E-Paper
  • logo
  • Friday 29th May 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inସମ୍ପାଦକୀୟ

ବାବା ଓ ବିଜ୍ଞାନ
7:25 amJune 14, 2021

ଡ. ପ୍ରଫୁଲ୍ଲ କୁମାର ସାହୁ

ସଭ୍ୟତା ଆରମ୍ଭରୁ କେତେ କେତେ ମହାମାରୀକୁ ପରାସ୍ତ କରି ବିଜ୍ଞାନ ଆଗକୁ ବଢିଛି, ଯା’ର ସାକ୍ଷୀ ହେଉଛି ଇତିହାସ। ବିଜ୍ଞାନର ବିଜୟ ଅଭିଯାନ ଆଗରେ ତିଷ୍ଠି ନ ପାରି ପୃଥିବୀରୁ ନିଖୋଜ ହୋଇଯାଇଛି ଏକଦା ମାନବ ଜାତି ପାଇଁ ଘାତକ ସାବ୍ୟସ୍ତ ହୋଇଥିବା ବସନ୍ତ ଓ ହଇଜା ଭଳି ମାରାତ୍ମକ ରୋଗ। ଏହି ବିକାଶ କ୍ରମରେ ବିଜ୍ଞାନ ଏବେ କରୋନା ବିରୋଧରେ ଲଢୁଛି ନିର୍ଣ୍ଣାୟକ ଲଢ଼େଇ। ଅଦୃଶ୍ୟ ଭୂତାଣୁର ଘନଘନ ଆଚରଣ ପରିବର୍ତ୍ତନରେ ବୈଜ୍ଞାନିକ, ଗବେଷକ ଓ ଡାକ୍ତର କିଂକର୍ତ୍ତବ୍ୟବିମୂଢ଼ ହୋଇପଡିବା ପରେ ବି ବିଜ୍ଞାନ ସାଉଁଟିଛି ସଫଳତାର ଶ୍ରେୟ। ଭାବିଲେ ଦେଖି କରୋନା ଯେବେ ଅଚାନକ ଆକ୍ରମଣ କଲା,ତାକୁ ପ୍ରତିହତ କରିବା ପାଇଁ ଆମ ପାଖରେ ନା ଥିଲା ସାଧନ ନା ଉପଲବ୍ଧି ? ସବୁ ପ୍ରତିକୂଳତା ସତ୍ତ୍ବେ ଗୋଟିଏ ବର୍ଷରୁ କମ୍‌ ଅବଧି ମଧ୍ୟରେ କରୋନା ଟିକା ପ୍ରସ୍ତୁତିରେ ସଫଳ ହେବା କ’ଣ ଆଧୁନିକ ଚିକିତ୍ସା ବିଜ୍ଞାନର ଏକ ବିରାଟ ଉପଲବ୍ଧି ନୁହେଁ? କରୋନା ଉପରେ ସମ୍ପୂର୍ଣ୍ଣ କାବୁ ପାଇବା ପାଇଁ ଆଉ ମାତ୍ର ଅଳ୍ପ କେଇ ପାଦ ବାକି।
ଏବେ ବିଜ୍ଞାନ ଆଗରେ ପ୍ରାଥମିକତା ହେଉଛି ଉତ୍ତମ ଚିକିତ୍ସା ବଳରେ ଲୋକଙ୍କ ଜୀବନ ରକ୍ଷା ଏବଂ ଲୋକଙ୍କ ପାଖରେ ବିଜ୍ଞାନଭିତ୍ତିକ ନିର୍ଭୁଲ ସୂଚନା ପହଞ୍ଚାଇବା। ଏହାକୁ ଦୃଷ୍ଟିରେ ରଖି ବିଜ୍ଞାନ ବାରମ୍ବାର ପ୍ରସ୍ତୁତ କରୁଛି ସଂଶୋଧିତ ମାର୍ଗଦର୍ଶିକା। ମାତ୍ର ବିଡମ୍ବନାର ବିିଷୟ ହେଉଛି ଲୋକଙ୍କ ପାଖରେ ବିଜ୍ଞାନଭିତ୍ତିକ ନିର୍ଭୁଲ ତଥ୍ୟ ପରିବର୍ତ୍ତେ ପହଞ୍ଚୁଛି ତ୍ରୁଟିପୂର୍ଣ୍ଣ ସୂଚନା। ଆୟୁର୍ବେଦ ନାଁରେ ଲୋକଙ୍କୁ ବ୍ୟବହାର କରିବାକୁ କୁହାଯାଉଛି ଅଦ୍ଭୁତ ପ୍ରକାର ନିଦାନ। ସରକାରଙ୍କ କୋହଳ ମନୋଭାବ ଯୋଗୁ ଏସବୁ ଅପତଥ୍ୟ ଲୋକଙ୍କ ପାଖରେ ପହଞ୍ଚୁଛି ଗଣମାଧ୍ୟମ ଜରିଆରେ। ସାମାଜିକ ଗଣମାଧ୍ୟମରେ ଚାଲିଛି ଅହରହ ପ୍ରଚାର। କିଏ ଗୋମୂତ୍ର ପାନ କରିବାର ଉପାଦେୟତା ବଖାଣି ଚାଲିଛି ତ କିଏ କହୁଛି ଗୋମୂତ୍ରରେ ସ୍ନାନ କଲେ ପାଖ ମାଡିବନି କରୋନା। କେଉଁଠି କରୋନାକୁ ଘଉଡ଼ାଇବା ପାଇଁ ଘଷି ଧୂଆଁ ଦିଆ ଗଲାଣି ତ ଆଉ କେଉଁଠି ଆରମ୍ଭ ହେଲାଣି ଘିଅ ଆଳତିର ଆୟୋଜନ। ମଜାକଥା ହେଉଛି ଗୋବରକୁ ଦେହ ସାରା ବୋଳି ହୋଇ ବୁଲୁଥିବା ଦଳେ ବାବା ବଡ଼ ଦମ୍ଭର ସହିତ କହୁଛନ୍ତି ଗୋବର ହେଉଛି କରୋନାର ଏକମାତ୍ର ମହୌଷଧି। ଏହି ପ୍ରଚାର କ୍ରମରେ ସବୁଠାରୁ ଆଗରେ ଥିବା ବାବା ହେଉଛନ୍ତି ଆମ ଓଡ଼ିଶାର। ତାଙ୍କ ପାଖରେ ଏମିତି ଚମତ୍କାରିତା ଅଛି ଯେ ସେ ବିନା ଔଷଧରେ କରୋନା ରୋଗୀକୁ ଭଲ କରି ଦେଇ ପାରିବେ କେବଳ ମାତ୍ର ଗୋଟ ଟେଲିଫୋନ କଲ୍‌ ଜରିଆରେ। ସୁଯୋଗ ଦେବା ପାଇଁ ସେ ମଧ୍ୟ ଦାବି କରିଛନ୍ତି ସରକାରଙ୍କ ପାଖରେ।
ସୂକ୍ଷ୍ମଦୃଷ୍ଟି ନେଇ ଭାବିଲେ ଦେଖି ଏସବୁ କରୋନାର ନିଦାନ ନା ଆମ ଅନ୍ଧବିଶ୍ୱାସ ଲାଳିତ ଭ୍ରମଧାରଣା? ଆୟୁର୍ବେଦ ଶାସ୍ତ୍ର ସମ୍ମତ ପାରମ୍ପରିକ ଉପଚାର ନା ନିରୀହ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏହା ଧର୍ମ ବେପାରୀଙ୍କ ତୁଛା ଭଣ୍ଡାମି?
ମଣିଷ ଏକ ବିଚାରଶୀଳ ଓ ବୁଦ୍ଧିମାନ ପ୍ରାଣୀ। ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ନେଇ ସେ ସବୁ କଥାକୁ ବିଶ୍ଳେଷଣ କରେ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଖୋଜେ ତର୍କ ଓ ପ୍ରମାଣ। ଶେଷରେ ନିଜର ଅନୁଭୂତିସିଦ୍ଧ ବିଚାର ବଳରେ କୌଣସି ସିଦ୍ଧାନ୍ତରେ ପହଞ୍ଚେ ବହୁ ପରୀକ୍ଷା ନିରୀକ୍ଷା ପରେ। ଅନ୍ୟ ପକ୍ଷରେ ମଣିଷ ଯେତେବେଳେ ଭାବପ୍ରବଣ ହୋଇଯାଏ, ସେତେବେଳେ ସେ ହରେଇ ବସେ ନିଜର ବିଚାରବୋଧ। ଆଉ ଆକଳନ କରିପାରେନି ବିଶ୍ବାସ ଓ ବାସ୍ତବତା ଭିତରେ ଫରକ। ମଣିଷ ବୋଧହୁଏ ବେଶି ଭାବପ୍ରବଣ ହୁଏ ଧର୍ମକୁ ନେଇ। ଧର୍ମକୁ ଏକ ବିଶ୍ବାସ ବା ଜୀବନଧାରା ଭାବରେ ଗ୍ରହଣ କରିବାରେ କାହାର କିଛି ଆପତ୍ତି ନାହିଁ, ମାତ୍ର ଧାର୍ମିକ ଅସ୍ମିତା