ପୁରୁଷୋତ୍ତମପୁର,୧୧ା୬: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ଶୁକ୍ରବାର ପୈତୃକ ସମ୍ପତିକୁ ନେଇ ୨ ଭାଇଙ୍କ ମଧ୍ୟରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ବଡ଼ ଭାଇ ବିପ୍ରଚରଣ ପ୍ରଧାନ ଓ ତାଙ୍କ ପୁଅ ଅରୁଣ ଗୁରୁତର ଆହତ ହୋଇଛନ୍ତି। ଏ ନେଇ ପୁରୁଷୋତ୍ତମପୁର ପୋଲିସ ଏକ ମାମଲା(ନଂ. ୨୫୨/୨୧) ରୁଜୁ କରିଛି। ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କ ସମେତ ୩ ଜଣଙ୍କୁ ପୋଲିସ ଥାନାରେ ଅଟକ ରଖି ପଚାରଉଚୁରା ଚଳାଇଛି। ପ୍ରକାଶ ଯେ, ପୈତୃକ ସମ୍ପତି ଭାଗ ବଣ୍ଟାକୁ ନେଇ ବିପ୍ରଚରଣ ପ୍ରଧାନ ଓ ତାଙ୍କ ଭାଇ ବିଜୟଙ୍କ ମଧ୍ୟରେ ପୂର୍ବରୁ ବିବାଦ ଲାଗି ରହିଥିଲା। ଏହାକୁ ନେଇ ବିଜୟଙ୍କ ପରିବାର ଲୋକେ ବିପ୍ରଙ୍କ ଘରେ ପଶି ପାଟିତୁଣ୍ଡ କରିଥିଲେ। ଏହି ସମୟରେ ବିଜୟଙ୍କ ନାବାଳକ ପୂଅ ପୂର୍ବ ଯୋଜନା ମୁତାବକ ଧରିଥିବା ଛୁରି ବଡ ବାପା ବିପ୍ରଚରଣ ଓ ଭାଇ ଅରୁଣଙ୍କୁ ଭୁଷି ଦେଇଥିଲେ। ଉଭୟଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପୁରୁଷୋତ୍ତମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରେ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।
Posted inଆମ ଜିଲା ଖବର, ଗଞ୍ଜାମ, ରାଜ୍ୟ View All
ଆଜି ଆଉ ୪୩ ଜୀବନ ନେଲା କରୋନା, ୩୬୦୦ ଟପିଲା ମୃତ୍ୟୁସଂଖ୍ୟା
ଭୁବନେଶ୍ୱର,୨୧ା୬(ବ୍ୟୁରୋ): ସୋମବାର ରାଜ୍ୟରୁ କରୋନା ମହାମାରୀ ଆଉ ୪୩ ଜଣଙ୍କ ଜୀବନ ନେଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।...
ବାଲେଶ୍ୱରର ଜଣେ ବରିଷ୍ଠ ଶିକ୍ଷାବିତଙ୍କ ପରଲୋକ
ବାଲେଶ୍ବର ଅଫିସ,୧୭।୭: ବାଲେଶର ଜିଲାର ଜଣେ ବରିଷ୍ଠ ଶିକ୍ଷାବିତ ଓ ସତ୍ୟସାଇ ଇଞ୍ଜିନିୟରିଂ କଲେଜର ପରିଚାଳନା ନିର୍ଦ୍ଦେଶକ ତଥା ଯୁବ ନେତା ବେଣୁମାଧବ ପଣ୍ଡାଙ୍କ ପରଲୋକ...
ଦ୍ୱିତୀୟ ବିବାହ କରିବେ ବିଧାୟକ ବ୍ୟୋମକେଶ
ଭଦ୍ରକ ଅଫିସ, ୨୩ା୬: ଭଦ୍ରକ ଜିଲାର ଚାନ୍ଦବାଲି ବିଧାୟକ ତଥା ଯୁବ ବିଜେଡି ସଭାପତି ବ୍ୟୋମକେଶ ରାୟ ଦ୍ୱିତୀୟ ଥର ପାଇଁ ବିବାହ କରିବେ। ଜୁଲାଇ...
ପାହାଡ଼ିଆ ଅଞ୍ଚଳରେ ସୁଧୁରିବ ଜଳ ସମସ୍ୟା
ଖଇରା, ୪।୬-ବାଲେଶ୍ୱର ଜିଲା ଖଇରା ବ୍ଲକର ଉପାନ୍ତ ପାହାଡିଆ ଅଞ୍ଚଳରେ ବସବାସ କରୁଥିବା ଅଧିବାସୀଙ୍କ ପାଇଁ ଖୁସି ଖବର ା ଖୁବଶୀଘ୍ର ବର୍ଷ ବର୍ଷ ଧରି...
ନକଲି ଡାକ୍ତରଙ୍କ କ୍ଲିନିକ୍ରେ ଚଢ଼ାଉ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଲାଇସେନ୍ସ କିମ୍ବା ଡାକ୍ତରୀ ଶିକ୍ଷାଗତ ଯୋଗ୍ୟତା ନାହିଁ। ତଥାପି ଘରେ ହୋମିଓପାଥିକ କ୍ଲିନିକ୍ ଖୋଲି ଔଷଧ ଦେବା ସହ ରୋଗୀଙ୍କ ଚିକିତ୍ସା କରୁଛନ୍ତି। କରୋନାକୁ...
ବାପାଙ୍କୁ ଆକ୍ରମଣ କରି ଜେଲ ଗଲେ ପୁଅ
ଦିଗପହଣ୍ଡି,୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଜଙ୍ଘମା ଗ୍ରାମର ରବିନ୍ଦ୍ର ବେହେରାଙ୍କୁ ବୁଧବାର ପୋଲିସ କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ...
କୋଭିଡ୍ ନିୟମ ଉଲ୍ଲଘଂନ: ୫ ଦୋକାନ ସିଲ୍
କେସିଙ୍ଗା,୧୪।୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କେସିଙ୍ଗା ସହରର କୋଭିଡ୍ ନିୟମ ଉଲ୍ଲଘଂନ ନେଇ ୫ଟି ଦୋକାନକୁ ସୋମବାର ଏନ୍ଏସି ପ୍ରଶାସନ ପକ୍ଷରୁ ସିଲ କରାଯାଇଛି । ଉକ୍ତ...
ରଥଯାତ୍ରା ପାଇଁ ନୀତି ନିର୍ଘଣ୍ଟ
ପୁରୀ ଅଫିସ,୨୦ା୬: ଆସନ୍ତା ଜୁଲାଇ ୧୨ରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ଏଥିପାଇଁ ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ରବିବାର ଆୟୋଜିତ ହୋଇଥିବା...


