ମୁମ୍ବାଇ: ବଲିଉଡ୍ ପ୍ରଯୋଜକ ତଥା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲିଙ୍କ ଲଭ୍ ଟ୍ରାଏଙ୍ଗଲ୍ ଉପରେ ଆଧାରିତ ହୋଇଥିବା ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’କୁ ଆଜି ୨୨ବର୍ଷ ପୂରିଛି। ୧୯୯୯ ଜୁନ ୧୮ରେ ଏହି ଫିଲ୍ମ ରିଲିଜ୍ ହୋଇଥିଲା। ଏହି ଫିଲ୍ମରେ ପ୍ରଥମ ଥର ଅଭିନେତା ସଲମାନ ଖାଁ, ଅଜୟ ଦେବଗନ ଓ ଐଶ୍ୱର୍ଯ୍ୟା ରାୟଙ୍କୁ ଏକାଠି ଦେଖିବାକୁ ମିଳିଥିଲା। ଏହା ସଞ୍ଜୟଙ୍କ ଆଜି ପର୍ଯ୍ୟନ୍ତର ସବୁଠାରୁ ବଡ଼ ହିଟ୍ ଫିଲ୍ମ ମଧ୍ୟରୁ ଅନ୍ୟତମ। ଏହି ସ୍ପତନ୍ତ୍ର ଦିନକୁ ଅଜୟ ଦେବଗନ ମନେପକାଇ ନିଜ ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ କିଛି ଥ୍ରୋବ୍ୟାକ୍ ଫଟୋ ଶେୟାର କରିଛନ୍ତି। ଏଥିସହ କ୍ୟାପସନ୍ରେ ଲେଖିଛନ୍ତି, ଏଭଳି ସମ୍ବେଦନଶୀଳ ଫିଲ୍ମ ଇତିହାସ ରଚିବ ବୋଲି ଆଶା କରି ନ ଥିଲୁ। ଅଜୟ ଶେୟାର କରିଥିବା ୩ଟି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ବେଳେ ପ୍ରଶଂସକ ମଧ୍ୟ ଏହାକୁ ବେଶ୍ ପସନ୍ଦ କରିଛନ୍ତି। କେବଳ ପ୍ରଶଂସକ ନୁହଁନ୍ତି ସେଲିବ୍ରିଟିମାନେ ମଧ୍ୟ ଫଟୋକୁ ପସନ୍ଦ କରିବା ସହ କମେଣ୍ଟ କରିଛନ୍ତି। ଅନ୍ୟପଟେ ଅଭିନେତା ଅନିଲ କପୁର ମଧ୍ୟ ଏହି ଫଟୋରେ କମେଣ୍ଟ କରି କହିଛନ୍ତି, ଏହା ମୋର ପସନ୍ଦର ଚଳଚ୍ଚିତ୍ର, ଅଜୟଙ୍କ ଅଭିନୟ ବି ବେଶ୍ ଚତ୍ମକାର ରହିଥିଲା। ଏଥିସହ ଏକ ହାର୍ଟର ଇମୋଜିକୁ ଅନିଲ କପୁର ଶେୟାର କରିଥିବା ଦେଖିବାକୁ ମିଳିଛି।
ଏହି ଅଭିନେତ୍ରୀ ବିବାହ କରନ୍ତୁ ବୋଲି ଚାହୁଁ ନ ଥିଲେ ବାପା
ବଲିଉଡ ଅଭିନେତା ଅଜୟ ଦେବଗନ ଏବଂ ଅଭିନେତ୍ରୀ କାଜଲଙ୍କ ୧୯୯୯ ମସିହା ଫେବୃୟାରୀ ୨୪ ତାରିଖରେ ବିବାହ କରିଥିଲେ। ମାତ୍ର ଉଭୟଙ୍କ ଏହି ବିବାହା ପ୍ରସ୍ତାବକୁ...
ଟାଇଗରଙ୍କ ପ୍ରେମ ସମ୍ପର୍କକୁ ନେଇ ଏମିତି କହିଲେ ବାପା
ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ମଧ୍ୟରେ ଦୀର୍ଘ ଦିନ ହେବ ପ୍ରେମ ସମ୍ପର୍କ ଚାଲିଛି। ଉଭୟ ଅନେକ ପାର୍ଟିରେ ଏକତ୍ର ନଜର...
