ଆରଡ଼ି,୧୩।୬(ଡି.ଏନ.ଏ.): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତର ବୋଡକ ଗାଁରେ ୩ ଭାଇଙ୍କର ୪ ବଖରା ଘର ଶନିବାର ବିଳମ୍ବିତ ରାତିରେ ସଂପୂର୍ଣ୍ଣ ଜଳିଯାଇଛି ।
ସୂଚନାନୁସାରେ, କିଶୋର ମାଝି, ସର୍ବେଶ୍ବର ମାଝି ଓ ବିଶ୍ବମ୍ବର ମାଝିଙ୍କ ପରିବାର ଲୋକେ ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା । ପଡ଼ୋଶୀ ଡାକିବାରୁ ସମସ୍ତେ ଘରୁ ବାହାରକୁ ଆସିଥିଲେ। ପରେ ଧାମନଗର ଅଗ୍ନିଶମ କାର୍ଯ୍ୟାଳୟ ସହ ଯୋଗାଯୋଗ କରାଯାଇଥିଲେ ବି ଦମକଳବାହିନୀ ପହଞ୍ଚି ପାରି ନ ଥିଲେ। ଗ୍ରାମବାସୀଙ୍କ ସହଯୋଗରେ ନିଆଁକୁ ଆୟତ୍ତ କରାଯାଇଥିଲା । ହେଲେ ଘରର ଧାନ, ଚାଉଳ, ଜମିଜମା ସଂକ୍ରାନ୍ତିୟ କାଗଜପତ୍ର ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ନଷ୍ଟ ହୋଇଯାଇଥିଲା । ବିଦ୍ୟୁତ ସର୍ଟଶର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି। ଘଟଣାସ୍ଥଳରେ ଓଳଗ ସରପଞ୍ଚଙ୍କ ପ୍ରତିନିଧି ପ୍ରଫୁଲ୍ଲ ସେଠୀ ପହଞ୍ଚି ଘରପୋଡି ସହାୟତା କରିଛନ୍ତ । ଆରଡ଼ି ରାଜସ୍ବ ନିରିକ୍ଷକ କାର୍ଯ୍ୟାଳୟ କର୍ମଚାରୀ ପହଞ୍ଚି ଘରପୋଡି ତଦନ୍ତ ରିପୋର୍ଟ ପ୍ରସ୍ତୁତି କରିଛନ୍ତି ।
Posted inଆମ ଜିଲା ଖବର, ଭଦ୍ରକ View All
ବେଦାନ୍ତ ପାଉଁଶ ଡମ୍ପିଂ ବିରୋଧରେ ମହିଳା ଏକାଠି
ଝାରସୁଗୁଡ଼ା ଅଫିସ,୧୬ା୬: ଝାରସୁଗୁଡ଼ା ଭୁର୍କାମୁଣ୍ଡାଠାରେ ଥିବା ବେଦାନ୍ତ କମ୍ପାନୀର ପାଉଁଶ ଡମ୍ପିଂ ଜିଲାବାସୀଙ୍କୁ ଅତିଷ୍ଠ କରିଛି। ପରିସ୍ଥିତି ଏପରି ହୋଇଛି ଯେ ଏହା ବିରୋଧରେ ଝାରସୁଗୁଡ଼ା...
କୂଅରେ ପଡ଼ିଥିବା ଶିଶୁକୁ ଉଦ୍ଧାର କରିବାକୁ ଯାଇ ଯୁବକଙ୍କ ଜୀବନ ଗଲା
ଛେଣ୍ଡିପଦା,୨୧ା୬(ଡି.ଏନ୍.ଏ.): ଅନୁଗୋଳ ଜିଲା ଛେଣ୍ତିପଦା ଥାନା ଅନ୍ତର୍ଗତ ଶିମିଳିପାଳ ଗ୍ରାମ ପୁରିହାପାଟ ଠାକୁରାଣୀ ପୀଠ ନିକଟରେ ଥିବା କୂଅରେ ପଡ଼ିଯାଇଥିବା ୩ ବର୍ଷର ଶିଶୁକୁ ଉଦ୍ଧାର...
ହାତଗଣ୍ଠି ପୂର୍ବରୁ ଉଠିଲା କୋକେଇ
ଭଦ୍ରକ ଅଫିସ,୧୮।୬: ଶୁକ୍ରବାର ଥିଲା ବାହାଘର। ଏନେଇ ଘରେ ଚାଲିଥିଲା ପ୍ରସ୍ତୁତି। ବେଶ୍ ଖୁସି ଥିଲେ ପରିବାର ଲୋକ। ହେଲେ ବିଧିର ବିଧାନ ଥିଲା ଭିନ୍ନ।...
ଜମିରେ ଧାନ ଗଜା, ସହାୟତା ଦାବି
ମହାକାଳପଡ଼ା,୧୧।୬(ଡି.ଏନ୍.ଏ.): ବାତ୍ୟା ୟାସ୍ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଇଛି। ବିଶେଷକରି ଚାଷୀଙ୍କ ପନିପରିବା ଓ ଖରାଦିନିଆ ଡାଳୁଅ ଧାନ ଉଜୁଡ଼ିଯାଇଛି। ଭାଗଚାଷୀମାନେ ଜମି ମାଲିକଙ୍କୁ ଫସଲ ଦେବାକୁ...
ଦୁଇ କାର୍ ମୁହାଁମୁହିଁ ଧକ୍କା: ମାଉସୀ-ପୁତୁରା ଆହତ, ଜଣେ ଗୁରୁତର
ଦିଗପହଣ୍ଡି,୧୯ା୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ପେଟ୍ରୋଲ ପମ୍ପ ନିକଟରେ ଶନିବାର ପୂର୍ବାହ୍ନରେ ବିପରୀତ ଦିଗରୁ ଆସୁଥିବା ୨ଟି କାର ଚାଳକଙ୍କ ଅସାବଧାନତା ଯୋଗୁ...
ଆଜିଠୁ ଅଲାରନାଥଙ୍କ ଅନବସର ଦର୍ଶନ
ବ୍ରହ୍ମଗିରି,୨୫।୬(ଡି.ଏନ୍.ଏ.): ସ୍ନାନପୂର୍ଣ୍ଣିମାରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନ କରି ଅଣସର ପିଣ୍ଡିରେ ବିଜେ କରିଛନ୍ତି। ଏହି ଅବସରରେ ଶୁକ୍ରବାରଠାରୁ ବ୍ରହ୍ମଗିରିସ୍ଥିତ ଅଲାରନାଥଙ୍କ ପୀଠରେ ଅନବସର ଦର୍ଶନ ଆରମ୍ଭ ହେବ।...
ଦୋକାନରୁ ଚୋରି କରୁଥିବା ବେଳେ ୨ଜଣଙ୍କୁ ଗିରଫ କଲା ପୋଲିସ
ପାଟଣା,୧୯।୬(ସ୍ବ.ପ୍ର.): କରୋନା ଲକ୍ଡାଉନ ସମୟରେ ବଢ଼ୁଛି କ୍ରାଇମ୍। କାମଧନ୍ଦା ଅଭାବରୁ ଲୋକମାନେ ଭୁଲ୍ ବାଟକୁ ଆପଣାଉଛନ୍ତି। କିଛି ଏଭଳି ଘଟଣା ଘଟିଛି କେନ୍ଦୁଝର ଜିଲା ସାହାରପଡା...
ସମ୍ପତି ଲାଗି ଛୁରାମାଡ଼, ବାପା ପୁଅ ଗୁରୁତର
ପୁରୁଷୋତ୍ତମପୁର,୧୧ା୬: ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅଧୀନ ଶିକୁଳା ଗ୍ରାମରେ ଶୁକ୍ରବାର ପୈତୃକ ସମ୍ପତିକୁ ନେଇ ୨ ଭାଇଙ୍କ ମଧ୍ୟରେ ଛୁରାମାଡ଼ ହୋଇଥିବା ଅଭିଯୋଗ ହୋଇଛି।...


