E-Paper
  • logo
  • Saturday 30th May 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଫୁରସତ

ମଞ୍ଜି ପିଣ୍ଡୁଳାର ସାହାଯ୍ୟ ନେଇ ଜଙ୍ଗଲ ସୃଷ୍ଟି ସଙ୍କଳ୍ପ …
4:11 pmJune 13, 2021

ପରିବେଶ ସୁରକ୍ଷା ସହ ଜଙ୍ଗଲ ସୃଷ୍ଟି ପାଇଁ ଏବେ ଅନେକେ ଚିନ୍ତିତ। ସମତଳ ଜାଗାରେ ବିଭିନ୍ନ ଲୋକ, ବିଭିନ୍ନ ଅନୁଷ୍ଠାନ ଗଛ ଲଗାଇ ସଚେତନ କରିବା ସହ ଜଙ୍ଗଲ ସୃଷ୍ଟି ପାଇଁ ପ୍ରୟାସ ଜାରି ରଖିଛନ୍ତି। କିନ୍ତୁ ଏମିତି ଅନେକ ଜାଗା ରହିଛି ଯେଉଁଠିକୁ କେହି ଯାଇ ଗଛ ଲଗାଇବା ଆଦୌ ସମ୍ଭବ ନୁହେଁ। ପାହାଡ଼ ପର୍ବତ ଏପରିକି ଅନେକ ଜାଗା ରହିଛି ଯାହା ଭିତରକୁ ଯାଇ ଗଛ ଲଗାଇବା ଓ ପାଣି ଦେଇ ତା’ର ଯତ୍ନ ନେବା ଆଦୌ ସମ୍ଭବ ନୁହେଁ। ସେଥିରେ ପୁଣି କୀଟପତଙ୍ଗ, ଗୋରୁ ଗାଇ ଗଛ ନଷ୍ଟ କରି ଦେବାର ସମ୍ଭାବନା ରହିଛି। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଏବେ ସିଡ୍‌ ବଲ୍‌ ବା ମଞ୍ଜି ପିଣ୍ଡୁଳା ସାହାଯ୍ୟରେ ଜଙ୍ଗଲ ସୃଷ୍ଟି ପାଇଁ ଅଣ୍ଟା ଭିଡିଲେଣି ଅନେକେ। ଏହି ପଦ୍ଧତିରେ ମଞ୍ଜି ସଂଗ୍ରହ କରି ତାକୁ ଖରାରେ ଶୁଖାଯାଏ। ତା ପରେ ମାଟି ଗୋବର, କୀଟନାଶକ ଆଦି ଦେଇ ମାଟିକୁ ଚକଟାଯାଏ। ତାପରେ ତାକୁ ଛୋଟ ଛୋଟ ଗୋଲ କରି ତା ଭିତରେ ମଞ୍ଜି ରଖାଯାଇ ଖରାରେ ଶୁଖାଯାଏ। ପିଣ୍ଡୁଳାଗୁଡିକ ଶୁଖି ସାରିବା ପରେ ଠିକ୍‌ ବର୍ଷା ଆରମ୍ଭରୁ ପାହାଡ ଜଙ୍ଗଲ ବିଶେଷକରି ଅଗମ୍ୟ ସ୍ଥାନରେ ଫିଙ୍ଗାଯାଏ। ଯେଉଁଠିକୁ ଯାଇ ଗଛ ଲଗାଇବା ଆଦୌ ସମ୍ଭବ ନୁହେଁ। ବର୍ଷା ଆରମ୍ଭରେ ଏହି ପିଣ୍ଡୁଳା ଭିତରୁ ଅଙ୍ଗୁରୋଦଗମ ହୋଇଥାଏ। ପାଶ୍ଚାତ୍ୟ ଦେଶରେ ବେଶ୍‌ ଜଣାଶୁଣା ଏହି ପଦ୍ଧତିକୁ ଆମ ଦେଶରେ ଅନେକ ଜାଗାରେ ପରିବେଶବିତ୍‌ ଓ ସରକାରଙ୍କ ମିଳିତ ଉଦ୍ୟମରେ କାର୍ଯ୍ୟକାରୀ ହେବାର ଦେଖିବାକୁ ମିଳୁଛି। ଓଡ଼ିଶାରେ ମଧ୍ୟ ଅନେକ ପରିବେଶ ସଚେତନ ମଣିଷ ଏହି ଉପାୟରେ ଜଙ୍ଗଲ ସୃଷ୍ଟି କରି ପରିବେଶ ସୁରକ୍ଷାର ସଙ୍କଳ୍ପ ନେଇଛନ୍ତି।

