କୁକୁର, ବିଲେଇଙ୍କ ଭଳି ମଣିଷର ଲାଞ୍ଜ ଥିଲେ କେମିତି ଦେଖାଯାଇଥାଆନ୍ତା କେବେ ଭାବିଛନ୍ତି? ଭାରି କୌତୁକିଆ ଦେଖାଯିବ ମଣିଷ। କିନ୍ତୁ ଏହା କ’ଣ କେବେ ସମ୍ଭବ। ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ଆପଣ ଚାହିଁଲେ ବି ଲାଞ୍ଜଟିଏ ପାଇପାରିବେ। ‘ମି ଟେଲ୍’ ନାମକ ଏକ କମ୍ପାନୀ ତିଆରି କରିଛି ମଣିଷଙ୍କ ପାଇଁ ଲାଞ୍ଜ। ଏହି ଲାଞ୍ଜ ଏମିତି ସେମିତି ନୁହେଁ। ଏହାକୁ ଆପଣ ନିଜ ଇଚ୍ଛା ଅନୁସାରେ ସ୍ମାର୍ଟଫୋନ୍ କମାଣ୍ଡ ଜରିଆରେ ହଲାଇପାରିବେ। ଏହା ଏକ ଆନିମାଟ୍ରୋନିକ୍ ଲାଞ୍ଜ। ଉକ୍ତ ଲାଞ୍ଜ ଦେଖିବାକୁ ସତସତିକା ଲାଗେ। ଏହି ଲାଞ୍ଜରେ ଏକ ରିମୁଭେବଲ୍ କଭର୍, ଫାଷ୍ଟ ୟୁଏସ୍ବି ସି-ଚାର୍ଜିଂ ଅଛି। ତା’ସହ ଏହା ପାଓ୍ବାରବ୍ୟାଙ୍କ ଦ୍ୱାରା ବି ଚାର୍ଜ ହୋଇପାରେ। ଯଦ୍ୱାରା ୧୦ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଆରାମରେ ବ୍ୟବହାର କରିପାରିବେ। ଏଥିରେ ନୂଆ ପ୍ରକାରର ଡି କ୍ଲିପ୍ ଲଗାଯାଇଛି। ଫଳରେ ବେଶ୍ ସହଜରେ ଗୋଟିଏ ହାତରେ ଲାଞ୍ଜ ଲଗେଇ ହେବ। ଏହି ଲାଞ୍ଜ ବହୁତ ହାଲ୍କା। ଏହା ଏକ ଆପ୍ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏହାବାଦ୍ ଏଥିରେ ନୋ ଫୋନ୍ ମୋଡ୍ ବି ଅଛି; ଯଦ୍ଦ୍ବରା ଲାଞ୍ଜ ବିନା ଆପ୍ରେ ବି ଆକ୍ଟିଭେଟ୍ ହେବାର ୬୦ ସେକେଣ୍ଡ ପରେ ଆପେ ହଲିଥାଏ। ଫଳରେ ଲାଞ୍ଜ ସତସତିକା ପରି ଲାଗେ।
ପୂର୍ବତନ ପ୍ରେମିକଙ୍କୁ ଉପହାରରେ ଦେଇଥିଲେ ଗାଡ଼ି; ବ୍ରେକ୍ଅପ୍ ପରେ ପ୍ରତିଶୋଧ ପରାୟଣ ହୋଇ ନିଆଁ ଲଗାଇଲେ ଯୁବତୀ; ଭିଡିଓ ଦେଖିଲେ…
ବ୍ୟାଙ୍କକ୍: ପୂର୍ବତନ ପ୍ରେମିକଙ୍କଠାରୁ ପ୍ରତିଶୋଧ ନେଲେ ଜଣେ ଯୁବତୀ, ସେ ବି ଏମିତି ଯେ ଶୁଣିଲେ ଆପଣ ଚକିତ ହୋଇଯିବେ। ପ୍ରତିଶୋଧ ନେବାକୁ ସେ ପ୍ରେମିକଙ୍କ...
