ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ଡି. ସୁବାରାଓ ଦେଶ ମଧ୍ୟରେ ଅସନ୍ତୁଳିତ ଆର୍ଥିକ ପୁନରୁଦ୍ଧାରକୁ ନେଇ ଚିନ୍ତାପ୍ରକଟ କରିଛନ୍ତି। କରୋନା ମହାମାରୀ ଯୋଗୁ ଦେଶରେ ଧନୀ ଏବଂ ଗରିବଙ୍କ ମଧ୍ୟରେ ଏକ ବୃହତ୍ ତାରତମ୍ୟ ସୃଷ୍ଟି ହୋଇଛି। କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଜାରି କରାଯାଇଥିବା ଲକ୍ଡାଉନ ଯୋଗୁ ଗରିବ ଲୋକଙ୍କ ଜୀବିକା ସଙ୍କଟରେ ରହିଛି। ଲୋକଙ୍କ ରୋଜଗାର ବର୍ତ୍ତମାନ ଗଭୀର ଭାବେ ପ୍ରଭାବିତ ହୋଇଛି। ଏଭଳି ସ୍ଥିତିରେ ଧନୀଲୋକଙ୍କ କାର୍ଯ୍ୟକଳାପ ଏବଂ ଜୀବନଯାପନ ଉପରେ ଅପେକ୍ଷାକୃତ କମ୍ ପ୍ରଭାବ ପଡିଥିବା ଦେଖାଯାଇଛି।
ସୁବାରାଓ କହିଛନ୍ତି, ମହାମାରୀ ଯେଉଁ ତାରତମ୍ୟ ସୃଷ୍ଟି କରିଛି ତାହା ଅସନ୍ତୁଳିତ ପୁନରୁଦ୍ଧାର ଆଡ଼କୁ ଇସାରା କରୁଛି। ଆଗାମୀ ଦିନରେ ଏହା ଅଭିବୃଦ୍ଧି ସମ୍ଭାବନାକୁ କ୍ଷତି ପହଞ୍ଚାଇପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି। ଅସନ୍ତୁଳିତ ପୁନରୁଦ୍ଧାର ସିଦ୍ଧାନ୍ତ ଦୃଷ୍ଟିକୋଣରୁ ଭୁଲ୍ ଏବଂ ରାଜନୈତିକ ଦୃଷ୍ଟିକୋଣରୁ ଏହା କ୍ଷତିପହଞ୍ଚାଇ ପାରେ। ଘରୋଇ ବଜାରରେ ନଗଦ ସ୍ଥିତି ବିଦେଶୀ ପୋର୍ଟଫୋଲିଓ ନିବେଶକଙ୍କ ନିବେଶ ବୃଦ୍ଧି ଯୋଗୁ ମହାମାରୀ ସମୟରେ ମଧ୍ୟ ଶେୟାର ବଜାର ଏବଂ ଅନ୍ୟ ସମ୍ପତ୍ତି ଏବେ ବଢିଚାଲିଛି।
ସୁବାରାଓ ପୁଣି କହିଛନ୍ତି, ଚଳିତ ବର୍ଷ ଦେଶର ଆର୍ଥତ୍କ ସୁଧାର ଉନ୍ନତ ହେବ ବୋଲି ଆଶା କରାଯାଉଥିଲା। ମାତ୍ର ମହାମାରୀର ନୂଆ ଲହର ଏହା ଉପରେ ଶକ୍ତ କ୍ଷତି ପହଞ୍ଚାଇଛି। ଗତବର୍ଷ ଅର୍ଥ ବ୍ୟବସ୍ଥାର ସ୍ଥିତି ଗତ ୪ ଦଶନ୍ଧିର ସବୁଠାରୁ ଖରାପ ରହିଛି। ଆର୍ଥତ୍କ ବର୍ଷ ୨୦୨୦-୨୧ରେ ଜିଡିପି -୭.୩% ରହିଛି। କ୍ଷତି ପରିମାଣ ଆକଳନଠାରୁ କମ୍ ରହିଥିଲେ ମଧ୍ୟ ଅଣସଙ୍ଗଠିତ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଜୀବନ ଜୀବିକା ଏହା ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଛି। ଚଳିତ ବର୍ଷ ବଜାର ଉନ୍ନତ ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା। ହେଲେ ଦ୍ୱିତୀୟ ଲହର ଏଥିରେ ପ୍ରତିବନ୍ଧକ ସାଜିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ଚଳିତ ଆର୍ଥତ୍କ ବର୍ଷ ଲାଗି ଅଭିବୃଦ୍ଧି ଆକଳନକୁ ୧୦.୫%ରୁ ୯.୫%କୁ ଖସାଇଛି। ୯.୫% ହାରରେ ଅଭିବୃଦ୍ଧି ପ୍ରଭାବଶାଳୀ ମାତ୍ର ଗତବର୍ଷ ଜିଡିପିରେ ଯେଉଁ ହ୍ରାସ ହୋଇଛି ସେହି ଆଧାରରେ ଏହା ହାସଲ ହେବ। ଯଦି ଆମେ ଅଭିବୃଦ୍ଧି ହାର ହାସଲ ମଧ୍ୟ କରି ନେଉଛେ ତେବେ ଉତ୍ପାଦନ ମହାମାରୀ ପୂର୍ବ ସ୍ଥିତିଠାରୁ କମ୍ ରହିବ। ମହାମାରୀରେ ଅନେକ ଲୋକଙ୍କ ଜୀବିକା ଚାଲି ଯାଇଥିବା ବେଳେ ଅତିଧନୀଙ୍କ ସମ୍ପତ୍ତି ବୃହତ୍ ପରିମାଣରେ ବଢିଛି ବୋଲି ସେ ମତ ରଖିଛନ୍ତି।
ଭର୍ଚୁଆଲ କରେନ୍ସି ବିଟ୍କଏନ ଏବେ ଏଲ୍ ସାଲଭେଡରରେ ହେବ ଲାଗୁ…
ସାନ୍ ସାଲଭେଡର, ୯।୬: ସେଣ୍ଟ୍ରାଲ ଆମେରିକାର ଦେଶ ଏଲ ସାଲଭେଡର ଭର୍ଚୁଆଲ କରେନ୍ସି ବିଟ୍କଏନ ବୈଧ କରିବାକୁ ଯୋଜନା ହୋଇଛି। ପୂର୍ବରୁ ରାଷ୍ଟ୍ରପତି ନାଏବ ବୁକେଲେ...