ପରିବେଶ ସୁରକ୍ଷା ସହ ଖାଦ୍ୟ ଅଭାବ ବି ଦୂର ହେବ: ସେ ଏମିତି ଜଣେ ମଣିଷ ଯାହାଙ୍କର ସବୁବେଳେ ଚିନ୍ତା କେମିତି ଅଧିକରୁ ଅଧିକ ଗଛ ଲଗାଇବା ସହ ଜଙ୍ଗଲ ସୃଷ୍ଟି କରିବା, ଯେଉଁଥିରେ ପରିବେଶ ସୁରକ୍ଷା ହେବା ସହ ମଣିଷ ଜୀବଜନ୍ତୁଙ୍କର ଖାଦ୍ୟାଭାବ କିଛି ମାତ୍ରାରେ ଦୂର କରାଯାଇପାରିବ। ଯେଉଁଥିପାଇଁ ଏବେ ସେ ସିଡ୍‌ ବଲ୍‌ ବା ବିହନ ପିଣ୍ଡୁଳା ସାହାଯ୍ୟ ନେଇ ଜଙ୍ଗଲ ସୃଷ୍ଟି କରୁଛନ୍ତି। ଇଏ ହେଲେ ସୁଶାନ୍ତ କୁମାର ସାହୁ। ବିଜେବି କଲେଜରେ ପଢିବାବେଳେ ସୁଶାନ୍ତ ଏନଏସଏସ୍‌ କ୍ୟାମ୍ପରେ ଯୋଗ ଦେଇ ବିଭିନ୍ନ ଜାଗାରେ ଗଛ ଲଗାଉଥିଲେ। ସେହି ସମୟରୁ ତାଙ୍କର ଗଛ ଲଗାଇବା ପ୍ରତି ଆଗ୍ରହ ବଢିଲା। ଏମିତି ବିଭିନ୍ନ ସମୟରେ ସେ ଗଛ ଲଗାଇବା ସହ ଲୋକଙ୍କୁ ପରିବେଶ ପ୍ରତି ସଚେତନ କରାନ୍ତି। ତେବେ ୨୦୧୯ ମସିହାରେ ସେ ଗଛ ଲଗାଇବା ପାଇଁ ସିଡ୍‌ ବଲର ବ୍ୟବହାର କରିବା ସହ ବିଭିନ୍ନ ସ୍କୁଲକୁ ଯାଇ ପିଲାମାନଙ୍କୁ ଏସମ୍ପର୍କରେ ତାଲିମ ବି ଦେଲେ। ସୁଶାନ୍ତ କୁହନ୍ତି, ଚନ୍ଦକା ଜଙ୍ଗଲ ଭରତପୁର ସଂରକ୍ଷିତ ଜଙ୍ଗଲ ଏବଂ ଭଙ୍ଗାପାଟଣା ସଂରକ୍ଷିତ ଜଙ୍ଗଲରେ ୨ ବର୍ଷ ଭିତରେ ପାଖାପାଖି ୫୦୦୦ବିହନ ପେଣ୍ଡୁ ନିକ୍ଷେପ କରିଛି। ସେଥି ମଧ୍ୟରେ ଅଧିକ ରହିଛି ତେନ୍ତୁଳି ଓ ପଣସ। ସୁଶାନ୍ତ ବିଶ୍ୱାସ କରନ୍ତି ଫଳ ଗଛର ମଞ୍ଜି ପକାଇଲେ ଏହାଦ୍ୱାରା ଜଙ୍ଗଲି ପ୍ରାଣୀଙ୍କର ଖାଦ୍ୟାଭାବ କିଛିମାତ୍ରାରେ ଦୂର ହୋଇପାରିବ ଯାହାଫଳରେ ସେମାନେ ଜଙ୍ଗଲ ଛାଡି ପଦାକୁ ଆସିବେ ନାହିଁ। ଲୋକମାନଙ୍କ କାମରେ ମଧ୍ୟ ଆସିପାରିବ। ସୁଶାନ୍ତ ଏବେ ସିଡ୍‌ ବଲକୁ ଲୋକପ୍ରିୟ କରାଇବା ପାଇଁ ବିଭିନ୍ନ ପର୍ବପର୍ବାଣି ଓ ଜାତୀୟ ଦିବସରେ ତା ମାଧ୍ୟମରେ ବିଭିନ୍ନ ପରିବେଶ ସଚେତନତାର ବାର୍ତ୍ତା ତିଆରି କରି ଗଣମାଧ୍ୟମ ଜରିଆରେ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତି। ସୁଶାନ୍ତ ନିଜ ଖାଲି ସମୟରେ ହିଁ ଏହି ବିହନ ପେଣ୍ଡୁକୁ ପ୍ରସ୍ତୁତ କରନ୍ତି। ଯେଉଁଥି ପାଇଁ ମାଟି, ମଞ୍ଜି, ଖତ ଓ ଜୈବିକ ସାରର ଆବଶ୍ୟକତା ପଡେ। ମଞ୍ଜି ବି ବେଶ୍‌ ସହଜରେ ମିଳିଯାଏ। ଗୁପଚୁପ୍‌ ବିକାଳୀଙ୍କଠାରୁ ତେନ୍ତୁଳି ମଞ୍ଜି ଓ ଅନ୍ୟାନ୍ୟ ଲୋକଙ୍କଠାରୁ ବିଭିନ୍ନ ମଞ୍ଜି ସେ ସଂଗ୍ରହ କରନ୍ତି। ସୁଶାନ୍ତ କୁହନ୍ତି ଯେ ଏଥିରେ ତାଙ୍କର ବିଶେଷ କିଛି ପଇସା ବି ଖର୍ଚ୍ଚ ହୁଏ ନାହିଁ। ଯିଏ ବି ଚାହିଁଲେ ଏହି ମାଟି ପିଣ୍ଡୁଳା ପ୍ରସ୍ତୁତ କରିପାରିବେ। ବିଭିନ୍ନ ଜାଗାରେ ଗଛ ଲଗାଇ ଗଛ ବଞ୍ଚାଇବା ଏତେ ସହଜ ସାଧ୍ୟ ନୁହେଁ। ଗାଈଗୋରୁ କୀଟପତଙ୍ଗ ଖାଇବାର ଭୟ ବି ରହିଛି। କିନ୍ତୁ ଏହି ମଞ୍ଜି ପିଣ୍ଡୁଳାରେ ଜୈବିକ ସାର ମିଶୁଥିବାରୁ ଏହାକୁ କୀଟପତଙ୍ଗ ଖାଆନ୍ତି ନାହିଁ। ବର୍ଷା ଆରମ୍ଭ ପୂର୍ବରୁ କେବଳ ବିଭିନ୍ନ ପାହାଡ଼ ଜଙ୍ଗଲ ଦେଖି ପକାଇ ଦେଲେ ଗଛ ଆପେ ଆପେ ଗଜା ହେବ। ଚାରା ରୋପଣରେ ଦଶ ପ୍ରତିଶତ ଚାରା ବଞ୍ଚୁଥିବାବେଳେ ଏହି ପ୍ରକ୍ରିୟାରେ ୫୦ ପ୍ରତିଶତ ଗଛ ବଞ୍ଚିଥାଏ। ସେହିପରି ଚାରା ରୋପଣ ପ୍ରକ୍ରିୟାରେ ୩ ବର୍ଷ ପାଇଁ ଚାରାଗୁଡିକର ଯତ୍ନ ନେବା ବାବଦକୁ ୨ ରୁ ୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସିଡ ବଲରେ ଗଛ ହେବା ପାଇଁ ପଇସାର ଆବଶ୍ୟକତା ପଡେ ନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅପହଞ୍ଚ ସ୍ଥାନରେ ଏହି ସିଡବଲକୁ ନିକ୍ଷେପ କରି ସବୁଜ ସୁନ୍ଦର ଜଙ୍ଗଲ ତିଆରି କରାଯାଇପାରିବ। ସ୍ବଳ୍ପ ଖର୍ଚ୍ଚ ଓ କମ୍‌ ସମୟ ମଧ୍ୟରେ ବନୀକରଣ ହୋଇପାରୁଥିବାରୁ ଏହି ପ୍ରକ୍ରିୟା ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛି। ପ୍ରକୃତରେ ଏହି ସିଡବଲ୍‌ ମୁଭମେଣ୍ଟରେ ଯଦି ପ୍ରତି ବିଦ୍ୟାଳୟର ସପ୍ତାହରେ ଗୋଟିଏ ଦିନରେ ଗୋଟିଏ ଘଣ୍ଟା ପାଇଁ ପିଲାମାନେ ସାମିଲ ହୋଇପାରନ୍ତେ ତେବେ ଆମେ ଉଜୁଡି ଯାଇଥିବା ସବୁଜିମାକୁ ଖୁବଶୀଘ୍ର ଫେରାଇ ଆଣିପାରିବା।

