E-Paper
  • logo
  • Tuesday 27th January 2026 | Today's Paper | Archives
  • Dharitri Logo
  • Thursday, March 28, 2019 | Archives
  • .
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    • ମୟୂରଭଞ୍ଜ
    • ବାଲେଶ୍ୱର
    • ଭଦ୍ରକ
    • କେନ୍ଦୁଝର
    • ଢେଙ୍କାନାଳ
    • ଅନୁଗୋଳ
    • ଯାଜପୁର
    • କେନ୍ଦ୍ରାପଡ଼ା
    • ଜଗତ୍‌ସିଂହପୁର
    • କଟକ
    • ପୁରୀ
    • ଖୋର୍ଦ୍ଧା
    • ନୟାଗଡ଼
    • ଗଞ୍ଜାମ
    • ଗଜପତି
    • କନ୍ଧମାଳ
    • କୋରାପୁଟ
    • ମାଲକାନଗିରି
    • ରାୟଗଡା
    • ନବରଙ୍ଗପୁର
    • କଳାହାଣ୍ଡି
    • ନୂଆପଡ଼ା
    • ବୌଦ୍ଧ
    • ସୁବର୍ଣ୍ଣପୁର
    • ବଲାଙ୍ଗୀର
    • ସମ୍ବଲପୁର
    • ବରଗଡ଼
    • ଝାରସୁଗୁଡ଼ା
    • ଦେବଗଡ଼
    • ସୁନ୍ଦରଗଡ଼
  • ଅନ୍ୟାନ୍ୟ
    • କରୋନା ଭାଇରସ୍‌
    • ଶ୍ରେଷ୍ଠ ପାଞ୍ଚ
    • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
Posted inଜୀବନଚର୍ଯ୍ୟା

