ଅଜୈଓ୍ବାଲ୍,୧୩।୬: ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ଜିଓନା ଚାନାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୬ ବର୍ଷ ହୋଇଥିଲା। ଚାନାଙ୍କର ୩୮ ସ୍ତ୍ରୀ ଏବଂ ୮୯ ସନ୍ତାନ ଅଛନ୍ତି। ଏତେ ବଡ ପରିବାର ଯୋଗୁ ସେ ମିଜୋରାମରେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ। ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ଟୁଇଟ୍ରେ ଲେଖିଛନ୍ତି ଯେ, ମିଜୋରାମରେ ଥିବା ଜିଓନାଙ୍କ ଗାଁ ଏବଂ ବକଟାୱାଙ୍ଗ ତାଲଙ୍ଗନାମ ତାଙ୍କ ବଡ ପରିବାର ହେତୁ ରାଜ୍ୟରେ ଏକ ପ୍ରମୁଖ ପର୍ଯ୍ୟଟକ କେନ୍ଦ୍ର ହୋଇପାରିଥିଲା। ତାଙ୍କ ଘର ବିଷୟରେ କହିବାକୁ ଗଲେ, ଚାନାଙ୍କ ପରିବାର ୧୦୦ ରୁମ ଏବଂ ଚାରି ମହଲା ବିଶିଷ୍ଟ ଘରେ ରୁହନ୍ତି। ସମଗ୍ର ପରିବାର ଆତ୍ମନିର୍ଭରଶୀଳ ଏବଂ ଅଧିକାଂଶ ସଦସ୍ୟ କିଛି କାମ କିମ୍ବା ଚାକିରି କରିଛନ୍ତି। ଜିଓନା ଥରେ କହିଥିଲେ ଯେ ସେ ଦୁନିଆର ସବୁଠୁ ବଡ ପରିବାରର ମୁଖ୍ୟ ହୋଇଥିବାରୁ ଗର୍ବିତ। ସେ ନିଜ ପରିବାରକୁ ସମ୍ପୂର୍ଣ୍ଣ ଅନୁଶାସନ ସହିତ ଚଳାଉଥିଲେ।
ଚାନାଙ୍କ ପରିବାରର ଅଧିକାଂଶ ମହିଳା ଚାଷ କରନ୍ତି ଏବଂ ଘରର କାମର ଯତ୍ନ ନିଅନ୍ତି। ଜିଓନାଙ୍କ ବଡ ସ୍ତ୍ରୀ ପୁରା ପରିବାରର ନେତୃତ୍ୱ ନେଉଛନ୍ତି । ସେ ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ କାର୍ଯ୍ୟ ବଣ୍ଟନ କରନ୍ତି। ଚାନାଙ୍କ ବିୟୋଗରେ ପୁରା ପରିବାର ଗଭୀର ଦୁଃଖିତ। ତାଙ୍କ ମୃତ୍ୟୁକୁ ନେଇ ରାଜ୍ୟ ମୁଖ୍ୟମନ୍ତ୍ରୀ ମଧ୍ୟ ଗଭୀର ଶୋକ ପ୍ରକାଶ କରିଛନ୍ତି। ଚାନା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ତାଙ୍କର ବଡ଼ ପରିବାର ହେତୁ ଆକର୍ଷଣର କେନ୍ଦ୍ର ପାଲଟିଥିଲେ।
୧୫୦ କୋଟି ବର୍ଷ ତଳେ ସମୁଦ୍ରରେ ବୁଡ଼ି ରହିଥିଲା ବଲିଉଡ୍…
ମୁମ୍ବାଇ,୧୯।୬: ମହାରାଷ୍ଟ୍ରର ରାଜଧାନୀ ତଥା ବଲିଉଡ୍ ମୁମ୍ବାଇର ଆଖପାଖ ଅଞ୍ଚଳ ଦିନେ ସମୁଦ୍ର ତଳେ ବୁଡ଼ି ରହିଥିଲା। ମିଳିଥିବା କେତେକ ଜୀବାଶ୍ମରୁ ଏହା ଜଣାପଡ଼ିଛି। ମୁମ୍ବାଇ...
