E-Paper
  • logo
  • Monday 30th March 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଫୁରସତ

ଅମରପ୍ରେମରୁ କାବେରୀ
4:17 pmJune 13, 2021

ଆଲୋ ସୁନ୍ଦରୀ ତୋର କଥାରେ, ମୁଁ ନାଚିବି ଭାଲୁ ସାଥିରେ…। ପୁଣି- ଆସିବ ବର ତୋର ହୋଇବ ବାହାଘର ତା’ପରେ….ଏମିତି ଏକାଧିକ ଚଳଚ୍ଚିତ୍ର ସଂଗୀତର ଲେଖକ ସେ। ପ୍ରାୟ ୫ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟଧରି ସାହିତ୍ୟ, ସଂଗୀତ, ନାଟକ ଓ ଚଳଚ୍ଚିିତ୍ର ଆଦିି କ୍ଷେତ୍ରରେ ତାଙ୍କର ରହିଛି ସ୍ବତନ୍ତ୍ର ପରିଚୟ ।

ଲୋକକଳା, ଲୋକନୃତ୍ୟ କି ମଞ୍ଚ କିମ୍ବା ବେତାର ଅଥବା ଅପେରା ନାଟକ ଆଦିରେ ତାଙ୍କର ନିର୍ଦ୍ଦେଶନା ନିଆରା। ତେବେ ସେ ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକବି ଓ ନାଟ୍ୟଶିଳ୍ପୀ। ତାଙ୍କର ବହୁମୁଖୀ ପ୍ରତିଭାପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ସଂଗୀତ ନାଟକ ଏକାଡେମୀ ସମେତ ବହୁ ଅନୁଷ୍ଠାନରୁ ପୁରସ୍କାର ଓ ସମ୍ମାନ ମିଳିଛି । ସେ ହେଲେ ଗୀତିକାର-ଗୌର ପଟ୍ଟନାୟକ। ଜନ୍ମ ୧ା୪ା୧୯୪୪ ମସିହାରେ। ପିତା -ଦିବାକର ମଜୁମଦାର ପଟ୍ଟନାୟକ। ମା’ ସୂର୍ଯ୍ୟମଣି ପଟ୍ଟନାୟକ। ଘର ଗଞ୍ଜାମ ଜିଲାର ଶେରଗଡ଼ରେ। କିନ୍ତୁ ସେ ରୁହନ୍ତି କଟକ ସିଡିଏ ଅଞ୍ଚଳର ସେକ୍ଟର-୬ ରେ। ସେ କୁହନ୍ତି, ବାପା, ମା’ଙ୍କର ୮ପୁଅ ଓ ୫ଝିଅଙ୍କ ମଧ୍ୟରେ ମୋର ସ୍ଥାନ ୫ମରେ। ପିଲାଦିନେ ଗାଁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇଥିଲା। ସେତେବେଳେ ଡ୍ରାମାରେ ଅଭିନୟ କରୁଥିଲି। ତା’ପରେ ମହାତ୍ମା ଗାନ୍ଧୀ ସ୍କୁଲ, ପରେ ବ୍ରହ୍ମପୁର କୁଇଲ୍‌ ମିଶନାରୀ ସ୍କୁଲରେ ୧୦ମ ପାସକରି ବ୍ରହ୍ମପୁରରେ ଉଚ୍ଚ ଶିକ୍ଷା କରିଥିଲି। କିନ୍ତୁ ୧୯୬୪ରେ କଟକ ଆସି ଆକାଶବାଣୀରେ କଳାକାରଭାବେ ଯୋଗଦେଇଥିଲି। ତା’ପରେ ଆକାଶବାଣୀ କଟକକେନ୍ଦ୍ରର ଲାଇବ୍ରାରିଆନ ଭାବେ ଚାକିରି କଲି। ଏହି ସମୟରେ ଆକାଶବାଣୀର ଗ୍ରାମ୍‌ଫୋନ ରେକର୍ଡିଂ ଏବଂ ପରିବେଷଣ କାର୍ଯ୍ୟକୁ ତୁଲାଇଥିଲି। ସେତେବେଳେ ଆକାଶବାଣୀ କଟକ କେନ୍ଦ୍ରରେ ବହୁବିଶିଷ୍ଟ ବ୍ୟକ୍ତିଙ୍କ ସାକ୍ଷାତ୍‌କାରକୁ ଉପସ୍ଥାପନା କରିଛି। ବିଶେଷକରି ପୂଜ୍ୟ ଡ. ହରେକୃଷ୍ଣ ମହତାବ, ଗୋପୀନାଥ ମହାନ୍ତି, ନିତ୍ୟାନନ୍ଦ କାନୁନ୍‌ଗୋ ପ୍ରମୁଖଙ୍କ ସହିତ ସାକ୍ଷାତ୍‌କାର ନେବାରେ ନିଆରା ଅନୁଭୂତି ରହିଛି। ଏମିତିରେ ସେତେବେଳେ ମୋର ବିଭିନ୍ନ କବିତା ଓ ଗପ ଲେଖାଲେଖି ପ୍ରତି ଆଗ୍ରହ ବଢ଼ିଯାଇଥାଏ। କବିତା, ମଞ୍ଚନାଟକ ଏବଂ ବେତାର ନାଟକ ଲେଖୁଥିଲି। କବିଚନ୍ଦ୍ର କାଳୀ ଚରଣ ପଟ୍ଟନାୟକ ଓ କବି କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ସାହିତ୍ୟରୁ ଅଧିକ ପ୍ରେରଣା ମିଳିଛି। ଓଡ଼ିଆ ଚଳଚ୍ଚିତ୍ର ପାଇଁ ଗୀତ ରଚନା କରିଥିଲି; ଯାହା କି ସେତେବେଳେ ଅମରପ୍ରେମ ଚଳଚ୍ଚିତ୍ରରେ (ନା..ମାରନା), ମଥୁରା ବିଜୟ(କେତେ ବଜାଅ ବଇଁଶୀରେ), ତ୍ରିନାଥ ମେଳା(ଆଲୋ ସୁନ୍ଦରୀ ତୋର କଥାରେ ମୁଁ ନାଚିବି ଭାଲୁସାଥିରେ),ଅଲିଭା ଦାଗ(ଆ କି, ବଢ଼ିଆ ଯୋଡ଼ି ତୋରମୋର), ଅପରିଚିତା(ଆଜି ମହୁରୀ ବାଜେ), ହୀରା ମୋତି ମାଣିକ(ଜୀବନ ଏକ ନାଟକ), ସୁବର୍ଣ୍ଣସୀତା(ଇଟିକିଲି..ମିଟିକିଲି),କାବେରୀ(ଆସିବ ବର ତୋର ହୋଇବ ବାହାଘର….)ଇତ୍ୟାଦି ଗୀତ ଲୋକପ୍ରିୟ ହୋଇ ପାରିଥିବାରୁ ମତେ ଏକ ପରିଚୟ ମିଳିଛି। ପୁଣି-(ଶନିବାର ଦିନ ଭାଉଜଙ୍କ ମନ ହେଲା ଖାଲି ଛନଛନ।) ଗ୍ରାମଫୋନ ରେକର୍ଡିଂ ବାଜିଥିବାରୁ ଖୁବ୍‌ ଲୋକପ୍ରିୟ ହୋଇଥିଲା। ଗୀତଟିଏ ଲେଖିବା ପୂର୍ବରୁ ପ୍ରଥମେ ଭାବକୁ ଅନୁଭବ କରେ। ତା’ପରେ ଗୀତଟି କାହାପାଇଁ ଲେଖୁଛି ଭଲଭାବେ ବୁଝେ, ଏହା ସହରି କି ମଫସଲି, ସେଥିପାଇଁ ସେହିପରି ଚାଲିଚଳଣର ଭାଷା ଓ ଶବ୍ଦକୁ ବ୍ୟବହାର କରିଥାଏ। ପଣ୍ଡିତ କୁଣ୍ଡଳା ଆଦିତ୍ୟନାରାୟଣ ଏବଂ ଗୁରୁ ଗୋପାଳ ଚନ୍ଦ୍ର ପଣ୍ଡାଙ୍କଠାରୁ ଗୀତ ଶିକ୍ଷା କରୁଥିଲି। ମାତ୍ର ଅନେକ ଗୀତ ଲେଖଛି, କେତେକ ଗୀତକୁ ଗାଇଛି ହେଲେ ସେଭଳି ଗାୟକଟିଏ ହୋଇପାରିଲି ନାହିଁ। କିନ୍ତୁ ପିଲାଙ୍କ ପାଇଁ ଲେଖିଲାବେଳେ ସରଳଭାଷା, ଶିକ୍ଷଣୀୟ ଓ ପ୍ରେରଣାପ୍ରଦ ଘଟଣା ପ୍ରତି ନଜର ଦେଇଥାଏ। ସେଥିପାଇଁ ଶିଶୁମାନଙ୍କ ଲାଗି ପ୍ରାୟ ୭ଖଣ୍ଡ ପୁସ୍ତକ ରଚନା କରିସାରିଛି। ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଯଥା-ଭଜନ ‘ଶୂନ୍ୟବ୍ରହ୍ମ’, ‘ଆମେ ଗୋଟିଏ ଫୁଲର ପାଖୁଡ଼ା’, ‘ଏବଂ’, ‘ମହାଯାତ୍ରା’, ‘ଯେମିତିକାମକୁ ସେମିତିଫଳ’, ‘ବିଚିତ୍ର ଜୀବଜନ୍ତ’ୁ, ‘ସୁଖର ଚାବିକାଠି’, ‘ପଢିଲେ ଜାଣିବେ’,‘ଠିକଣା ନ ଥିବା ଚିଠି’, ‘ଉତ୍କଳୀୟ କଳା’,‘ଜୀବନର ସ୍ମୃତିଲିପି’, ‘ମୋହଭଙ୍ଗ’,‘ଓଡ଼ିଶୀ ସଂଗୀତ ପରମ୍ପରା’, ‘ଜୀବନଗୀତି’,‘ଛବିଟିଏକୁ ଗୀତଟିଏ’,‘ମାଟି ମା’, ‘ଦାରୁଦିଅଁ’ ସେହିପରି ଲୋକକଳା, ଲୋକସଂଗୀତ, ଲୋକନୃତ୍ୟ ,ଲୋକବାଦ୍ୟ, ଭାସ୍କଯର୍‌ୟ, ଚିତ୍ରକଳା ଏବଂ ଓଡ଼ିଶୀ ନୃତ୍ୟ ସଂଗୀତ ସମ୍ପର୍କରେ ଏକ ଗବେଷଣାତ୍ମକ ପୁସ୍ତକ ପ୍ରକାଶିତ କରିିଛିି। ୧୯୭୦ରୁ ବେତାର ନାଟକର ନିର୍ଦ୍ଦେଶନା ଦେଇଛି। ଏମିତିରେ ଏକାଧିକ ଉପନ୍ୟାସକୁ ବେତାର ନାଟକରୂପେ ନିର୍ଦ୍ଦେଶନା ଦେଇଛି। ଏଯାଏ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ନାଟକରେ ନିର୍ଦ୍ଦେଶନା ଦେଇସାରିଛି। ଜୀବନରେ ଘଟିଥିବା ବିଭିନ୍ନ ଘଟଣାର କୁହା ଅକୁହା କଥା ହିଁ ନାଟକ । ତେବେ ନାଟକର ଶେଷଭାଗକୁ ଯଦି ନାଟକୀୟ ରସଥିବ ତେବେ ତାହା ଲୋକପ୍ରିୟତା ହୋଇପାରେ ଅର୍ଥାତ୍‌ ଦର୍ଶକ ଚାହୁଁଥିବେ ଏକ ପ୍ରକାର କିନ୍ତୁ ନାଟକରେ ଘଟିବ ଭିନ୍ନ କିଛି। ସଂଗୀତ କାଯର୍‌ୟକ୍ରମ ପାଇଁ ଆକାଶବାଣୀ ତରଫରୁ ଜାତୀୟ ସ୍ତରରେ ୪ଥର ପୁରସ୍କୃତ ହୋଇଛି। ଓଡ଼ିଶା ସାହିତ୍ୟ ଏକାଡେମୀରୁ- ‘ଠିକଣା ନ ଥିବା ଚିଠି’-୨୦୦୨ ଏବଂ କଳାକ୍ଷେତ୍ରରେ ସାମଗ୍ରିକ କୃତି ପାଇଁ ଓଡ଼ିଶା ସଗୀତ ନାଟକ ଏକାଡେମୀରୁ-୨୦୦୧ରେ ସମ୍ମାନିତ ହୋଇଛି। ନୀଳଶୈଳ, ପ୍ରଜାତନ୍ତ୍ର ପ୍ରଚାର ସମିତି, ଚଲାପଥ, ଗଞ୍ଜାମ କଳା ପରିଷଦ, ଋଷିକୁଲ୍ୟା ପରିଷଦ, ଉତ୍କଳ ସାହିତ୍ୟ ସମାଜ, ଓଡ଼ିଆ ଗୀତିକବି ସମାଜ, ଆକାଶବାଣୀ କଟକ, ନିଖିଳ ଉତ୍କଳ ସଂଗୀତ ଶିଳ୍ପୀ ପରିଷଦ, ଉତ୍କଳ ପାଠକ ସଂସଦ, ସିନେମା ସଂସାର ଆଦି ଅନେକ ଅନୁଷ୍ଠାରୁ ପୁରସ୍କାର ଓ ସମ୍ମାନ ମିଳିଛି। ୧୯୬୪ରୁ ଚାକିରି କରି ୨୦୦୪ରେ ଅବସର ନେଇଛି। ମୋର ୨ଝିଅ ଓ ଗୋଟିଏ ପୁଅ । ଏବେ ଘରେ ମୋ ପତ୍ନୀ ସିପ୍ରାଙ୍କ ସହିତ ରହୁଛି। ଲେଖାଲେଖି ଅଭ୍ୟାସ ରହିଥିବାରୁ ନାଟକ ଲେଖିବା ଜାରି ରଖିଛି। ନାଟକ, ଗୀତ ଓ ଗପ ଲେଖିବାରେ କେବେ ବି ଥକି ପଡ଼ିନି।