ଯେଉଁଠି ଅସହିଷ୍ଣୁତା ଓ ଅନ୍ଧବିଶ୍ୱାସର ବୀଜ ବୁଣେ ସେଠି ବାଟବଣା ହୋଇଯାଏ ପ୍ରଗତିର ଧାରା। ମାନବିକ ମୂଲ୍ୟବୋଧରେ ଆସେ ଅବକ୍ଷୟ। ଆଖି ନ ଥିଲେ ଦର୍ପଣ ଯେମିତି କିଛି କାମରେ ଲାଗେନି, ସେମିତି ଧର୍ମ ନାମରେ ବିଦ୍ବେଷର ବିଷ ପିଇଥିବା ଲୋକକୁ ବାଟ ଦେଖାଇ ପାରେନି ବୈଜ୍ଞାନିକ ତଥ୍ୟ ସମ୍ବଳିତ ଜ୍ଞାନର ଆଲୋକ। ଏହି କାରଣରୁ ବିଭିନ୍ନ ଧର୍ମଗ୍ରନ୍ଥରେ ଥିବା କାଳ୍ପନିକ ଭାବଧାରା ବା ଅବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଉପରେ ପ୍ରଶ୍ନ ଉଠାଇଲେ ପ୍ରତିକ୍ରିୟାଶୀଳ ହୋଇଉଠନ୍ତି ଧର୍ମାନ୍ଧମାନେ। ଅତୀତରେ ସେମାନଙ୍କ ଅସହିଷ୍ଣୁତାର ଶିକାର ହୋଇ କାଠଗଡାରେ ଛିଡା ହୋଇଛନ୍ତି ବିଶ୍ବର ବହୁ ବିଶିଷ୍ଟ ବୈଜ୍ଞାନିକ, ଦାର୍ଶନିକ ଓ କ୍ରାନ୍ତିଦ୍ରଷ୍ଟା ବୁଦ୍ଧିଜୀବୀ।
ସ୍ବାମୀ ବିବେକାନନ୍ଦଙ୍କ ଭାଷାରେ ମଣିଷର ବଡ଼ ଶତ୍ରୁ ହେଉଛି ତା’ର ଅନ୍ଧବିଶ୍ବାସ। ଅଥଚ ସେହି ଶତ୍ରୁର ପାଖ ଛାଡୁନି ଏକବିଂଶ ଶତାବ୍ଦୀର ମଣିଷ। ଏପରିକି ସେ ଶତ୍ରୁ କବଳରୁ ମୁକ୍ତ ହୋଇ ପାରୁନାହାନ୍ତି ଦେଶର ମଙ୍ଗୁଆଳ ହୋଇଥିବା ରାଜନେତାମାନେ। ସେଥିପାଇଁ ଏମାନେ ବେଳେ ବେଳେ ଅବୈଜ୍ଞାନିକ ତଥ୍ୟ ସପକ୍ଷରେ ଓକିଲାତି କରିବାକୁ ଆଗେଇ ଆସନ୍ତି, ଯାହା ସମାଜ ପାଇଁ ଖୁବ୍‌ ମାରାତ୍ମକ।
କେବଳ ରାଜନେତା ନୁହନ୍ତି, ନିଜର ପ୍ରତିଭା ବଳରେ ଅସଂଖ୍ୟ ଅନୁଗାମୀ ସୃଷ୍ଟି କରିଥିବା ବଡ଼ବଡ଼ ଲୋକମାନେ ଯଦି ଏଭଳି ଆଚରଣ ପ୍ରଦର୍ଶନ କରନ୍ତି, ତେବେ ବାଧାପ୍ରାପ୍ତ ହୁଏ ପ୍ରଗତି। ଏହି ଦୃଷ୍ଟିରୁ ଏବେ ଖୁବ୍‌ ଚର୍ଚ୍ଚିତ ପ୍ରସଙ୍ଗ ହୋଇ ଉଭା ହୋଇଛି ଯୋଗଗୁରୁ ବାବା ରାମଦେବଙ୍କର ଆଧୁନିକ ଚିକିତ୍ସା ବିଜ୍ଞାନ ବିରୋଧୀ ମନ୍ତବ୍ୟ।
ଗଲା ମାସରେ କରୋନାଜନିତ ମୃତ୍ୟୁ ହାର ଶୀର୍ଷ ଆରୋହଣ କରିବା ଫଳରେ ଦେଶକୁ ଧାରଣ କରିବାକୁ ହେଲା ବିଶ୍ବରେ ସବୁଠାରୁ କ୍ଷତିଗ୍ରସ୍ତ ରାଷ୍ଟ୍ରର ଅପଯଶ। ବାସ୍ତବରେ ଅବସ୍ଥା ଥିଲା ଖୁବ୍‌ ଭୟଙ୍କର। ଦେଶସାରା ଖେଳି ଯାଇଥିଲା ମୃତ୍ୟୁର ବିଭୀଷିକା। ଚାରିଆଡେ ଶୁଭୁଥିଲା ଆତ୍ମୀୟଙ୍କୁ ହରାଇବାର କରୁଣ ବିଳାପ। କେଉଁଠି ବାପ ପଛେ ପଛେ ଭେଣ୍ଡିଆ ପୁଅ ଚାଲିଯାଉଥିଲା ତ କେଉଁଠି ଏକା ଶେଯରେ ଜଳୁଥିଲା ମା’ ଝିଅଙ୍କ ଜୁଇ। ଶବ ସତ୍କାର ପାଇଁ ମଶାଣିରେ ମିଳୁ ନ ଥିଲା ଜାଗା। ପବିତ୍ର ଗଙ୍ଗାନଦୀରେ ଭାସୁଥିଲା ଶହ ଶହ ଶବ। ଏଭଳି ସଙ୍କଟ କାଳରେ ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଚିକିତ୍ସା କରି ଚାଲିଥିଲେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ। ସାଧାରଣ ଜନତା ବି ସରକାରଙ୍କ ନିର୍ଦ୍ଦେଶାବଳୀ ମାନି ଚଳିବା ସହିତ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରୁଥିଲେ ବିଭିନ୍ନ ପ୍ରତିକ୍ରିୟା ମାଧ୍ୟମରେ। ଅଥଚ ଠିକ୍‌ ଏଇ ବେଳେ ବାବା ରାମଦେବ ଆଧୁନିକ ଚିକିତ୍ସା ପଦ୍ଧତି ‘ଏଲୋପାଥି’କୁ ଏକ ଅଳିଆ ବିଜ୍ଞାନ କହି ତାଚ୍ଛଲ୍ୟ କରିବା ସହିତ ଯେଉଁ ଦାୟିତ୍ୱହୀନ ଓ ବିଭ୍ରାନ୍ତିକର ମନ୍ତବ୍ୟ ରଖିଲେ,ତାହା ଥିଲା କରୋନା ଯୋଦ୍ଧାଙ୍କ ପ୍ରତି ଘୋର ଅପମାନ ତଥା ଆଧୁନିକ ଚିକିତ୍ସା ବିଜ୍ଞାନର ସଫଳତା ପ୍ରତି ଏକ ଆହ୍ବାନ।
ଆମ ଦେଶର ସର୍ବପ୍ରାଚୀନ ଚିକିତ୍ସା ପଦ୍ଧତି ହେଉଛି ଆୟୁର୍ବେଦ। ପ୍ରକୃତି ଓ ପରିବେଶକୁ ସମ୍ମାନ ଦେଉଥିବା ଭାରତୀୟ ସଂସ୍କୃତି ସହିତ ଏହା ମଧ୍ୟ ନିବିଡ଼ ଭାବରେ ଜଡିତ। ଆତ୍ରେୟ, ଚରକ,ଶୁଶ୍ରୁତ ଓ ବାଣ ଭଟ୍ଟଙ୍କ ଭଳି ମହାନ୍‌ ଋଷି ତଥା ଆୟୁର୍ବିଜ୍ଞାନୀଙ୍କ ଅଲୌକିକ ପ୍ରତିଭା ଓ ସାଧନା ବଳରେ ସାରା ବିଶ୍ବରେ ପ୍ରତିପାଦିତ ହୋଇସାରିଛି ଏହି ପ୍ରାଚୀନ ଚିକିତ୍ସା ପଦ୍ଧତିର ଉତ୍କର୍ଷତା। ସାଧାରଣତଃ ଆୟୁର୍ବେଦ କହିଲେ ଆମେ ବୁଝୁ ଆମ ଚତୁଃପାଶର୍‌ବରେ ଥିବା ବୃକ୍ଷଲତା,ଫଳଫୁଲ ଓ ଚେରମୂଳ ଭିତରୁ ଆମ ରୋଗର ନିଦାନ ଖୋଜିବା। ଉଚ୍ଚମାନର ଗବେଷଣାର ଅଭାବ ତଥା ଜଟିଳ ରୋଗର ଆଶୁ ଚିକିତ୍ସା ସୁବିଧା ନ ଥିବା ଆଦି ବିଭିନ୍ନ କାରଣରୁ ଏଲୋପାଥି ସହିତ ସମତାଳରେ ଆୟୁର୍ବେଦ ଆଗକୁ ବଢି ପାରିନି ସତ, ହେଲେ ଆମେ ଅନେକ ସମୟରେ ନିର୍ଭର କରୁ ଏହି ପ୍ରାଚୀନ ଚିକିତ୍ସା ପଦ୍ଧତି ଉପରେ। ମୋଟ ଉପରେ ପାରମ୍ପରିକ ଔଷଧ ହେଉଛି ନିରାମୟ ଜୀବନର ଏକ ଶକ୍ତିଶାଳୀ ମୂଳଦୁଆ। ଏକଥାକୁ ବି ଅସ୍ବୀକାର କରନ୍ତି ନାହିଁ କେବେ କେହି ଏଲୋପାଥି ଡାକ୍ତର। ତେବେ ଏଲୋପାଥି ବିରୋଧରେ ବାବା ରାମଦେବଙ୍କର ବିଷୋଦ୍‌ଗାର କାହିଁକି? ଏହା ଦେଶବ୍ୟାପୀ ଆୟୁର୍ବେଦ ଓ ଏଲୋପାଥି ଅନୁଗାମୀଙ୍କ ମଧ୍ୟରେ ଲଢ଼େଇ ପାଇଁ ଉଦ୍ଦିଷ୍ଟ ନା ଆଉ କିଛି? ରାମଦେବଙ୍କ ବ୍ୟବସାୟିକ ପତଞ୍ଜଳି ସଂସ୍ଥା। ଏହି ସଂସ୍ଥା ଦ୍ବାରା ପ୍ରସ୍ତୁତ ହୋଇସାରିଛି କରୋନିଲ ନାମକ କରୋନା ଟିକା। ବାବାଙ୍କ କହିବା ଅନୁସାରେ ଏହା ଶତ ପ୍ରତିଶତ କୋଭିଡ୍‌ ପ୍ରତିରୋଧକାରୀ ଔଷଧ। ଏହାର ପ୍ରୟୋଗ ଦ୍ବାରା ମାତ୍ର ସାତଦିନ ଭିତରେ କରୋନା ମୁକ୍ତ ହୋଇ ପାରିବ ରୋଗୀ। ଏକଥା ଗଣମାଧ୍ୟମରେ ବି ପ୍ରଚାର ହୋଇଛି ଖୁବ୍‌ ଜୋର୍‌ଦାର ଭାବରେ। ମାତ୍ର କରୋନିଲକୁ ଏଯାଏ ମିଳି ପାରିନି ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ସ୍ବୀକୃତି। ଏହା ହିଁ ହୋଇପାରେ ବାବାଙ୍କ କ୍ରୋଧର କାରଣ।
ଭାରତୀୟ ପରମ୍ପରାରେ ସେବା ଓ ଯୋଗ ଉପରେ ଠିଆ ହୋଇଛି ସନ୍ଥ ସଂସ୍କୃତି। ସେଥିପାଇଁ କୁହାଯାଏ ଅର୍ଥ, ପ୍ରତିପତ୍ତି ଓ ପ୍ରତିଷ୍ଠା ଲୋଭ ସନ୍ଥାଚାରର ପ୍ରତିଦ୍ୱନ୍ଦ୍ୱୀ। ଶେଷ କଥାଟି ହେଉଛି ବିଜ୍ଞାନ ବିରୋଧୀ ତଥ୍ୟ ପ୍ରଚାର କରୁଥିବା ବ୍ୟକ୍ତି ବା ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ସରକାରଙ୍କ ବିଫଳତା। ଯେଉଁଠି ଖୋଦ ସରକାର ଲୋକଙ୍କୁ କହନ୍ତି ପାଞ୍ଚଟା ପାଞ୍ଚ ମିନିଟ୍‌ରେ ଥାଳି ବଜାଅ ଓ ନ’ଟା ନ ମିନିଟ୍‌ରେ ମୋବାଇଲ ଲାଇଟ ଜଳାଅ, ସେଠାରେ ଅବୈଜ୍ଞାନିକ ସୂଚନାକୁ ରୋକିବ କିଏ? ଯଦି କୁହାଯାଏ ସରକାରଙ୍କ ଏ କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ଥିଲା କେବଳ କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ, ତେବେ କରୋନା ଯୋଦ୍ଧାଙ୍କ ବିରୋଧରେ ରାମଦେବ ବାବାଙ୍କର ଏ ତାଚ୍ଛଲ୍ୟକୁ ସରକାର ବରଦାସ୍ତ କରୁଛନ୍ତି କେମିତି?
ବିଜୁପଟ୍ଟନାୟକ ନଗର, ମହତାବ ଛକ, ଭଦ୍ରକ
ମୋ: ୯୪୩୮୮୫୫୦୮୮