ଏକ୍‌ମୋ ଚିକିତ୍ସା
12:22 pmJune 14, 2021

ଏକ୍‌ମୋ ଗୋଟିଏ ପରିବର୍ତ୍ତିତ ହାର୍ଟ-ଲଙ୍ଗ୍‌ସ ଯନ୍ତ୍ର। ହୃତ୍‌ପିଣ୍ଡ ବା ହାର୍ଟ ଅପରେଶନ ସମୟରେ ଏହା ବ୍ୟବହାର ହୁଏ। ମୁମୂର୍ଷୁ ରୋଗୀକୁ ଜୀବନ ଦାନ କରେ। ଶରୀରର ବାହାରେ ଥାଇ ଉକ୍ତ ଦୁଇଟି ଅଙ୍ଗର କାର୍ଯ୍ୟ କରେ। ସବୁ ଜୀବକୋଷକୁ ଅକ୍ସିଜେନ ଦିଏ ଓ ଅଦରକାରୀ ବିଷାକ୍ତ ଅଙ୍ଗାରକାମ୍ଳ ନିଷ୍କାସିିତ କରେ। ସାଙ୍ଘାତିକ କୋଭିଡ୍‌ ରୋଗୀର ଏହି ପ୍ରକ୍ରିୟା ସମ୍ଭବ ନ ହେବା ଫଳରେ ମୃତ୍ୟୁ ହୁଏ। ଫୁସ୍‌ଫୁସରେ ପାଣି, ପୂଯ ଓ ରକ୍ତ ଜମାଟ ବାନ୍ଧେ। ଏହାର ତନ୍ତୁ ଅସ୍ବଚ୍ଛ କାଚ ପରି ଦେଖାଯାଏ। ତେଣୁ ଜୀବନ ରକ୍ଷାକାରୀ ଅମ୍ଳଜାନ ଶରୀରର ବିଭିନ୍ନ ଅଙ୍ଗ ପାଇପାରେ ନାହିଁ। ଏହି ପରିସ୍ଥିତିରେ ଅକାମୀ ଫୁସ୍‌ଫୁସ ପ୍ରତିବଦଳରେ ‘ଏକ୍‌ମୋ’ କିଛି ଦିନ ବଞ୍ଚତ୍ବା ପାଇଁ ଆଶା ସଞ୍ଚାର କରେ। ସାଂଘାତିକ ହୃଦ୍‌ଘାତରେ ଏହା ମଧ୍ୟ ବ୍ୟବହୃତ ହୁଏ। ଏହାର ସମ୍ପୂର୍ଣ୍ଣ ସଫଳତା ନୈରାଶ୍ୟଜନକ। ବଞ୍ଚତ୍ବାର ଆଶା ନେଇ ଗରିବ ରୋଗୀ ସର୍ବସ୍ବାନ୍ତ ହୁଏ।
ଏକ୍‌ମୋ ଶରୀରର ସବୁ ଅଙ୍ଗକୁ ରକ୍ତ ପମ୍ପ କରେ। ହୃତ୍‌ପିଣ୍ଡ ସ୍ପନ୍ଦନ ଜାରି ରଖେ। ଏହା ଫୁସ୍‌ଫୁସ ଓ ହାର୍ଟର ପରିପୂରକ ରୂପେ କାର୍ଯ୍ୟ କରେ। ସଦ୍ୟଜାତ ଶିଶୁ ଓ ବାଳକମାନଙ୍କ ଚିକିତ୍ସା ପାଇଁ ଏହା ଉପଯୋଗୀ। ଏହା ଗୋଟିଏ ବ୍ୟୟବହୁଳ ଚିକିତ୍ସା। ମାତ୍ର ୧୫ ଦିନରେ ପ୍ରାୟ ୧୨ଲକ୍ଷରୁ ଅଧିକ ଖର୍ଚ୍ଚ ହୋଇଥାଏ। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କୁ ସାଂଘାତିକ ହୃଦ୍‌ଘାତ ପରେ ଜୀବନ ରକ୍ଷାକାରୀ ଏକ୍‌ମୋ ଯନ୍ତ୍ରରେ ବହୁଦିନ ରଖାଯାଇଥିଲା। ଏହା ସବୁ ରୋଗୀଙ୍କ ପାଇଁ ବ୍ୟବହାର ସମ୍ଭବ ନୁହେଁ। ଜୀବନ ବଞ୍ଚାଇବା ପାଇଁ ସବୁ ଚିକିତ୍ସା ଅସଫଳ ହେଲେ ଏହାର ବ୍ୟବହାର ଅପରିହାର୍ଯ୍ୟ। ମସ୍ତିଷ୍କ ଅପରେଶନ ପରେ ଏହାର ବ୍ୟବହାର ନିଷେଧ।
ଏକ୍‌ମୋ ଯନ୍ତ୍ର ଜଙ୍ଘ ପାଖରେ ଥିବା ଫିନୋରାଲ୍‌ ଶିରାରୁ ନଳୀ ମାଧ୍ୟମରେ ଦୂଷିତ ରକ୍ତ ସଂଗ୍ରହ କରେ। ଉକ୍ତ ରକ୍ତକୁ ଅମ୍ଳଜାନ ଦ୍ୱାରା ସଂତୃପ୍ତ କରି ଶରୀର ଉତ୍ତାପରେ ଫିନୋରାଲ ଧମନୀରେ ପ୍ରବାହିତ କରାଯାଏ। ଏହା ହେଉଛି ଫୁସ୍‌ଫୁସର କାର୍ଯ୍ୟ। ଏକ୍‌ମୋ ଯନ୍ତ୍ର ତାହା ନିର୍ବାହ କରେ। ଏହା ସହିତ ଜୀବାଣୁ ନାଶକ ଆଣ୍ଟିବାୟୋଟିକ ଇଞ୍ଜେକ୍‌ଶନ ଦିଆଯାଏ। ସାଙ୍ଘାତିକ କୋଭିଡ୍‌ ସଂକ୍ରମଣରେ ଏକ୍‌ମୋର ଆବଶ୍ୟକତା ଅନିବାର୍ଯ୍ୟ। ସଙ୍କଟାପନ୍ନ ରୋଗୀ କ୍ଷେତ୍ରରେ ମୃତ୍ୟୁ ସଂଖ୍ୟା ୬୦ ପ୍ରତିଶତ ହେଉଥିବା ବେଳେ ଏକ୍‌ମୋ ଚିକିତ୍ସାରେ ୪୬ ପ୍ରତିଶତକୁ ହ୍ରାସ ଘଟେ। କିନ୍ତୁ ରୋଗୀ ଡାକ୍ତରଖାନାରୁ ଘରକୁ ଆସିବା ପରେ ସ୍ବାଭାବିକ ଜୀବନ ନିର୍ବାହ କରିପାରେ ନାହିଁ। ମସ୍ତିଷ୍କ ଭିତରେ ରକ୍ତ ସ୍ରାବ ଆଶଙ୍କା ଥାଏ। ରକ୍ତରେ ପ୍ଲେଟଲେଟ୍‌ ପରିମାଣ କମିଯାଏ। ଦେହରେ ଏକ୍‌ମୋ ଯନ୍ତ୍ର ଲଗାଯିବା ସମୟରେ ଭୁଲରେ ନଳୀ ଶୀରରେ ନ ଯାଇ ଯଦି ଧମନୀରେ ପ୍ରବେଶ କରେ ଜଟିଳତା ଦେଖାଯାଏ। ରକ୍ତସ୍ରାବ, ରକ୍ତ ଜମାଟ ଓ ଅତ୍ୟଧିକ ପାଣିର ବୋଝ ସମସ୍ୟା ସୃଷ୍ଟି କରେ। ଜୀବାଣୁ ସଂକ୍ରମଣ ଓ ମସ୍ତିଷ୍କ ଆଘାତର ଆଶଙ୍କା ଥାଏ।
ଏକ୍‌ମୋ ଯନ୍ତ୍ର ୧୯୫୦ ମସିହାରେ ଜନ୍‌ ଗିବନ୍‌ଙ୍କ ଦ୍ୱାରା ଉଦ୍ଭାବିତ ହୋଇଥିଲା। ୧୯୭୫ରେ ପ୍ରଥମେ ଜଣେ ନବଜାତ ଶିଶୁ ଦେହରେ ସଫଳତାର ସହ ବ୍ୟବହାର ହେଲା। ବର୍ତ୍ତମାନ ଆମେରିକା, ଅଷ୍ଟ୍ରେଲିଆ, ଜାପାନ, ଚାଇନା ଓ ତାଇଓ୍ବାନ୍‌ ଦେଶମାନଙ୍କରେ ଏକ୍‌ମୋର ଅଧିକ ସଂଖ୍ୟାରେ ବ୍ୟବହାର ହେଉଛି। ଏହି ଯନ୍ତ୍ର କୌଣସି ରୋଗର ନିର୍ଦ୍ଦିଷ୍ଟ ଚିକିତ୍ସା ପାଇଁ ବ୍ୟବହାର ହୁଏ ନାହିଁ। ଏହା ସାମୟିକ ଭାବେ ଶରୀରକୁ ଅକ୍ସିଜେନ ଯୋଗାଏ। ଏକଥା ଜାଣିବାକୁ ହେବ ଯେ, ‘ଏକ୍‌ମୋ ଯନ୍ତ୍ର ହୃତ୍‌ପିଣ୍ଡ ଓ ଫୁସ୍‌ଫୁୂସର ପ୍ରତିବଦଳ ନୁହେଁ।’

