ନୂଆଦିଲ୍ଲୀ/ଭୁବନେଶ୍ୱର,୧୫।୬: ଦିନକର ବିରତି ପରେ ପୁଣି ଥରେ ତୈଳ ଦର ବୃଦ୍ଧି ପାଇଛି। ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀ ଇଣ୍ଡିଆନ ଅଏଲ କର୍ପୋରେଶନ ଲିମିଟେଡ୍ (ଆଇଓସିଏଲ୍)ର ସୂଚନା ଅନୁସାରେ ସୋମବାର ଭୁବନେଶ୍ୱରରେ ପେଟ୍ରୋଲ ଉପରେ ୨୯ ପଇସା ବଢ଼ିଥିବା ବେଳେ ଡିଜେଲ ୩୨ପଇସା ବୃଦ୍ଧି ଘଟିଛି। ଫଳରେ ଏଠାରେ ପେଟ୍ରୋଲ ଲିଟର ପିଛା ୯୭.୧୬ ଟଙ୍କା ଏବଂ ଡିଜେଲ ୯୫.୧୧ ଟଙ୍କାରେ ବିକ୍ରି ହେଉଛି। ସେହିଭଳି କଟକ ସହରରେ ପେଟ୍ରୋଲ ଲିଟର ପିଛା ୯୭.୪୯ ଟଙ୍କା ଏବଂ ଡିଜେଲ ୯୫.୪୨ ଟଙ୍କାରେ ଖାଉଟି କ୍ରୟ କରୁଥିବା ଜଣାପଡିଛି।
ଅନ୍ୟପକ୍ଷରେ ଓଡ଼ିଶାର ନବରଙ୍ଗପୁର, ମାଲକାନଗିରି, ସମ୍ବଲପୁର ଓ କୋରାପୁଟ ଜିଲ୍ଲାର ବିଭିନ୍ନ ବ୍ଲକରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ଉପରେ ଥିବାବେଳେ ଡିଜେଲ ଦର ମଧ୍ୟ ୧୦୦ଟଙ୍କା ନିକଟବର୍ତ୍ତିରେ ବିକ୍ରି କରାଯାଉଛି। ହେଲେ ମାଲକାନଗିରି ଜିଲ୍ଲାର କାଲିମେଳାରେ ପ୍ରଥମ ଥର ପାଇଁ ଡିଜେଲ ଲିଟର ପିଛା ୧୦୦.୯୧ ଟଙ୍କା ଟପି ଯାଇଥିବା ସ୍ଥାନୀୟ ପେଟ୍ରୋଲିୟମ ଡିଲର ସୂଚନା ଦେଇଛନ୍ତି। ଗତ ଏପ୍ରିଲ ୧୫ରେ ଉଭୟ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ସାମାନ୍ୟ ହ୍ରାସ ହୋଇଥିଲା। ଏହା ପର ଠାରୁ ଅଦ୍ୟାବଧି ମୂଲ୍ୟ ବୃଦ୍ଧି ପାଇ ଚାଲିଛି। ଗତ ୨ ମାସ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୬.୦୪ ଟଙ୍କା ଏବଂ ଡିଜେଲ ୭.୧୩ ଟଙ୍କା ବୃଦ୍ଧି ଘଟିଥିବା ଉତ୍କଳ ପେଟ୍ରୋଲିୟମ ଡିଲର ଆସୋସିଏଶନ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ନୂଆଦିଲ୍ଲୀରେ ପେଟ୍ରୋଲ ଉପରେ ୨୯ ପଇସା ଏବଂ ଡିଜେଲ ୩୦ ପଇସା ବଢ଼ିଛି। ଫଳରେ ସେଠାରେ ପେଟ୍ରୋଲ ଲିଟର ପିଛା ୯୬.୪୧ ଟଙ୍କା ଏବଂ ଡିଜେଲ ୮୭.