ଗଛ ଦେଇଛି ନୂଆ ପରିଚୟ: ପିଲାବେଳୁ ତାଙ୍କର ସଉକ ଥିଲା ଗଛ ଲଗାଇବା, କିନ୍ତୁ ବଡ଼ ହେବା ପରେ ସେ ଦେଖିଲେ ଯେଉଁଭଳି ଭାବରେ ଜଙ୍ଗଲ ନଷ୍ଟ ହୋଇଚାଲିଛି ସେଥିପାଇଁ ନିହାତି କିଛି କରିବା ଦରକାର। ତେଣୁ ଚିନ୍ତା କଲେ ନିଜେ ଗଛ ଲଗାଇବେ, ଯେଉଁଥିରେ ଆସ୍ତେ ଆସ୍ତେ ଯୋଡ଼ି ହୋଇଗଲେ ତାଙ୍କ କୁନି ପୁଅ, ମାଆ, ସାଙ୍ଗସାଥୀ ଓ ଅନ୍ୟମାନେ। ଇଏ ହେଲେ ସୌମ୍ୟା ପରିଡ଼ା। ସେ କୁହନ୍ତି, ମୋ ପୁଅ ମୋ ଉପରେ ରାଗିଲା ମାନେ ସିଧା ମୋ ଗଛ ପାଖେ ହାଜର ହୁଏ। ଆଉ କେବେ ପତ୍ର ତ କେବେ ଫୁଲ ଛିଣ୍ଡେଇଦିଏ। ମତେ ଆୟତ୍ତକୁ ଆଣିବାକୁ ହେଲେ ଏଇଟି ଏକମାତ୍ର ଓ ଉପଯୁକ୍ତ ଉପାୟ ବୋଲି ତାକୁ ଲାଗେ। ତେଣୁ ମୁଁ ଯଦି ତାକୁ କେମିତି ଉପାୟରେ ଏ ଗଛପତ୍ର ପ୍ରେମରେ ପକେଇପାରିଲି ତାହେଲେ ମୋ ଗଛସବୁ ଜାଣ ସୁରକ୍ଷିତ। ଏଇଆ ଭାବି ତାକୁ ମୁଁ ସମୟ ବାହାର କରି ଘରର ପଛପାଖ ଜଙ୍ଗଲକୁ ନବା ଆରମ୍ଭ କଲି। ପରେ ପରେ ସେଠାରେ ଥିବା ଗଛରେ ପାଣି ଦବାକୁ ଆମେ ବିଭିନ୍ନ ବୋତଲରେ ପାଣି ନବା ଆରମ୍ଭ କଲୁ। ଧୀରେ ଧୀରେ ସେଠି ଆଗରୁ ଥିବା ଗଛରେ ପାଣି ଦବା, ପରେ ପୁଣି ନୂଆ ଗଛ ଲଗାଇ ତାର ଯତ୍ନ ନେବାର ପର୍ଯ୍ୟାୟ ଆରମ୍ଭ ହେଲା। ପୁଣି ମଉକା ମିଳିଲେ ଜଙ୍ଗଲରୁ ବିଭିନ୍ନ ପ୍ରକାର ମଞ୍ଜି ଗୋଟେଇବା କାମ ବି ହେଲା। ଆଉ ଅଳ୍ପଦିନ ଭିତରେ ମୋ ପୁଅ ବି ମୋ ପରି ଗଛ ପ୍ରେମରେ ପଡ଼ିଗଲା। ଆଉ ତା’ପରେ ମହାରାଷ୍ଟ୍ରର ଠାଣେରେ ଥିବା ପାଟ୍‌ଲିପଡ଼ା ହିଲ୍‌ର କିଛି ଖାଲି ଜାଗା ଆମ ଚେଷ୍ଟାରେ ଗଛରେ ଭରିଗଲା। ପ୍ରଥମେ ମୁଁ ଏକା, ପରେ ମୋ ସାଙ୍ଗେ ମୋ ପୁଅ, ପରେ ମୋ ବୋଉ ଆଉ କିଛି ମାସ ଭିତରେ ଆମକୁ ଦେଖି ଦେଖି ଆମ ସହ ଅନେକ ଲୋକ ଯୋଡ଼ିହେଲେ। ତା’ପରେ ମିଳିତ ଭାବେ କେବେ ଗଛ ଲଗା, କେବେ ପାଣି ଦବା କେବେ ପୁଣି ସିଡ୍‌ବଲ୍‌ ତିଆରି ଅଭିଯାନ ଚାଲିଲା। ପାଟ୍‌ଲିପଡ଼ା ହିଲ୍‌ର ସେଇ ଗଛସବୁଙ୍କ ପାଇଁ ମତେ ଲୋକଙ୍କର ଢେର୍‌ ଭଲପାଇବା ଆଉ ସମ୍ମାନ ମିଳିଲା, ଗୋଟେ ନୂଆ ପରିଚୟ ମିଳିଲାା

