ସମ୍ବଲପୁର,୧୪ା୬(ବ୍ୟୁରୋ): ମାତା ପାର୍ବତୀ ଓ ଦେବଦେବ ମହାଦେବଙ୍କ ଲୌକିକ ବିବାହରେ ସାମିଲ ହେବାକୁ ସୋମବାର ହନୁମାନ ନିଉତା (ଗୁଆଗୁଣ୍ଡା) ବିଧି ସମ୍ପନ୍ନ ହୋଇଛି। ପରମ୍ପରା ଅନୁସାରେ ବୀର ହନୁମାନ ଭକ୍ତଙ୍କ ଗହଣରେ ଦେବଦେବୀଙ୍କୁ ନାରିକେଳ, ଗୁଆ, ପଇତା, ହଳଦୀ, ମିଷ୍ଟାନ୍ନ, ବସ୍ତ୍ର ଅର୍ପଣ କରି ଝାଡୁଆପଡାର ଲୋକନାଥ ବାବା, ମୁଦିପଡାର ଜାଗେଶ୍ୱର ବାବା, ବଡବଜାରର ଶୀତଳେଶ୍ୱର ବାବା, ଠାକୁରପଡାର ଗୁପ୍ତେଶ୍ୱର ବାବା, ବୁଢାରଜା ମହାଦେବ, ଦୁର୍ଗାପାଲି ଗୁଡେଶ୍ୱର ବାବା ଓ ଐତିହାସିକ ବାଲିବନ୍ଧା ସୋମନାଥ ବାବା ଓ ମାତା ପାର୍ବତୀଙ୍କ ବିବାହୋତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ କରିଛନ୍ତି। ଏହି କ୍ରମରେ ଝାଡୁଆପଡା ଆରଣ୍ୟକ ଯାତ୍ରା କମିଟି ପଣ୍ଡିତ ମହେନ୍ଦ୍ର ପୂଜାରୀ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପୂଜକ ରାମନାଥ ମହାପାତ୍ର ରୌପ୍ୟ ଖଚିତ ପରାତରେ ଗୁଆଁଗୁଡା ସାମଗ୍ରୀ ଧରି ମନ୍ଦିରରୁ ବାହାରିଥିଲେ। ବରପିତା ଅମରନାଥ ସୂପକାରଙ୍କ ସହ ଯାତ୍ରା କମିଟି କର୍ମକର୍ତ୍ତା ହନୁମାନ ନିଉତା ଶୋଭାଯାତ୍ରାରେ ସାମିଲ ଥିଲେ। ମୁଦିପଡା ବରପିତା ମଧୁସୂଦନ ନେଗି, ପଣ୍ଡିତ କୃଷ୍ଣଚନ୍ଦ୍ର ପାଣିଗ୍ରାହୀ ଓ ଗୋବିନ୍ଦ ପଣ୍ଡା ଅଞ୍ଚଳର ଦେବଦେବୀ ଲକ୍ଷ୍ମୀ, ଗଣେଶ, ଦୁର୍ଗା, ବୈଷ୍ଣଦେବୀ, ରାମଲକ୍ଷ୍ମଣ ସୀତା, ଶନି, ରାଧାକୃଷ୍ଣ, ଭୈରବି, ହନୁମାନ ଓ ଜଗନ୍ନାଥ ମନ୍ଦିରରେ ନିଉତା ଦେଇଥିଲେ। ବୀର ହନୁମାନ ସୁସଜ୍ଜିତ ରଥରେ ଶୀତଲେଶ୍ୱର ବାବାଙ୍କ ପୀଠରୁ ବାହାରି ରାମଜୀଗୁଡି ଛକସ୍ଥିତ କୁଠା ଜଗନ୍ନାଥ, ରାମ ମନ୍ଦିର, ପାଟଣେଶ୍ୱରୀ, ସମଲେଶ୍ୱରୀ, ବଡବଜାର ନୃସିଂହ ମହାପ୍ରଭୁ, ଧୁବାପଡା ଘିକୁଣ୍ଡି ମନ୍ଦିର, ଗୀତା ଗୁଡି, ବାଲିବନ୍ଧା ବୁଢ଼ିମା ମନ୍ଦିର, କୁଷ୍ଠାପଡା ରାଧାକୃଷ୍ଣ ମନ୍ଦିର, ମାଲିପଡା ଜଗନ୍ନାଥ ମନ୍ଦିରରେ ନିମନ୍ତ୍ରଣ ଦେଇଥିଲେ। ଠାକୁରପଡା ଯାତ୍ରା କମିଟି ସଭାପତି ଶିବ ପ୍ରଧାନଙ୍କ ପରିଚାଳନାରେ ନିଉତା କାର୍ଯ୍ୟକ୍ରମ ହୋଇଥିଲା ା ହନୁମାନ ଭକ୍ତଙ୍କ ଗହଣରେ ଯାଇ ଠାକୁରପଡା, ଦଶମତି କଲୋନୀ, ଗୋପାଲମାଲ, କୁଲୁତାଦାନୀପାଲି, ବେହେରାମୁଣ୍ଡ, ପାଞ୍ଚଗଚ୍ଛିଆ ଅଞ୍ଚଳର ଦେବଦେବୀଙ୍କୁ ନିଉତା ଦେଇଥିଲେ। ବାଲିବନ୍ଧା ସୋମନାଥ ବାବାଙ୍କ ପୀଠରୁ ଟ୍ରଷ୍ଟ ସଭାପତି ନିହାର ରଞ୍ଜନ ବହିଦାରଙ୍କ ପରିଚାଳନାରେ ଶ୍ରୀକୃଷ୍ଣ ନିଉତା ହୋଇଥିଲା। କରୋନା କଟକଣା ଯୋଗୁ କାର୍ଯ୍ୟକ୍ରମ ନିରାଡମ୍ବର ହୋଇଥିଲା।
Posted inଆମ ଜିଲା ଖବର, ରାଜ୍ୟ, ସମ୍ବଲପୁର View All
ସାଙ୍ଗଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସାଙ୍ଗ
ଝାରସୁଗୁଡ଼ା ଅଫିସ,୧୦ା୬: ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅନ୍ତର୍ଗତ ଲୁହୁରାପଡ଼ା ପାଣି ଟାଙ୍କି ନିକଟରେ ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ଜଣେ ସାଙ୍ଗ ଅନ୍ୟ...
ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୫।୬(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ ୨ଦିନ ହେଲା ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା।...
ବାହାରେ ପଡ଼ିଥିଲା ତାଲା: ଭିତରେ ଚାଲିଥିଲା ବେପାର; ଆଉ ତା’ ପରେ
ଭୁବନେଶ୍ୱର,୧୧।୬(ବ୍ୟୁରୋ): ଦୋକାନ ବାହାରେ ପଡ଼ିଥିଲା ତାଲା, ହେଲେ ଭିତରେ ଚାଲିଥିଲା ବେପାର। ଖବର ପାଇ ପହଞ୍ଚିଲା ପୋଲିସ। ପରେ ଦୋକାନ ହେଲା ସିଲ୍। ଏଭଳି ଏକ...
ଆଜିଠାରୁ ୧୮ରୁ ୪୪ଙ୍କୁ ଦ୍ୱିତୀୟ ଡୋଜ୍ ଟିକା
ଭୁବନେଶ୍ୱର,୭।୬ (ବ୍ୟୁରୋ): ୧୮ରୁ ୪୪ବର୍ଷ ବୟସ୍କଙ୍କ ଟିକାକରଣକୁ ନେଇ ଉପୁଜିଥିବା ଆଶଙ୍କା ଶେଷରେ ଦୂର ହେବାକୁ ଯାଉଛି। ଏହି ବର୍ଗର ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ପାଇଁ...
ସିବିଏସ୍ଇ, ସିଆଇଏସ୍ସିଇ ଦ୍ୱାଦଶ ବୋର୍ଡ ପରୀକ୍ଷା ଶୁଣାଣି ୩କୁ ଘୁଞ୍ଚିଲା
ଭୁବନେଶ୍ୱର, ୧ା୬(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ ସ୍କୁଲ୍ ସାର୍ଟିଫିକେଟ୍ ଏଜୁକେଶନ (ସିଆଇଏସ୍ସିଇ)ର ଦ୍ୱାଦଶ ବୋର୍ଡ...
ଜରୁରିକାଳୀନ ପରିସ୍ଥିତିକୁ କ୍ଷମା ଦିଆଯାଇପାରିବନି: ଧର୍ମେନ୍ଦ୍ର
ଭୁବନେଶ୍ୱର, ୨୬।୬(ବ୍ୟୁରୋ): ୧୯୭୫ ଜୁନ ୨୫ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧିଙ୍କ ଦ୍ୱାରା ଦେଶରେ ଜାରି ଜରୁରିକାଳୀନ ପରିସ୍ଥିତିକୁ କେବେ କ୍ଷମା ଦିଆଯାଇପାରିବନି। ରାଜ୍ୟ ଭାଜପା...
ଏଥର ସ୍ବାଭାବିକ ମୌସୁମୀ
ଭୁବନେଶ୍ୱର,୨ା୬(ବ୍ୟୁରୋ):ଚଳିତ ବର୍ଷ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ବାଭାବିକ ରହିବ। ଓଡ଼ିଶାରେ ସ୍ବାଭାବିକ ବର୍ଷା ହେବ। ରାଜ୍ୟରେ ହାରାହାରି ବୃଷ୍ଟିପାତ ୧୧୫ରୁ ୧୨୦ ସେଣ୍ଟିମିଟର ହେବ ବୋଲି...
୧୬ରୁ ଖୋଲିବ ଐତିହ୍ୟସ୍ଥଳୀ
ଭୁବନେଶ୍ୱର,୧୪ା୬(ବ୍ୟୁରୋ): ଆସନ୍ତା ୧୬ ତାରିଖରୁ ରାଜ୍ୟର ଐତିହ୍ୟସ୍ଥଳୀ ଖୋଲିବ। ପ୍ରତ୍ନତତ୍ତ୍ୱ ବିଭାଗ ଦ୍ୱାରା ସଂରକ୍ଷିତ ଐତିହ୍ୟସ୍ଥଳୀ ଖୋଲିବ। ଏନେଇ ଏଏସ୍ଆଇ ପକ୍ଷରୁ ବିଜ୍ଞାପ୍ତି ପ୍ରକାଶ ପାଇଛି।...