ପେଣ୍ଡାଲ ଭାଙ୍ଗିଲା ବରଯାତ୍ରୀରେ ଆସିଥିବା ହାତୀ
ପ୍ରୟାଗରାଜ,୧୩।୬: ସୁସଜ୍ଜିତ ହାତୀକୁ ସାଥିରେ ନେଇ ବିବାହ ପାଇଁ ଯାଇଥିଲେ ବର। କିନ୍ତୁ ବାଣ ଓ ଡିଜେ ସାଉଣ୍ଡରୁ ହାତୀ ଉତ୍ତେଜିତ ହୋଇଉଠିଥିଲା। ତା’ ପରେ...
ମୁସଲିମ ବୃଦ୍ଧଙ୍କୁ ମାଡ଼: ଅଭିନେତ୍ରୀ ସ୍ବରା, ଟୁଇଟର ଇଣ୍ଡିଆ ମୁଖ୍ୟଙ୍କ ନାମରେ ମାମଲା
ନୂଆଦିଲ୍ଲୀ,୧୭।୬: ଉତ୍ତର ପ୍ରଦେଶର ଗାଜିଆବାଦରେ ମୁସଲିମ ବୃଦ୍ଧଙ୍କୁ ମାଡ଼ ଘଟଣାରେ ବିବାଦୀୟ ଟୁଇଟ୍କୁ ନେଇ ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କର ଓ ଟୁଇଟର ଇଣ୍ଡିଆର ମ୍ୟାନେଜିଂ...
ଭାଜପାରେ ଫାଟ: ଶୁଭେନ୍ଦୁଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ…
କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ...
ମୁଁ ସିଂହର ପୁଅ: ଚିରାଗ
ନୂଆଦିଲ୍ଲୀ, ୧୬।୬: ମୁଁ ଅସୁସ୍ଥ ଥିଲା ବେଳେ ମୋ ପଛରେ ଷଡ଼ଯନ୍ତ୍ର ଚାଲିଥିଲା। ଦଳରେ ଫାଟ ସୃଷ୍ଟି ହେବା ପରେ ପ୍ରଥମ ଥର ପାଇଁ ବୁଧବାର...
ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ୨ ଲକ୍ଷର ସ୍ବାସ୍ଥ୍ୟ ବୀମା: ବିଶେଷଜ୍ଞ କମିଟି ପକ୍ଷରୁ ପ୍ରସ୍ତାବ…
ବେଙ୍ଗାଲୁରୁ,୨୧।୬: ଦେଶରେ କରୋନା ମହାମାରୀର ତୃତୀୟ ଲହର ଆଶଙ୍କା ଘନେଇ ଆସୁଛି। ଏପରିସ୍ଥଳେ ସ୍କୁଲ ଖୋଲାଯିବା ନେଇ ମଧ୍ୟ ଯୋଜନା କରାଯାଉଛି। ତେବେ ସ୍କୁଲ ଛାତ୍ରୀଛାତ୍ରଙ୍କ...
କ୍ଷମା ମାଗିଲେ ହରଭଜନ
ନୂଆଦିଲ୍ଲୀ, ୭ା୬: ହରଭଜନ ସିଂ ସୋମବାର କ୍ଷମା ପ୍ରାର୍ଥନା କରିଛନ୍ତି। ଏହି ଭେଟେରାନ ଭାରତୀୟ ଅଫ୍ ସ୍ପିନର ଖଲିସ୍ଥାନୀ ସନ୍ତ୍ରାସବାଦୀ ଜର୍ନେଲ ସିଂ ଭିନ୍ଦ୍ରନଓ୍ବାଲେଙ୍କ ପ୍ରତି...
ଚାଷୀ ଆନ୍ଦୋଳନରେ ସାମିଲ ହେବେ ମମତା
କୋଲକାତା, ୧୦।୬: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ କରିବେ। ଏନେଇ ସେ ରାକେଶ...


