ଭୁବନେଶ୍ୱର, ୧୫।୬(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶାର ମନୀଷ କୁମାର ଜାତୀୟ ୧୮ ବର୍ଷରୁ କମ୍ ଅନ୍ଲାଇନ୍ ଚେସ୍ ଚାମ୍ପିୟନଶିପ୍ରେ ଟାଇଟଲ ହାସଲ କରିଛନ୍ତି। ୧୧ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ସେ ୯ ପଏଣ୍ଟ ପାଇ ଚାମ୍ପିୟନ ହୋଇଛନ୍ତି। ପଶ୍ଚିମବଙ୍ଗର ଆରଣ୍ୟକ ଘୋଷ ଏବଂ ମଧ୍ୟପ୍ରଦେଶର ଆୟୁଷ ଶର୍ମା ୯ ପଏଣ୍ଟ ଲେଖାଏ ପାଇଥିଲେ ହେଁ ବୁକୋଲଜରେ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି। ୨୧୦୫ ରେଟିଂରେ ଥିବା ମନୀଷ ୮ ମ୍ୟାଚରେ ବିଜୟୀ ହୋଇଥିବାବେଳେ ୨ଟି ମ୍ୟାଚ ଡ୍ର ରଖିଥିଲେ ଏବଂ ମାତ୍ର ଗୋଟିଏ ମ୍ୟାଚରେ ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍) ସଂକଳ୍ପ ଗୁପ୍ତା(୨୪୨୯)ଙ୍କଠାରୁ ହାରିଥିଲେ। ତେବେ ସେ ପରେ ୨ ଆଇଏମ୍ କୌସ୍ତୁଭ ଚାଟାର୍ଜୀ(୨୪୩୧) ଏବଂ ଏମ. ପ୍ରଣେଶ(୨୪୩୭)ଙ୍କୁ ହରାଇଥିବାବେଳେ ଆରଣ୍ୟକ ଘୋଷ(୨୪୪୦)ଙ୍କ ସହ ମ୍ୟାଚ ଡ୍ର ରଖିଥିଲେ। ଅନ୍ୟ ଓଡ଼ିଆ ଖେଳାଳିଙ୍କ ମଧ୍ୟରେ ଜଗଦୀଶ ବାରିକ ୮ ପଏଣ୍ଟ ସହିତ ୧୬, ସମ୍ବିତ ପଣ୍ଡା ୭.୫ ପଏଣ୍ଟ ସହ ୨୩, ହର୍ଷିତ ରଞ୍ଜନ ୬.୫ ପଏଣ୍ଟ ସହ ୬୩, ମହିତୋଶ ଦେ ୫ ପଏଣ୍ଟ ସହିତ ୧୨୮ ଏବଂ ଇନ୍ଦ୍ରଜିତ ସୂର୍ଯ୍ୟପ୍ରାଞ୍ଜଳ ୧୬୬ତମ ସ୍ଥାନରେ ରହିଛନ୍ତି। ମନୀଷ କୁମାରଙ୍କୁ ଅଲ୍ ଓଡ଼ିଶା ଚେସ୍ ଆସୋସିଏଶନ ସମ୍ପାଦକ ଦେବବ୍ରତ ଭଟାଚାର୍ଯ୍ୟ, ସଭାପତି ରଞ୍ଜନ ମହାନ୍ତି, ମୁଖ୍ୟ ଆର୍ବିଟର ସୁରେଶ ଚନ୍ଦ୍ର ସାହୁ, ଏସ୍ଆର୍ ଚେସ୍ ସେଣ୍ଟର ସମ୍ପାଦକ ସତ୍ୟରଞ୍ଜନ ପଟ୍ଟନାୟକ ପ୍ରମୁଖ ଅଭିନନ୍ଦନ ଜଣାଇଛନ୍ତି।
ପୁଣି ମନର ଯନ୍ତ୍ରଣା ପ୍ରକାଶ କଲେ ଯୁବରାଜ: କହିଲେ ଧୋନୀ…
ଭାରତୀୟ କ୍ରିକେଟ୍ ଦଳର ସର୍ବଶ୍ରେଷ୍ଠ ଅଲରାଉଣ୍ଡରଙ୍କ ମଧ୍ୟରୁ ଯୁବରାଜ ସିଂ ଅନ୍ୟତମ। ସେ ୨୦୦୭ ଟି-2୨୦ବିଶ୍ୱକପ୍ ଏବଂ ୨୦୧୧ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ ଥିଲେ।...