-ବନବିହାରୀ ବେହେରା


[mc4wp_form id="252536"] All Right Reserved By Dharitri.Com

Posted inଫୁରସତ View All

ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ମହିଳାଙ୍କ ବନ୍ଧ୍ୟାକରଣ ଅପରେଶନ୍‌ କରିଦେଲେ ଡାକ୍ତର…

ରାଞ୍ଚି,୨୦।୬: ଡେଲିଭରୀ ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ ମହିଳାଙ୍କର ବନ୍ଧ୍ୟାକରଣ ଅପରେଶନ୍‌ କରି ଡାକ୍ତର ଏବେ ହରଡ଼ଘଣାରେ ପଡ଼ିଛନ୍ତି। ମହିଳା ତାଙ୍କ ପରିବାରର ଅନ୍ୟ...

ପ୍ରେମ କରି ଚର୍ଚ୍ଚାରେ ବିଶ୍ୱର ଏହିସବୁ ଲୋକପ୍ରିୟ ନେତା

ନିକଟରେ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ୱେଷ୍ଟମିଂଷ୍ଟର କ୍ୟାଥେଡ୍ରଲରେ ତାଙ୍କ ଗର୍ଲଫ୍ରେଣ୍ଡ କ୍ୟାରି ସାଇମଣ୍ଡସଙ୍କୁ ଗୁପ୍ତରେ ବିବାହ କରିଥିଲେ। ୫୬ ବର୍ଷ ବୟସରେ ବୋରିସ ତୃତୀୟ...

୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଲା ଏହି ପ୍ରାଣୀ…

ମସ୍କୋ,୮।୬: ଦିନେ ଦୁଇ ଦିନ ଅବା ସପ୍ତାହେ ନୁହେଁ। ଏକାଥରେ ୨୪ ହଜାର ବର୍ଷ ଶୋଇବା ପରେ ବରଫ ତଳୁ ନିଦରୁ ଉଠିଛି ଏକ ପ୍ରାଣୀ।...

ଶିଡ଼ି ଚଢ଼ିବାରେ ଶିଶୁକୁ ରୋକୁଛି କୁକୁର, କାରଣ ଜାଣିଲେ…

ସୋସିଆଲ ମିଡିଆରେ କେତେବେଳେ କ’ଣ ଭାଇରାଲ ହେଉଛି ତା’ର ଠିକଣା ନାହିଁ। ଆଜିକାଲି ଇଣ୍ଟରନେଟ୍‌ରେ ଏକ କୁକୁରର ଏମିତି ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କ...

୫୧ ବର୍ଷରେ ରାହୁଲ: ଛଦ୍ମନାମ ରଖି ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ପଢ଼ିଥିଲେ ପାଠ; ମ୍ୟାନେଜମେଣ୍ଟ କମ୍ପାନୀରେ…

ନୂଆଦିଲ୍ଲୀ,୧୯।୬: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆଜି ହେଉଛି ଜନ୍ମଦିନ। ଶନିବାର ୫୧ ବର୍ଷର ହୋଇଛନ୍ତି ରାହୁଲ। ଗାନ୍ଧୀ-ନେହେରୁ ପରିବାରରୁ ଆସିଥିବା ରାହୁଲଙ୍କ ଜୀବନ ଏବଂ...

ରାଜ୍ୟରେ ଜନ୍ମନେଲା ସବୁଠୁ ଓଜନିଆ ଶିଶୁ, ଓଜନ ଜାଣିଲେ..

ଗୌହାଟୀ,୨୦ା୬: ଆସାମର କଛର ଜିଲାରେ ଜଣେ ମହିଳା ୫.୨ କିଲୋଗ୍ରାମ ଓଜନର ଏକ ଶିଶୁକୁ ଜନ୍ମ ଦେଇଛନ୍ତି। ଡାକ୍ତରମାନେ ଏହି ନବଜାତକକୁ ରାଜ୍ୟର ସବୁଠୁ ଓଜନିଆ...

ବିଦ୍ୟୁତ୍‌ତାରରେ କଳାକୌଶଳ ପ୍ରଦର୍ଶନ କରୁଛି କୁକୁର

ସୋସିଆଲ ମିଡିଆରେ ବେଳେବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଥାଏ ଯାହା କଳ୍ପନା ବାହାରେ ଥାଏ। ସେହିପରି ଟୁଇଟରରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।...

ଆଇଫୋନ୍‌ରୁ ଭାଇରାଲ ହେଲା ଯୁବତୀଙ୍କ ନଗ୍ନ ଫଟୋ, ଏବେ କମ୍ପାନୀକୁ ଦେବାକୁ ପଡ଼ିବ ଏତିକି ପରିମାଣର ଟଙ୍କା…

ଆଇଫୋନ୍‌ ତିଆରି କରୁଥିବା କମ୍ପାନୀ ଆପଲ ଏବେ ଏକ ଭୁଲ ପାଇଁ କୋଟି କୋଟି ଟଙ୍କା ଜରିମାନା ଦେବ। କାରଣ ଜଣେ ଯୁବତୀଙ୍କ ଫୋନ୍‌ ଖରାପ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
୨୧ ଜିଲାକୁ ୟେଲୋ ଓ୍ବାର୍ନିଂ, ୮ ଜିଲାକୁ ସତର୍କ ରହିବା ପାଇଁ ପରାମର୍ଶ
Next Post Next post:
ରୋଜଗାର ଟଙ୍କାରେ ବଳଦ କିଣା ହୋଇଥିଲା: ବିଷ୍ଣୁ ଚରଣ ସାହୁ

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts