ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ମନୀଷ କୁମାର ଜାତୀୟ ୧୮ ବର୍ଷରୁ କମ୍ ଅନ୍ଲାଇନ୍ ଚେସ୍ ଚାମ୍ପିୟନଶିପ୍ରେ ଟାଇଟଲ ହାସଲ କରିଛନ୍ତି। ୧୧ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ୯ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ପଶ୍ଚିମବଙ୍ଗର ଆରଣ୍ୟକ ଘୋଷ ଏବଂ ମଧ୍ୟପ୍ରଦେଶର ଆୟୁଷ ଶର୍ମା ୯ ପଏଣ୍ଟ ଲେଖାଏ ପାଇଥିଲେ ହେଁ ବୁକୋଲଜରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୨୧୦୫ ରେଟିଂରେ ଥିବା ମନୀଷ ୮ ମ୍ୟାଚରେ ବିଜୟୀ ହୋଇଥିବାବେଳେ ୨ଟି ମ୍ୟାଚ ଡ୍ର ରଖିଥିଲେ ଏବଂ ମାତ୍ର ଗୋଟିଏ ମ୍ୟାଚରେ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍) ସଂକଳ୍ପ ଗୁପ୍ତା(୨୪୨୯)ଙ୍କଠାରୁ ହାରିଥିଲେ। ତେବେ ସେ ପରେ ୨ ଆଇଏମ୍ କୌସ୍ତୁଭ ଚାଟାର୍ଜୀ(୨୪୩୧) ଏବଂ ଏମ. ପ୍ରଣେଶ(୨୪୩୭)ଙ୍କୁ ହରାଇଥିବାବେଳେ ଆରଣ୍ୟକ ଘୋଷ(୨୪୪୦)ଙ୍କ ସହ ମ୍ୟାଚ ଡ୍ର ରଖିଥିଲେ। ଅନ୍ୟ ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ଜଗଦୀଶ ବାରିକ ୮ ପଏଣ୍ଟ ସହିତ ୧୬, ସମ୍ବିତ ପଣ୍ଡା ୭.୫ ପଏଣ୍ଟ ସହ ୨୩, ହର୍ଷିତ ରଞ୍ଜନ ୬.୫ ପଏଣ୍ଟ ସହ ୬୩, ମହିତୋଶ ଦେ ୫ ପଏଣ୍ଟ ସହିତ ୧୨୮ ଏବଂ ଇନ୍ଦ୍ରଜିତ ସୂର୍ଯ୍ୟପ୍ରାଞ୍ଜଳ ୧୬୬ତମ ସ୍ଥାନରେ ରହିଛନ୍ତି। ମନୀଷ କୁମାରଙ୍କୁ ଅଲ୍ ଓଡ଼ିଶା ଚେସ୍ ଆସୋସିଏଶନ ସମ୍ପାଦକ ଦେବବ୍ରତ ଭଟାଚାର୍ଯ୍ୟ, ସଭାପତି ରଞ୍ଜନ ମହାନ୍ତି, ମୁଖ୍ୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଏସ୍ଆର୍ ଚେସ୍ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।
ୟୁରୋକପ୍ ଫୁଟ୍ବଲ: ପର୍ତ୍ତୁଗାଲକୁ ହରାଇଲା ଜର୍ମାନୀ
ମ୍ୟୁନିକ,୨୧।୬: ୟୁରୋକପ୍ ଫୁଟ୍ବଲ ଟୁର୍ନାମେଣ୍ଟରେ ଗତଥର ଚାମ୍ପିୟନ ପର୍ତ୍ତୁଗାଲ ୨-୪ ଗୋଲରେ ଜର୍ମାନୀଠାରୁ ପରାସ୍ତ ହୋଇଛି। ଶନିବାର ଗ୍ରୁପ୍ ଏଫ୍ରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପର୍ତ୍ତୁଗାଲ...
