ବଲିଉଡ୍ ଅଭିନେତା ଅମିର ଖାନଙ୍କ ପ୍ରଥମ ଚଳଚ୍ଚିତ୍ର ‘ଲଗାନ’ ରିଲିଜ ହେବାର ଇତିମଧ୍ୟରେ ୨୦ ବର୍ଷ ବିତିଗଲାଣି। ଏହି ଚଳଚ୍ଚିତ୍ରଟି ଅମିରଙ୍କ ପାଇଁ ସ୍ବତନ୍ତ୍ର ଥିଲା। ଏହି ଚଳଚ୍ଚିତ୍ର ତାଙ୍କୁ ଜଣେ ପରଫେକ୍ଟନିଷ୍ଟ ଅଭିନେତା ଭାବରେ ପ୍ରତିଷ୍ଠିତ କରିଥିଲା। ସେହି ସମୟରେ ଫିଲ୍ମଟି ସଫଳତାର ଅନେକ ଦିଗ ପ୍ରତିଷ୍ଠା କରିଥିଲା। ଏହା ସହିତ ନିର୍ଦ୍ଦେଶକ ଆଶୁତୋଷ ଗ୍ବାରିକର ଏବଂ ଅମିରଙ୍କ ଏହି ଚଳଚ୍ଚିତ୍ର ମଧ୍ୟ ଓସ୍କାରର ‘ଶ୍ରେଷ୍ଠ ବିଦେଶୀ ଭାଷା ଚଳଚ୍ଚିତ୍ର’ ବିଭାଗରେ ନାମାଙ୍କନ ହୋଇଥିଲା। ଏହି ଚଳଚ୍ଚିତ୍ରର ଶୁଟିଂ ସମୟରେ ଅମିର ତାଙ୍କର ଦ୍ୱିତୀୟ ସ୍ତ୍ରୀ କିରଣ ରାଓଙ୍କ ନିକଟତର ହୋଇଥିଲେ ଏବଂ ତାଙ୍କର ଦ୍ୱିତୀୟ ବିବାହ ହେବାର ୨୦ ବର୍ଷ ବିତିଗଲାଣି। କିନ୍ତୁ ଅମିରଙ୍କର ଏହି ଫିଲ୍ମ ଶୁଟିଂ ସମୟରେ ସବୁଠାରୁ ସୁନ୍ଦର ସ୍ମୃତି ହେଉଛି ତାଙ୍କର ପ୍ରଥମ ସ୍ତ୍ରୀ ରୀନା ଦତ୍ତ ଏବଂ ସେ ଲେଖିଥିବା ଚିଠି।
ବିଗତ ସ୍ମୃତିକୁ ମନେ ପକାଇ ଅମିର କହନ୍ତି, ଯେତେବେଳେ ଏହି ଚଳଚ୍ଚିତ୍ର ସହିତ ଜଡିତ ସ୍ମୃତି କଥା ଆସେ, ସେତେବେଳେ ରୀନାଙ୍କ ଚିଠି କଥା ମୋର ମନେ ପଡିଯାଏ। ମୁଁ ତାଙ୍କୁ ଗୋଟିଏ ରାତିରେ କହିଥିଲି ଯେ, ସେ ଏହି ଚଳଚ୍ଚିତ୍ର ନିର୍ମାଣ କରିବା ଉଚିତ୍ ତା’ପରେ ସେ କହିଥିଲେ ଯେ ସେ ଫିଲ୍ମ ନିର୍ମାଣ ବିଷୟରେ କିଛି ଜାଣନ୍ତି ନାହିଁ। ଏହା ମଧ୍ୟ ସତ ଥିଲା, ସେ କିଛି ଜାଣି ନ ଥିଲେ। ଅମିରଙ୍କ ନିର୍ଦ୍ଦେଶରେ ରୀନା ଜଣେ ନିର୍ମାତା ହୋଇଥିଲେ ଏବଂ ଫିଲ୍ମ ନିର୍ମାଣ କରିବା ପୂର୍ବରୁ ରୀତା ଏଥିପାଇଁ ଅନେକ ପ୍ରସ୍ତୁତି କରିଥିଲେ। ସେ ସୁଭାଷ ଘାଇ ଏବଂ ଅଶୋକ ଠାକୁରିଆଙ୍କୁ ଭେଟିଥିଲେ। ଚଳଚ୍ଚିତ୍ର ନିର୍ମାଣ ପ୍ରକ୍ରିୟା ବୁଝିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଯେତେବେଳେ ଫିଲ୍ମ ଶୁଟିଂ ସମାପ୍ତ ହେଲା, ରୀନା ପୁରା ଦଳକୁ ଏକ ଚିଠି ଲେଖିଥିଲେ ଏବଂ ମୁଁ ସେହି ଚିଠି ପଢିବା ପରେ ବହୁତ କାନ୍ଦିଲ। ମୋର ଏବେ ପୁରା ଚିଠି ମନେ ନାହିଁ, କିନ୍ତୁ ସେଥିରେ ସେ ଏପରି କଠିନ ପରିସ୍ଥିତିରେ ଚଳଚ୍ଚିତ୍ର ନିର୍ମାଣ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ଏବଂ ସେ ତାଙ୍କ ଗାଳି ବିଷୟରେ ମଧ୍ୟ କହିଛନ୍ତି। ସେହି ଚିଠିଟି ଅତ୍ୟନ୍ତ ଭାବପ୍ରବଣ ଚିଠି ଥିଲା। ଆମେ ସମସ୍ତେ ଚଳଚ୍ଚିତ୍ରରେ ଯୁବକ ଥିଲୁ କିନ୍ତୁ ଚଳଚ୍ଚିତ୍ର ପୃଷ୍ଠଭୂମି ନ ଥିଲେ ମଧ୍ୟ ସେ ଯାହା କରିଥିଲେ ତାହା ଆଶ୍ଚର୍ଯ୍ୟଜନକ ଥିଲା।
ଆବର୍ଜନାରୁ ଉଠାଇ ଆଣିଥିବା ଝିଅକୁ ବାପାର ପରିଚୟ ଦେଇଛନ୍ତି ଏହି ଅଭିନେତା
ବଲିଉଡ ଅନେକ ତାରକା ଅଛନ୍ତି, ଯେଉଁମାନଙ୍କ ନିଜର ପିଲା ଥାଇ ସୁଦ୍ଧା ସେମାନେ ଅନାଥ ପିଲାମାନଙ୍କୁ ପୋଷ୍ୟ କରି ସେମାନଙ୍କୁ ବଞ୍ଚାଇ ଏକ ନୂତନ ଜୀବନ...
