ବେଳେବେଳେ ରାତ୍ରିଭୋଜନ ଖାଇକି ଶୋଇଲେ ବି ରାତି ଅଧରେ ଅନେକଙ୍କୁ ଭୋକ ଲାଗିଥାଏ; ଯଦ୍ଦ୍ବାରା ସେମାନଙ୍କ ନିଦ ଭାଙ୍ଗିଯାଏ ଆଉ ସେମାନେ ରାତିରେ ଉଠି କିଛି ନା କିଛି ଖାଇକି ଶୋଇଥାନ୍ତି। ତେବେ ରାତି ଅଧରେ ଭୋକ ଲାଗିଲେ କ’ଣ ଖାଇବା ଦ୍ୱାରା ଭୋକ ବନ୍ଦ ହେବା ସହ ଦେହ ସୁସ୍ଥ ରହିଥାଏ, ସେ ନେଇ ଅନେକେ ଜାଣି ନ ଥାନ୍ତି। ଫଳରେ ସେମାନେ ରାତିରେ ୟାଡୁ ସ୍ୟାଡୁ କ’ଣ ଟିକେ ଖାଇଦେଇ ଶୋଇ ପଡିବା ଦ୍ୱାରା ସକାଳକୁ ସେମାନଙ୍କୁ ଆଉ ଫୁର୍ତ୍ତି ଲାଗି ନ ଥାଏ। ତେଣୁ ଏ ନେଇ କେତେକ ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ, ଯଦି ରାତି ଅଧରେ ଭୋକ ଲାଗେ ତା’ହେଲେ ସ୍ନାକ୍ସ କିମ୍ବା ଫାଷ୍ଟଫୁଡ୍ ଖାଦ୍ୟ ପରିବର୍ତ୍ତେ ଫଳ ଖାଇବା ସବୁଠୁ ଲାଭ ଦାୟକ ହୋଇଥାଏ। କାରଣ ଫଳରେ ଭିଟାମିନ୍ସ, ମିନେରାଲ୍ସ, ଫାଇଟୋକେମିକାଲ୍ ତଥା ଫାଇବର୍ ଆଦି ପୋଷଣ ତତ୍ତ୍ୱ ପ୍ରଚୁର ପରିମାଣରେ ରହିଥାଏ। ବିଶେଷକରି ପାଚିଲା କଦଳୀ, ସେଓ, ନାସପାତି ଭଳି ଫାଇବର୍ଯୁକ୍ତ ଫଳ ରାତିରେ ଖାଇଲେ କିଛି ଅସୁବିଧା ନାହିଁ। ଏପରି କି ତରଭୁଜ ଓ ଷ୍ଟ୍ରବେରୀ ମଧ୍ୟ ରାତିରେ ଖାଇପାରିବେ। କିନ୍ତୁ ମନେରଖିବେ ଖାଦ୍ୟ ଖାଇବାର କିଛି ସମୟ ପରେ ଯେମିତି ଫଳ ଖାଇବେ। ନଚେତ୍ ଏହା ପାଚନ କ୍ରିୟା ଉପରେ ଖରାପ ପ୍ରଭାବ ପକାଇଥାଏ।
Posted inଜୀବନଚର୍ଯ୍ୟା View All
ଏହି ୪ ଗୁଣ ଥିବା ବ୍ୟକ୍ତିଙ୍କ ପାଖରେ ରୁହେ ନାହିଁ ଧନର ଅଭାବ, ଜାଣନ୍ତୁ କ’ଣ କହିଛନ୍ତି ଚାଣକ୍ୟ
ସର୍ବଶ୍ରେଷ୍ଠ ବିଦ୍ୱାନମାନଙ୍କ ମଧ୍ୟରୁ ଜଣେ ହେଲେ ଚାଣକ୍ୟ। ସେ ଜଣେ କୁଶଳ ରାଜନୀତିଜ୍ଞ, ସଫଳ ଅର୍ଥଶାସ୍ତ୍ରୀ ଥିଲେ। ତାଙ୍କର ସବୁ ବିଷୟରେ ଜ୍ଞାନ ଥିବା କୁହାଯାଏ।...
