ଡେରାଡୁନ୍,୧୩।୬: ଉତ୍ତରାଖଣ୍ଡ କଂଗ୍ରେସର ବରିଷ୍ଠ ନେତା ଇନ୍ଦିରା ହ୍ରିଦୟେଶଙ୍କ ହୃଦଘାତରେ ପରଲୋକ ଘଟିଛି। ରବିବାର ସକାଳେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଲ୍ଲୀର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କଂଗ୍ରେସର ଜଣେ ଶକ୍ତିଶାଳୀ ନେତାଙ୍କ ମୃତ୍ୟୁ ଦଳ ପାଇଁ ଏକ ବଡ ଝଟ୍କା ବୋଲି କୁହାଯାଇଛି। ସୂଚନାଯୋଗ୍ୟ ଯେ, ଇନ୍ଦିରା କଂଗ୍ରେସ ସଂଗଠନର ଏକ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଯାଇଥିଲେ। ସେଠାରେ ରବିବାର ସକାଳେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହୋଇଯାଇଥିଲା। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ମୃତ୍ୟୁବରଣ କରିଥିଲେ। ଏହାର କିଛି ଦିନ ପୂର୍ବରୁ ବିରୋଧୀ ଦଳର ନେତା ଥିବା ଇନ୍ଦିରା କରୋନାକୁ ହରାଇଥିଲେ। ତାଙ୍କ ପୁଅ ସୁମିତ ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ମୃତଦେହକୁ ଉତ୍ତରାଖଣ୍ଡକୁ ନେବାକୁ ପ୍ରସ୍ତୁତି ଚାଲିଛି।
୨୬ରେ ରାଜଭବନ ଆଗରେ ଚାଷୀଙ୍କ ବିକ୍ଷୋଭ
ନୂଆଦିଲ୍ଲୀ, ୧୩।୬(ଆଇଏଏନ୍ଏସ୍): କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀମାନଙ୍କ ଆନ୍ଦୋଳନ ପ୍ରାୟ ୨୦୦ ଦିନରେ ପହଞ୍ଚତ୍ଥିବାବେଳେ ଏହାକୁ ଆହୁରି ଜୋର୍ଦାର କରିବା ଲାଗି...
ଡୋଭାଲଙ୍କ ଟାର୍ଗେଟରେ ପାକିସ୍ତାନର ୨ ଆତଙ୍କବାଦୀ ସଂଗଠନ
ନୂଆଦିଲ୍ଲୀ,୨୪।୬: ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଲଶ୍କର-ଇ-ତୋଇବା ଏବଂ ଜୈଶ-ଇ-ମହମ୍ମଦ(ଜେଇଏମ୍) ଉପରେ କାର୍ଯ୍ୟାନୁଷ୍ଠାନ ଲାଗି ସାଙ୍ଘାଇ ସହଯୋଗ ସଂଗଠନ (ଏସ୍ସିଓ) ଯୋଜନା ପ୍ରସ୍ତୁତ କରିବାକୁ ଭାରତର ଜାତୀୟ...
ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଏବେ ଲକ୍ଷେରୁ କମ୍…
ନୂଆଦିଲ୍ଲୀ,୯।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ...
ନୂଆ ଭାରିଆଣ୍ଟ୍ ଦ୍ୱାରା ୩ ପ୍ରତିଶତ ଶିଶୁ ହେବେ ଗୁରୁତର: ନୀତି ଆୟୋଗ…
ନୂଆଦିଲ୍ଲୀ,୨।୬: ଦେଶରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏପରିସ୍ଥଳେ ନୀତି ଆୟୋଗ ପକ୍ଷରୁ କୁହାଯାଇଛି ଯେ, କରୋନା ମହାମାରୀ...
‘ସବୁଦିନ ପାଇଁ ୩୭୦ ଧାରାକୁ ସମାଧି ଦିଆଯାଇଛି’
ଶିମଲା,୧୫।୬: ଜମ୍ମୁ-କଶ୍ମୀରର ୩୭୦ ଧାରାକୁ ସବୁଦିନ ପାଇଁ ସମାଧି ଦିଆଯାଇଛି। ବର୍ତ୍ତମାନ କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ପରିଗଣିତ ରାଜ୍ୟକୁ ପୁଣି ଥରେ ରାଜ୍ୟ ମାନ୍ୟତା...
ସାବ୍ଧାନ ଇଣ୍ଡିଆର ୨ଅଭିନେତ୍ରୀ ଗିରଫ
ମୁମ୍ବାଇ,୧୮।୬: ଟେଲି ସିରିୟଲ୍ର ପପୁଲାର ଶୋ’କ୍ରାଇମ୍ ପେଟ୍ରୋଲ ଓ ସାବ୍ଧାନ ଇଣ୍ଡିଆରେ ଅଭିନୟ କରୁଥିବା ୨ଜଣ ଅଭିନେତ୍ରୀଙ୍କୁ ମୁମ୍ବାଇ ପୋଲିସ ଗିରଫ କରିଛି। ଚୋରି ଅଭିଯୋଗରେ...
ସାବରମତି ନଦୀରେ କୋଭିଡ-୧୯ ଭାଇରସ୍
ଅହମଦାବାଦ,୧୮।୭: କରୋନା ଭାଇରସ୍ର ଦ୍ୱିତୀୟ ଲହରର ସ୍ଥିତି ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। କିନ୍ତୁ ଦେଶରେ କରୋନା ସଙ୍କଟ ଏବେ ବି ଜାରି ରହିଛି।...
ତେନ୍ଦୁଲକର ସହ କଥା ହୋଇଥିବେ, ମୋ ସହ ନୁହେଁ : ପାଇଲଟ
ଜୟପୁର,୧୧।୬: ରାଜନୈତିକ ଦଳରେ ଏବେ ମିଶ୍ରଣ ପର୍ବ ଚାଲିଛି। ପୂର୍ବତନ ସହଯୋଗୀ ତଥା କଂଗ୍ରେସ ନେତା ଜିତିନ ପ୍ରସାଦ ଭାଜପାରେ ସାମିଲ ହେବା ପରେ କଂଗ୍ରେସ...


