ନୂଆଦିଲ୍ଲୀ,୧୩।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଛି। ରାଜଧାନୀ ଦିଲ୍ଲୀରେ କରୋନା ଯୋଗୁ ଭୟଙ୍କର ସ୍ଥିତି ଦେଖାଦେଇଛି। ତେବେ ରାଜଧାନୀରେ ପାଣିର ଅଭାବ ଯୋଗୁ ଲୋକେ କରୋନା ମାର୍ଗଦର୍ଶିକାକୁ ଭୁଲିଯାଇ ପାଣି ପାଇଁ ଭିଡ଼ ଜମାଇବାରେ ଲାଗିଛନ୍ତି। ପ୍ରଥମେ ଶୋଷ ମେଣ୍ଟାଇବାକୁ ଲୋକେ ଗୁରୁତ୍ୱ ଦେଉଛନ୍ତି। ଶୋଷ ଆଗରେ ସଂକ୍ରମଣ ତଥା ମୃତ୍ୟୁ ଭୟ ଫିକା ପଡ଼ିଯାଉଛି। ପାଣି ଲାଗି ଲୋକେ ରାସ୍ତାରେ ଧାଡ଼ିବାନ୍ଧି ୮ ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରୁଛନ୍ତି। ପାଣି ଟ୍ୟାଙ୍କର ସକାଳ ୭ରୁ ମଧ୍ୟାହ୍ନ ୧ଟା ମଧ୍ୟରେ ଆସିଥାଏ। ଲୋକେ ପାଣି ଟ୍ୟାଙ୍କରକୁ ଅପେକ୍ଷା କରି ଭୋର୍ ୫ଟା ୩୦ ଅବା ୬ଟାରୁ ଧାଡ଼ିରେ ଠିଆ ହୋଇ ରହୁଛନ୍ତି। ପାଣି ନେବା ପାଇଁ ଲୋକେ ବିନା ମାସ୍କ୍ରେ ସାମାଜିକ ଦୂରତା ବଜାୟ ରଖିବା ମାର୍ଗଦର୍ଶିକାକୁ ଫୁ କରୁଥିବା ଦେଖିବାକୁ ମିଳୁଛି।
Posted inକରୋନା ଭାଇରସ୍, ଜାତୀୟ View All
୩ ହଜାର ଜୁନିଅର ଡାକ୍ତର ଦେଲେ ଇସ୍ତଫା
ଭୋପାଳ,୪।୬: ମଧ୍ୟପ୍ରଦେଶରେ ବିଭିନ୍ନ ଦାବି ନେଇ ୬ଟି ମେଡିକାଲ କଲେଜର ଡାକ୍ତରମାନେ ହରତାଳ କରିଥିଲେ। ମାମଲା ହାଇକୋର୍ଟରେ ପହଞ୍ଚିଥିଲା। ଗୁରୁବାର ରାଜ୍ୟର ୬ ଟି ସରକାରୀ...
ଭାକ୍ସିନ୍ର ୨ ଡୋଜ୍ ନେଲା ପରେ ବି ସୃଷ୍ଟି ହେଉନି ଆଣ୍ଟିବଡ଼ି, ବିଶେଷଜ୍ଞଙ୍କ ଚିନ୍ତା ବଢ଼ିଲା…
ଲକ୍ଷ୍ନୌ,୮।୬: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ଲାଗି ସରକାରଙ୍କ ପକ୍ଷରୁ ସାର୍ବଜନୀକ...
ବ୍ରିଟେନରେ ଡେଲ୍ଟା ଭାରିଆଣ୍ଟ ଭୟ
ଲଣ୍ଡନ, ୧୬ା୬: ଭାରତରେ ପ୍ରଥମେ ଚିହ୍ନଟ ହୋଇଥିବା କରୋନା ଭୂତାଣୁ ଡେଲ୍ଟା ଭାରିଆଣ୍ଟ ଏବେ ଡେଲ୍ଟା ପ୍ଲସ୍ର ରୂପ ନେଇଛି। ଏହି ଷ୍ଟ୍ରେନ୍ ବ୍ରିଟେନରେ ଆତଙ୍କ...
ଝାଡ଼ଖଣ୍ଡରେ ଚିହ୍ନଟ ଭାରିଆଣ୍ଟ ଅଧିକ ବିପଜ୍ଜନକ
ରାଞ୍ଚି,୧୮।୬: ଝାଡ଼ଖଣ୍ଡରେ କରୋନା ଭୂତାଣୁର ଡେଲ୍ଟା ପ୍ଲସ୍ ଭାରିଆଣ୍ଟ ଚିହ୍ନଟ ହୋଇଛି। ଫଳରେ ଏହି ରାଜ୍ୟରେ ଖୁବ୍ଶୀଘ୍ର ସଂକ୍ରମଣର ତୃତୀୟ ଲହର ଆସିବା ସମ୍ଭାବନା ବୃଦ୍ଧି...
ନାଇଜେରିଆରେ ଟୁଇଟରର ଜାଗା ନେବ ‘କୁ’
ନୂଆଦିଲ୍ଲୀ,୫।୬: ଆଫ୍ରିକୀୟ ଦେଶ ନାଇଜେରିଆ ଶୁକ୍ରବାର ଟୁଇଟରକୁ ବନ୍ଦ କରିଦେବା ପରେ ଭାରତୀୟ ସୋସିଆଲ ନେଟ୍ଓ୍ବର୍କିଂ କମ୍ପାନୀ ‘କୁ’ ଏବେ ସେଠାରେ ପ୍ରବେଶ ଲାଗି ବିଚାର...
ଅନ୍ତର୍ଜାତୀୟ ଯୋଗ ଦିବସ: ସକାଳ ୬.୩୦ରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୨୦।୬: ଜୁନ ୨୧ ଅର୍ଥାତ୍ ସୋମବାର ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏହି ଅବସରରେ ଭାରତ ସମେତ ଅନେକ ଦେଶରେ ବିଭିନ୍ନ...
ସିବିଏସ୍ଇ ଏବଂ ସିଆଇସିଏସ୍ଇକୁ ନିର୍ଦ୍ଦେଶ: ୧୫ ଦିନରେ ମୂଲ୍ୟାୟନ ପଦ୍ଧତି ଦର୍ଶାଅ
ନୂଆଦିଲ୍ଲୀ,୪।୬(ପି.ଟି.):କରୋନା ମହାମାରୀ ପାଇଁ ଚଳିତ ବର୍ଷ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ବାତିଲ କରାଯାଇଥିବାରୁ ସୁପ୍ରିମକୋର୍ଟ ଗୁରୁବାର ଖୁସିବ୍ୟକ୍ତ କରିଛନ୍ତି। ତେବେ ଛାତ୍ରୀଛାତ୍ରଙ୍କ ମୂଲ୍ୟାୟନ ପଦ୍ଧତି ସମ୍ପର୍କରେ...
କୋଭିଡ୍ ସହାୟତାରୁ ୨ଶହ କୋଟି ବାଟମାରଣା
ଯାଜପୁର ଅଫିସ,୨୪।୬: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍ଏଫ୍ଏସ୍ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍ଏଫ୍ଏସ୍ଏ)ରେ ୨୦୨୦ରେ ୨ ଲକ୍ଷ ଜାଲ୍ ରାଶନକାର୍ଡ ଜରିଆରେ...


