ନୂଆଦିଲ୍ଲୀ,୧୧।୬: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ ଗତ କିଛି ଦିନ ହେବା ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର କିଛି ବିଧାୟକଙ୍କ ସହ ଏକ ବୈଠକ କରି ରାଜ୍ୟରେ ରାଜନୈତିକ କାର୍ଯ୍ୟକଳାପକୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ନିକଟରେ କଂଗ୍ରେସର ବରିଷ୍ଠ ନେତା ଜିତିନ ପ୍ରସାଦ ଭାଜପାରେ ଯୋଗ ଦେଇଥିଲେ। ଏହା ପରେ କଳ୍ପନାଜଳ୍ପନା ତୀବ୍ର ହେଲା ଯେ ସଚିନ ପାଇଲଟ ମଧ୍ୟ କଂଗ୍ରେସକୁ ଛାଡି ପାରନ୍ତି। କୁହାଯାଉଛି ଯେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ ସମନ୍ବୟ କମିଟିର ରିପୋର୍ଟକୁ ନେଇ ରାଗିଛନ୍ତି। କଂଗ୍ରେସ ହାଇକମାଣ୍ଡ ସଚିନ ପାଇଲଟଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି। ଏହି ପର୍ଯ୍ୟାୟରେ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ସହ ଫୋନ୍ରେ କଥା ହୋଇଥିଲେ। ଏହା ବ୍ୟତୀତ କଂଗ୍ରେସର ବହୁ ବରିଷ୍ଠ ନେତା ମଧ୍ୟ ତାଙ୍କୁ ମନାଇବା ପାଇଁ ଚେଷ୍ଟା କରୁଛନ୍ତି। ସଚିନ ପାଇଲଟ ଶୁକ୍ରବାର ଦିଲ୍ଲୀରେ ପହଞ୍ଚି ପ୍ରିୟଙ୍କା ସହ ଆଲୋଚନା କରିବେ ବୋଲି ଚର୍ଚ୍ଚା ହେଉଛି।
ସୂଚନାଯୋଗ୍ୟ, ପୁନଃନିର୍ମାଣ କମିଟିକୁ ନେଇ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା, କିନ୍ତୁ ଏହା ଧୀରେ ଧୀରେ ସାମ୍ନାକୁ ଆସୁଛି।
୬୧ ବର୍ଷୀୟ ବ୍ୟକ୍ତିଙ୍କ ପେଟରୁ ଅଢ଼େଇ କିଲୋର ଟ୍ୟୁମର ବାହାର କଲେ ଡାକ୍ତର
ପାଟନା,୧୯।୬: ବିହାର ପାଟନା ସ୍ଥିତ ଏମ୍ସରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏମ୍ସର ଡାକ୍ତରମାନେ ଜଣେ ୬୧ବର୍ଷୀୟ ବୃଦ୍ଧଙ୍କ ସଫଳ ଚିକିତ୍ସା କରି ତାଙ୍କର...
ଇଟାଲୀ ମରିନ୍ଙ୍କ ବିରୋଧରେ ମାମଲା ବନ୍ଦ
ନୂଆଦିଲ୍ଲୀ,୧୬ା୬: ୨୦୧୨ରେ ଇଟାଲୀର ୨ ନୌସୈନିକ(ମରିନ୍)ଙ୍କ ଦ୍ୱାରା କେରଳ ଉପକୂଳରେ ୨ ଦୁଇଜଣ ଭାରତୀୟ ମତ୍ସ୍ୟଜୀବୀଙ୍କ ହତ୍ୟା ମାମଲାର ଶୁଣାଣିକୁ ମଙ୍ଗଳବାର ସୁପ୍ରିମକୋର୍ଟ ବନ୍ଦ କରିଦେଇଛନ୍ତି।...
୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩
ନୂଆଦିଲ୍ଲୀ, ୧୦।୬(ପି.ଟି.): ବିଶ୍ୱର ୨୦୦ ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ ମଧ୍ୟରେ ଭାରତର ୩ଟି ସ୍ଥାନ ପାଇଛି। ବୁଧବାର ପ୍ରକାଶିତ କ୍ୟୁଏସ୍ ଓ୍ବାଲର୍ଡ ୟୁନିଭର୍ସିଟି ର଼୍ୟାଙ୍କିଙ୍ଗ୍ସରେ ଇଣ୍ଡିଆନ ଇନ୍ଷ୍ଟଚ୍ୟୁଟ୍...
ରାମମନ୍ଦିର ଟ୍ରଷ୍ଟରେ ଜମି ଦୁର୍ନୀତି ଅଭିଯୋଗ
ଲକ୍ଷ୍ନୌ, ୧୪।୬: ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣ କାର୍ଯ୍ୟର ଦେଖାଶୁଣା କରିବା ଲାଗି କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଟ୍ରଷ୍ଟ ବେଆଇନ ଜମି କାରବାରରେ ସମ୍ପୃକ୍ତ ଥିବାନେେଇ...
ପାରିବାରିକ ହିଂସା ମାମଲାରେ କରନଙ୍କୁ ମିଳିଲା ଜାମିନ
ମୁମ୍ବାଇ,୧।୬: ଅନେକ ଟିଭି ସିରିୟଲ୍ରେ କାମ କରି ବେଶ୍ ଲୋକପ୍ରିୟତା ହାସଲ କରିଥିବା ଅଭିନେତା କରନ ମେହେରାଙ୍କୁ ପାରିବାରିକ ହିଂସା ମାମଲାରେ ଜାମିନ ମିଳିଛି। ସୋମବାର...
ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁଲେ ଜିଲାପାଳ: ଉଠିଲା ବିବାଦ
ହାଇଦ୍ରାବାଦ,୨୧।୬: ତେଲଙ୍ଗାନାରେ ସିଦ୍ଦିପେଟ ଜିଲାପାଳ ଭେଙ୍କଟାରାମ ରେଡ୍ଡୀ ଉଚ୍ଚ ପଦାଧିକାରୀ ତଥା ଜନ ପ୍ରତିନିଧୀଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ(କେସିଆର୍)ଙ୍କ ପାଦ ଛୁଇଁଛନ୍ତି। ଏହାକୁ...
ସାଢ଼େ ୩ ବର୍ଷର ବାନ୍ୟାଙ୍କ ଯୋଗ: ସୋସିଆଲ ମିଡିଆରେ ଭାଇରାଲ
ନୂଆଦିଲ୍ଲୀ,୨୧।୬: ସାରା ଦେଶରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍କୁ ପାଳନ କରାଯାଇ ଯୋଗ ଦିବସ...
ମାସ୍କ ନ ପିନ୍ଧିବାରୁ ବ୍ୟାଙ୍କ୍ରେ ଗ୍ରାହକଙ୍କୁ ଗୁଳି
ବରେଲି,୨୫।୬: ମାସ୍କ ପିନ୍ଧି ନ ଥିବାରୁ ଜଣେ ଗ୍ରାହକଙ୍କୁ ଗୁଳି କରିଛନ୍ତି ଏକ ବ୍ୟାଙ୍କର ସିକ୍ୟୁରିଟି ଗାର୍ଡ। ଉତ୍ତର ପ୍ରଦେଶର ବରେଲି ଜିଲାରେ ଘଟିଛି ଏଭଳି...