୨୮ ଟଙ୍କାରେ ପହଞ୍ଚତ୍ଛି। ମେ ୪ ପରଠାରୁ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୬.୦୧ ଟଙ୍କା ଏବଂ ଡିଜେଲରେ ୬.୫୫ ଟଙ୍କା ବୃଦ୍ଧି ଘଟିଲାଣି। ଦେଶର ଅନ୍ୟ ପ୍ରମୁଖ ମେଟ୍ରୋ ସହର ଚେନ୍ନାଇ, କୋଲକାତା ଏବଂ ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ଯଥାକ୍ରମେ ୯୭.୬୯ ଟଙ୍କା, ୯୬.୩୪ ଟଙ୍କା ଏବଂ ୧୦୨.୫୮ ଟଙ୍କାରେ ପହଞ୍ଚତ୍ଛି। ଅପରପକ୍ଷରେ ଏହିସବୁ ମେଟ୍ରୋ ସହରରେ ଡିଜେଲ ଦର ୯୧.୯୨ ଟଙ୍କା, ୯୦.୧୨ ଟଙ୍କା ଏବଂ ୯୪.୭୦ ଟଙ୍କା ଛୁଇଁଥିବା ଜଣାପଡିଛି।
ଓଡିଶା ସମେତ ଆନ୍ଧ୍ରପ୍ରଦେଶ,ତେଲଙ୍ଗାନା, ମହାରାଷ୍ଟ୍ର, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଏବଂ ଲଦାଖ ଭଳି କେନ୍ଦ୍ର ଶାସିତ ଅଞ୍ଚଳରେ ତେଲ ଦର ରେର୍କଡ ସ୍ତରରେ ପହଞ୍ଚତ୍ଛି। ମହାମାରୀ ସମୟରେ ରାଜସ୍ଥାନର ଗଙ୍ଗାନଗର ଅଞ୍ଚଳରେ ପେଟ୍ରୋଲ ୧୦୭ ଟଙ୍କା ଉପରେ ବିକ୍ରି ହେଉଥିବା ବେଳେ ଡିଜେଲ ମଧ୍ୟ ୧୦୦ ଟଙ୍କା ଟପି ଯାଇଥିବା ସୂଚନା ମିଳିଛି।
କରୋନା ମହାମାରୀ ଭଳି ମାନ୍ଧାବସ୍ଥା ସମୟରେ କ୍ରମାଗତ ତୈଳ ଦର ବୃଦ୍ଧି ଖାଉଟିଙ୍କ ଉପରେ ବେଶ ପ୍ରଭାବ ପକାଇଛି। ଏଭଳି ସମୟରେ ତେଲ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଉଥିବା ବର୍ଦ୍ଧିତ ଟିକସ ହ୍ରାସ ନପାଇବା ଯୋଗୁ ଏହାର ପ୍ରଭାବ ତୈଳ ବଜାର ଉପରେ ପଡୁଛି। ଗୋଟିଏ ପଟରେ ତୈଳ ଦର ବୃଦ୍ଧି ଅପରପକ୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ଉଚ୍ଚ ରହିବା ଯୋଗୁ ସବୁବର୍ଗର ଲୋକ ଅତିରିକ୍ତ ଖର୍ଚ୍ଚନ୍ତା ହେଉଛନ୍ତି ବୋଲି ବଜାର ବିଶେଷଜ୍ଞମାନେ ମତବ୍ୟକ୍ତ କରିଛନ୍ତି।
ଘରେ ରହି ରଜ ପାଳନ କରନ୍ତୁ: ଏଡିଜି
ଭୁବନେଶ୍ୱର,୧୧।୬(ବ୍ୟୁରୋ): ରାଜ୍ୟରେ ଲକ୍ଡାଉନ ଓ ଶଟ୍ଡାଉନ ଭଳି କଟକଣାକୁ ଦୃଢ଼ ଭାବେ ପାଳନ କରାଯାଉଥିବାରୁ କୋଭିଡ୍ ସଂକ୍ରମଣରେ ହ୍ରାସ ଘଟୁଛି। ଆଗକୁ ରଜ ପର୍ବ ଆସୁଛି।...
