ଗୋପାଳଗଞ୍ଜ,୧୨।୬: ଖାଇବାକୁ ନେଇ ବରଯାତ୍ରୀଙ୍କ ମଧ୍ୟରେ ମାରପିଟ୍ ଯୋଗୁ ୧୧ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ଲାଗି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏହି ଘଟଣା ଏବେ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିହାରର ଗୋପାଳଗଞ୍ଜ ଜିଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି। ସ୍ଥାନୀୟ ଭୋରେ ଥାନା ଅଞ୍ଚଳର ସିସଇ ଟୋଲା ଭଟଓ୍ବଲିଆଠାରେ ଏଭଳି ଘଟଣା ଘଟିଛି। ବରଯାତ୍ରୀମାନଙ୍କ ମଧ୍ୟରେ ଖଣ୍ଡେ ମାଛ ପିସ୍କୁ ନେଇ ଟଣାଓଟରା ପରେ ଏହା ମାରପିଟ୍ରେ ପରିଣତ ହୋଇଥିଲା। ଶେଷରେ ୧୧ ଜଣ ଆହତ ହେବା ସହିତ ବହୁ ବରଯାତ୍ରୀ ଖଣ୍ଡିଆ ଖାବରା ହୋଇଥିଲେ। ଗୁରୁବାର ଛଟୁ ଗୋଣ୍ଡେଙ୍କ ବିବାହରେ ଏଭଳି ଘଟିଛି। ମାଛ ମୁଣ୍ଡ ଏବଂ ଭଲ ମାଛ ଖଣ୍ଡ ପାଇବା ପାଇଁ ଗଣ୍ଡଗୋଳ ହୋଇଥିଲା। ଶୁକ୍ରବାର ଆହତଙ୍କୁ ଭୋରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୋଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି।
କୋଭିଶିଲ୍ଡ ଟିକା ବ୍ୟବଧାନ ହ୍ରାସ: ଜାଣନ୍ତୁ କାହାକୁ ଦିଆଯିବ ପ୍ରାଥମିକତା
ନୂଆଦିଲ୍ଲୀ,୧୧।୬: କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ କୋଭିଶିଲ୍ଡର ପ୍ରଥମ ଏବଂ ଦ୍ୱିତୀୟ ଡୋଜ ମଧ୍ୟରେ ବ୍ୟବଧାନକୁ ପୁଣି ଥରେ ହ୍ରାସ କରିଛି। ଏହା...
ପୂର୍ବତନ ଗୃହମନ୍ତ୍ରୀଙ୍କ ଘରେ ଇଡିର ଚଢ଼ାଉ
ମୁମ୍ବାଇ,୨୫।୬: ପଦ ଛାଡ଼ିବା ପରେ ବି ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିବାଦ ଥମିବାର ନା ନେଉନି। ଶୁକ୍ରବାର ଅନୀଲ ଦେଶମୁଖଙ୍କ ବାସଭବନରେ ପ୍ରବର୍ତ୍ତନ...
୮ ବର୍ଷୀୟା ମାଗାଜିନ୍ ସମ୍ପାଦିକା
ଅଷ୍ଟ୍ରେଲିଆର ଆଠ ବର୍ଷର କୁନି ଝିଅ ରୋକ୍ସେନ ଡାଉନ୍। ଏଇ ବୟସରେ ଯେଉଁଠି ପିଲାମାନେ ହୋମଓ୍ବାର୍କ କରନ୍ତି ଓ ଖେଳାଖେଳିରେ ବ୍ୟସ୍ତ ରୁହନ୍ତି, ସେ କିନ୍ତୁ...
ପ୍ରଥମ ଡୋଜ୍ ଟିକାକରଣ: ଆମେରିକାକୁ ଟପିଲା ଭାରତ
ନୂଆଦିଲ୍ଲୀ, ୪।୬: କୋଭିଡ୍-୧୯ ଟିକା ପ୍ରଥମ ଡୋଜ୍ ଦେବାରେ ଭାରତ ଆମେରିକାକୁ ଟପିଯାଇଛି। ଆମେରିକାରେ ୧୬.୯ କୋଟି ଲୋକଙ୍କୁ ପ୍ରଥମ ଡୋଜ୍ ଦିଆଯାଇଥିବା ବେଳେ ଭାରତରେ...
ଭୁଲ୍ ସ୍ବୀକାର କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ
ମୁମ୍ବାଇ,୬।୬: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ନିଜର ଏକ ଭୁଲ୍କୁ ସ୍ବୀକାର କରିଛନ୍ତି। ୨୦୧୯ରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ନେତା ଅଜିତ ପାୱାରଙ୍କ...
ଏକପାଖିଆ ବିଚାରବୋଧ ଐତିହ୍ୟକୁ ବିକୃତ କରେ
ପୂର୍ବରୁ ଏହି ସ୍ତମ୍ଭ(୧୫ା୩ା୨୧)ରେ ତୀର୍ଥକ୍ଷେତ୍ର ବିଷୟ ଉପସ୍ଥାପନ ପ୍ରାଥମିକ ଅବବୋଧ ପାଇଁ ଉଦ୍ଦିଷ୍ଟ ଥିଲା। କୋଣାଦିତ୍ୟ କ୍ଷେତ୍ରରେ ଚନ୍ଦ୍ରଭାଗା ତୀର୍ଥର ମାନବିକ ମୂଲ୍ୟବୋଧ ଭିତ୍ତିକ ଗୁରୁତ୍ୱ...
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରିଥିଲି: ଆଲାପନ୍
କୋଲକାତା, ୪ା୬: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟ ଗୁରୁବାର ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଜାରି କାରଣ ଦର୍ଶାଅ ନୋଟିସ୍ର ଜବାବ ରଖିଛନ୍ତି।...
ଏମିତି ବି ଥାନ୍ତି ଲୋକ: ଢୁ ଢୁ ବର୍ଷାରେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...