ଲଗେଇବାଟା ବଡ଼ କଥା ନୁହେଁ ବରଂ ସେସବୁକୁ ବଞ୍ଚାଇବା ହିଁ ମୁଖ୍ୟ। ତେଣୁ ମୁଁ ଅଧିକାଂଶ ସମୟରେ ନର୍ସରୀରୁ ଚାରି-ପାଞ୍ଚ ଫୁୁଟର କର, ଆମ୍ବ, ପଣସ, ବର, ଅଶ୍ୱତ୍ଥ ଏମିତି ସବୁ ଗଛ ଆଣି ଲଗାଏ। ବଡ଼ ଗଛ ଲଗେଇଲେ ଗୋରୁ ସହ ବର୍ଷା ପବନରୁ ବି ରକ୍ଷା କରିବା ସହଜ ହୁଏ। ଆଉ ଗୋଟିଏ ବର୍ଷା ଋତୁପରେ ଗଛ ବି ବେଶ୍‌ ବଡ଼ ହୋଇଯାଏ। ଫଳରେ ସବୁ ଗଛ ସହଜରେ ବଞ୍ଚିଯାଏ। ଦୂର ଜାଗା କି ପାଣିର ଅଭାବ ଥିବା ଜାଗାରେ ବି ଖରାଦିନେ ସହଜରେ ଗଛ ବଞ୍ଚାଯାଇପାରେ। ଗୋଟେ ଲିଟିରିଆ କି ଅଧଲିଟିରିଆ ପାଣି କି କୋଲ୍ଡ ଡ୍ରିଙ୍କ୍‌ସ ପ୍ଲାଷ୍ଟିକ୍‌ ବୋତଲ ନିଅନ୍ତୁ। ତା’ ତଳ ଭାଗରେ ସେପ୍ଟିପିନ୍‌ କି ଛୁଞ୍ଚିିରେ ଛୋଟ ଛୋଟ ଚାରି ପାଞ୍ଚଟି କଣା କରନ୍ତୁ। ତା’ପରେ ଠିକ୍‌୍‌ ଗଛମୂଳର ଚାଖଣ୍ଡେ ଛାଡ଼ି ପୋତିଦିଅନ୍ତୁ। ବୋତଲ୍‌ଟି ଯେମିତି ପୂରାପୂରି ମାଟି ଭିତରେ ରହିବ ଓ ବୋତଲର ମୁହଁ ଉପରେ ରହିବ। ଖରା ଦିନେ ବି ଦୈନିକ ନୁହେଁ ବରଂ ସପ୍ତାହକୁ ଦୁଇ ତିନିଥର ସେଇ ବୋତଲ୍‌ ଭିତରେ ପାଣିଦେଲେ ବି ଗଛଟି ସୁରୁଖୁରୁରେ ବଞ୍ଚିଯିବ। ଠିକ୍‌ ଏଇ ଉପାୟରେ ମୁଁ ସବୁ ଗଛକୁ ବଞ୍ଚାଇବାକୁ ଚେଷ୍ଟାକରେ। କମ୍‌ ପାଣି ବି ଖର୍ଚ୍ଚ ହୁଏ ଆଉ ଗଛ ବି ସହଜରେ ବଞ୍ଚିଯାଏ।

