ରୋମ୍,୧୩।୬(ଏପି): ସ୍ଥାନୀୟ ଷ୍ଟାଡିଓ ଅଲିମ୍ପିକୋରେ ଶୁକ୍ରବାର ଅନୁଷ୍ଠିତ ଉଦ୍ଘାଟନୀ ମୁକାବିଲାରେ ଇଟାଲୀ ବୃହତ୍ ୩-୦ ଗୋଲରେ ତୁର୍କୀକୁ ପରାସ୍ତ କରିଛି। ମ୍ୟାଚ୍ର ଦ୍ୱିତୀୟାର୍ଦ୍ଧରେ ୩ଟି ଯାକ ଗୋଲ ସ୍କୋର ହୋଇଥିଲା। ସାରା ମ୍ୟାଚ୍ରେ ଇଟାଲୀ ପ୍ରଭାବ ବିସ୍ତାର କରି ଖେଳିଥିଲା।
୨୦୧୮ ଫିଫା ବିଶ୍ୱକପ୍ ଖେଳିବାକୁ ଯୋଗ୍ୟତା ହାସଲ କରି ନ ପାରି ଇଟାଲୀ ବେଶ୍ ସମାଲୋଚିତ ହୋଇଥିଲା। ତେବେ ଏହି ମ୍ୟାଚରେ ଦମ୍ଦାର ପ୍ରଦର୍ଶନ କରିଥିଲା। ଏହାପୂର୍ବରୁ କ୍ୱାଲିଫାଇଂରେ ଇଟାଲୀ ୧୦ଟି ମ୍ୟାଚ୍ ଖେଳି ସବୁଥିରେ ବିଜୟ ହାସଲ କରିଥିଲା। ଗତ ୫ ବର୍ଷ ମଧ୍ୟରେ କୋଚ୍ ରୋବେର୍ଟୋ ମାନସିନିଙ୍କ ଇଟାଲୀ ଦଳ ପ୍ରଥମଥର ପାଇଁ ୩-୦ରେ ବିଜୟ ହାସଲ କରି ଜବରଦସ୍ତ ବିଜୟ ହାସଲ କରିଛି। ପ୍ରଥମାର୍ଦ୍ଧରେ ଇଟାଲୀ ୧୩ଟି ପ୍ରୟାସ ଓ ତୁର୍କୀ କୌଣସି ପ୍ରୟାସ କରି ନ ଥିଲା। ସମ୍ପୂର୍ଣ୍ଣ ମ୍ୟାଚ୍ରେ ଇଟାଲୀ ୨୪ ଓ ତୁର୍କୀ ୩ଟି ପ୍ରୟାସ କରିଥିଲା। ତୁର୍କୀର ଖେଳ ରକ୍ଷଣାତ୍ମକ ଥିଲା ବୋଲି ଏଥିରୁ ସ୍ପଷ୍ଟ ହୋଇଛି। ତୁର୍କୀ ସେଣ୍ଟରବ୍ୟାକ୍ ମୋରି ଡେମିରାଲ ୫୩ତମ ମିନିଟ୍ରେ ଆତ୍ମଘାତୀ ଗୋଲ କରିଥିଲେ। ଫଳରେ ଇଟାଲୀ ୧-୦ରେ ଅଗ୍ରଣୀ ହାସଲ କରିଥିଲା। ଏହାପରେ ୬୬ତମ ମିନିଟ୍ରେ ସିରୋ ଇମୋବାଇଲ ଓ ୭୯ତମ ମିନିଟ୍ରେ ଲୋରେଞ୍ଜୋ ଇନ୍ସିଗ୍ନେ ଗୋଲ ଦେଇ ଇଟାଲୀକୁ ଜିତାଇଥିଲେ। ଶନିବାର ଟୁର୍ନାମେଣ୍ଟର ଦ୍ୱିତୀୟ ମ୍ୟାଚ୍ରେ ସୁଇଜରଲାଣ୍ଡ ଓ ଓ୍ବେଲ୍ସ ପରସ୍ପରକୁ ଭେଟିଥିଲେ ଓ ଏହା ୧-୧ ଗୋଲରେ ଅମୀମାଂସିତ ରହିଛି।
ଟି୨୦ ବିଶ୍ୱକପ୍ ଭାରତ ବାହାରକୁ ଯିବ: ଆବୁଧାବି, ଦୁବାଇ, ଶାରଜା, ମସ୍କଟରେ ମ୍ୟାଚ୍ ସମ୍ଭାବନା
ନୂଆଦିଲ୍ଲୀ,୬।୬(ପି.ଟି.): ଆସନ୍ତା ଅକ୍ଟୋବର- ନଭେମ୍ବରରେ ଆୟୋଜନ ହେବାକୁ ଥିବା ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ବିଶ୍ୱକପ୍ ଭାରତରେ ନ ହେବା ଏକପ୍ରକାର ନିଶ୍ଚିତ ହୋଇଛି।...
ଆଇପିଏଲ ପାଇଁ ଖୁସି ଖବର
ଜାମାଇକା,୧୮ା୬: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଅନୁରୋଧ କ୍ରମେ କାରିବିୟନ ପ୍ରିମିୟର ଲିଗ୍ (ସିପିଏଲ)ର କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛି କ୍ରିକେଟ ଓ୍ବେଷ୍ଟଇଣ୍ଡିଜ (ସିଡବ୍ଲ୍ୟୁଆଇ)। ୟୁଏଇରେ...
ଯୁବିଙ୍କୁ ଭେଟିଲା ପରେ ଏମିତି କହିଥିଲେ ଷ୍ଟୁଆର୍ଟ ବ୍ରଡଙ୍କ ବାପା
ନୂଆଦିଲ୍ଲୀ,୧୧।୬ : ୨୦୦୭ ଟି୨୦ ବିଶ୍ୱକପ୍ରେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଷ୍ଟୁଆର୍ଟ ବ୍ରଡଙ୍କ ଓଭରରେ ୬ ଛକା ଲଗାଇଥିଲେ ଭାରତୀୟ ବ୍ୟାଟ୍ସମ୍ୟାନ ଯୁବରାଜ ସିଂ। ବୋଧହୁଏ...
ଫ୍ରେଞ୍ଚ୍ ଓପନ ଟେନିସ୍: ସିଡେଡ୍ ଖେଳାଳିଙ୍କ ଅଗ୍ରଗତି
ପ୍ୟାରିସ୍,୨।୬: ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍ ଓପନ ମଙ୍ଗଳବାର ତୃତୀୟ ଦିବସରେ ପହଞ୍ଚିଛି। ଉଭୟ ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ୍ ଖେଳାଳିମାନେ ଅଗ୍ରଗତି...
ଭାରତୀୟ ଟି୨୦ ଟିମ୍ରୁ କାହିଁକି ବାହାର ହୋଇଥିଲେ ଦିନେଶ କାର୍ତ୍ତିକ; କାରଣ ନେଇ ଏଭଳି କହିଲେ…
ନୂଆଦିଲ୍ଲୀ,୫।୬: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ହେଲେ...
ଚେସ୍ ବିଶ୍ୱକପ୍ ପାଇଁ ଗୁଜରାଠୀଙ୍କୁ ଯୋଗ୍ୟତା
ଚେନ୍ନାଇ, ୪ା୬(ପି.ଟି.)- ଭାରତର ୩ ନମ୍ବର ଖେଳାଳି ଭିଦିତ୍ ଗୁଜରାଠୀ ରେଟିଂ ଭିତ୍ତିରେ ଫିଡେ ଚେସ୍ ବିଶ୍ୱକପ୍ ୨୦୨୧ରେ ଅଂଶଗ୍ରହଣ କରିବା ଲାଗି ଯୋଗ୍ୟତା ଅର୍ଜନ...
କୌଣସି ଚଳଚ୍ଚିତ୍ରଠାରୁ କମ୍ ନୁହେଁ ଏହି କ୍ରିକେଟର୍ଙ୍କ ପ୍ରେମ କାହାଣୀ: ଅତିଥି ଭାବେ ଯାଇଥିବାବେଳେ ପଡିଯାଇଥିଲେ ପ୍ରେମରେ
ଭାରତୀୟ ଦ୍ରୁତ ବୋଲର ଇଶାନ୍ତ ଶର୍ମା ଟିମ ଇଣ୍ଡିଆର ଟେଷ୍ଟ ଦଳର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଏବଂ ଇଂଲଣ୍ଡ ବିପକ୍ଷ...
ଖପ୍ପା ହୋଇଥିଲେ ‘ଲିଟିଲ୍ ମାଷ୍ଟର’; ଇଡେନ୍ ଗାର୍ଡେନ୍ସରେ କେବେ ଖେଳିବେ ନାହିଁ ବୋଲି ନେଇଥିଲେ ଶପଥ : କାରଣ ଜାଣିଲେ…
ନୂଆଦିଲ୍ଲୀ,୨୦।୬: ୧୯୮୪ରେ କପିଲ ଦେବ ଏବଂ ସନ୍ଦିପ ପାଟିଲ ଫର୍ମରେ ଥିବା ସତ୍ତ୍ୱେ ଉଭୟଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ୍ରୁ ବାହାର କରିଦିଆଯାଇଥିଲା। ସେତେବେଳେ ଏହାକୁ...