ଏଫ୍ପିଆଇଙ୍କ ନିବେଶ ୮ ହଜାର କୋଟି
ନୂଆଦିଲ୍ଲୀ: ଦେଶର ପୁଞ୍ଜି ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ(ଏଫ୍ପିଆଇ) ୮ ହଜାର କୋଟି ଟଙ୍କାର ନିବେଶ କରିଛନ୍ତି। ଗତ ୪ କାରବାର ସେସନରେ ଏଭଳି ନିବେଶ...
ଜନମଙ୍ଗଳକାରୀ ଯୋଜନା ଲାଗି ଅର୍ଥ ସଞ୍ଚୟ କରୁଛୁ
ନୂଆଦିଲ୍ଲୀ: ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ବୃଦ୍ଧି ହୋଇ ରେକର୍ଡ ସ୍ତରରେ ରହିଛି। ତେଲ ଉପରେ ଉଚ୍ଚ ଟିକସକୁ ନେଇ ବିରୋଧୀ ଦଳଗୁଡିକ କେନ୍ଦ୍ର...
କାର୍ଯ୍ୟକାରୀ ଅପେକ୍ଷାରେ ଶ୍ରମ କୋଡ୍
ନୂଆଦିଲ୍ଲୀ: ଆଗାମୀ କିଛି ମାସରେ ୪ ଶ୍ରମ କୋଡ୍ ବିଲ୍ ଦେଶ ମଧ୍ୟରେ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ଆଇନକୁ ଲାଗୁ କରାଇବା ଲାଗି କେନ୍ଦ୍ର ସରକାର...
ପ୍ରଭାବିତ ହେବନି କୃଷି କ୍ଷେତ୍ର
ନୂଆଦିଲ୍ଲୀ: କରୋନା ଦ୍ୱିତୀୟ ଲହର ଯୋଗୁ ଦେଶର କୃଷି କ୍ଷେତ୍ର ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ ବୋଲି ନୀତି ଆୟୋଗ ସଦସ୍ୟ ରମେଶ...
ତେଲ ଦରରୁ ଏବେ ମିଳିବନି ଆଶ୍ୱସ୍ତି
ନୂଆଦିଲ୍ଲୀ: କରୋନା କାଳରେ ଲୋକମାନେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ଜନିତ ଚିନ୍ତାରେ ରହିଛନ୍ତି। ଦେଶର ବିଭିନ୍ନ ରାଜ୍ୟରେ ତେଲ ଦର ବର୍ତ୍ତମାନ ୧୦୦ ଟଙ୍କା...
ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨ ଗୁଣ ବଢ଼ିଲା
ନୂଆଦିଲ୍ଲୀ,୧୭।୬: ଚଳିତ ଆର୍ଥତ୍କ ବର୍ଷ ଅଦ୍ୟାବଧି ପ୍ରତ୍ୟକ୍ଷ ଟିକସ ସଂଗ୍ରହ ବେଶ୍ ଉନ୍ନତ ରହିଛି। ଆୟକର ବିଭାଗ ସୂଚନା ମୁତାବକ, ପ୍ରତ୍ୟକ୍ଷ ଟିକସ ସଂଗ୍ରହ ୨...
୫ଜି ଟେକ୍ନୋଲୋଜି ସୁରକ୍ଷିତ:ସିଓଏଆଇ
ନୂଆଦିଲ୍ଲୀ: ଆଗାମୀ ଦିନରେ ଆସିବାକୁ ଥିବା ୫ଜି ଟେକ୍ନୋଲୋଜି ସୁରକ୍ଷିତ। ସ୍ବାସ୍ଥ୍ୟ ଉପରେ ଏହାର କୌଣସି ପ୍ରଭାବ ପଡିବନାହିଁ। ବର୍ତ୍ତମାନ ଭ୍ରାନ୍ତ ଧାରଣା ଏବଂ ଗୁଜବ...


