ନୂଆଦିଲ୍ଲୀ,୧୧।୬: ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ ଏବେ ପରିବାର ସହ ସମୟ ବିତାଉଛନ୍ତି। ସେ ଗୁରୁବାର ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି। ଚହଲ ଇନଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ତାଙ୍କ ପରିବାର ସହିତ ବସିଥିବାର ନଜର ଆସିଛନ୍ତି। ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ସହ ମା’ ଏବଂ ବାପାଙ୍କ ସହ ଚହଲ ବସିଛନ୍ତି। ଚହଲଙ୍କ ମାତାପିତା କରୋନା ଆକ୍ରାନ୍ତ ହୋଇଥିଲେ କିନ୍ତୁ ଏବେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ଚହଲ ଫଟୋ ଶେୟାର କରି କହିଛନ୍ତି, ପ୍ରାର୍ଥନା ଏବଂ ସମର୍ଥନ ପାଇଁ ସମସ୍ତଙ୍କୁ ଧନ୍ୟବାଦ। ବନ୍ଧୁ, ପରିବାର ଏବଂ ଆପଣଙ୍କ ସମସ୍ତଙ୍କଠାରୁ ବାର୍ତ୍ତା ମାଧ୍ୟମରେ ଆମେ ପାଇଥିବା ସାହାଯ୍ୟ ପାଇଁ ଧନ୍ୟବାଦ। ମାତାପିତା ସୁସ୍ଥ ଅଛନ୍ତି ଏବଂ ଆମେ ନିରାପଦରେ ରହିବାକୁ ସମସ୍ତଙ୍କୁ ନିବେଦନ କରୁଛୁ । ଧନଶ୍ରୀ ତାଙ୍କ ଶ୍ୱଶୁରଙ୍କ କରୋନା ସଂକ୍ରମିତ ହେବା ବିଷୟରେ ସୂଚନା ଦେଇଥିଲେ। ୟୁଜଭେନ୍ଦ୍ରଙ୍କ ବାପାଙ୍କଠାରେ ଗୁରୁତର କରୋନା ଲକ୍ଷଣ ଥିଲା। ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଚହଲଙ୍କ ମା’ ମଧ୍ୟ କରୋନା ଆକ୍ରାନ୍ତ ହୋଇଥିଲା। ଧନଶ୍ରୀଙ୍କ ମା ଏବଂ ଭାଇ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ। ତାଙ୍କର ଜଣେ ସମ୍ପର୍କୀୟ କରୋନାରେ ପ୍ରାଣ ହରାଇଥିଲେ। ସୂଚନାଯୋଗ୍ୟ, ଚହଲ ଏବେ ଶ୍ରୀଲଙ୍କା ଗସ୍ତ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
‘ପାକ୍ ସହ ଆଲୋଚନା କରୁ କେନ୍ଦ୍ର’
ନୂଆଦିଲ୍ଲୀ/ଶ୍ରୀନଗର,୨୩ା୬: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ଶାନ୍ତି ଫେରାଇ ଆଣିବା ପାଇଁ ଯଦି ଭାରତୀୟ ଅଧିକାରୀମାନେ ଦୋହା ଯାଇ ତାଲିବାନ ଆତଙ୍କବାଦୀଙ୍କ ସହ ଆଲୋଚନା କରିପାରୁଛନ୍ତି ତେବେ...
ଶୁଭେନ୍ଦୁଙ୍କଠାରୁ ହାର୍ ମାନିବାକୁ ପ୍ରସ୍ତୁତ ନାହାନ୍ତି ଦିଦି: ଜୁନ୍ ୨୪ ଶୁଣାଣି
କୋଲକତା,୧୮।୬: ପଶ୍ଚିମବଙ୍ଗର ବିଧାନସଭା ନିର୍ବାଚନରେ ନନ୍ଦିଗ୍ରାମ ଆସନରୁ ଭାଜପା ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କଠାରୁ ହାରିଯାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ପରେ ସେ ଶୁଭେନ୍ଦୁ ଅଧିକାରୀଙ୍କ ବିଜୟ...
ଆନ୍ଧ୍ର ଛୁଇଁଲା ମୌସୁମୀ
ନୂଆଦିଲ୍ଲୀ,୭।୬(ପି.ଟି.): ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ରବିବାର ସମଗ୍ର ଉତ୍ତରପୂର୍ବାଞ୍ଚଳରେ ପହଞ୍ଚତ୍ଥିବା ଭାରତର ପାଣିପାଗ ବିଭାଗ (ଆଇଏମ୍ଡି) ପକ୍ଷରୁ କୁହାଯାଇଛି। ଏହା ସ୍ବାଭାବିକ ତାରିଖର ୪ ଦିନ...
୨ରୁ ଅଧିକ ସନ୍ତାନ ଥିଲେ ଆଉ ମିଳିବନି ସରକାରୀ ସୁବିଧା: ମୁଖ୍ୟମନ୍ତ୍ରୀ…
ଗୁଆହାଟି,୨୦।୬: ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ଆଉ ସରକାରୀ ସୁବିଧା ସୁଯୋଗ ମିଳିବନି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୂଚନା ଦେଇଛନ୍ତି।...
ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ବାତିଲ
ନୂଆଦିଲ୍ଲୀ,୧।୬: ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ୍(ସିବିଏସ୍ଇ) ଦ୍ୱାଦଶ ପରୀକ୍ଷା ବାତିଲ ହୋଇଛି। ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ନେଇ ସମୀକ୍ଷା କରିବା...
ପାଣି ପାଇଁ କରୋନା ସଂକ୍ରମଣ ଅବା ମୃତ୍ୟୁକୁ ନାହିଁ ଭୟ…
ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ଯୋଗୁ ଭୟଙ୍କର ସ୍ଥିତି ଦେଖାଦେଇଛି। ତେବେ...
ରାମଦେବଙ୍କୁ କରୋନା ସହିତ ତୁଳନା କଲେ ରାକ୍ଷୀ ସାଓ୍ବନ୍ତ…
ମୁମ୍ବାଇ,୯।୬: ସବୁବେଳେ ନିଜ ମନ୍ତବ୍ୟ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ଏକ ଭିଡ଼ିଓ ଏବେ...
ଦିଲ୍ଲୀରୁ ଖୁସି ଖବର: କରୋନା ଗ୍ରାଫ୍ ତଳ ମୁହାଁ,ଡେଲ୍ଟା ଭାରିଆଣ୍ଟ୍କୁ ପ୍ରଭାବହୀନ କରିବ ଭାକ୍ସିନ୍…
ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ କମିବାରେ ଲାଗିଛି। ତେବେ ଦିଲ୍ଲୀରୁ ପୁଣି ଖୁସି ଖବର...