ପିଲାଦିନୁ ମତେ ଗଛପତ୍ର, ପଶୁପକ୍ଷୀଙ୍କ ଭିତରେ ରହିବାକୁ ଭଲଲାଗେ। ବୋଉକୁ ଦେଖି ଦେଖି ଗଛ ଲଗେଇବା ଶିଖିଛି। ପିଲାଦିନୁ ମୋ ଗଛ ଲଗେଇବାଟା ଆମ ବାଡ଼ିବଗିଚା ଭିତରେ ସୀମିତ ଥିଲା। ଆଗରୁ ଗଛଟା ମୋ ବାଡ଼ିରେ ରହିଲା ନା ନାଇଁ ତା’ଉପରେ ମୁଁ ବେଶି ଧ୍ୟାନ ଦେଉଥିଲି। ହେଲେ ଯେବେଠୁ, ଏବେ ଗଛ ଲଗେଇବାଟା କେତେ ଜରୁରୀ ବୁଝିପାରିଛି ସେବେଠୁ ମୁଁ ମୋ ବାଡ଼ିବଗିଚା, ବାଲ୍‌କୋନୀ ଭିତରୁ ବାହାରକୁ ବାହାରିଛି। ଗତ କିଛିବର୍ଷ ହେବ ମୋ ବାଡ଼ିବଗିଚା, ମୋ ବାଲ୍‌କୋନୀ ଏସବୁରୁ ବାହାରକୁ ବାହାରି ବିଭିନ୍ନ ମନ୍ଦିର, ସ୍କୁଲ୍‌ କଲେଜର ଖାଲି ଜାଗା, ରାସ୍ତା କଡ଼, ଘର ପାଖାପାଖି ଜଙ୍ଗଲ କି ଜଳାଶୟର ଖାଲି ଜାଗା ଦେଖିଲେ ମୁଁ ଗଛ ଲଗେଇବା ଆରମ୍ଭ କରିଛି।

