E-Paper
  • logo
  • Saturday 28th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜାତୀୟ, ମନୋରଞ୍ଜନ

ଆଇଶାଙ୍କ ବିରୋଧରେ ଦେଶଦ୍ରୋହ
9:36 amJune 12, 2021

କୋଚି, ୧୨।୬: ଅଭିନେତ୍ରୀ ତଥା ମଡେଲ୍‌ ଆଇଶା ସୁଲତାନା ଏକ ଟିଭି ବିତର୍କରେ ଭାଗନେଇ ଲାକ୍ଷାଦ୍ୱୀପରେ କୋଭିଡ୍‌-୧୯ ସଂକ୍ରମଣ ନେଇ ମିଛ ଖବର ପ୍ରସାର କରିଥିବା ଅଭିଯୋଗରେ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ଅଭିନେତ୍ରୀଙ୍କ ବିରୋଧରେ ଭାଜପା ନେତା ଏତଲା ଦାଏର କରିଥିଲେ। କାଭାରାଟ୍ଟି ପୋଲିସ ତାଙ୍କ ବିରୋଧରେ ଆଇପିସିର ଧାରା ୧୨୪ଏ (ଦେଶଦ୍ରୋହ) ଏବଂ ୧୫୩ ବି (ଉତ୍ତେଜନାପୂର୍ଣ୍ଣ ବକ୍ତବ୍ୟ)ରେ ମାମଲା ରୁଜୁ କରିଛି। ଲାକ୍ଷାଦ୍ୱୀପର ଚେତିଆଥ୍‌ ଦ୍ୱୀପ ବାସିନ୍ଦା ଆଇଶା ଅନେକ ମାଲୟାଲମ ଚଳଚ୍ଚିତ୍ରରେ କାର୍ଯ୍ୟ କରିଛନ୍ତି। ଅଭିଯୋଗ ଅନୁଯାୟୀ ଆଇଶା ମାଲୟାଲମ ଟିଭି ଚ୍ୟାନେଲ ବିତର୍କରେ ଭାଗନେଇ କହିଥିଲେ, ଲାକ୍ଷାଦ୍ୱୀପର ଲୋକମାନଙ୍କ ବିରୋଧରେ ଜୈବିକ ଅସ୍ତ୍ର ଭାବେ କୋଭିଡ୍‌-୧୯କୁ ନିୟୋଜିତ କରିବା ଲାଗି କେନ୍ଦ୍ର ସରକାର ପ୍ରଶାସକ ପ୍ରଫୁଲ୍ଲ ଖୋଡା ପଟେଲଙ୍କୁ ବ୍ୟବହାର କରିଛନ୍ତି। ଉକ୍ତ କେନ୍ଦ୍ରଶାସିତ ଅଞ୍ଚଳରେ ଆଦୌ କୋଭିଡ୍‌ ମାମଲା ନ ଥିବାବେଳେ ଏବେ ଦୈନିକ ଶତାଧିକ ମାମଲା ଆସୁଥିବା ସେ ଅଭିଯୋଗ କରିଥିଲେ। କେନ୍ଦ୍ରର ନରେନ୍ଦ୍ର ମୋଦି ସରକାରଙ୍କ ବିରୋଧରେ ଅଭିଯୋଗ ଆଣିବା ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଛି। କୋଭିଡ୍‌କୁ ନେଇ ମିଛ ଖବର ପ୍ରଚାର ଅଭିଯୋଗରେ ତାଙ୍କ ବିରୋଧରେ ଭାଜପା ଲାକ୍ଷାଦ୍ୱୀପ ସଭାପତି ଅବଦୁଲ ଖାଦେର ଏତଲା ଦାଏର କରିବା ପରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି।
ଏହି ଖବର ପ୍ରକାଶ ପାଇବା ପରେ ଟୁଇଟର ସମେତ ବିଭିନ୍ନ ସୋସିଆଲ ମିଡିଆରେ ଜୋର୍‌ଦାର ପ୍ରତିକ୍ରିୟା ପ୍ରକାଶ ପାଇଛି। ଦେଶଦ୍ରୋହ ଏବଂ ୟୁଏପିଏ ଭଳି ପୁରୁଣାକାଳିଆ କଠୋର ଆଇନକୁ ଉଚ୍ଛେଦ କରାଯାଉ ବୋଲି କେତେଜଣ ମତ ଦେଇଥିବାବେଳେ ଲୋକମାନଙ୍କୁ ମାରିବା ଷଡ଼ଯନ୍ତ୍ର ଭଳି ଗୁରୁତର ଅଭିଯୋଗ ଅଧିକ ତଥ୍ୟ ସହ ଆଣିବା ଆବଶ୍ୟକ ବୋଲି ଅନ୍ୟମାନେ କହିଛନ୍ତି। ଭିନ୍ନମତକୁ ଚାପିଦିଆଯାଇପାରିବ ନାହିଁ ବୋଲି କେତେଜଣ ସୋସିଆଲ ମିଡିଆରେ ଲେଖିଛନ୍ତି। ସୂଚନାଯୋଗ୍ୟ, ଆଇଶା ସୁଲ୍‌ତାନା ଲାକ୍ଷାଦ୍ୱୀପରେ କେନ୍ଦ୍ର ସରକାରଙ୍କ କଠୋର ନିୟମାବଳୀକୁ ବିରୋଧ କରିବା ସହ ଲୋକଙ୍କ ଅଧିକାର ଉପରେ କହିଆସୁଛନ୍ତି।