ଶିଳ୍ପାଙ୍କ ବନ୍ଧୁ ଥିଲେ ଟ୍ବିଙ୍କଲ ଖାନ୍ନା, ଯାହାଙ୍କୁ ଲୁଚିଲୁଚି ପ୍ରେମ କରୁଥିଲେ ଅକ୍ଷୟ; ଜାଣିବା ପରେ ପାଗେଳି ପ୍ରାୟ ହୋଇଯାଇଥିଲେ…
ବମ୍ବେ: ବଲିଉଡ୍ର ଖିଲାଡି ବୟ ଅକ୍ଷୟ କୁମାରଙ୍କ ନାମ ଏକାଧିକ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଛି। ତନ୍ବଧ୍ୟରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଜଣେ। ଚଳଚ୍ଚିତ୍ର ‘ବାଜିଗର’ରୁ...
ବିଶ୍ୱାସ କରିପାରୁନାହାନ୍ତି ରଣବୀର
ଗତ କିଛି ବର୍ଷ ମଧ୍ୟରେ ରଣବୀର ସିଂ ନିଜକୁ ଜଣେ ଲୋକପ୍ରିୟ ଅଭିନେତା ଭାବରେ ପ୍ରତିପାଦିତ କରିସାରିଛନ୍ତି। ଯେ କୌଣସି ଭୂମିକା ହେଉ ତାହାକୁ ବେଶ୍...
ଶାହରୁଖ ଦେଇଥିବା ୩୦୦ ଟଙ୍କାକୁ ୮ ବର୍ଷ ହେଲା ପାଖରେ ରଖିଛନ୍ତି ଅଭିନେତ୍ରୀ
ନୂଆଦିଲ୍ଲୀ,୧୭।୬: ୨୦୧୩ରେ ରିଲିଜ ହୋଇଥିଲା ବଲିଉଡ୍ କିଙ୍ଗ୍ ଶାହାରୁଖ ଖାନଙ୍କ ଅଭିନୀତ ଫିଲ୍ମ ‘ଚେନ୍ନାଇ ଏକ୍ସପ୍ରେସ’। ଏହି ବ୍ଲକବଷ୍ଟର ଫିଲ୍ମର ଆଇଟମ ସଙ୍ଗ୍ର ଶୁଟିଂବେଳେ ଶାହାରୁଖଙ୍କୁ...
ଦୁଇଦୁଇ ଥର ମୃତ୍ୟୁକୁ ଅତି ପାଖରୁ ଦେଖିଛନ୍ତି ଏହି ଅଭିନେତ୍ରୀ
ଫିଲ୍ମରେ ଅଭିନେତ୍ରୀମାନେ ଅନେକଥର ଗୁରୁତର ଦୁର୍ଘଟଣାର ଶିକାର ହୁଅନ୍ତି। କିନ୍ତୁ ସେମାନେ ମୃତ୍ୟୁ ମୁଖରୁ ବଞ୍ଚିକି ଆସିଥାନ୍ତି। ମାତ୍ର ବାସ୍ତବ ଜୀବନରେ ନନେକ କଳାକାରଙ୍କ ସହିତ...
ଅଟୋ ଡ୍ରାଇଭରଙ୍କୁ ନୃତ୍ୟ ଶିଖାଇଲେ ରାଖି ସାଓ୍ବନ୍ତ, ଭିଡ଼ିଓ ଭାଇରାଲ…
ମୁମ୍ବାଇ,୨୨।୬: ବଲିଉଡ୍ ଅଭିନେତ୍ରୀ ରାଖି ସାଓ୍ବନ୍ତ ଏବେ ସୋସିଆଲ୍ ମିଡ଼ିଆରେ ବେଶ୍ ଆକ୍ଟିଭ୍ ରହିଛନ୍ତି। କିଛି ଦିନ ତଳେ ବାବା ରାମଦେବଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ...
ୟାମିଙ୍କୁ ରାଧେ ମା’ ଡାକିଲେ ଏହି ଅଭିନେତା: କଙ୍ଗନା କହିଲେ, ଆଣ ମୋ ଚପଲ
ବଲିଉଡ୍ ଅଭିନେତ୍ରୀ ୟାମି ଗୌତମ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ‘ଉରି’ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ବିବାହ କରି ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରି...
ବାଘ ଖୋଜୁଛନ୍ତି ବିଦ୍ୟା
ଚର୍ଚ୍ଚାରେ ଥିବା ବଲିଉଡ୍ ଫିଲ୍କ ‘ଶେର୍ନି’ର ଟ୍ରେଲର ରିଲିଜ ହୋଇଛି। ଏଥିରେ ବିଦ୍ୟା ବଲାନଙ୍କ ନୂଆ ଅବତାର ଦେଖିବାକୁ ତାଙ୍କ ଫ୍ୟାନ୍ ବେଶ୍ ଉତ୍ସାହିତ ଅଛନ୍ତି।...


