କୋଭିଡ୍ ମହାମାରୀ ପରିଚାଳନାରେ ସରପଞ୍ଚମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛନ୍ତି। କିନ୍ତୁ ମହାରାଷ୍ଟ ସୋଲାପୁର ଜିଲାର ଅଟ୍ରୋଲି ଏବଂ ଘଟନେ ପଞ୍ଚାୟତର ଦୁଇ ଯୁବ ସରପଞ୍ଚଙ୍କ ମହାମାରୀ ବିରୋଧୀ ଲଢ଼େଇ ଏବେ ଉଦାହରଣ ସୃଷ୍ଟି କରିଛି। ଅଟ୍ରୋଲିର ସରପଞ୍ଚ କୋମଲ କାର୍ପେ ଏବଂ ଘଟନେର ସରପଞ୍ଚ ଋତୁରାଜ ଦେଶମୁଖ, ଉଭୟଙ୍କ ବୟସ ୨୧। ଦୁହେଁ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଛନ୍ତି। ସବୁଠୁ ବଡ଼ କଥା ହେଉଛି ପ୍ରଥମ ଲହରରେ ଦୁଇ ପଞ୍ଚାୟତର କ୍ଷତି ହୋଇଥିବାବେଳେ ଦ୍ୱିତୀୟ ଲହରରେ ଏମାନେ ଏହାକୁ ସମ୍ପୂର୍ଣ୍ଣ କରୋନା ମୁକ୍ତ କରିପାରିଛନ୍ତି। ଦୁହେଁ ଚଳିତ ବର୍ଷ ଫେବୃୟାରୀରେ ପଞ୍ଚାୟତ ଦାୟିତ୍ୱ ନେଇଥିତ୍ଲେ। ସରପଞ୍ଚ ଭାବେ ଦାୟିତ୍ୱ ନେବା ପରେ ସେମାନେ ଯେଭଳି କରୋନାର ଦ୍ୱିତୀୟ ଲହରକୁ ମୁକାବିଲା କରିଛନ୍ତି ତାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଋତୁରାଜ ତାଙ୍କ ପଞ୍ଚାୟତରେ ପୋଲିସ ସହାୟତାରେ କୋଭିଡ୍ ନିୟମ ଉଲ୍ଲଂଘନ କଲେ ୨୦୦ଟଙ୍କା ଜରିମାନା ଲାଗୁ କରିଛନ୍ତି। ପଞ୍ଚାୟତରେ ସମସ୍ତଙ୍କର କୋଭିଡ୍ ପରୀକ୍ଷା କରିବା ସହ ପ୍ରତିଦିନ ଅକ୍ସିଜେନ ସ୍ତର ମାପ କରିବାର ବ୍ୟବସ୍ଥା କରିଛନ୍ତି। କୋମଲ କାର୍ପେ ମଧ୍ୟ ତାଙ୍କ ପଞ୍ଚାୟତର ପାଖାପାଖିତ୍ ୩ ହଜାର ଲୋକଙ୍କୁ ସୁରକ୍ଷିତ ରଖିପାରିଛନ୍ତି। ପଞ୍ଚାୟତର ସବୁ ଗ୍ରାମ କମିଟିର ସହଯୋଗରେ ଏହା ସମ୍ଭବ ହୋଇପାରିଛି। ତେବେ ଦୁଇ ସରପଞ୍ଚ ଏବେ ତୃତୀୟ ଲହରକୁ ମୁକାବିଲା କରିବା ଲାଗି ସବୁକିଛି ଯୋଗାଡ଼ରେ ଲାଗିପଡ଼ିଛନ୍ତି।
ଏଇ ଭାରତରେ
କୋଭିଡ୍-୧୯ ମହାମାରୀର ଦ୍ୱିତୀୟ ଲହରରେ ବେଙ୍ଗାଲୁରୁର ସତ୍ୟ ଶଙ୍କରନ୍ଙ୍କ କର୍ତ୍ତବ୍ୟନିଷ୍ଠା ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛି। ସେ ସାଇକେଲ ଚଳାଇ ବରିଷ୍ଠ ନାଗରିକ ଏବଂ କୋଭିଡ୍-୧୯...
ଏଇ ଭାରତରେ
ଜନସେବା କରିବାର ତରିକା ସମାଜସେବୀ ମାତିୟୁର ରହମାନଙ୍କ କ୍ଷେତ୍ରରେ ନିଶ୍ଚିତ ଭିନ୍ନ। ସେ ବିଦେଶରୁ ମୃତଦେହ ଆଣିବାରେ ଗରିବ ଲୋକମାନଙ୍କୁ ସହଯୋଗ କରୁଛନ୍ତି । ସବୁ...
ପରିବେଶକୁ କାଳ ସିନ୍ଥେଟିକ୍ କପଡ଼ା
ମାନେକା ଗାନ୍ଧୀ ତୁମେ ଯାହା ଖାଉଛ ତାହା କେବଳ ପୃଥିବୀ ଓ ବସବାସ କରୁଥିବା ଜୀବଙ୍କ ଜୀବନ ଶେଷ କରି ଦେଉନି, ବରଂ ଯାହା ପିନ୍ଧୁଛ...
କରୋନା କୁଟିର
ସମରେନ୍ଦ୍ର ବଳିଆରସିଂହ କରୋନା ଗୋଟେ କାଳର ନାଁ, ‘ସାକ୍ଷାତ ଯମ’। କାହାକୁ ନେଇଯାଇଛି ତ, କାହା ଦେହରେ ହାତ ଆଉଁସି ପଳେଇ ଯାଇଛି। କି...
ସୂଚନା ମହାମାରୀ
ଈପ୍ସିତା ମହାନ୍ତି ଭାରତ ସମେତ ସମଗ୍ର ବିଶ୍ୱ ଆଜି କୋଭିଡ୍-୧୯ ସହିତ ଅନ୍ୟ ଏକ ମହାମାରୀର ସମ୍ମୁଖୀନ ହୋଇଛି, ଯାହାକୁ ‘ଇନ୍ଫୋଡେମିକ୍’ ବା ‘ସୂଚନା...
ଏହା ହିଁ ବାସ୍ତବ ସ୍ଥିତି
ଆକାର ପଟେଲ ଗତ ମାସ ଶେଷରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍ଡିଏ) ସରକାର ତା’ର ୭ ବର୍ଷ ପୂର୍ତ୍ତି ପାଳନ କଲା। କରୋନାର ଦ୍ୱିତୀୟ ଲହରରେ...
ମହାମାରୀରେ ଭଗବାନଙ୍କ ଭୂମିକା
ସହଦେବ ସାହୁ କୋଭିଡ୍-୧୯ ରୋଗର ଭୂତାଣୁ କରୋନା ଭାଇରସ୍ ଆକ୍ରମଣ ହେଲେ ଆମେ ଭଗବାନଙ୍କୁ ଡାକୁଛୁ। ସେ କାହିଁକି ଶୁଣୁନାହାନ୍ତି ଏ ବିଷୟରେ ଟିକେ ଚିନ୍ତା...
ଏଇ ଭାରତରେ
ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍ଙ୍କ ପ୍ରୟାସ ବେଶ୍ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...


