ଅଜୈଓ୍ବାଲ୍,୧୩।୬: ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ଜିଓନା ଚାନାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଚାନାଙ୍କର ୩୮ ସ୍ତ୍ରୀ ଏବଂ ୮୯ ସନ୍ତାନ ଅଛନ୍ତି। ଏତେ ବଡ ପରିବାର ଯୋଗୁ ସେ ମିଜୋରାମରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍ରେ ଲେଖିଛନ୍ତି ଯେ, ମିଜୋରାମରେ ଥିବା ଜିଓନାଙ୍କ ଗାଁ ଏବଂ ବକଟାୱାଙ୍ଗ ତାଲଙ୍ଗନାମ ତାଙ୍କ ବଡ ପରିବାର ହେତୁ ରାଜ୍ୟରେ ଏକ ପ୍ରମୁଖ ପର୍ଯ୍ୟଟକ କେନ୍ଦ୍ର ହୋଇପାରିଥିଲା। ତାଙ୍କ ଘର ବିଷୟରେ କହିବାକୁ ଗଲେ, ଚାନାଙ୍କ ପରିବାର ୧୦୦ ରୁମ ଏବଂ ଚାରି ମହଲା ବିଶିଷ୍ଟ ଘରେ ରୁହନ୍ତି। ସମଗ୍ର ପରିବାର ଆତ୍ମନିର୍ଭରଶୀଳ ଏବଂ ଅଧିକାଂଶ ସଦସ୍ୟ କିଛି କାମ କିମ୍ବା ଚାକିରି କରିଛନ୍ତି। ଜିଓନା ଥରେ କହିଥିଲେ ଯେ ସେ ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ହୋଇଥିବାରୁ ଗର୍ବିତ। ସେ ନିଜ ପରିବାରକୁ ସମ୍ପୂର୍ଣ୍ଣ ଅନୁଶାସନ ସହିତ ଚଳାଉଥିଲେ।
ଚାନାଙ୍କ ପରିବାରର ଅଧିକାଂଶ ମହିଳା ଚାଷ କରନ୍ତି ଏବଂ ଘରର କାମର ଯତ୍ନ ନିଅନ୍ତି। ଜିଓନାଙ୍କ ବଡ ସ୍ତ୍ରୀ ପୁରା ପରିବାରର ନେତୃତ୍ୱ ନେଉଛନ୍ତି । ସେ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ କରନ୍ତି। ଚାନାଙ୍କ ବିୟୋଗରେ ପୁରା ପରିବାର ଗଭୀର ଦୁଃଖିତ। ତାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଚାନା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ତାଙ୍କର ବଡ଼ ପରିବାର ହେତୁ ଆକର୍ଷଣର କେନ୍ଦ୍ର ପାଲଟିଥିଲେ।
କୋଭିଡ୍ ମୃତ୍ୟୁ: ପରିବାରକୁ ମିଳିପାରେ ୪ ଲକ୍ଷ
ନୂଆଦିଲ୍ଲୀ, ୧୨।୬(ଆଇଏଏନ୍ଏସ୍): କରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ସଦସ୍ୟଙ୍କୁ ୪ ଲକ୍ଷ ଟଙ୍କା ଆର୍ଥିକ କ୍ଷତିପୂରଣ ଯୋଗାଇଦେବା ପାଇଁ ଏକ ଆବେଦନର ବିଚାର କରାଯାଉଛି...
ଧୋନୀ ଘୋଡ଼ା ସହିତ ଲଗାଇଲେ ରେସ୍ : ସାକ୍ଷୀ କଲେ ଭିଡ଼ିଓ ଶେୟାର…
ରାଞ୍ଚି,୧୩।୬: ଆପିଏଲ୍ ସ୍ଥଗିତ ହେବା ପରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିକାୟକ ଏମ୍.ଏସ୍. ଧୋନୀ ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସ୍ରେ ଛୁଟି ବିତାଉଛନ୍ତି। ଧୋନୀ ଫାର୍ମରେ...
ପୁଣି ଚର୍ଚ୍ଚାରେ ‘ବାବା କି ଢାବା’: କାନ୍ତା ପ୍ରସାଦଙ୍କୁ କ୍ଷମା କରିଦେଲେ ଗୌରବ
ନୂଆଦିଲ୍ଲୀ,୧୫।୬: ‘ବାବା କି ଢାବା’ ପୁଣି ଥରେ ଚର୍ଚ୍ଚାରେ ରହିଛି। ଢାବା ମାଲିକ କାନ୍ତ ପ୍ରସାଦଙ୍କ ଦ୍ୱାରା ହୋଇଥିବା ଚୋରି ଅଭିଯୋଗର ସମ୍ମୁଖୀନ ହେଉଥିବା ୟୁଟ୍ୟୁବର୍...
ଭିତିରି କଥା କହିଲେନି
ନୂଆଦିଲ୍ଲୀ,୨୩ା୬: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନ୍ସିପି) ସୁପ୍ରିମୋ ଶରଦ ପାଓ୍ବାରଙ୍କ ଘରେ ବିରୋଧୀଙ୍କ ବୈଠକକୁ ଭାଜପାକୁ ଚ୍ୟାଲେଞ୍ଜ ଦେବା ପ୍ରକ୍ରିୟାର ଆରମ୍ଭ ବୋଲି ରାଜନୈତିକ ବିଶ୍ଳେଷକମାନେ...
ରାଗିଛନ୍ତି ପାଇଲଟ୍: ମନାଇବା ପାଇଁ ଫୋନ୍ କଲେ ପ୍ରିୟଙ୍କା
ନୂଆଦିଲ୍ଲୀ,୧୧।୬: ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ସଚିନ ପାଇଲଟ ଗତ କିଛି ଦିନ ହେବା ଦଳୀୟ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଦଳର...
ମୁଁ ସିଂହର ପୁଅ: ଚିରାଗ
ନୂଆଦିଲ୍ଲୀ, ୧୬।୬: ମୁଁ ଅସୁସ୍ଥ ଥିଲା ବେଳେ ମୋ ପଛରେ ଷଡ଼ଯନ୍ତ୍ର ଚାଲିଥିଲା। ଦଳରେ ଫାଟ ସୃଷ୍ଟି ହେବା ପରେ ପ୍ରଥମ ଥର ପାଇଁ ବୁଧବାର...
ମୃତ କର୍ମଚାରୀଙ୍କ ପରିବାରକୁ ସହାୟତାର ହାତ ବଢ଼ାଇଲା ରିଲାଏନ୍ସ
ନୂଆଦିଲ୍ଲୀ,୪।୬: ଦେଶରେ କରୋନା ପ୍ରକୋପ ଜାରି ରହିଛି। କରୋନା ମହାମାରୀ ସମୟରେ ଅନେକ ଲୋକ ନିଜ ଆତ୍ମୀୟଙ୍କୁ ହରାଇ ବେସାହାରା ହୋଇଯାଇଛନ୍ତି। କିଏ ନିଜ ବାପାମା’ଙ୍କୁ...
ରାମଦେବଙ୍କୁ କରୋନା ସହିତ ତୁଳନା କଲେ ରାକ୍ଷୀ ସାଓ୍ବନ୍ତ…
ମୁମ୍ବାଇ,୯।୬: ସବୁବେଳେ ନିଜ ମନ୍ତବ୍ୟ ନେଇ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟି ଥିବା ବଲିଉଡ୍ ଅଭିନେତ୍ରୀ ରାକ୍ଷୀ ସାଓ୍ବନ୍ତଙ୍କ ଏକ ଭିଡ଼ିଓ ଏବେ...


