ନୂଆଦିଲ୍ଲୀ, ୨୩ା୬: ପଞ୍ଜାବ କଂଗ୍ରେସରେ ଅନ୍ତର୍ଦ୍ୱନ୍ଦ୍ୱ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁ ଓ ଅନ୍ୟ କେତେଜଣ ବିଧାୟକ ତଥା ମନ୍ତ୍ରୀ ବିଭିନ୍ନ ପ୍ରସଙ୍ଗ ଉଠାଇ ଅମରିନ୍ଦ୍ର ସିଂ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। କଂଗ୍ରେସର ଅର୍ନ୍ତକଳହ ଓ ଅସନ୍ତୋଷ ବଢ଼ିବାରେ ଲଗିଥିବାବେଳେ ସାମଧାନ ପାଇଁ ଅଲ୍ ଇଣ୍ଡିଆ କଂଗ୍ରେସ କମିଟି(ଏଆଇସିସି) ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଏଆଇସିସିର ୩ ସଦସ୍ୟ ବିଶିଷ୍ଟ ଏକ ପ୍ୟାନେଲ ମଙ୍ଗଳବାର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କ ସହ ବୈଠକ କରି ତାଙ୍କୁ ଜବାବ ମାଗିଛି। ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ଏହି କମିଟି କନ୍ଦଳ ଦୂର କରି ଅସନ୍ତୁଷ୍ଟଙ୍କୁ ବୁଝାଇବା ସହ ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଏକଜୁଟ ହୋଇ କାମ କରିବାକୁ ପରାମର୍ଶ ଦେଇଛି। ପ୍ୟାନେଲରେ ଏଆଇସିସିର ସାଧାରଣ ସମ୍ପାଦକ ଦାୟିତ୍ୱରେ ଥିବା ହରିଶ ରାଓ୍ବତ ଏବଂ ପୂର୍ବତନ ଏମ୍ପି ଜେ. ପି. ଅଗ୍ରଓ୍ବାଲ ସଦସ୍ୟ ରହିଛନ୍ତି।
ଅମରିନ୍ଦରଙ୍କ ନେତୃତ୍ୱକୁ କଂଗ୍ରେସର ଅନେକ ନେତା ବିରୋଧ କରୁଛନ୍ତି। ନିକଟରେ ଅମରିନ୍ଦର ଦୁଇ ବିଧାୟକଙ୍କ ପୁଅଙ୍କୁ ଦୟା ମନୋଭାବ ରଖି ସରକାରୀ ଚାକିରି ଦେବାକୁ ନିଷ୍ପତ୍ତି ନେଇଥିବା ବିରୋଧୀ ଗୋଷ୍ଠୀ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀଙ୍କୁ ଘେରିଥିଲେ। ପଞ୍ଜାବରେ ଦୁଇ ପରିବାର ବେଶ୍ ଲାଭବାନ ହେଉଛନ୍ତି ବୋଲି ସିଦ୍ଧୁ ମତ ରଖିବା ପରେ କଂଗ୍ରେସରେ ହଟଚମଟ ସୃଷ୍ଟି ହୋଇଛି। ତେବେ ସର୍ବସାଧାରଣରେ ସିଦ୍ଧୁଙ୍କ ଏଭଳି ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅସନ୍ତୋଷ ବ୍ୟକ୍ତ କରିଥିବା ଜଣାପଡ଼ିଛି। କିଛି ସପ୍ତାହ ପୂର୍ବରୁ ଅମରିନ୍ଦର ଏବଂ ସିଦ୍ଧୁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା।
ଡାବର ଟୁଥ୍ପେଷ୍ଟ ପ୍ୟାକିଂରେ ବ୍ୟବହୃତ ହେବନି କାଗଜ
ନୂଆଦିଲ୍ଲୀ,୨୩।୬: ଦେଶର ଅଗ୍ରଣୀ କମ୍ପାନୀ ଏଫ୍ଏମ୍ସିଜି କମ୍ପାନୀ ଡାବର ପରିବେଶ ସୁରକ୍ଷା ପାଇଁ ଏକ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛି। ଏଣିକି କାଗଜ କାର୍ଟୁନରେ...
ପଞ୍ଜାବ, ହରିୟାଣାରେ ପ୍ରବଳ ବର୍ଷା: ନେଲାଣି ୫ ଜୀବନ
ଚଣ୍ଡିଗଡ଼,୧୧।୬: ପଞ୍ଜାବ ଏବଂ ହରିୟାଣାର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ଏଭଳିସ୍ଥିତିରେ ପଞ୍ଜାବର ପଟିଆଲା ଜିଲାରେ ଗୋଟିଏ ପରିବାରର ୪ ଜଣ ଏବଂ...
ନକଲି ଭାକ୍ସିନ୍ ନେଇ ଟିଏମ୍ସି ଏମ୍ପି ଅସୁସ୍ଥ…
କୋଲକାତା,୨୬।୬: ନକଲି ଭାକ୍ସିନ୍ ନେଇ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମ୍ସି) ଏମ୍ପି ତଥା ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ଅସୁସ୍ଥ ହୋଇପଡ଼ିଛନ୍ତି। ଶନିବାର ସକାଳେ ସେ ଅସୁସ୍ଥ ହୋଇପଡ଼ିବାରୁ...
ନୂଆ ଭାରିଆଣ୍ଟ୍ ଦ୍ୱାରା ୩ ପ୍ରତିଶତ ଶିଶୁ ହେବେ ଗୁରୁତର: ନୀତି ଆୟୋଗ…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀ...
୭୭.୮ ପ୍ରତିଶତ ପ୍ରଭାବଶାଳୀ କୋଭାକ୍ସିନ୍
ନୂଆଦିଲ୍ଲୀ,୨୨।୬: ଭାରତୀୟ ସ୍ବଦେଶୀ ଟିକା କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୀକ୍ଷା ବୈଠକର ତଥ୍ୟ ସାମ୍ନାକୁ ଆସିଛି। ଏହି ସମୀକ୍ଷା ବୈଠକରେ ପ୍ରକାଶ ପାଇଛି ଯେ,...
୩ ଲକ୍ଷ ୯୦ ହଜାରରୁ ଅଧିକଙ୍କ ଘଟିଲାଣି ମୃତ୍ୟୁ, ଦୈନିକ ସଂକ୍ରମଣ ପୁଣି ଟପିଲା ୫୦ ହଜାର…
ନୂଆଦିଲ୍ଲୀ,୨୩।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଦେଶରେ ଦୈନିକ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...
ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଭାରତୀୟ ବୁଲେଟ୍ ପ୍ରୁଫ୍ ଜେସିବି ମେସିନ୍ ଊପରେ ଆଖିବୁଜା ଗୁଳିମାଡ଼…
ଶ୍ରୀନଗର,୨।୬: ଗତ ୪ ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆରନିଆ ସେକ୍ଟରର ବିକ୍ରମ ପୋଷ୍ଟ୍ ଅଞ୍ଚଳରେ ଭାରତୀୟ ସେନା ପକ୍ଷରୁ...
୩ ହେଲିକପ୍ଟର ନେଇ ସହରରେ ପହଞ୍ଚିଲେ ରଦ୍ଦିଓ୍ବାଲା: ଆଉ ତା’ପରେ…
ଚଣ୍ଡିଗଡ଼,୨୩।୬: ପଞ୍ଜାବ ମନସାର ଜଣେ ରଦ୍ଦିଓ୍ବାଲା ଭାରତୀୟ ସେନାଠାରୁ ୬ ଗ୍ରାଉଣ୍ଡେଡ୍ ହେଲିକପ୍ଟର କ୍ରୟ କରିଛନ୍ତି। ଯାହାକୁ ଦେଖିବା ପାଇଁ ସହରରେ ପ୍ରବଳ ଭିଡ଼ ଜମିଥିବା...