 


[mc4wp_form id="252536"] All Right Reserved By Dharitri.Com

Posted inଜାତୀୟ, ମନୋରଞ୍ଜନ View All

ହନିମୁନ୍‌ରେ ଏହି ପ୍ରସିଦ୍ଧ ଅଭିନେତ୍ରୀଙ୍କୁ ଏମିତି କରିବାକୁ କହିଥିଲେ ସ୍ବାମୀ

୯୦ ଦଶକରେ କପୁର ପରିବାରର ଝିଅ କରିସ୍ମା କପୁର ଶ୍ରେଷ୍ଠ ଅଭିନେତ୍ରୀ ଆଖ୍ୟା ପାଇଥିଲେ। ଯେପର୍ଯ୍ୟନ୍ତ ସେ ବଲିଉଡରେ ଥିଲେ, ପରଦାରେ ପ୍ରାଧାନ୍ୟ ବିସ୍ତାର କରିଥିଲେ।...

ଆଗକୁ ବିପଦ କୋଭିଡ୍‌ ଆବର୍ଜନା

ନୂଆଦିଲ୍ଲୀ/ଭୁବନେଶ୍ୱର(ବ୍ୟୁରୋ),୧୪ା୬: ମହାମାରୀ କରୋନାର ଦ୍ୱିତୀୟ ଲହର କ୍ରମଶଃ ଦୁର୍ବଳ ହେବାରେ ଲାଗିଥିବାବେଳେ କୋଭିଡ୍‌ ରୋଗୀଙ୍କ ଚିକିତ୍ସାରୁ ବାହାରୁଥିବା ବ୍ୟବହୃତ ଡାକ୍ତରୀ ଉପକରଣର ଗଦା ଗଦା ଆବର୍ଜନା...

ଡୋମିନିକାରେ ୮ ଜଣିଆ ଟିମ୍‌

ନୂଆଦିଲ୍ଲୀ,୨ା୬: ପଳାତକ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କୁ ସ୍ବଦେଶକୁ ଆଣିବା ପାଇଁ ବିଭିନ୍ନ ଭାରତୀୟ ସଂସ୍ଥାର ଏକ ୮ ଜଣିଆ ଟିମ୍‌ ଦ୍ୱୀପ ରାଷ୍ଟ୍ର ଡୋମିନିକାରେ...

୭୦ କୋଭି୍‌ଡ ଅନାଥଙ୍କ ଦାୟିତ୍ୱ ନେଲା ଲକ୍ଷ୍ନୌ ୟୁନିଭର୍ସିଟି

ଲକ୍ଷ୍ନୌ, ୧୭ା୬: ଉତ୍ତରପ୍ରଦେଶ ସ୍ଥିତ ଲକ୍ଷ୍ନୌ ୟୁନିଭର୍ସିଟି କରୋନାରେ ରୋଜଗାରିଆ ମାତାପିତାଙ୍କୁ ହରାଇଥିବା ୭୦ ଅନାଥ ପିଲାଙ୍କ ଦାୟିତ୍ୱ ନେଇଛି। ଏଥିସହ ଲକ୍ଷ୍ନୌ, ବାରାଣସୀ, ପ୍ରୟାଗରାଜ,...

ଭାଜପାରେ ଫାଟ: ଶୁଭେନ୍ଦୁଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ…

କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଭାରତୀୟ ବୁଲେଟ୍‌ ପ୍ରୁଫ୍‌ ଜେସିବି ମେସିନ୍‌ ଊପରେ ଆଖିବୁଜା ଗୁଳିମାଡ଼…

ଶ୍ରୀନଗର,୨।୬: ଗତ ୪ ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆରନିଆ ସେକ୍ଟରର ବିକ୍ରମ ପୋଷ୍ଟ୍‌ ଅଞ୍ଚଳରେ ଭାରତୀୟ ସେନା ପକ୍ଷରୁ...

ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୪।୬: ରେପୋ ଓ ରିଭର୍ସ ରେପୋ ରେଟକୁ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଲଗାତର ଷଷ୍ଠଥର ପାଇଁ ଏହି ନିଷ୍ପତ୍ତି ନେଇଛି ଆରବିଆଇ। ଏପ୍ରିଲ-ଜୁନ...

୨ରୁ ଅଧିକ ସନ୍ତାନ ଥିଲେ ଆଉ ମିଳିବନି ସରକାରୀ ସୁବିଧା: ମୁଖ୍ୟମନ୍ତ୍ରୀ…

ଗୁଆହାଟି,୨୦।୬: ଏଣିକି ୨ରୁ ଅଧିକ ସନ୍ତାନ ଥିଲେ ଆଉ ସରକାରୀ ସୁବିଧା ସୁଯୋଗ ମିଳିବନି। ଏନେଇ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ସୂଚନା ଦେଇଛନ୍ତି।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ବିଷ୍ଣୁପଦଙ୍କ କବିତା ସଙ୍କଳନ ଉନ୍ମୋଚିତ
Next Post Next post:
୧୭,୦୦୦ ଫାଭିପିରାଭିର ଟାବ୍‌ଲେଟ୍‌ ଜବତ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts