ବେଜିଂ,୨୪।୬: ସାରା ବିଶ୍ୱରେ କରୋନା ଭାଇରସ ବ୍ୟାପିବାର ଦେଢ ବର୍ଷରୁ ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ମହାମାରୀ କାରଣରୁ କୋଟି କୋଟି ଲୋକଙ୍କ ଜୀବନ ନେଇଛି। ଏହି ଭୂତାଣୁ ଚାଇନାର ଉହାନ ଲ୍ୟାବରୁ ଉତ୍ପନ୍ନ ହୋଇଛି। ଏହି କାରଣରୁ ଜାଣିଶୁଣି ଚାଇନା କରୋନା ଭାଇରସ୍ ଛାଡିଥିବା ସାରା ବିଶ୍ୱରେ ଆଲୋଚନା ହେଉଛି। ସବୁଠୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଏହି ବିବାଦୀୟ ଲ୍ୟାବକୁ ଚାଇନା ପୁରସ୍କାର ପାଇଁ ମନୋନୀତ କରିଛି।
କୋଭିଡ-୧୯ ଉପରେ ଉତ୍କୃଷ୍ଟ ଗବେଷଣା କରିବା ଦିଗରେ କରାଯାଇଥିବା ପ୍ରୟାସ ପାଇଁ ଉହାନ ଲ୍ୟାବ୍କୁ ଚାଇନାର ଏକାଡେମୀ ଅଫ ସାଇନ୍ସ ଦ୍ୱାରା ମନୋନୀତ କରାଯାଇଛି। ଚାଇନାର ଏକାଡେମୀ ଅଫ ସାଇନ୍ସ କହିଛି ଯେ, ଉହାନ ଲ୍ୟାବ ଦ୍ୱାରା କରାଯାଇଥିବା ଗୁରୁତ୍ୱପୂର୍ଣ୍ଣ ଅନୁସନ୍ଧାନ ହେତୁ ଏହା କରୋନା ଭୁତାଣୁର ଉତ୍ପତ୍ତି, ମହାମାରୀ ବିଜ୍ଞାନ ଏବଂ ଏହାର ରୋଗ ସମ୍ବନ୍ଧୀୟ ଯାନ୍ତ୍ରିକ କୌଶଳ ବୁଝିବାରେ ସାହାଯ୍ୟ କରିଛି। ଫଳସ୍ବରୂପ, କରୋନା ଭୂତାଣୁ ବିରୁଦ୍ଧରେ ଔଷଧ ଏବଂ ଟିକା ତିଆରି ପାଇଁ ରାସ୍ତା ସଫା ହୋଇଥିଲା। ଏଥି ସହିତ, ଉହାନ ଲ୍ୟାବ ମହାମାରୀର ବିସ୍ତାର ତଥା ରୋକିବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୈଜ୍ଞାନିକ ଏବଂ ବୈଷୟିକ ସହାୟତା ପ୍ରଦାନ କରିଥିଲା। ଏକାଡେମୀ ଅନୁଯାୟୀ, ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜିର ଅନୁସନ୍ଧାନ କରୋନା ମହାମାରୀ ରୋକିବା ଏବଂ କରୋନା ଟିକା ସୃଷ୍ଟି ଦିଗରେ ଏକ ଅଦ୍ୱିତୀୟ ଅବଦାନ ରଖିଛି।
Posted inଅନ୍ତର୍ଜାତୀୟ View All
ଲ୍ୟାବ୍ରେ ତିଆରି ହେଲା ମା’ କ୍ଷୀର …
ଓ୍ବାଶିଂଟନ,୨।୬: ଶିଶୁ ଜନ୍ମ ପରେ ମା’ କ୍ଷୀର ପିଇବା ଦ୍ୱାରା ଶାରୀରିକ ସହିତ ମାନସିକ ବିକାଶ ହୋଇଥାଏ। ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ...
ବନ୍ୟାରେ ଭାସିଗଲା କାର୍, ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁଲେ ମହିଳା, ଆଉ ତା’ ପରେ…
ଆମେରିକାର ଟେକ୍ସାସରେ ହୋଇଥିବା ବନ୍ୟା ପାଣିରେ ଏକ କାର୍ ଭାସିଗଲା। ଜଣେ ମହିଳା ଏହି କାର୍କୁ ପାଣିରୁ ଉଦ୍ଧାର କରିବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ।...
