କୁକୁର, ବିଲେଇଙ୍କ ଭଳି ମଣିଷର ଲାଞ୍ଜ ଥିଲେ କେମିତି ଦେଖାଯାଇଥାଆନ୍ତା କେବେ ଭାବିଛନ୍ତି? ଭାରି କୌତୁକିଆ ଦେଖାଯିବ ମଣିଷ। କିନ୍ତୁ ଏହା କ’ଣ କେବେ ସମ୍ଭବ। ଜାଣି ଆଶ୍ଚର୍ଯ୍ୟ ହେବେ ଏବେ ଆପଣ ଚାହିଁଲେ ବି ଲାଞ୍ଜଟିଏ ପାଇପାରିବେ। ‘ମି ଟେଲ୍’ ନାମକ ଏକ କମ୍ପାନୀ ତିଆରି କରିଛି ମଣିଷଙ୍କ ପାଇଁ ଲାଞ୍ଜ। ଏହି ଲାଞ୍ଜ ଏମିତି ସେମିତି ନୁହେଁ। ଏହାକୁ ଆପଣ ନିଜ ଇଚ୍ଛା ଅନୁସାରେ ସ୍ମାର୍ଟଫୋନ୍ କମାଣ୍ଡ ଜରିଆରେ ହଲାଇପାରିବେ। ଏହା ଏକ ଆନିମାଟ୍ରୋନିକ୍ ଲାଞ୍ଜ। ଉକ୍ତ ଲାଞ୍ଜ ଦେଖିବାକୁ ସତସତିକା ଲାଗେ। ଏହି ଲାଞ୍ଜରେ ଏକ ରିମୁଭେବଲ୍ କଭର୍, ଫାଷ୍ଟ ୟୁଏସ୍ବି ସି-ଚାର୍ଜିଂ ଅଛି। ତା’ସହ ଏହା ପାଓ୍ବାରବ୍ୟାଙ୍କ ଦ୍ୱାରା ବି ଚାର୍ଜ ହୋଇପାରେ। ଯଦ୍ୱାରା ୧୦ ଘଣ୍ଟା ପର୍ଯ୍ୟନ୍ତ ଏହାକୁ ଆରାମରେ ବ୍ୟବହାର କରିପାରିବେ। ଏଥିରେ ନୂଆ ପ୍ରକାରର ଡି କ୍ଲିପ୍ ଲଗାଯାଇଛି। ଫଳରେ ବେଶ୍ ସହଜରେ ଗୋଟିଏ ହାତରେ ଲାଞ୍ଜ ଲଗେଇ ହେବ। ଏହି ଲାଞ୍ଜ ବହୁତ ହାଲ୍କା। ଏହା ଏକ ଆପ୍ ଦ୍ୱାରା ନିୟନ୍ତ୍ରିତ ହୋଇଥାଏ। ଏହାବାଦ୍ ଏଥିରେ ନୋ ଫୋନ୍ ମୋଡ୍ ବି ଅଛି; ଯଦ୍ଦ୍ବରା ଲାଞ୍ଜ ବିନା ଆପ୍ରେ ବି ଆକ୍ଟିଭେଟ୍ ହେବାର ୬୦ ସେକେଣ୍ଡ ପରେ ଆପେ ହଲିଥାଏ। ଫଳରେ ଲାଞ୍ଜ ସତସତିକା ପରି ଲାଗେ।
ଇନ୍ଷ୍ଟାଗ୍ରାମର ବଡ଼ ତ୍ରୁଟି ବାହାର କରିଥିବା ଛାତ୍ରଙ୍କୁ ଫେସ୍ବୁକ ଦେଲା ପୁରସ୍କାର
ମୁମ୍ବାଇ,୧୬।୬: ଭାରତୀୟ ହ୍ୟାକରଙ୍କୁ ଫେସ୍ବୁକ ଦେଲା ୨୨ଲକ୍ଷ ଟଙ୍କା ପୁରସ୍କାର ରାଶି। ପୁରସ୍କାର ରାଶି ପଛରେ ଥିବା କାରଣ ଜାଣିଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯିବେ। ସୂଚନା...
