ପାଟନା,୧୧।୬: ନିକଟରେ ବିହାର ପବ୍ଲିକ ସର୍ଭିସ କମିଶନ(ବିପିଏସ୍ସି)ର ୬୪ତମ କମ୍ପିଟେଟିଭ୍ ଏକ୍ସାମର ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି। ଏହି ପରୀକ୍ଷାରେ ପ୍ରଥମ ଥରେ ଜଣେ ମୁସଲିମ ମହିଳା ଉତ୍ତୀର୍ଣ୍ଣ ହେବା ସହ ଡିଏସ୍ପି ଭାବେ ମନୋନୀତ ହୋଇଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ବିହାର ଗୋପାଳଗଞ୍ଜ ଜିଲାର ହଥୁଆ ଗାଁରେ ରହୁଥିବା ଜଣେ ୨୭ବର୍ଷୀୟ ରଜିଆ ସୁଲତାନ ବିପିଏସ୍ସି ପରୀକ୍ଷାରେ କେବଳ ପାସ୍ ହୋଇନାହାନ୍ତି ବରଂ ଡିଏସ୍ପି ଭାବେ ମନୋନୀତ ହୋଇ ମୁସଲିମ ସମାଜ ଓ ରାଜ୍ୟ ପାଇଁ ଏକ ଇତିହାସ ରଚିଛନ୍ତି। ବିପିଏସ୍ସି ପରୀକ୍ଷାର ପ୍ରଥମ ପ୍ରୟାସରେ ହିଁ ସେ ସଫଳତାର ପାହାଚ ଚଢ଼ିଛନ୍ତି। ବର୍ତ୍ତମାନ ରଜିଆ ପାଟନାରେ ବିଦ୍ୟୁତ ବିଭାଗରେ ସହକାରୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି। କିନ୍ତୁ ଖୁବ୍ଶୀଘ୍ର ସେ ଏହି ଚାକିରୀ ଛାଡ଼ି ଖାକି ବର୍ଦ୍ଦିରେ ନଜର ଆସିବେ। ବିପିଏସ୍ସି ପରୀକ୍ଷାରେ ମୋଟ ୪୦ଜଣ ଆବେଦନକାରୀଙ୍କୁ ଡିଏସ୍ପି ଭାବେ ମନୋନୀତ କରାଯାଇଥିବା ବେଳେ ସେଥିରେ ୩ଜଣ ମୁସଲିମ୍ ରହିଛନ୍ତି। ଏହି ୪ଜଣ ମୁସଲିମ୍ଙ୍କ ମଧ୍ୟରେ ରଜିଆ ସୁଲତାନ ବି ରହିଛନ୍ତି। ରଜିଆଙ୍କ ପରିବାର କଥା କହିବାକୁ ଗଲେ ତାଙ୍କ ବାପା ମହମ୍ମଦ ଅସଲମ ବୋକାରୋ ଷ୍ଟିଲ୍ ପ୍ଲାଣ୍ଟରେ ଷ୍ଟେନୋଗ୍ରାଫର ଭାବେ କାର୍ଯ୍ୟରତ ଥିଲେ। ହେଲେ ୨୦୧୬ରେ ତାଙ୍କ ପିତାଙ୍କ ଦେହାନ୍ତ ଘଟିଥିଲା। ସେମାନେ ୬ଜଣ ଭଉଣୀ ହୋଇଥିବା ବେଳେ ତାଙ୍କର ଜଣେ ଭାଇ ଅଛି। ରଜିଆ ସର୍ବ କନିଷ୍ଠ ହୋଇଥିବା ବେଳେ ତାଙ୍କ ୫ଭଉଣୀଙ୍କ ବିବାହ ଶେଷ ହୋଇଛି।
୬୦ ଦିନ ପରେ ସର୍ବନିମ୍ନ ନୂଆ ଆକ୍ରାନ୍ତ ଚିହ୍ନଟ…
ନୂଆଦିଲ୍ଲୀ,୬।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆତଙ୍କ ସୃଷ୍ଟି କରିଛି। ନୂଆ ଆକ୍ରାନ୍ତ ଏବଂ...
ସାବ୍ଧାନ ଇଣ୍ଡିଆର ୨ଅଭିନେତ୍ରୀ ଗିରଫ
ମୁମ୍ବାଇ,୧୮।୬: ଟେଲି ସିରିୟଲ୍ର ପପୁଲାର ଶୋ’କ୍ରାଇମ୍ ପେଟ୍ରୋଲ ଓ ସାବ୍ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ...
ଥରିଲା ଆସାମ: ଉତ୍ତର-ପୂର୍ବ ଅଞ୍ଚଳରେ ଗତ ୨୪ଘଣ୍ଟାରେ ୫ଥର ଭୂକମ୍ପ
ଗୁଆହାଟି,୧୯।୬: ଆସାମରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୨ ରହିଛି। ଉତ୍ତର-ପୂର୍ବ ଅଞ୍ଚଳରେ ଗତ ୨୪ ଘଣ୍ଟାରେ ଏହା ପଞ୍ଚମ...
ମୋଦିଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ,୪।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ଧମକ ଦେଇଥିବା ଦିଲ୍ଲୀ ଖଜୁରୀଖସ୍ ଅଞ୍ଚଳର ଜଣେ ୨୨ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଛି। ଜାମିନରେ ଆସିଥିବା...
୧୦ ହଜାରରୁ ଅଧିକ ଘର ଉପରେ ଚାଲିବ ବୁଲ୍ଡୋଜର: ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ…
ଚଣ୍ଡିଗଡ଼,୧୭।୬: ହରିୟାଣାର ଫରିଦାବାଦ୍ ଏବଂ ଆରାବଳୀ ଜଙ୍ଗଲ ଅଞ୍ଚଳରେ ଥିବା ୧୦ ହଜାରରୁ ଅଧିକ ଘର ଉପରେ ବୁଲ୍ଡୋଜର ଚଳାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାର ରୋକ...
ସାବରମତି ନଦୀରେ କୋଭିଡ-୧୯ ଭାଇରସ୍
ଅହମଦାବାଦ,୧୮।୭: କରୋନା ଭାଇରସ୍ର ଦ୍ୱିତୀୟ ଲହରର ସ୍ଥିତି ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଦେଶରେ କରୋନା ସଙ୍କଟ ଏବେ ବି ଜାରି ରହିଛି।...
ସମାଲୋଚକଙ୍କୁ ନିର୍ବାଚନ ଲଢ଼ିବା ମନା
ମସ୍କୋ, ୫।୬: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ଶୁକ୍ରବାର ଏକ ନୂଆ ବିଲ୍ରେ ସ୍ବାକ୍ଷର କରିଛନ୍ତି। କୌଣସି ବ୍ୟକ୍ତି ରାଷ୍ଟ୍ରପତିଙ୍କୁ ସମାଲୋଚନା କଲେ ଉକ୍ତ ଆଇନ...
କୋଭିଡ୍ ମୃତ୍ୟୁ: ପରିବାରକୁ ମିଳିପାରେ ୪ ଲକ୍ଷ
ନୂଆଦିଲ୍ଲୀ, ୧୨।୬(ଆଇଏଏନ୍ଏସ୍): କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ପାଇଁ ଏକ ଆବେଦନର ବିଚାର କରାଯାଉଛି...