[mc4wp_form id="252536"] All Right Reserved By Dharitri.Com

Posted inସମ୍ପାଦକୀୟ View All

ଏଇ ଭାରତରେ

ବିନା ମାଟିରେ ସେଓ ଘରେ ଫଳିବ। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ଏମିତି ସେଓ ପଳାଉଛନ୍ତି ବେଙ୍ଗାଲୁରୁର ବିବେକ ବିଳାସିନୀ। କମ୍‌ ଥଣ୍ଡାରେ ଫଳୁଥିବା...

ଏଇ ଭାରତରେ

ସକାରାମତ୍କ ପରିବର୍ତ୍ତନ ଆଣିବାରେ ଗୋଷ୍ଠୀଗତ ପ୍ରୟାସର ଗୁରୁତ୍ୱ ପ୍ରମାଣିତ ହୋଇଛି ତାମିଲନାଡୁରେ। ଶ୍ରୀନିବାସନ ସର୍ଭିସ ଟ୍ରଷ୍ଟ(ଏସ୍‌ଏସ୍‌ଟି) ଦ୍ୱାରା ତାମିଲନାଡୁର ୨୫୦୦ ଦୁର୍ଗମ ତଥା ମରୁଡ଼ିପ୍ରବଣ ଗାଁରେ...