ବାଘ, ସିଂହର କରୋନା ମୃତ୍ୟୁ
ରାଞ୍ଚି/ଚେନ୍ନାଇ: ତାମିଲନାଡୁର ଭଣ୍ଡାଲୁରସ୍ଥିତ ଆରିଗ୍ନାର ଆନ୍ନା ଜାତୀୟ ଉଦ୍ୟାନରେ ୯ ସିଂହ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେମାନଙ୍କ ମଧ୍ୟରୁ ୯ ବର୍ଷର ଏକ ମାଈ...
ଅମରପ୍ରେମରୁ କାବେରୀ
ଆଲୋ ସୁନ୍ଦରୀ ତୋର କଥାରେ, ମୁଁ ନାଚିବି ଭାଲୁ ସାଥିରେ…। ପୁଣି- ଆସିବ ବର ତୋର ହୋଇବ ବାହାଘର ତା’ପରେ….ଏମିତି ଏକାଧିକ ଚଳଚ୍ଚିତ୍ର ସଂଗୀତର ଲେଖକ...
ମାଲିକଙ୍କୁ ଏମିତି ଅନ୍ତିମ ଶ୍ରଦ୍ଧାଞ୍ଜଳି ଜଣାଇଲା ହାତୀ, ଦେଖିଲେ ଆଖିରେ ରହିବନି ଲୁହ
ହାତୀ ଏବଂ ମଣିଷ ମଧ୍ୟରେ ବନ୍ଧୁତା ଫିଲ୍ମ ‘ହାଥୀ ମେରା ସାଥୀ’ରେ ନିଶ୍ଚିତ ଦେଖିଥିବେ। ଫିଲ୍ମରେ ହାତୀ ମରିବା ପରେ ଅଭିନେତା ହାତୀକୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।...
ପ୍ରେମିକାଙ୍କୁ ଭେଟିବା ପାଇଁ ନବବିବାହିତାଙ୍କ ବେଶରେ ପହଞ୍ଚିଲେ ପ୍ରେମିକ; ପରେ ଘଟିଲା କିଛି …
ନୂଆ ନୂଆ ପ୍ରେମରେ ପଡ଼ିଥିବା ବ୍ୟକ୍ତି ସାଥୀଙ୍କୁ ଭେଟିବାକୁ ଆତୁର ହୋଇପଡ଼ନ୍ତି। ହେଲେ ଅନେକ ସମୟରେ ଏହା ମହଙ୍ଗା ପଡ଼ିପାରେ। ଏଭଳି ଏକ ଘଟଣା ଘଟିଛି...
୬୯ ସନ୍ତାନ ଜନ୍ମ ଦେଇଥିଲେ ଏହି ମହିଳା! ୨୭ଥର ହୋଇଥିଲେ ଗର୍ଭବତୀ
ନିକଟରେ ମୋରକୋର ଜଣେ ମହିଳା ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଥିଲେ। କାରଣ ଏହି ମହିଳା ଜଣଙ୍କ ଏକାସାଙ୍ଗରେ ୯ ସନ୍ତାନ ଜନ୍ମ ଦେଇଥିଲେ। ରିପୋର୍ଟ...
ବିବାଦରେ ଭାଇରସ୍
ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ୍ର ଜନ୍ମ ଯେପରି ରହସ୍ୟମୟ, ସେତିକି ବିସ୍ମୟକର । ପୁଣି ତାକୁ ନେଇ ଏବେ ଅସଂଖ୍ୟ ପ୍ରଶ୍ନବାଚୀ…...
୮୦ ଜଣଙ୍କୁ କଞ୍ଚା ଚୋବାଇ ଖାଇଥିଲା ୧୬ ଫୁଟ ଲମ୍ବ କୁମ୍ଭୀର …
କାମ୍ପାଲା,୧୦।୬: ଆଫ୍ରିକାର ଉଗାଣ୍ଡାରେ ଏକ ୧୬ ଫୁଟ ଲମ୍ବ କୁମ୍ଭୀର ଯୋଗୁ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଘଡ଼ିଆଳ କୁମ୍ଭୀରଟି ୮୦ ଜଣ ଲୋକଙ୍କୁ ଜୀଅନ୍ତା କଞ୍ଚା...