ଶାହାରୁଖଙ୍କ ପିଲାଦିନର ନାଁ ଥିଲା ଅବଦୁର, ପରେ କରିଥିଲେ ପରିବର୍ତ୍ତନ; ଜାଣନ୍ତି କାହିଁକି
ମୁମ୍ବାଇ: କିଙ୍ଗ୍ ଖାନ୍ ଶାହାରୁଖ ଏକ ସାକ୍ଷାତକାରରେ ତାଙ୍କ ପିଲାଦିନର ନାଁ ବିଷୟରେ କହିଥିଲେ। ଶାହାରୁଖଙ୍କ ପିଲାଦିନର ନାଁ ଥିଲା ଅବଦୁର ରେହମାନ। ଏହି ନାମ ...
ଚୁମ୍ବନକୁ ନେଇ ଚର୍ଚ୍ଚାରେ ଥିବା ଏହି ଅଭିନେତ୍ରୀ ସର୍ବଦା କୁହନ୍ତି ମୁଁ ଅବିବାହିତା
ବଲିଉଡ୍ ଅଭିନେତା ଅଭିନେତ୍ରୀ ସେମାନଙ୍କ ଅଭିନୟ ପାଇଁ ଯେତିକି ନୁହେଁ ତାଠୁ ଅଧିକ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥାନ୍ତି। ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ...
‘ଭାଗ୍ ମିଲ୍ଖା ଭାଗ୍’ ପାଇଁ ଟଙ୍କାଏ ପାଉଣା ନେଇଥିଲେ ‘ଫ୍ଲାଇଂ ଶିଖ୍’
ବମ୍ବେ: ଭାରତର ମହାନ ଧାବକ ମିଲ୍ଖା ସିଂହଙ୍କ ପରଲୋକକୁ ନେଇ ଶୋକରେ ବୁଡ଼ିଛି ପୁରା ଦେଶ। ଚାରି ଚାରି ଥରେ ସ୍ବର୍ଣ୍ଣ ପଦକ ବିଜେତା ଥିବା...
ନିଜଠୁ ୧୮ ବର୍ଷ ବଡ ଅଭିନେତାଙ୍କ ସହ ପ୍ରେମ ସମ୍ପର୍କ ଚର୍ଚ୍ଚାକୁ ନେଇ ଏମିତି କହିଲେ ଅଭିକା
ଟେଲିଭିଜନ ଅଭିନେତ୍ରୀ ଅଭିକା ଗୋର ତାଙ୍କ ପ୍ରେମ ସମ୍ପର୍କକୁ ନେଇ ଅନେକ ସମୟରେ ଚର୍ଚ୍ଚାରେ ଥାନ୍ତି। ଦୀର୍ଘ ଦିନ ଧରି ସସୁରାଲ ସିମରରେ ତାଙ୍କ ସହ-ଅଭିନେତା...
ଏକତା କପୁର କଳା ପୋଷାକ ପିନ୍ଧିବା ପଛରେ ରହିଛି ଏପରି ରାଜ୍
ଟିଭି କ୍ୱିନ୍ କୁହାଯାଉଥିବା ଏକତା କପୁର ପ୍ରାୟତଃ ସବୁ ବେଳେ କଳା ପୋଷାକ ପିନ୍ଧି ଥିବା ନଜର ଆସିଥାନ୍ତି। ତେବେ ଅନେକ ତାଙ୍କ କଳା ପୋଷାକ...
ବିମାନ ଦୁର୍ଘଟଣାରେ ଆଖି ବୁଜିଲେ ଟାର୍ଜନ ଅଭିନେତା
ବମ୍ବେ: ପରଲୋକରେ ଅଭିନେତା ଜୋ ଲାରା। ଏକ ବିମାନ ଦୁର୍ଘଟଣାରେ ସେ ପ୍ରାଣ ହରାଇଛନ୍ତି। ୫୮ ବର୍ଷୀୟ ଜୋ ବିମାନରେ ସ୍ତ୍ରୀ ଏବଂ ପାଞ୍ଚଜଣ ଅନ୍ୟ...