ବେକରେ ଛୁରି ଭୁସିଲେ କରୋନା ଆକ୍ରାନ୍ତ
କଟକ ଅଫିସ,୫।୬: କଟକ ଜିଲା ଟାଙ୍ଗୀଠାରେ ଥିବା ଏକ କୋଭିଡ୍ କେୟାର ସେଣ୍ଟର(ସିସିସି)ରେ ଜଣେ କରୋନା ଆକ୍ରାନ୍ତ ବେକରେ ଛୁରି ଭୁସି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।...
ବଜ୍ରପାତ ନେଲା ୨ ଚାଷୀଙ୍କ ଜୀବନ
ପାଟଣା,୨୧।୬: କେନ୍ଦୁଝର ଜିଲା ପାଟଣା ବ୍ଲକ ଖିରେଇଟାଙ୍ଗିରି ପଞ୍ଚାୟତ ଡଳଙ୍ଗ ଗ୍ରାମରେ ସୋମବାର ବଜ୍ରପାତ ଘଟି ୨ ଚାଷୀଙ୍କ ମୃତ୍ୟୁ ଘଟିଛି। ସେମାନେ ବିଲରେ ତଳି...
ଥମୁନି ମୃତ୍ୟୁ ସଂଖ୍ୟା: ଦିନକରେ କରୋନା ନେଲା ୪୪ ଜୀବନ
ଭୁବନେଶ୍ୱର,୧୬।୬(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୪୪ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩୦୪୩୨ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର...
ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାକୁ ନେଇ ଜୋର ଧରିଲା ରାଜନୀତି
ଭୁବନେଶ୍ୱର,୨୨।୬(ବ୍ୟୁରୋ): ରାଜ୍ୟର ବିଭିନ୍ନ ଟିକାକରଣ କେନ୍ଦ୍ରରେ ପୋଷ୍ଟର ଲଗାଯିବାକୁ ନେଇ ଜୋର ଧରିଲା ରାଜନୀତି। ଟିକାକରଣ କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫଟୋଚିତ୍ରକୁ ବାଦ୍ଦେଇ କେବଳ...
ଭୁବନେଶ୍ୱର ସ୍ମାର୍ଟସିଟିକୁ ୨ଟି ପୁରସ୍କାର
ଭୁବନେଶ୍ୱର,୨୬।୬(ବ୍ୟୁରୋ): କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଇଣ୍ଡିଆ ସ୍ମାର୍ଟସିଟି ଆଓ୍ବାର୍ଡସ କଣ୍ଟେଷ୍ଟ (ଆଇଏସ୍ଏସି)-୨୦୨୦ ପ୍ରତିଯୋଗିତାରେ ଭୁବନେଶ୍ୱର ସ୍ମାର୍ଟସିଟିକୁ ଦୁଇଟି...
ନୂଆ ବିପିଏଲ୍ ତାଲିକା ପ୍ରସ୍ତୁତିରେ ଅନିଶ୍ଚିତତା
କଟକ ସଦର, ୩।୬(ଡି.ଏନ.ଏ.): ଦେଶରେ ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ଚିହ୍ନଟ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିପିଏଲ ଗାଇଡ୍ଲାଇନ୍ ପ୍ରସ୍ତୁତ ହୋଇଥିଲା।...
ଡା. ମନୋଜ ସାହୁଙ୍କୁ ଜାତୀୟ ସମ୍ମାନ
ଭୁବନେଶ୍ୱର, ୫।୬ (ବ୍ୟୁରୋ): ସମ୍ ହସ୍ପିଟାଲର ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ କୁମାର ସାହୁଙ୍କୁ ‘କାମରାଜ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏଜୁକେଶନ ଆଣ୍ଡ୍ ରିସର୍ଚ୍ଚ’ ସମ୍ମାନ...