ଡା. ଦ୍ୱିଜେଶ କୁମାର ପଣ୍ଡା
-୧୨, ଆଚାର୍ଯ୍ୟ ବିହାର, ଭୁବନେଶ୍ୱର
ମୋ : ୯୪୩୮୪୭୦୭୭୭


[mc4wp_form id="252536"] All Right Reserved By Dharitri.Com

Posted inଜୀବନଚର୍ଯ୍ୟା View All

ଅଧିକ ଲୁଣ ଖାଉଛନ୍ତି କି? ଦେଖାଦେଇପାରେ ଏହି ଜଟିଳ ସ୍ବାସ୍ଥ୍ୟ ସମସ୍ୟା; ଜାଣନ୍ତୁ..

ଆଜିକାଲି ସମୟରେ କିଡନୀ ଷ୍ଟୋନ୍‌ ଏକ ସାଧାରଣ ସମସ୍ୟା ପାଲଟିଛି। ହେଲେ ପୋଷକ ତତ୍ତ୍ୱ କମ୍‌ ହେବା କାରଣରୁ ମଧ୍ୟ ଏହି ଷ୍ଟୋନ୍‌ ହୋଇଥାଏ। ସ୍ବାସ୍ଥ୍ୟ...

ବଟର ଚିକେନ୍‌

ଆବଶ୍ୟକ ସାମଗ୍ରୀ: ୨ ଟେବ୍‌ଲସ୍ପୁନ୍‌ ତେଲ, ୧ ଟେବଲ୍‌ସ୍ପୁନ୍‌ ବଟର, ଛୋଟ ଛୋଟ କଟା ହୋଇଥିବା ଗୋଟିଏ ପିଆଜ, ୧ ଟି ସ୍ପୁନ୍‌ ଅଦା ଛେଚା...

ଏହି ଅଭ୍ୟାସ ଦେଖାଏ ସଫଳତାର ରାସ୍ତା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ପଦୋନ୍ନତି, ବୈବାହିକ ଜୀବନ, ବନ୍ଧୁତା, ଶତ୍ରୁତା ଏବଂ ସମ୍ମାନ ସହିତ ଜଡିତ ସମସ୍ତ ବିଷୟ ଉପରେ ପରାମର୍ଶ ଦେଇଛନ୍ତି। ଚାଣକ୍ୟଙ୍କ...

ରୋଗ ପାଇଁ ଯୋଗ

ରବର୍ଟ ବେନ୍‌ସନ ଥିଲେ ଆମେରିକାସ୍ଥିତ ହାର୍ଭାର୍ଡ ମେଡିକାଲ ସ୍କୁଲର ପ୍ରଫେସର। ୧୯୮୫ ମସିହାରେ ସେ ନିଜର କେତେ ଜଣ ସହକର୍ମୀଙ୍କୁ ନେଇ ପରିଦର୍ଶନ କରିଥିଲେ ଉତ୍ତର...

ଘରୁ ଦୂରାନ୍ତୁ ମଶା

ଘରେ ମଶା ହେଲେ ଅଧିକାଂଶ ମଶା ମରା କଏଲ୍‌, ଲିକ୍ୱିଡ୍‌, ହିଟ୍‌ ଆଦିର ସାହାଯ୍ୟ ନିଅନ୍ତି । କିନ୍ତୁ ଏସବୁରୁ ନିର୍ଗତ ବିଷାକ୍ତ ଧୂଆଁ ସ୍ବାସ୍ଥ୍ୟୋପକାରୀ...

ଉଜ୍ଜ୍ୱଳ ତ୍ୱଚା ଚାହୁଁଥିଲେ

ସୌନ୍ଦର୍ଯ୍ୟକୁ ନେଇ ପ୍ରାୟ ଅଧିକାଂଶ ଲୋକ ବେଶ୍‌ ଚିନ୍ତିତ। ଏକ ସୁନ୍ଦର ତ୍ୱଚା ପାଇବା ଲାଗି ସମସ୍ତଙ୍କର ଇଚ୍ଛା ଥାଏ। ଏ ନେଇ ବଜାରରେ ମିଳୁଥିବା...

ଏହିସବୁ ରୋଗରେ ଆକ୍ରାନ୍ତ ଲୋକଙ୍କୁ କାଜୁ ଖାଇବା ମନା

ଭଲ ସ୍ବାସ୍ଥ୍ୟ ପାଇଁ ଲୋକେ କାଜୁଠୁ ଆରମ୍ଭକରି ଆଲମଣ୍ଡ, ଅଖରୋଟ ଆଦି କେତେ କ’ଣ ଡ୍ରାଏ ଫ୍ରୁର୍ସ ଖାଇଥାନ୍ତି। ତେବେ କାଜୁକୁ ଲୋକେ ତରକାରି ଓ...

ନିଉଟନୀୟ ଓ ଆଇନଷ୍ଟାଇନୀୟ ମାଧ୍ୟାକର୍ଷଣ

ଆମେ ଟେକାଟିଏ ଫିଙ୍ଗିଲେ ତାହା ଉଚ୍ଚକୁ କିଛି ଦୂର ପର୍ଯ୍ୟନ୍ତ ଯାଇ ପୃଥିବୀ ପୃଷ୍ଠକୁ ଖସି ପଡୁଛି। ଫଳଟିଏ ପାଚିଲେ ଗଛରୁ ଛିଣ୍ଡିଯାଇ ତଳେ ପଡୁଛି।...

Archives

Model This Week

Pilanka Dharitri
Metro Mijaj
Why Dharitri

ଛତ୍ରପୁର,୨୮।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ଗଞ୍ଜାମ ଥାନା ଅଧୀନ କରପଡା ଗ୍ରାମର ବୃନ୍ଦାବନ ଚର୍ତିଙ୍କ ଘରୁ ବିଳମ୍ବିତ...

 
[mc4wp_form id="252536"]

Post navigation

Previous Post Previous post:
୧୦ଲକ୍ଷରୁ ତଳକୁ ଖସିଲା ସକ୍ରିୟ ମାମଲା: ଗତ ୨୪ଘଣ୍ଟାରେ ୭୦ହଜାରରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ
Next Post Next post:
ସୁଶାନ୍ତଙ୍କ ପ୍ରଥମ ପୁଣ୍ୟତିଥିରେ ଘରେ ପୂଜା କଲେ ଅଙ୍କିତା

 

Logo
  • ରାଜ୍ୟ
  • ଜାତୀୟ
  • ମେଟ୍ରୋ
  • ଅନ୍ତର୍ଜାତୀୟ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • About us
  • Contacts
  • Advertise with us

Copyright © Dharitri.com 2016-2026 - All rights reserved

Developed By Ratna Technology

  • Home
  • ରାଜ୍ୟ
  • ଜାତୀୟ
  • ଅନ୍ତର୍ଜାତୀୟ
  • ମେଟ୍ରୋ
  • ଖେଳ
  • ଫୁରସତ
  • ବାଣିଜ୍ୟ
  • ସମ୍ପାଦକୀୟ
  • ଜୀବନଚର୍ଯ୍ୟା
  • ଅପରାଧ
  • ମନୋରଞ୍ଜନ
  • ଆମ ଜିଲା ଖବର
    ▼
    • କଟକ
    • ଅନୁଗୋଳ
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • ଗଞ୍ଜାମ
    • ସୁନ୍ଦରଗଡ଼
    • କୋରାପୁଟ
    • ଢେଙ୍କାନାଳ
    • କଳାହାଣ୍ଡି
    • ବାଲେଶ୍ୱର
    • କନ୍ଧମାଳ
    • ସୁବର୍ଣ୍ଣପୁର
    • ଜଗତ୍‌ସିଂହପୁର
    • ନୟାଗଡ଼
    • ପୁରୀ
    • ଖୋର୍ଦ୍ଧା
    • ଗଜପତି
    • ଭଦ୍ରକ
    • ଝାରସୁଗୁଡ଼ା
    • ମୟୂରଭଞ୍ଜ
    • ଯାଜପୁର
    • ଦେବଗଡ଼
    • ନବରଙ୍ଗପୁର
    • ନୂଆପଡ଼ା
    • ବରଗଡ଼
    • ବଲାଙ୍ଗୀର
    • ବୌଦ୍ଧ
    • ରାୟଗଡା
    • ମାଲକାନଗିରି
  • କରୋନା ଭାଇରସ୍‌
  • କାର୍ଟୁନ
  • ରାଶିଫଳ
  • ଶ୍ରେଷ୍ଠ ପାଞ୍ଚ
  • ଆଜିର ଫଟୋ
  • ଖେଳନ୍ତୁ ଗେମ୍ସ
  • Model This Week
  • About us
  • Contacts