ସବୁଦିନ ଘରୁ ବାହାରୁଥିବା ଫଳମୂଳ, ପନିପରିବା ମଞ୍ଜିକୁ ମୁଁ ପୋତେ ନାହିଁ। ମଞ୍ଜିକୁ ଶୁଖାଏ ା ଖତ-ମାଟି ମିଶାଇ ମଣ୍ଡା ପିଠା ପରି ଗୋଲ୍‌ଗୋଲ୍‌ କରି ତା ଭିତରେ ଶୁଖିଲା ମଞ୍ଜିି ପୂରାଏ। ପରେ ସେସବୁ ଶୁଖିଗଲା ପରେ ସେହି ସିଡ୍‌ ବଲ୍‌କୁ ଜଙ୍ଗଲ, ପାହାଡ଼ ଓ ଜଳାଶୟ ପାଖରେ ପୋତେ। ସାଙ୍ଗସାଥୀଙ୍କୁ ବି ବାଣ୍ଟେ। ସେମାନେ ବାହାରକୁ ଗଲାବେଳେ ଏହି ସିଡ୍‌୍‌ ବଲ୍‌କୁ ବି ବ୍ୟବହାର କରନ୍ତି। ଯେଉଁ ଜାଗାକୁ ଆପଣ ନିଜେ ଯାଇ ଗଛଲଗାଇବା ସମ୍ଭବପର ନୁହେଁ ସେସବୁ ଜାଗା ପାଇଁ ଏହି ସିଡ୍‌ବଲ୍‌ ବେଶ୍‌ ସହାୟକ ହୁଏ। ଦୂରରେ ରହି ସିଡ୍‌ ବଲ୍‌କୁ ବର୍ଷାଦିନ ପୂର୍ବରୁ ଫୋପାଡି ଦେଲେ ସେସବୁ ଆଗକୁ ଗଛରେ ପରିଣତ ହୁଏ। ମଞ୍ଜି ଉପରେ ମାଟିର ଆବରଣ ଥିବାରୁ ମଞ୍ଜିକୁ ପୋକଜୋକ ଖାଇ ନଷ୍ଟ କରିବାର ଭୟ ବି ନଥାଏ ା ମଉକା ମିଳିଲେ ସ୍କୁଲ୍‌ପିଲାମାନଙ୍କୁ ମୁଁ ସିଡ୍‌ ବଲ୍‌ ବାବଦରେ ସଚେତନ କରାଏ। କୁନି କୁନି ପିଲା, ଗୃହିଣୀ, କଲେଜ୍‌ ପିଲାଙ୍କୁ ଏଇ ଅଭିଯାନ ସାଙ୍ଗେ ଯୋଡ଼ିବାକୁ ଚେଷ୍ଟା କରେ। ସ୍କୁଲ୍‌ ପିଲାଙ୍କୁ ପରିବେଶ ପ୍ରତି ସଚେତନ କରେଇବାକୁ ପ୍ରତିବର୍ଷ ପାଖାପାଖି ପାଞ୍ଚ ଶହ ଗଛ ସେମାନଙ୍କୁ ଉପହାର ବାବଦକୁ ଦିଏ।

ଘର, ମୋ ଗାଡ଼ି, ମୋ ଜୋତା, ମୋ ଛତା ଏସବୁ ପାଇଁ ଆମେ ବେଶ୍‌ ତପତ୍ର। ହେଲେ ‘ମୋ ଗଛ’ କଥା ଭାବିବାକୁ ଯେମିତି ଆମ ପାଖେ ସମୟ ନାହିଁ। ଆଉ ସତରେ ଆଶ୍ଚର୍ଯ୍ୟ ଲାଗେ ଯେତେବେଳେ ଗଛ ଲଗାଇବା କଥା କହିଲେ ବେଶ୍‌ ପାଠୁଆ ଲୋକେ ବି ନିଜ କଥା ଭୁଲି ସରକାର କ’ଣ କଲେ ନକଲେ ତା’ଉପରେ ବେଶି ଧ୍ୟାନ ଦିଅନ୍ତି। ହେଲେ ନିଜକୁ କ’ଣ କରିବାର ଥିଲା କି ଆଜିକା ସମୟରେ ନିଜକୁ କ’ଣ କରିବାର ଅଛି ତାକୁ ଜାଣି ଜାଣି ଅଣଦେଖା କରନ୍ତି। ମଣିଷର ଅତ୍ୟଧିକ ଲୋଭ ଓ ଖାମଖିଆଲି ମନୋଭାବ ଯୋଗୁ ଦିନକୁ ଦିନ ଗଛପତ୍ର, ଜଙ୍ଗଲ ନଷ୍ଟ ହେବାରେ ଲାଗିଛି। ତା’ସହ ପୁଣି ନଦୀ, ଝରଣା, ପୋଖରୀ ଓ ବିଭିନ୍ନ ଜଳାଶୟ ବି ଶୁଖିବାରେ ଲାଗିଛି। ପଶୁପକ୍ଷୀ ଏବେ ଅସହାୟ ପ୍ରାୟ। ଏସବୁ ଭିତରେ ପୁଣି ପ୍ରଦୂଷିତ ପରିବେଶ ପାଇଁ କରୋନା ପରି ବିଭିନ୍ନ ନୂଆ ନୂଆ ରୋଗ ଜୀବ ସମାଜ ପାଇଁ ହାହାକାର ଆଣିଦେଉଛି। ତଥାପି ଆମେ ନୀରବଦ୍ରଷ୍ଟା ସାଜିଛେ। କାରଣ ଏବେଯାଏ ଆମକୁ ଗଛଲତା, ପାଣି, ପବନ ମାଗଣାରେ ମିଳୁଛି। ହେଲେ ଏବେ ବି ଅନେକ ଲୋକ , ଅନେକ ପିଲା ଅଛନ୍ତି ଯେଉଁମାନେ ଏଥିନେଇ ବେଶ୍‌ ସଚେତନ ଭାବେ ନିଜ ଚେଷ୍ଟା ଜାରିରଖିଛନ୍ତି।

 


[mc4wp_form id="252536"] All Right Reserved By Dharitri.Com

Posted inଫୁରସତ View All

୫୧ ବର୍ଷରେ ରାହୁଲ: ଛଦ୍ମନାମ ରଖି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ପାଠ; ମ୍ୟାନେଜମେଣ୍ଟ କମ୍ପାନୀରେ…

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଜି ହେଉଛି ଜନ୍ମଦିନ। ଶନିବାର ୫୧ ବର୍ଷର ହୋଇଛନ୍ତି ରାହୁଲ। ଗାନ୍ଧୀ-ନେହେରୁ ପରିବାରରୁ ଆସିଥିବା ରାହୁଲଙ୍କ ଜୀବନ ଏବଂ...

ମାଟି ତଳୁ ମିଳିଲା ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା…

ତେଳଅଭିବ୍‌,୧୦।୬: ଇସ୍ରାଏଲ୍‌ରେ ମାଟିତଳୁ ୧,୦୦୦ ବର୍ଷ ତଳର କୁକୁଡ଼ା ଅଣ୍ଡା ମିଳିଛି। ଏହି ଅଣ୍ଡା ଦଶମ ଶତାବ୍ଦୀ ସମୟର ବୋଲି ଗବେଷକ ଅନୁମାନ କରିଛନ୍ତି। ତେବେ...

ବୁଲେଟ୍‌ ଟ୍ରେନ୍‌ଠାରୁ ବି ତୀବ୍ର ବେଗରେ ଯିବ ଏହି ଯାନ

ବିଗତ କିଛି ଦଶନ୍ଧି ମଧ୍ୟରେ ଟେକ୍ନୋଲୋଜି ଆମ ଜୀବନରେ ଅନେକ ପ୍ରଭାବ ପକାଇଛି। ଯଦିଓ ଭ୍ରମଣ ତରିକା ପାରମ୍ପରିକ ହୋଇଆସୁଛି ତଥାପି କିଛି ସମୟ ପାଇଁ...

ଜାଣନ୍ତି ବିମାନରେ କାହିଁକି ପୁରୁଷଙ୍କ ତୁଳନାରେ ନିଯୁକ୍ତି ପାଇଥାନ୍ତି ଅଧିକ ମହିଳା କର୍ମଚାରୀ

ଆପଣ କେବେ ବିମାନରେ ଯାତ୍ରା କରିଛନ୍ତି କି? ଯଦି ନା ତେବେ ନିଶ୍ଚିତ କୌଣସି ଫିଲ୍ମ କିମ୍ବା ବ୍ଲଗରେ ବିମାନ ଯାତ୍ରାର ଦୃଶ୍ୟ ଦେଖିଥିବେ। ଏହି...

ତଳକୁ ମୁହଁ କରି ଖାଉଥିଲା କୁକୁର: ପଛରୁ ଖୁମ୍ପିଲା କାଉ; ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ଆଇଫୋନ୍‌ରୁ ଭାଇରାଲ ହେଲା ଯୁବତୀଙ୍କ ନଗ୍ନ ଫଟୋ, ଏବେ କମ୍ପାନୀକୁ ଦେବାକୁ ପଡ଼ିବ ଏତିକି ପରିମାଣର ଟଙ୍କା…

ଆଇଫୋନ୍‌ ତିଆରି କରୁଥିବା କମ୍ପାନୀ ଆପଲ ଏବେ ଏକ ଭୁଲ ପାଇଁ କୋଟି କୋଟି ଟଙ୍କା ଜରିମାନା ଦେବ। କାରଣ ଜଣେ ଯୁବତୀଙ୍କ ଫୋନ୍‌ ଖରାପ...

ସ୍କେଟିଂରେ ସଚେତନତା

ଲକ୍ଷ୍ନୌ: ଶାଢ଼ି ପିନ୍ଧି ସ୍କେଟିଂ କରି ଗାଁ ଦାଣ୍ଡରେ ଲୋକଙ୍କୁ ଟିକା ନେବା ପାଇଁ ପ୍ରବର୍ତ୍ତାଉଛନ୍ତି ଶ୍ରୀଗୁପ୍ତା। ଉତ୍ତରପ୍ରଦେଶ ସୀତାପୁରର ରାମକୋଟ ଗାଁରେ ରୁହନ୍ତି ୧୧...

ମୋଦିଙ୍କ ନିକଟରେ ବଡ଼ ଅଭିଯୋଗ କଲେ କଶ୍ମୀରର ଏହି କୁନି ଝିଅ: ଭିଡିଓ ଦେଖିଲେ କହିବେ…

ନୂଆଦିଲ୍ଲୀ: କଶ୍ମୀରର ଜଣେ ୬ ବର୍ଷ ବାଳିକାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
ଆଇଫୋନ୍‌ରୁ ଭାଇରାଲ ହେଲା ଯୁବତୀଙ୍କ ନଗ୍ନ ଫଟୋ, ଏବେ କମ୍ପାନୀକୁ ଦେବାକୁ ପଡ଼ିବ ଏତିକି ପରିମାଣର ଟଙ୍କା…
Next Post Next post:
ଫାଇନାଲରେ ବୋଲିଂ କରିବେ କି କୋହଲି

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts