ନୂଆଦିଲ୍ଲୀ,୨୨।୬: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର ତୃତୀୟ ମୋର୍ଚ୍ଚା ଗଠନକୁ ନେଇ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ୧୫ ଦିନ ମଧ୍ୟରେ ଦୁଇଥର ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କୁ ଭେଟିବା ପରେ ପ୍ରଶାନ୍ତ କିଶୋର କହିଛନ୍ତି ଯେ, ତୃତୀୟ କିମ୍ବା ଚତୁର୍ଥ ମୋର୍ଚ୍ଚା ଭାଜପାକୁ ଟକ୍କର ଦେଇପାରିବ ନାହିଁ। ବର୍ତ୍ତମାନର ରାଜନୈତିକ ପରିସ୍ଥିତିରେ ତୃତୀୟ ମୋର୍ଚ୍ଚର କୌଣସି ଭୂମିକା ନାହିଁ। ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ସେ ବିରୋଧୀ ମୋର୍ଚ୍ଚାରେ ତାଙ୍କ ଭୂମିକାକୁ ମଧ୍ୟ ଅସ୍ବୀକାର କରିଛନ୍ତି। ସୂଚନାଯୋଗ୍ୟ, ଯେ ପ୍ରଶାନ୍ତ କିଶୋର ଏବଂ ଏନସିପି ମୁଖ୍ୟ ଶରଦ ପାୱାର ଗତ ସୋମବାର ସାକ୍ଷାତ କରିଥିଲେ। ଏହାପୂର୍ବରୁ ଜୁନ ୧୧ରେ ପାୱାରଙ୍କ ମୁମ୍ବାଇ ଘରେ ଦୁହିଁଙ୍କର ସାକ୍ଷାତ ହୋଇଥିଲା। ଏହାପରେ ତୃତୀୟ ମୋର୍ଚ୍ଚା ଗଠନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
ଗତ ୨୪ ଘଣ୍ଟାରେ ୭୪ ବ୍ଲାକ୍ ଫଙ୍ଗସ୍ ରୋଗୀ ଚିହ୍ନଟ
ଚଣ୍ଡିଗଡ଼,୪।୬: ହରିଆଣାରେ ବ୍ଲାକ୍ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୪ ନୂଆ ବ୍ଲାକ୍ ଫଙ୍ଗସ୍...
ସମସ୍ତ ରାଜ୍ୟ ବୋର୍ଡରେ ସମାନ ମୂଲ୍ୟାଙ୍କନ ପଦ୍ଧତି ନୁହେଁ ସମ୍ଭବ, କହିଲେ ସୁପ୍ରିମ୍କୋର୍ଟ…
ନୂଆଦିଲ୍ଲୀ,୨୪।୬: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶର ୨୧ ରାଜ୍ୟରେ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ରଦ୍ଦ କରି ଦିଆଯାଇଛି। ଏନେଇ ସିବିଏସ୍ଇ ବୋର୍ଡ ପକ୍ଷରୁ ଆଗତ...
ପୁଲଓ୍ବାମାରେ ପୁଣି ଥରେ ପଡ଼ିଲା ରକ୍ତ ଛିଟା
ଶ୍ରୀନଗର,୬।୬ : ପୁଣି ଥରେ ପୁଲଓ୍ବାମାରେ ପଡ଼ିଛି ରକ୍ତ ଛିଟା। ଜମ୍ମୁ-କଶ୍ମୀରର ପୁଲଓ୍ବାମା ଜିଲାରେ ଗ୍ରେନେଡ୍ ବିସ୍ଫୋରଣ ଘଟିଛି। ଘଟଣାରେ ଅତିକମ୍ରେ ୮ ଜଣ ଆହତ...
ଗପୁଗପୁ ଅନ୍ୟମନସ୍କରେ ୫ ମିନିଟ୍ରେ ଯୁବକଙ୍କୁ ୨ ଡୋଜ୍ ଟିକା ଦେଲେ ନର୍ସିଂ ଷ୍ଟାଫ୍…
ଲଳିତପୁର,୧୦।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ସରକାରଙ୍କ ପକ୍ଷରୁ ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ତେବେ ଡୋଜ୍...
ମାଆବାପା ପଜିଟିଭ୍ ହେଲେ କର୍ମଚାରୀଙ୍କୁ ୧୫ ଦିନ ସ୍ବତନ୍ତ୍ର ଛୁଟି
ନୂଆଦିଲ୍ଲୀ, ୧୦।୬(ପି.ଟି.): କୌଣସି କେନ୍ଦ୍ରୀୟ ସରକାରୀ କର୍ମଚାରୀଙ୍କର ମାଆବାପା, କିମ୍ବା ତାଙ୍କ ଉପରେ ନିର୍ଭରଶୀଳ ପରିବାର ସଦସ୍ୟ ଯଦି କୋଭିଡ୍ ପଜିଟିଭ୍ ଚିହ୍ନଟ ହୁଅନ୍ତି, ତେବେ...
ଅନୁପ ପାଣ୍ଡେ ନୂଆ ଇସି
ନୂଆଦିଲ୍ଲୀ, ୧୦।୬(ପି.ଟି.): ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଅନୁପ ଚନ୍ଦ୍ର ପାଣ୍ଡେଙ୍କୁ ଭାରତର ଅନ୍ୟତମ ନିର୍ବାଚନ କମିଶନ (ଇସି) ଭାବେ ନିଯୁକ୍ତି ଦିଆଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ...
ଦିବାଲୋକରେ ଭାଜପା ନେତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ
ବେଙ୍ଗାଲୁରୁ,୨୪।୬: କର୍ନାଟକରେ ଶାସନ କରୁଥିବା ଭାଜପାର ନେତ୍ରୀ ତଥା ଦୁଇ ଥର ବୃହତ୍ ବେଙ୍ଗାଲୁରୁ ମହାନଗର ପାଳିକା (ବିବିଏମ୍ପି) କର୍ପୋରେଟର ରେଖା କାଦିରେଶଙ୍କୁ ହତ୍ୟା କରାଯାଇଛି।...
ଅନୈତିକ ସମ୍ପର୍କ ରଖିଥିବା ମହିଳା ବି ହୋଇ ପାରିବେ ଜଣେ ଭଲ ମା’: ହାଇକୋର୍ଟ…
ଚଣ୍ଡିଗଡ଼,୨।୬: ଜଣେ ମହିଳା ଅନୈତିକ ସମ୍ପର୍କ ରଖିଥିଲେ ବି ସେ ଭଲ ମା’ ହୋଇପାରିବେ। ଅନୈତିକ ସମ୍ପର୍କ ଭଲ ମା’ ହେବାକୁ ପ୍ରଭାବିତ କରି ନ...


