ଛତ୍ରପୁର,୧୩।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକାକରଣ ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି। ଜିଲାରେ ଶନିବାର ସୁଦ୍ଧା ୬ ଲକ୍ଷ ୪୩ ହଜାର ୮୮୧ ଜଣଙ୍କୁ ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। ସେଥିମଧ୍ୟରେ ୫ ଲକ୍ଷ ୧୫ ହଜାର ୧୯୭ ଜଣ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଥିବାବେଳେ ୧ ଲକ୍ଷ ୨୮ ହଜାର ୬୮୪ ଜଣ ୧୮ ରୁ ୪୪ ବର୍ଷ ବୟସର ଅଛନ୍ତି। ଜିଲାର ସବୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ବ୍ରହ୍ମପୁର, ଉପଖଣ୍ଡ ହସ୍ପିଟାଲରେ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସର ଲୋକଙ୍କ ପାଇଁ ଟିକାର ସୁବିଧା ଅଛି। କେବଳ ୧୮ରୁ ୪୪ ବର୍ଷ ବୟସର ଲୋକଙ୍କ ପାଇଁ ଟିକା ନେବା ଲାଗି ବ୍ରହ୍ମପୁର ଓ ଛତ୍ରପୁରରେ ସୁବିଧା ଅଛି। ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଜିଲାରେ ୧୧ ହଜାର ୬୦ଟି ଟିକା ମହଜୁଦ ଥିବା ବେଳେ
୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଇଁ ୬ ହଜାର ଟିକା ଗଚ୍ଛିତ ଅଛି। ମୋଟ ୧୭ ହଜାର ୬୦ ଟିକା ମହଜୁଦ ରହିଥିବା ସୂଚନା ଦିଆଯାଇଛି।
Posted inଆମ ଜିଲା ଖବର, ଗଞ୍ଜାମ View All
ଡଙ୍ଗରିଆଙ୍କୁ ଠକୁଛନ୍ତି ଆନ୍ଧ୍ର ଦଲାଲ
ବିଷମକଟକ,୨୭ା୬(ଡି.ଏନ୍.ଏ.): ରାୟଗଡ଼ା ଜିଲା ନିୟମଗିରି ପାଦଦେଶରେ ବସବାସ କରୁଥିବା ଡଙ୍ଗରିଆମାନେ ବିଶେଷକରି କୃଷି ଓ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ। ଉତ୍ପାଦିତ ପନିପରିବା, ଫଳ ଓ...
ସାବିତ୍ରୀବ୍ରତରେ ସ୍ତ୍ରୀ ମାଡ଼ରେ ସ୍ବାମୀ ଗୁରୁତର
ବଡ଼ବିଲ,୧୦।୬(ସ୍ବ.ପ୍ର.): ଆଜି ଥିଲା ପବିତ୍ର ସାବିତ୍ରୀ ବ୍ରତ। ସ୍ବାମୀଙ୍କ ଦୀର୍ଘାୟୁ ପାଇଁ ପୂଜାର୍ଚ୍ଚନା କରିଥାନ୍ତି ସ୍ତ୍ରୀ। ହେଲେ ଏଭଳି ଏକ ଦିନରେ ସ୍ତ୍ରୀଙ୍କ ଆକ୍ରମଣରେ ସ୍ବାମୀ...
ଗଞ୍ଜାମକୁ ଡରାଉଛି କରୋନା ମୃତ୍ୟୁ: ପୁଣି ଗଲା ୨ ଯୁବକଙ୍କ ଜୀବନ
ଛତ୍ରପୁର,୯।୬(ଡି.ଏନ୍.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ଏପରିକି ଗଞ୍ଜାମ ଗ୍ରୀନ ଜୋନ୍ରେ ରହିଛି ଅପରପକ୍ଷରେ କରୋନା ଜନିତ...
ଉପକୂଳ ଅଞ୍ଚଳ ସୁରକ୍ଷାକୁ ଗୁରୁତ୍ୱ
ବାଲେଶ୍ୱର ଅଫିସ, ୧ା୬: କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ବାଲେଶ୍ୱର ଜିଲାର ବାତ୍ୟା ପ୍ରଭାବିତ ଅଞ୍ଚଳକୁ ଗସ୍ତ କରି ସ୍ଥିତି ସମୀକ୍ଷା କରିଛନ୍ତି।...
ବିଭିନ୍ନ ସ୍ଥାନରେ ଚଢାଉ କଲେ ଏସଡିପିଓ: ୨ ଗିରଫ
ପୁରୁଷୋତ୍ତମପୁର,୨୨।୬(ଡି.ଏନ୍.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏସ୍ଡିପିଓ ସୂର୍ଯ୍ୟମଣି ପ୍ରଧାନ ପୁରୁଷୋତ୍ତମପୁର ଥାନା ନନ୍ଦିକ ଗ୍ରାମରେ ଅଚାନକ ଚଢାଉ କରିଥିଲେ। ବେଆଇନ ଭାବେ ମଦ ବିକ୍ରି କରୁଥିବା...
୨୨୦ ଲିଟର ଦେଶୀ ରନ୍ଧା ମଦ ସହ ୩ ବାଇକ୍ ଜବତ, ୩ ଗିରଫ
ଭଦ୍ରକ ଅଫିସ,୨୧ା୬: ଜିଲା ଅବକାରୀ ବିଭାଗ ପକ୍ଷରୁ ଗଠିତ ଏକ ସ୍ବତନ୍ତ୍ର ଟିମ୍ ଦ୍ୱାରା ବାସୁଦେବପୁର ଥାନା ଅନ୍ତର୍ଗତ ନୂଆଗାଁ ଓ ବାରାପୁର ଗ୍ରାମ ଅଞ୍ଚଳରେ...
କୃଷି ଆଇନ ପ୍ରତ୍ୟାହାର ଦାବି ନେଇ ସିଟୁର ପ୍ରତିବାଦ
କେନ୍ଦୁଝର,୨୬ା୬(ସ୍ବ.ପ୍ର.): ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତିର ଆହ୍ବାନ କ୍ରମେ ସ୍ଥାନୀୟ ଢାଙ୍ଗରପଡ଼ା ଏନ୍ଏଚ ୪୯ କଡ଼ରେ ଏକ ପ୍ରତିବାଦ ସଭା ଆୟୋଜିତ ହୋଇଯାଇଛି।...
ବଜ୍ରପାତରେ ଚାଲିଗଲା ମତ୍ସ୍ୟଜୀବୀଙ୍କ ଜୀବନ
ମହାକାଳପଡା,୨।୬(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡା ବ୍ଲକର ମହାନଦୀର ବରଜ ବାହାକୁଦଠାରେ ଏକ ଅଭାବନୀୟ ଘଟଣା ଘଟିଛି। ମାଛ ଧରୁଥିବା ବେଳେ ବ୍ରଜପାତ ଘଟିବାରୁ ଜଣେ ମତ୍ସ୍ୟଜୀବୀଙ୍କ...