ଏକ୍ମୋ ଚିକିତ୍ସା
ଏକ୍ମୋ ଗୋଟିଏ ପରିବର୍ତ୍ତିତ ହାର୍ଟ-ଲଙ୍ଗ୍ସ ଯନ୍ତ୍ର। ହୃତ୍ପିଣ୍ଡ ବା ହାର୍ଟ ଅପରେଶନ ସମୟରେ ଏହା ବ୍ୟବହାର ହୁଏ। ମୁମୂର୍ଷୁ ରୋଗୀକୁ ଜୀବନ ଦାନ କରେ। ଶରୀରର...
ଖରାଦିନିଆ ଫଳରୁ ସୌନ୍ଦର୍ଯ୍ୟ
ଘନକଳା ତଥା ମୁଲାୟମ କେଶ ପାଇବାକୁ ଚାହୁଁଥିଲେ ଖରାଦିନେ ମିଳୁଥିବା ଫଳ ସବୁ ନିଶ୍ଚୟ ଖାଆନ୍ତୁ… ଖରାଦିନିଆ ଫଳରୁ ସୌନ୍ଦର୍ଯ୍ୟ ଖରାଦିନେ ମିଳୁଥିବା ବିଭିନ୍ନ...
ସଂକ୍ରମଣ ମାତ୍ରା କମାଏ ଭିଟାମିନ୍ ଡି
ହାଇଦ୍ରାବାଦ, ୨ା୬: ଶରୀରରେ ଯଥେଷ୍ଟ ମାତ୍ରାରେ ଭିଟାମିନ୍ ଡି କରୋନା ସଂକ୍ରମଣ ହ୍ରାସ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଏ ସଂକ୍ରାନ୍ତରେ ହାଇଦ୍ରାବାଦସ୍ଥିତ ନିଜାମ୍ ଇନ୍ଷ୍ଟିଚ୍ୟୁଟ୍...
ଏହି ୫ ଭୁଲ୍ କରୁଛନ୍ତି କି, ହୋଇଯିବେ ବରବାଦ: ଜାଣନ୍ତୁ କ’ଣ କୁହନ୍ତି ଚାଣକ୍ୟ..
ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ର ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନ ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ଉଲ୍ଲେଖ...
ବର୍ଷାଦିନିଆ ସଂକ୍ରମଣରୁ ମୁକ୍ତି ପାଇଁ ଖାଆନ୍ତୁ ଏହି ସବୁ ଜିନିଷ
ବର୍ଷାଦିନେ ସଂକ୍ରମଣ ସମସ୍ୟା ଅଧିକ ଦେଖାଯାଇଥାଏ। ଏ ନେଇ ଆମର ପୂର୍ବରୁ ପ୍ରସ୍ତୁତ ନ ହେବା ଫଳରେ ଅନେକ ସମସ୍ୟା ଉପୁଜିଥାଏ। ବଦଳୁଥିବା ସିଜନ୍ରେ ନିଜକୁ...
ଧଳା କେଶ ପୁଣି ହେବ କଳା…
କଲମ୍ବିଆ,୨୪।୬: ଜୀବନଶୈଳୀରେ ପରିବର୍ତ୍ତନ ଏବଂ ଅବସାଦ ବୃଦ୍ଧି ଯୋଗୁ କେତେକଙ୍କର ଧଳାର କେଶ ଧଳା ହୋଇଯାଇଥାଏ। ତେବେ ଏହା ପୁଣି ଥରେ କଳା ହୋଇ ପାରିବ।...
ଉତ୍ତମ ପରିବେଶ ପାଇଁ…
ପ୍ରଦୂଷିତ ପରିବେଶ ଏବେ ଚିନ୍ତାର କାରଣ ସାଜିଛି। ଅନେକ କାରଣରୁ ଆମର ପରିବେଶ ସ୍ବାସ୍ଥ୍ୟୋପଯୋଗୀ ହେଉନାହିଁ। ଫଳରେ ଆମେ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛେ।...


