁନ୍ଦରଗଡ଼ View All
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ
ହିନ୍ଦୋଳ,୨୧।୬: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାଶୋଳ ଥାନା ଅନ୍ତର୍ଗତ ଦଣ୍ଡିରୀ ତଳବହାଙ୍ଗିଆ ସାହିରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ...
ପୁରୁଣା ଉପରେ ନୂଆ ସେତୁ
ଭଦ୍ରକ ଅଫିସ, ୧୩।୬-ସାଳନ୍ଦୀ ନଦୀ ପାର ହେବା ପାଇଁ ଭଦ୍ରକ ଜିଲା କୁଆଁସଠାରେ ପୂର୍ବତନ ଏମ୍ପି ସ୍ବର୍ଗତ ଅର୍ଜୁନ ସେଠୀ ୨୦୦୨ରୁ ଏକ ସେତୁ ନିର୍ମାଣ...
ଦେଶୀଧାନକୁ ଝୁରୁଛନ୍ତି ଚାଷୀ
କଣାସ, ୫।୬(ସ୍ବ.ପ୍ର): ସମୟ ଓ ପାଣିପାଗର ପରିବର୍ତ୍ତନରେ ପାରମ୍ପରିକ ଚାଷର ପ୍ରଣାଳୀ ମଧ୍ୟ ବଦଳି ଚାଲିଛି। ଅତ୍ୟାଧୁନିକ ବିହନ ଓ ସାର, ଔଷଧର ବ୍ୟବହାର ଯୋଗୁ...
ଧରାପଡ଼ିଲା ଗୁଗୁଲ୍ ପେ’ରେ ଲୁଟୁଥିବା ଲୁଟେରା
ଝାରସୁଗୁଡ଼ା ଅଫିସ,୨୨ା୬: ଝାରସୁଗୁଡ଼ା ଜିଲା ପୋଲିସ ଏକ ଆନ୍ତଃ ଜିଲା ସାଇବର କ୍ରାଇମ୍ ଉପରୁ ରହସ୍ୟ ଉଠାଇଛି। ଏଥିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ପୋଲିସ ନୟାଗଡ଼ ଜିଲାରୁ...
ରଥଯାତ୍ରା ପରିଚାଳନା ପାଇଁ ଏସ୍ଓପି ପ୍ରସ୍ତୁତ ହେବ
ପୁରୀ ଅଫିସ, ୧୧।୬: କରୋନା ମହାମାରୀ ଯୋଗୁ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କୋଭିଡ୍ କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରାକୁ ବିନା ଭକ୍ତରେ କରିବା ପାଇଁ...
ରାଜ୍ୟରେ ୩ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୭।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଗତ କିଛି ଦିରୁ ନୂଆ ଦୈନିକ ସଂକମ୍ରଣ ସଂଖ୍ୟା ୪ହଜାରରୁ ତଳେ ରହିଛି। ବୁଧବାର...
୮ ଜିଲାରେ ଅକ୍ସିଜେନ୍ ପ୍ଲାଣ୍ଟ ଶିଳାନ୍ୟାସ
ଭୁବନେଶ୍ୱର, ୧୯।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍ଫରେନ୍ସ ଜରିଆରେ ରାଜ୍ୟର ୮ ଜିଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମିର ଉଦ୍ଘାଟନ କରିବା ସହ ତରଳ...
ଦ୍ୱିତୀୟ ଡୋଜ୍ ପାଇଁ ହିତାଧିକାରୀ ହଟହଟା
ଭୁବନେଶ୍ୱର, ୮।୬ (ବ୍ୟୁରୋ): ଟିକା ଅଭାବର ବିକଳ୍ପ ପନ୍ଥା ବାହାର କରାଯିବା ପରେ ୧୮ରୁ ୪୪ ବର୍ଷୀୟ ହିତାଧିକାରୀଙ୍କ ପାଇଁ ସୋମବାରଠାରୁ ଟିକାକରଣ ଆରମ୍ଭ ହୋଇଛି।...