ଭାକ୍ସିନ୍ର ୨ ଡୋଜ୍ ନେଇ ବି ସହରରେ ୪୦୦୦ ଜଣଙ୍କୁ କରୋନା…
ଓ୍ବାଶିଂଟନ,୨୩।୬: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାକ୍ସିନ୍ ପ୍ରଦାନ କରାଯାଉଛି। ଆମେରିକାର ମାସାଚୁସେଟସ୍ ସହରରେ କରୋନା ଭାକ୍ସିନ୍ର ୨ ଡୋଜ୍ ନେବା ପରେ...
୧୦୦ ତାଲିବାନ୍ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଲା…
କାବୁଲ,୩।୬: ସୁରକ୍ଷାକର୍ମୀଙ୍କ ସହିତ ମୁହାଁମୁହିଁ ହେବା ପରେ ଆଫଗାନିସ୍ତାନରେ ୧୦୦ ତାଲିବାନ୍ ଆତଙ୍କବାଦୀଙ୍କ ମୁଣ୍ଡ ଗଡ଼ିଛି। ଏହି ଘଟଣାରେ ୫୦ ଜଣ ଆତଙ୍କବାଦୀ ଆହତ ହୋଇଥିବା...
ଜୁନ୍ ୧୫ରୁ ମାସ୍କ ଫ୍ରି ହେବ ଏହି ଦେଶ, ଡିସେମ୍ବରରେ ଆରମ୍ଭ ହୋଇଥିଲା ଟିକାକରଣ
ଜେରୁଜେଲମ,୯ା୬: କରୋନା ଅବଧି ସମୟରେ ଇସ୍ରାଏଲ ବିଶ୍ୱର ପ୍ରଥମ ମାସ୍କ ମୁକ୍ତ ଦେଶ ହେବ। ଏଠାରେ ବନ୍ଦ ସ୍ଥାନରେ ମାସ୍କ ପ୍ରୟୋଗ କରିବାର ନିୟମ ଜୁନ୍...
ମୁଁ ଆଇନକୁ ମାନୁଥିବା ନାଗରିକ- ଚୋକ୍ସି
ନୂଆଦିଲ୍ଲୀ,୬।୬ : ମୁଁ ଜଣେ ଆଇନ ମାନୁଥିବା ନାଗରିକ। କେବଳ ଚିକିତ୍ସା ପାଇଁ ଭାରତ ଛାଡ଼ି ଆଣ୍ଟିଗୁଆ ଆସିଥିଲି ବୋଲି ଦାବି କରିଛନ୍ତି ପଳାତକ ହୀରା...
କୋଭିଡ୍ ପରିଚାଳନାରେ ବିଫଳତା ନେଲାଣି ୮ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପଦ
ନୂଆଦିଲ୍ଲୀ,୨।୬: କୋଭିଡ୍ ପରିଚାଳନା ତ୍ରୁଟି ପାଇଁ ଗତ ୫ ମାସ ମଧ୍ୟରେ ବିଭିନ୍ନ ଦେଶର ୮ ସ୍ବାସ୍ଥ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବ୍ରାଜିଲରେ କୋଭିଡ୍ ପରିଚାଳନାରେ ବିଫଳତାକୁ...
ଚାଇନାର ହାତୀପଲ ସୋସିଆଲ ମିଡ଼ିଆରେ ଭାଇରାଲ: ୨୦ କୋଟିରୁ ଅଧିକ ଥର ଦେଖାଗଲାଣି…
ବେଜିଂ,୯।୬: ଏବେ ସୋସିଆଲ ମିଡ଼ିଆରେ ଚାଇନାର ଏକ ହାତୀପଲ ସୋସିଆଲ୍ ମିଡ଼ିଆରେ ଭାଇରାଲ ହେବାରେ ଲଗେିଛି। ୧୫ ଜଣିଆ ହାତୀପଲ ଦୀର୍ଘ ଏକବର୍ଷ ଧରି ନିଜ...


