ଓ୍ବାଶିଂଟନ୍,୧୪।୬: ସାରା ବିଶ୍ୱରେ କରୋନା ମହାମାରୀ ଆତଙ୍କ ସୃଷ୍ଟି କରିଛି। ଏହି ଅଜଣା ରୋଗ କୋଟି କୋଟି ଲୋକଙ୍କ ଜୀବନ ନେଇଛି। ଏହାକୁ ରୋକିବା ପାଇଁ ଟିକା ଏକମାତ୍ର ଅସ୍ତ୍ରୀ ବୋଲି କୁହାଯାଉଛି। ଏସବୁ ଭିତରେ ଆମେରିକାର ଟିକା ନିର୍ମାତା କମ୍ପାନୀ ନୋଭାଭାକ୍ସ ସୋମବାର ଦାବି କରିଛି ଯେ, କମ୍ପାନୀ ଦ୍ୱାରା ପ୍ରସ୍ତୁତ ଟିକା କରୋନା ବିରୁଦ୍ଧରେ ଅତ୍ୟନ୍ତ ପ୍ରଭାବଶାଳୀ। ଆମେରିକା ଏବଂ ମେକ୍ସିକୋରେ କରାଯାଇଥିବା ଏକ ବୃହତ ତଥା ଅନ୍ତିମ ପର୍ଯ୍ୟାୟ ଅଧ୍ୟୟନରେ ଏହା ସାମ୍ନାକୁ ଆସିଛି। କମ୍ପାନୀ କହିଛି ଯେ, ଏହି ଟିକା ସାମଗ୍ରିକ ଭାବେ ୯୦ ପ୍ରତିଶତ ପ୍ରଭାବଶାଳୀ ଅଟେ। ପ୍ରାଥମିକ ତଥ୍ୟରୁ ଏହା ସୁରକ୍ଷିତ ବୋଲି ବୋଲି ଜଣାପଡିଛି। ନୋଭାଭାକ୍ସ ଟିକା ଷ୍ଟାଣ୍ଡାର୍ଡ ରେଫ୍ରିଜରେଟର ତାପମାତ୍ରାରେ ଗଚ୍ଛିତ ହୋଇପାରିବ ଏବଂ ବିତରଣ କରିବା ସହଜ। ବିକାଶଶୀଳ ଦେଶମାନଙ୍କୁ ଏହି ଟିକା ଯୋଗାଣକୁ ବିସ୍ତାର କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଆଶା କରାଯାଉଛି।
କମ୍ପାନୀ କହିଛି ଯେ ସେପ୍ଟେମ୍ବର ଶେଷ ସୁଦ୍ଧା ଆମେରିକା, ୟୁରୋପ ଏବଂ ଅନ୍ୟାନ୍ୟ ସ୍ଥାନରେ ବ୍ୟବହାର ପାଇଁ ଏହି ଟିକା ପାଇଁ ଅନୁମୋଦନ ଲୋଡିଛି ଏବଂ ସେତେବେଳକୁ ଏହା ମାସକୁ ୧୦୦ ନିୟୁତ ଡୋଜ ଉତ୍ପାଦନ କରିବାରେ ସକ୍ଷମ ହେବ। ନୋଭାଭାକ୍ସର ମୁଖ୍ୟ କାର୍ଯ୍ୟନିର୍ବାହୀ ଷ୍ଟାନଲି ଏର୍କ କହିଛନ୍ତି ଯେ ଆମର ଅନେକ ପ୍ରାରମ୍ଭିକ ମାତ୍ରା ସ୍ବଳ୍ପ ଏବଂ ମଧ୍ୟମ ଆୟକାରୀ ଦେଶକୁ ଯିବ। ନୋଭାଭକ୍ସର ଅଧ୍ୟୟନରେ ଆମେରିକା ଏବଂ ମେକ୍ସିକୋରେ ୧୮ ବର୍ଷରୁ ଅଧିକ ବୟସ୍କ ପ୍ରାୟ ୩୦,୦୦୦ ଲୋକ ସାମିଲ ହୋଇଥିଲେ।
Posted inଅନ୍ତର୍ଜାତୀୟ View All
ବିମାନ ଦୁର୍ଘଟଣାରେ ୭ ମୃତ
ମସ୍କୋ,୧୯।୬: ରୁଷିଆର ସାଇବେରିଆ ଅଧୀନ କେମେରୋଭୋ ଓବ୍ଲାଷ୍ଟଠାରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୧୭ ଜଣ ଆହତ...
ସିଙ୍ଗାପୁରରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ୩୦ ବର୍ଷ ଜେଲ୍
ସିଙ୍ଗାପୁର,୨୨।୬: ୪୧ ବର୍ଷୀୟା ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ସିଙ୍ଗାପୁରରେ ୩୦ ବର୍ଷ ଜେଲ୍ ଦଣ୍ଡରେ ଦଣ୍ଡିତ କରାଯାଇଛି। ଘରୋଇ ସହାୟକଙ୍କ ଉପରେ ୧୪ ମାସ ଧରି...
ବନ୍ୟାରେ ଭାସିଗଲା କାର୍, ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁଲେ ମହିଳା, ଆଉ ତା’ ପରେ…
ଆମେରିକାର ଟେକ୍ସାସରେ ହୋଇଥିବା ବନ୍ୟା ପାଣିରେ ଏକ କାର୍ ଭାସିଗଲା। ଜଣେ ମହିଳା ଏହି କାର୍କୁ ପାଣିରୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ।...
ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ
ଲଣ୍ଡନ,୨ା୬: ମାର୍ଚ୍ଚ ୨୦୨୦ ପରଠାରୁ ବ୍ରିଟେନରେ କରୋନା ଜନିତ ମୁତ୍ୟୁ ହୋଇନାହିଁ। ପ୍ରଥମ ଥର ପାଇଁ ବ୍ରିଟେନରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଶୂନ ରହିଛି।...
ଚାଇନା ବ୍ଲଗରଙ୍କୁ ୮ ମାସ ଜେଲ
ବେଜିଂ, ୨ା୬: ଗଲଓ୍ବାନ ଘାଟିରେ ଗତବର୍ଷ ଜୁନ୍ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ସଂଘର୍ଷକୁ ନେଇ ନିଜ ବ୍ଲଗ୍ରେ ପୋଷ୍ଟ କରିଥିବା ଚାଇନିଜ୍ ବ୍ଲଗର...
ଜି ୭ର ଗ୍ଲୋବାଲ୍ ଇନ୍ଫ୍ରା ପ୍ଲାନ୍
କାର୍ବିିସ ବେ (ବ୍ରିଟେନ), ୧୩।୬: ଚାଇନାର ବେଲ୍ଟ ଆଣ୍ଡ ରୋଡ୍ ଭିତ୍ତିଭୂମି ପ୍ରକଳ୍ପକୁ ଜି୭ ରାଷ୍ଟ୍ରଗୋଷ୍ଠୀ ପକ୍ଷରୁ ବିରୋଧ କରାଯାଇଛି। ଶନିବାର ଏଠାରେ ଅନୁଷ୍ଠିତ ଜି୭...
ରୋନାଲ୍ଡୋଙ୍କ ପରେ ପୋଗ୍ବା କଲେ ସମାନ କାମ: ହଟାଇଲେ ବିୟର ବୋତଲ…
ପ୍ୟାରିସ୍,୧୭।୬: ପର୍ତ୍ତୁଗାଲ ଫୁଟବଲ ଟିମ୍ର ଅଧିନାୟକ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଭୁଲ୍ ଯୋଗୁ କୋକା କୋଲା କମ୍ପାନୀର ଶେୟାରରେ ଅଳ୍ପ କିଛି ମିନିଟ୍ ମଧ୍ୟରେ ୨୯,୩୦୦ କୋଟି...
ଯେଉଁ ଲ୍ୟାବ୍ରୁ କରୋନା ବ୍ୟାପିଥିଲା, ତାକୁ ମିଳିବ ପୁରସ୍କାର
ବେଜିଂ,୨୪।୬: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାର ଦେଢ ବର୍ଷରୁ ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ମହାମାରୀ କାରଣରୁ କୋଟି କୋଟି ଲୋକଙ୍କ ଜୀବନ...