ଦାନ୍ତରେ ସିଲିଣ୍ଡର ଉଠାଇ ଚର୍ଚ୍ଚାରେ ଶାଢି ପିନ୍ଧା ମହିଳା
ଆଜିକାଲି ସୋସିଆଲ ମିଡିଆରେ ଜଣେ ନାଲି ଶାଢି ପିନ୍ଦା ମହିଳାଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମହିଳା ଜଣଙ୍କ ଦାନ୍ତରେ ଏଲ୍ପିଜି ସିଲିଣ୍ଡର ଉଠାଉଥିବା...
ଅମରପ୍ରେମରୁ କାବେରୀ
ଆଲୋ ସୁନ୍ଦରୀ ତୋର କଥାରେ, ମୁଁ ନାଚିବି ଭାଲୁ ସାଥିରେ…। ପୁଣି- ଆସିବ ବର ତୋର ହୋଇବ ବାହାଘର ତା’ପରେ….ଏମିତି ଏକାଧିକ ଚଳଚ୍ଚିତ୍ର ସଂଗୀତର ଲେଖକ...
ଭାରତର ପ୍ରତିନିଧିତ୍ୱ କରିବେ କିନ୍ନର ଶ୍ରୁତି
ଏକାଧିକ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ବିଜୟୀ ହୋଇଥିବା କେରଳର ଟ୍ରାନ୍ସଜେଣ୍ଡର ମଡେଲ ଶ୍ରୁତି ସିତାରା ଆଉ ଏକ ସଫଳତା ହାସଲ କରିଛନ୍ତି। ଲଣ୍ଡନରେ ଆସନ୍ତା ୧୨ ତାରିଖରେ...
୩୫୦୦୦ ଟଙ୍କାର ବେଲ୍ଟ କିଣି ଆଣିଲେ ଝିଅ, ମା’ କହିଲେ…
ରାଞ୍ଚିର ଜଣେ ମହିଳାଙ୍କ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ଅନୀତା ଗୁପ୍ତା ନାମକ ଜଣେ ମହିଳାଙ୍କ ଭିଡିଓ ଇନ୍ଷ୍ଟାଗ୍ରାମରେ ଶେୟାର ହୋଇଛି।...
ରୋଜଗାର ଟଙ୍କାରେ ଭଉଣୀକୁ ଶାଢ଼ୀ ଦେଇଥିଲି: ଡ. ତୁଳସୀ ଓଝା
କଟକ ଜିଲା ସିଦ୍ଧେଶ୍ୱରପୁରରେ ମୋ ଜନ୍ମ। ସ୍ଥାନୀୟ ଗୋପାଳ ସ୍ମୃତି ବିଦ୍ୟାପୀଠରୁ ମାଟ୍ରିକ୍ ପାସ୍ କରିବା ପରେ ଶୈଳବାଳା କଲେଜରେ ନାଁ ଲେଖାଇଥିଲି। ସେଠାରୁ ଅର୍ଥନୀତି...
ମହାମାରୀରେ ବଢ଼ିଛି ଡ୍ରଗ୍ସ ସେବନ
ଡ୍ରଗ୍ସ ହେଉଛି ନୀରବ ବିଷ। ଥରେ ଏହାର କବଳିତ ହେବା ପରେ ଏଥିରୁ ମୁକୁଳିବା କାଠିକର ପାଠ। ତଥାପି କୁସଙ୍ଗରେ ପଡ଼ି ଯୁବପିଢ଼ି ଏଭଳି ଘାତକ...
ଆକାଶବାଣୀ ଉପସ୍ଥାପକ ଶଙ୍କର୍ଷଣ ମଙ୍ଗରାଜ
ଦିନଥିଲା ଯେତେବେଳେ ସକାଳୁ ସକାଳୁ ଆକାଶବାଣୀ କଟକ କେନ୍ଦ୍ରରୁ ବନ୍ଦନା କାର୍ଯ୍ୟକ୍ରମ ପରେ ପରେ ଏକ ସୁମଧୁର ଧୂନ୍ ବାଜିଉଠୁଥିଲା ତା’ପରେ ଆନାଉନ୍ସର କହୁଥିଲେ-ଏଥର ଶୁଣନ୍ତୁ...


