ଭୁବନେଶ୍ୱର, ୧ା୬(ବ୍ୟୁରୋ): ସେଣ୍ଟ୍ରାଲ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେଶନ (ସିବିଏସ୍ଇ) ଏବଂ କାଉନ୍ସିଲ ଫର୍ ଦି ଇଣ୍ଡିଆନ ସ୍କୁଲ୍ ସାର୍ଟିଫିକେଟ୍ ଏଜୁକେଶନ (ସିଆଇଏସ୍ସିଇ)ର ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ କି ନାହିଁ ତାହା ଆସନ୍ତା ୩ ତାରିଖରେ ସ୍ପଷ୍ଟ ହେବ। ସୋମବାର ପରୀକ୍ଷା ବାତିଲ ସଂକ୍ରାନ୍ତ ମାମଲାର ଶୁଣାଣି ସୁପ୍ରିମକୋର୍ଟରେ ହୋଇଥିଲା। ଶୁଣାଣିବେଳେ ଦୁଇଦିନ ମଧ୍ୟରେ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ବିଷୟରେ ସିଦ୍ଧାନ୍ତ ନିଆଯିବ ବୋଲି କେନ୍ଦ୍ର ସରକାର ସୁପ୍ରିମ୍କୋର୍ଟଙ୍କୁ ଅବଗତ କରାଇଥିଲେ। ଫଳରେ ସୁପ୍ରିମ୍କୋର୍ଟ ଶୁଣାଣିକୁ ଜୁନ୍ ୩କୁ ଘୁଞ୍ଚାଇ ଦେଇଛନ୍ତି।
ସିବିଏସ୍ଇ ଏବଂ ସିଆଇଏସ୍ସିଇ ବୋର୍ଡର ଦ୍ୱାଦଶ ପରୀକ୍ଷା ରଦ୍ଦ କରିବାକୁ ସୁପ୍ରିମକୋର୍ଟ ଆଇନଜୀବୀ ମମତା ଶର୍ମା ସୁପ୍ରିମକୋର୍ଟରେ ଆବେଦନ କରିଥିଲେ। ଆଇନଜୀବୀଙ୍କ ସହ ପ୍ରାୟ ୭ଶହ ଅଭିଭାବକ ମଧ୍ୟ ପରୀକ୍ଷା ରଦ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହାପୂର୍ବରୁ ଗତ ସପ୍ତାହରେ ୩ଶହରୁ ଅଧିକ ଛାତ୍ରୀଛାତ୍ର ଦ୍ୱାଦଶ ପରୀକ୍ଷା ବନ୍ଦ କରିବାକୁ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖିଥିଲେ। ଏପଟେ ସିବିଏସ୍ଇ ଦ୍ୱାଦଶ ପରୀକ୍ଷା ନେଇ ସୁପ୍ରିମକୋର୍ଟଙ୍କ ଶୁଣାଣି ଆଧାରରେ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ରାଜ୍ୟର ଯୁକ୍ତ୨ ପରୀକ୍ଷା ପାଇଁ ପଦକ୍ଷେପ ନିଆଯିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି। ତଥାପି ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ଦୃଷ୍ଟିରୁ ଜୁନ୍ ପ୍ରଥମ ସପ୍ତାହରେ ହିଁ ନିଷ୍ପତ୍ତି ହେବ ବୋଲି ମନ୍ତ୍ରୀ କହିଛନ୍ତି।
ମାସ୍କ କାହିଁ ପଚାରିବାରୁ ପୋଲିସକୁ ଆକ୍ରମଣ
ଉଦଳା,୧୬ା୬: ମାସ୍କ ପିନ୍ଧିବାକୁ ତାଗିଦ୍ କରିବାରୁ ମୟୂରଭଞ୍ଜ ଜିଲା ଉଦଳା ଥାନା ଏସ୍ଆଇଙ୍କୁ ଜଣେ ଜେଲ୍ ଓ୍ବାର୍ଡର ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏନେଇ ପୋଲିସ...
୧୧ରେ ଲଘୁଚାପ: ୫ ଦିନ ପ୍ରବଳ ବର୍ଷିବ
ଭୁବନେଶ୍ୱର,୩।୬(ବ୍ୟୁରୋ): ଆସନ୍ତା ଜୁନ୍ ୧୧ରେ ଉତ୍ତର-ପୂର୍ବ ବଙ୍ଗୋପସାଗର, ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ଅବପାତରେ ପରିଣତ ହୋଇ...
ଗ୍ଲୋବାଲ ଇ-ଟେଣ୍ଡର ବାତିଲ
ଭୁବନେଶ୍ୱର,୨୪।୬(ବ୍ୟୁରୋ): କୋଭିଡ ଟିକା ପାଇଁ ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ ଇ-ଟେଣ୍ଡରକୁ ବାତିଲ କରାଯାଇଛି। ବୁଧବାର ଏ ନେଇ ଓଡ଼ିଶା ରାଜ୍ୟ ଔଷଧ ନିଗମ ଲିମିଟେଡ...
ରାଜ୍ୟରେ ୮ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୩।୬(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ ୨ଦିନ ହେଲା ରାଜ୍ୟରେ ୮ହଜାର ରହିଛି ଆକ୍ରାନ୍ତଙ୍କ ସଂଖ୍ୟା ବୁଧବାର...
ସ୍ନାନବେଦୀରେ ମହାବାହୁଙ୍କ ମହାସ୍ନାନ
ଭୁବନେଶ୍ୱର,୨୪।୬(ବ୍ୟୁରୋ): ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ହୋଇଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଧାଡ଼ି ପହଣ୍ଡିରେ ଆସି ସ୍ନାନବେଦୀରେ ମହାସ୍ନାନ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି। ୧୦୭ ସୁବାସିତ ଗରା...
ଏମ୍ସରେ ଲାଗିବ ଏକ୍ମୋ ମେଶିନ
ଭୁବନେଶ୍ୱର,୧୦।୬: ଭୁବନେଶ୍ୱର ସ୍ଥିତ ଏମ୍ସ ହସ୍ପିଟାଲରେ ଲାଗିବ ୨ଟି ଏକ୍ମୋ ମେଶିନ। ଜୁନ ଶେଷ ସୁଦ୍ଧା ଏହି ମେଶିନ ଲାଗିବ। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର...
କୁମ୍ଭକର୍ଣ୍ଣ ନିଦ୍ରାରେ କେନ୍ଦ୍ର
ବଇଣ୍ଡା,୨୬ା୬ କରୋନାକୁ ନେଇ ସବୁଠି ହାହାକାର। କିଏ ଜୀବନ ତ କିଏ ଜୀବିକା ବଞ୍ଚାଇବାକୁ କରୁଛନ୍ତି ସଂଘର୍ଷ। ଭୋକ, ରୋଗ ଓ ଶୋକକୁ ନେଇ ବଢ଼ିଚାଲିଛି...
ରାଜ୍ୟରେ ପୁଣି ବଢ଼ିଲା ସଂକ୍ରମଣ: ଗତ ୨୪ଘଣ୍ଟାରେ ୩,୬୫୦ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୨୪।୬(ବ୍ୟୁରୋ): ଗତ କିଛି ଦିନରୁ ଓଡ଼ିଶାରେ କରୋନା ସଂକ୍ରମଣ ନିୟନ୍ତ୍ରଣକୁ ଆସିଥିବା ବେଳେ ପୁଣି ୨ଦିନ ହେଲା ରାଜ୍ୟରେ ସଂକ୍ରମଣ ହାର ବୃଦ୍ଧି ପାଇଛି। ବୁଧବାର...