ପନ୍ତଙ୍କୁ ନେଇ କାର୍ତ୍ତିକଙ୍କ ଭବିଷ୍ୟବାଣୀ: କହିଲେ ୧୦୦ ଟେଷ୍ଟ ଖେଳିବେ…
ନୂଆଦିଲ୍ଲୀ,୮।୬: ଅଷ୍ଟ୍ରେଲିଆ-ଇଂଲଣ୍ଡ ବିପକ୍ଷରେ ଦମ୍ଦାର ବ୍ୟାଟିଂ କରି ପ୍ରଶଂସିତ ହୋଇଥିଲେ ଭାରତୀୟ ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ। ଆଇପିଏଲ୍ ଆରମ୍ଭ ହେବା ପୂର୍ବରୁ ସେ ଅନେକ...
ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ମିଲ୍ଖାଙ୍କ ଶେଷକୃତ୍ୟ ସମ୍ପନ୍ନ
ଚଣ୍ଡିଗଡ଼, ୨୦ା୬ (ପି.ଟି.)-କିମ୍ବଦନ୍ତୀ ସ୍ପ୍ରିଣ୍ଟର ମିଲ୍ଖା ସିଂଙ୍କର ଏଠାରେ ଶନିବାର ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଶୋକାକୁଳ ପରିବେଶରେ ୯୧ବର୍ଷୀୟ ମିଲ୍ଖାଙ୍କୁ...
୨୪୯ ରନ୍ରେ ଅଟକିଲା ନ୍ୟୁଜିଲାଣ୍ଡ
ସାଉଥାମ୍ପଟନ,୨୨।୬: ଚଳିତ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲର ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡ ୩୨ ରନ୍ର ଅଗ୍ରଣୀ ହାସଲ କରିଛି। ଏହା ପଛରେ ହାତ ଥିଲା...
ଭାରତୀୟ ଟି୨୦ ଟିମ୍ରୁ କାହିଁକି ବାହାର ହୋଇଥିଲେ ଦିନେଶ କାର୍ତ୍ତିକ; କାରଣ ନେଇ ଏଭଳି କହିଲେ…
ନୂଆଦିଲ୍ଲୀ,୫।୬: ଭାରତୀୟ କ୍ରିକେଟ ଟିମ୍ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ପୂର୍ବରୁ ଉଇକେଟକିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ। ହେଲେ...
ପୃଥ୍ବୀ ଶ’ଙ୍କ ବେଡ୍ରୁ ମିଳିଲା ଏମିତି ଜିନିଷ: ପ୍ରଶଂସକ କଲେ ଟ୍ରୋଲ
ମୁମ୍ବାଇ,୧୮।୬:ଆଇପିଏଲ ୨୦୨୧ ଏବଂ ବିଜୟ ହଜାରେ ଟ୍ରଫିରେ ଚମତ୍କାର ପ୍ରଦର୍ଶନ କରିଥିବା ପୃଥ୍ବୀ ଶ’ ଖୁବ ଶୀଘ୍ର ଟିମ ଇଣ୍ଡିଆର ଜର୍ସିରେ ନଜର ଆସିବେ। ଶ୍ରୀଲଙ୍କା...
ଡବ୍ଲ୍ୟୁଟିସି ଫାଇନାଲରେ କୋହଲି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୧୯।୬: ଏଜେସ ବାଉଲଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ବିରାଟ କୋହଲି ଟସ୍ ପକାଇଥିଲେ। ଅବଶ୍ୟ...
କିଏ ଆପଣଙ୍କ ପସନ୍ଦର ଭାରତୀୟ ଅଭିନେତା; ଜବାବରେ ଏଭଳି କହି ହୃଦୟ ଜିଣିଲେ ପାକିସ୍ତାନର ଏହି ପୂର୍ବ ଦ୍ରୁତ ବୋଲର
ନୂଆଦିଲ୍ଲୀ,୧୧।୬: କ୍ରିକେଟ ଇତିହାସର ସବୁଠାରୁ ଆକ୍ରମଣାତ୍ମକ ଦ୍ରୁତ ବୋଲରଙ୍କ ମଧ୍ୟରୁ ଶୋଏବ ଅଖତର ଜଣେ। ସେ ନିଜର ଗତିକୁ ନେଇ ବ୍ୟାଟ୍ସମ୍ୟାନଙ୍କ ମନରେ ଭୟ ଜାତ...