‘ଟିଭିରେ ସଚିନଙ୍କୁ ଦେଖି ଶିଖିଥିଲି ଷ୍ଟ୍ରେଟ୍ ଡ୍ରାଇଭ୍’
ନୂଆଦିଲ୍ଲୀ,୯।୬ : ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସିଗନେଚର ଷ୍ଟ୍ରେଟ୍ ଡ୍ରାଇଭ ଓ ବ୍ୟାକଫୁଟ ପଞ୍ଚ ଟିଭିରେ ଦେଖି ଶିଖିଥିଲେ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର...
ଫାଇନାଲରେ ବୋଲିଂ କରିବେ କି କୋହଲି
ନୂଆଦିଲ୍ଲୀ,୧୩।୬: ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ ଜୁନ ୧୮ ରୁ ୨୨ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଟାଇଟଲ ମ୍ୟାଚ...
ସାନିଆଙ୍କ ପୁଅ ଓ ଭଉଣୀଙ୍କୁ ଭିଜା ମିଳିଲା
ନୂଆଦିଲ୍ଲୀ,୪।୬(ପି.ଟି.): ଟୋକିଓ ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ମହିଳା ଟେନିସ ତାରକା ସାନିଆ ମିର୍ଜା ୟୁନାଇଟେଡ କିଙ୍ଗ୍ଡମ୍ (ୟୁକେ)ରେ କେତେକ ଟୁର୍ନାମେଣ୍ଟ ଖେଳିବେ। ଏଥିପାଇଁ ସେ ନିଜ...
ଏହି କ୍ରିକେଟର୍ଙ୍କ ଜ୍ୟାକେଟ୍ ପିନ୍ଧି ଫଟୋ ଶେୟାର କଲେ ଅଭିନେତ୍ରୀ
ଭାରତୀୟ କ୍ରିକେଟରମାନେ ବଲିଉଡ ସୁନ୍ଦରୀଙ୍କ ପ୍ରେମରେ ପଡ଼ିବା କିଛି ନୂଆ କଥା ନୁହେଁ। ପୂର୍ବରୁ ଅନେକ କ୍ରିକେଟର ବଲିଉଡ ଅଭିନେତ୍ରୀଙ୍କୁ ଭଲ ପାଇ ବିବାହ କରିଛନ୍ତି।...
ଧୋନୀଙ୍କ ଦଳର ଥିଲେ ଅଭିନ୍ନ ଅଙ୍ଗ, ମାତ୍ର ଏବେ ସୁଯୋଗ ନ ମିଳିବାରୁ ଦୁଃଖିତ
ମୁମ୍ବାଇ,୬।୬ : ଗତ ୧୨ରୁ ୧୫ ମାସ ହେଲା ଜାତୀୟ ଦଳରେ ସ୍ଥାନ ପାଉ ନାହାନ୍ତି ସ୍ପିନର କୁଲଦୀପ ଯାଦବ। ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ...
ଡବ୍ଲ୍ୟୁଟିସି ଫାଇନାଲରେ କୋହଲି ଭାଙ୍ଗିଲେ ଧୋନୀଙ୍କ ରେକର୍ଡ
ସାଉଥାମ୍ପଟନ,୧୯।୬: ଏଜେସ ବାଉଲଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି) ଫାଇନାଲରେ ଟିମ୍ ଇଣ୍ଡିଆର ଅଧିନାୟକ ଭାବେ ବିରାଟ କୋହଲି ଟସ୍ ପକାଇଥିଲେ। ଅବଶ୍ୟ...
ପାରାଗୁଏଠାରୁ ହାରିଲା ବଲିଭିଆ
ରିଓ ଡି ଜାନେଇରୋ,୧୬।୬: କୋପା ଆମେରିକା ଫୁଟ୍ବଲ ଟୁର୍ନାମେଣ୍ଟରେ ସୋମବାର ଅନୁଷ୍ଠିତ ଅନ୍ୟ ଏକ ମ୍ୟାଚ୍ରେ ପଛରେ ଥାଇ ପ୍ରତ୍ୟାବର୍ତ୍ତନ କରି ପାରାଗୁଏ ୩-୧ ଗୋଲରେ...