ବାକ୍‌ ସ୍ବାଧୀନତା ବନାମ ମିଥ୍ୟା ଖବର

ଅନିଲ କୁମାର ବିଶ୍ୱାଳ କୋଭିଡ୍‌ର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ, କୋଭିଡ୍‌ ସମ୍ବନ୍ଧିତ ଖବରଗୁଡ଼ିକୁ ଛାଡ଼ିଦେଲେ ଆଉ ଯେଉଁ ଅଳ୍ପ କେତୋଟି ପ୍ରସଙ୍ଗ ଦେଶର ଜନମାନସକୁ ବିଶେଷ...

ବାବୁଙ୍କ ଭୟ

କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ରାଜନୈତିକ ଲଢ଼େଇ ଘଟଣା ଏବେ ବଢୁଛି ଓ ଅମଲାତନ୍ତ୍ରୀମାନେ ଏହା ମଧ୍ୟରେ ଫସୁଛନ୍ତି। ଏ ସମ୍ପର୍କରେ ଯେଉଁମାନେ ଅବଗତ ସେମାନେ...

ଏଇ ଭାରତରେ

ହିମାଳୟରେ ବର୍ଦ୍ଧିତ ପ୍ରଦୂଷିତ ପରବେଶକୁ ସୁଧାରିବା ଲାଗି ଭାରତୀୟ ବନ ସେବା ଅଧିକାରୀ ଐଶ୍ୱର୍ଯ୍ୟା ରାଜ୍‌ଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ସେ ହିମାଚଳପ୍ରଦେଶର ପାର୍ବତୀ ଡିଭିଜନରେ...

ଶାକାହାର ବନାମ ମାଂସାହାର

ମାନେକା ଗାନ୍ଧୀ ବ୍ରିଟେନ୍‌ର ବୃହତ୍ତମ ବେକରି ଗ୍ରେଗ୍‌ସ ବଜାରକୁ ଏକ ଭିଗନ୍‌(ଶୁଦ୍ଧ ଶାକାହାର) ସସେଜ୍‌ ରୋଲ୍‌ ଆଣିବାବେଳେ ତାହାକୁ ଜଣେ ବରିଷ୍ଠ ରିପୋର୍ଟର ତୀବ୍ର ବିରୋଧ...

ଚେଇଁ ଶୋଇଥିବା ଲୋକ

ଶୁଭନାରାୟଣ ଶତପଥୀ କରୋନା ସଂକ୍ରମଣ ଦ୍ୱିତୀୟ ଲହର ଆରମ୍ଭ ସମୟ। ପ୍ରାରମ୍ଭରୁ ସବୁବେଳେ ସଚେତନ କରାଯାଉଥାଏ ଯେ ମାସ୍କ ପିନ୍ଧିବା, ସାମାଜିକ ଦୂରତା, ସାନିଟାଇଜର ବ୍ୟବହାର...

ଅସ୍ଥି କଳସର ଦୁଃଖ

ଚିତ୍ର ଚରିତ୍ର/ଅଧ୍ୟାପକ ନିରଞ୍ଜନ ପାଢ଼ୀ କାଲିଯାଏ ସୁଖଦୁଃଖର ଦୁନିଆରେ ବଞ୍ଚିଥିବା ଲୋକଟିର ଶରୀର ଆଜି ଜୁଇ ନିଅଁାରେ ଭସ୍ମୀଭୂତ ହୋଇ ମୁଠାଏ ପାଉଁଶ ଓ କେଇଖଣ୍ଡ...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
୧୦୦ ମି. ବ୍ୟାକ୍‌ଷ୍ଟ୍ରୋକ୍‌ରେ ରେକର୍ଡ ଭାଙ୍ଗିଲେ ଅଷ୍ଟ୍ରେଲିଆ ମହିଳା ସନ୍ତରଣକାରୀ
Next Post Next post:
ସ୍ବାମୀଙ୍କ ଆତ୍ମହତ୍ୟା ପରେ ଏମିତି କହିଥିଲେ ରେଖା, ହନିମୁନ୍‌ରେ ସବୁ ଜାଣି ସାରିଥିଲି…

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts