ବେଳେବେଳେ ରାତ୍ରିଭୋଜନ ଖାଇକି ଶୋଇଲେ ବି ରାତି ଅଧରେ ଅନେକଙ୍କୁ ଭୋକ ଲାଗିଥାଏ; ଯଦ୍ଦ୍ବାରା ସେମାନଙ୍କ ନିଦ ଭାଙ୍ଗିଯାଏ ଆଉ ସେମାନେ ରାତିରେ ଉଠି କିଛି ନା କିଛି ଖାଇକି ଶୋଇଥାନ୍ତି। ତେବେ ରାତି ଅଧରେ ଭୋକ ଲାଗିଲେ କ’ଣ ଖାଇବା ଦ୍ୱାରା ଭୋକ ବନ୍ଦ ହେବା ସହ ଦେହ ସୁସ୍ଥ ରହିଥାଏ, ସେ ନେଇ ଅନେକେ ଜାଣି ନ ଥାନ୍ତି। ଫଳରେ ସେମାନେ ରାତିରେ ୟାଡୁ ସ୍ୟାଡୁ କ’ଣ ଟିକେ ଖାଇଦେଇ ଶୋଇ ପଡିବା ଦ୍ୱାରା ସକାଳକୁ ସେମାନଙ୍କୁ ଆଉ ଫୁର୍ତ୍ତି ଲାଗି ନ ଥାଏ। ତେଣୁ ଏ ନେଇ କେତେକ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଯଦି ରାତି ଅଧରେ ଭୋକ ଲାଗେ ତା’ହେଲେ ସ୍ନାକ୍ସ କିମ୍ବା ଫାଷ୍ଟଫୁଡ୍ ଖାଦ୍ୟ ପରିବର୍ତ୍ତେ ଫଳ ଖାଇବା ସବୁଠୁ ଲାଭ ଦାୟକ ହୋଇଥାଏ। କାରଣ ଫଳରେ ଭିଟାମିନ୍ସ, ମିନେରାଲ୍ସ, ଫାଇଟୋକେମିକାଲ୍ ତଥା ଫାଇବର୍ ଆଦି ପୋଷଣ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଥାଏ। ବିଶେଷକରି ପାଚିଲା କଦଳୀ, ସେଓ, ନାସପାତି ଭଳି ଫାଇବର୍ଯୁକ୍ତ ଫଳ ରାତିରେ ଖାଇଲେ କିଛି ଅସୁବିଧା ନାହିଁ। ଏପରି କି ତରଭୁଜ ଓ ଷ୍ଟ୍ରବେରୀ ମଧ୍ୟ ରାତିରେ ଖାଇପାରିବେ। କିନ୍ତୁ ମନେରଖିବେ ଖାଦ୍ୟ ଖାଇବାର କିଛି ସମୟ ପରେ ଯେମିତି ଫଳ ଖାଇବେ। ନଚେତ୍ ଏହା ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ।
Posted inଜୀବନଚର୍ଯ୍ୟା View All
ଏହିସବୁ ରୋଗରେ ଆକ୍ରାନ୍ତ ଲୋକଙ୍କୁ କାଜୁ ଖାଇବା ମନା
ଭଲ ସ୍ବାସ୍ଥ୍ୟ ପାଇଁ ଲୋକେ କାଜୁଠୁ ଆରମ୍ଭକରି ଆଲମଣ୍ଡ, ଅଖରୋଟ ଆଦି କେତେ କ’ଣ ଡ୍ରାଏ ଫ୍ରୁର୍ସ ଖାଇଥାନ୍ତି। ତେବେ କାଜୁକୁ ଲୋକେ ତରକାରି ଓ...
ଏସବୁ ଖାଦ୍ୟ ଖାଉଥିବା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ
କରୋନା ସଂକ୍ରମଣ ହେବା ଆପଣଙ୍କ ଡାଏଟ୍ ସହିତ ଏକ ସଂଯୋଗ ମଧ୍ୟ ଅଛି। ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କୁହନ୍ତି, ଶାକାହାରୀଙ୍କ ତୁଳନାରେ ମାଂସାହାରୀଙ୍କୁ କରୋନା ସଂକ୍ରମଣ ହେବାର...
ବ୍ରାହ୍ମଣ ଏବଂ ସ୍ତ୍ରୀଙ୍କ ସବୁଠାରୁ ବଡ଼ ଶକ୍ତି କ’ଣ ଆପଣ ଜାଣନ୍ତି କି?
ସ୍ତ୍ରୀ ହୁଅନ୍ତୁ ଅବା ପୁରୁଷ, ସମସ୍ତଙ୍କ ପାଖରେ କିଛି ଗୁଣ, କିଛି ଶକ୍ତି ରହିଥାଏ। ଏହାଦ୍ୱାରା ସେମାନେ କାର୍ଯ୍ୟ ସିଦ୍ଧି କରନ୍ତି। ଆଚାର୍ଯ୍ୟ ଚାଣକ୍ୟ ନୀଜର...
ମେକ୍ସିକାନ୍ ଫ୍ରାଏଡ୍ ରାଇସ୍
ଆବଶ୍ୟକ ସାମଗ୍ରୀ: ୨ କପ୍ ଭାତ, ୧/୪ କପ୍ ଛୋଟ ଛୋଟ କଟା ହୋଇ ସିଝା ହୋଇଥିବା ବିନ୍ସ, ସିଝା ରାଜ୍ମା, ଗୋଟିଏ କଟା ପିଆଜ,...
ବୁଦ୍ଧିମତ୍ତା ଓ ନିଦ୍ରା
ଆମେ ପ୍ରତିଦିନ ଅତିକମ୍ରେ ୬-୭ ଘଣ୍ଟା ଶୋଇବା ଦରକାର। ହେଲେ କେତେକଙ୍କ କ୍ଷେତ୍ରରେ ଏଥିରେ ତାରତମ୍ୟ ପରିଲକ୍ଷିତ ହୋଇଥାଏ। ତେବେ ଯଦି ଜଣେ ବ୍ୟକ୍ତି ଆବଶ୍ୟକ...
ଯୋଗ କରୋନା ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ…
ସମ୍ପ୍ରତି କରୋନା ମହାମାରୀ ସଂକ୍ରମଣ ଯୋଗୁ ପୃଥିବୀରେ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପ୍ରାକୃତିକ ଉପାୟରେ ଶୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ନେଇ...
ଏକ୍ମୋ ଚିକିତ୍ସା
ଏକ୍ମୋ ଗୋଟିଏ ପରିବର୍ତ୍ତିତ ହାର୍ଟ-ଲଙ୍ଗ୍ସ ଯନ୍ତ୍ର। ହୃତ୍ପିଣ୍ଡ ବା ହାର୍ଟ ଅପରେଶନ ସମୟରେ ଏହା ବ୍ୟବହାର ହୁଏ। ମୁମୂର୍ଷୁ ରୋଗୀକୁ ଜୀବନ ଦାନ କରେ। ଶରୀରର...
ପରିବାର ପାଇଁ ପରିବେଶ
ଘର ପରିବେଶକୁ ପ୍ରଦୂଷଣମୁକ୍ତ କରିବା ସହ ଘରକୁ ସୁନ୍ଦର ଓ ଆକର୍ଷଣୀୟ କରିବା ପାଇଁ ଏବେ ଗୃହିଣୀମାନେ ଅଧିକରୁ ଅଧିକ ଇନ୍ଡୋର ପ୍ଲାଣ୍ଟ ଲଗାଉଛନ୍ତି। ସମୟ...


