କଟକ ଅଫିସ, ୧୫।୬: କରୋନାରେ ସଂକ୍ରମିତ ରୋଗୀଙ୍କ ସମ୍ପର୍କରେ ଅଧିକ ତଥ୍ୟ ଜାଣିବା ପାଇଁ କୋଭିଡ୍ ହସ୍ପିଟାଲରେ ସିସିଟିଭି କ୍ୟାମେରା ସହ ହସ୍ପିଟାଲ ପରିସରରେ ଡିସ୍ପ୍ଲେ ବୋର୍ଡ ଲଗାଇବାକୁ ଭାରତୀୟ ବିକାଶ ପରିଷଦ ପକ୍ଷରୁ ଆଗତ ଜନସ୍ବାର୍ଥ ମାମଲା ଖାରଜ ହୋଇଛି। ହାଇକୋର୍ଟ ମୁଖ୍ୟ ବିଚାରପତି ଏସ୍.ମୁରଲୀଧର ଏବଂ ବିଚାରପତି କେ. ଆର୍. ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରି କହିଛନ୍ତି, ହସ୍ପିଟାଲଗୁଡ଼ିକରେ ସିସିଟିଭି ଲଗାଇବା ଦ୍ୱାରା ରୋଗୀଙ୍କ ଗୋପନୀୟତା କ୍ଷୁଣ୍ଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ସମସ୍ତ ବିଷୟକୁ ଅନୁଧ୍ୟାନ ନ କରି କେବଳ ଉପର ଠାଉରିଆ ଭାବେ ଏଭଳି ଆବେଦନ କରାଯାଇଛି। ଆବେଦନକାରୀ କିମ୍ବା ତାଙ୍କ ଓକିଲ ମାମଲା ରୁଜୁ କରିବା ପୂର୍ବରୁ ଜଣେ ରୋଗୀଙ୍କ ଗୋପନୀୟତା କ୍ଷୁଣ୍ଣ ସମ୍ପର୍କିତ ବାସ୍ତବ ସ୍ଥିତିକୁ ବିଶ୍ଲେଷଣ କରିନାହାନ୍ତି ବୋଲି ଖଣ୍ଡପୀଠ ଉଲ୍ଲେଖ କରିଛନ୍ତି। ଏପରି କି ଅବସରପ୍ରାପ୍ତ ବିଚାରପତି କେ.ଏସ୍. ପୁଟ୍ଟାସ୍ବାମୀ ବନାମ କେନ୍ଦ୍ର ସରକାରଙ୍କ ମାମଲାରେ ଗୋପନୀୟତାର ସାମ୍ବିଧାନିକ ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ଆବେଦନକାରୀ ବୁଝିବାକୁ ଚେଷ୍ଟା କରି ନାହାନ୍ତି। କୌଣସି ପ୍ରସଙ୍ଗରେ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ ନ କରାଯାଇ ଆବେଦନ କରାଯିବାକୁ ଖଣ୍ଡପୀଠ ନାପସନ୍ଦ କରିଛନ୍ତି। ଜନସ୍ବାର୍ଥ ମାମଲା ସମ୍ବନ୍ଧିତ ଆବେଦନର ବିଚାର କରିବା ନେଇ ସମ୍ବିଧାନର ଧାରା ୨୨୬ରେ ହାଇକୋର୍ଟଙ୍କ ପର୍ଯ୍ୟାପ୍ତ କ୍ଷମତା ରହିଛି। କିନ୍ତୁ ଆବେଦନକାରୀ ଉପଯୁକ୍ତ ତଥ୍ୟ ଏବଂ ଘଟଣାବଳୀକୁ ଉଚିତ ଢଙ୍ଗରେ ଅଦାଲତରେ ଉପସ୍ଥାପନା କରିବା ଆବଶ୍ୟକ। ଅଧିକାଂଶ ସମୟରେ ଆବେଦନକାରୀ କୌଣସି ବିଷୟବସ୍ତୁକୁ ଠିକ୍ ଭାବେ ନ ବୁଝି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥାନ୍ତି, ଯାହାକି ସମାଜ ପାଇଁ ଭଲ କରିବା ପରିବର୍ତ୍ତେ କ୍ଷତି ପହଞ୍ଚାଇଥାଏ ବୋଲି ଖଣ୍ଡପୀଠ କହିଛନ୍ତି।
Posted inଆମ ଜିଲା ଖବର, କଟକ View All
୬ ହାର୍ଡକୋର ମାଓବାଦୀ ମୃତ, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି,୧୬ା୬(ଡି.ଏନ୍.ଏ.): ମାଲକାନଗିରି ଜିଲା ସୀମାନ୍ତ ଆନ୍ଧ୍ର ପ୍ରଦେଶ ବିଶାଖାପାଟଣା ଜିଲା କାୟାଉର ଥାନା ଅନ୍ତର୍ଗତ ମେଟା ଜଙ୍ଗଲରେ ବୁଧବାର ଭୋର୍ରୁ ମାଓବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ...
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ
ହିନ୍ଦୋଳ,୨୧।୬: ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ରାଶୋଳ ଥାନା ଅନ୍ତର୍ଗତ ଦଣ୍ଡିରୀ ତଳବହାଙ୍ଗିଆ ସାହିରେ ସୋମବାର ଏକ ହତ୍ୟାକାଣ୍ଡ ଘଟିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ...
ପ୍ରେମ ପାଇଁ ୫ ଘଣ୍ଟାର ଆତଙ୍କ
ବଲାଙ୍ଗୀର ଅଫିସ, ୧୬ା୬:ଏକତରଫା ପ୍ରେମକୁ ନେଇ ବଲାଙ୍ଗୀର ସହରରେ ମଙ୍ଗଳବାର ସକାଳେ ଦେଖିବାକୁ ମିଳିଛି ୫ଘଣ୍ଟାର ଆତଙ୍କ। ଜଣେ ବନ୍ଧୁକଧାରୀ ଯୁବକ ଅନ୍ୟ ଜଣେ ବ୍ୟକ୍ତିଙ୍କ...
ଯୁବକଙ୍କୁ ହତ୍ୟା ପରେ ଇବ୍ନଦୀରେ ଭସାଇ ଦେଲେ
ଝାରସୁଗୁଡ଼ା ଅଫିସ,୨୬ା୬: ଝାରସୁଗୁଡ଼ା ସଦର ଥାନା ଲହଣ୍ଡାବୁଡ ନିକଟ ଇବ୍ନଦୀରେ ଭାସୁଥିବା ଜଣେ ଅଜଣା ଯୁବକଙ୍କ ମୃତଦେହକୁ ଅଗ୍ନିଶମ ବିଭାଗ ଶନିବାର ଉଦ୍ଧାର କରିଛି ା...
ମା’ଙ୍କ ସୁଦ୍ଧି କ୍ରିୟାରେ ଭୋଜି ନ କରି ବୃଦ୍ଧାଶ୍ରମରେ ବାଣ୍ଟିଲେ ଶୁଖିଲା ଖାଦ୍ୟ
ମାଲକାନଗିରି,୬ା୬: ମାଲକାନଗିରି ଜିଲା ସଦର ବ୍ଲକ ଏମଭି-୮୪ ଗ୍ରାମର ସଞ୍ଜୟ ଢାଲି ତାଙ୍କ ମା’ଙ୍କ ପରଲୋକରେ ଦଶାହ କାର୍ଯ୍ୟରେ ଜ୍ଞାତି କୁଟୁମ୍ବ, ଅତିଥିମାନଙ୍କୁ ନିମନ୍ତ୍ରଣ କରି...
କିସ୍ତି ଶୁଝିବା ଚିନ୍ତାରେ ଋଣଗ୍ରହୀତା
ପୁରୀ ଅଫିସ,୧ା୬: କିସ୍ତି ଟଙ୍କା ଦେବା ପାଇଁ ଋଣ ଗ୍ରହୀତାମାନେ ଚାପରେ ପଡ଼ି ନୟାନ୍ତ ହେଲେଣି। ଋଣ ଆଦାୟ ପାଇଁ କ୍ଷୁଦ୍ର ଅର୍ଥଲଗାଣକାରୀ ସଂସ୍ଥା ଓ...
ଅନିଶ୍ଚିତତାରେ ଶ୍ରୀ ବଳଦେବଜୀଉଙ୍କ ରଥଯାତ୍ରା
କେନ୍ଦ୍ରାପଡ଼ା ଅଫିସ,୩।୬: ଶ୍ରୀଜଗନ୍ନାଥ ସଂସ୍କୃତିରେ ଶ୍ରୀକ୍ଷେତ୍ର ପରେ ତୁଳସୀକ୍ଷେତ୍ରର ଗୁରୁତ୍ୱ ଯଥେଷ୍ଟ ଅଧିକ। ପୁରୀରେ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ପରଦିନ ତୁଳସୀ କ୍ଷେତ୍ରାଧିପତି ଶ୍ରୀବଳଦେବଜୀଉଙ୍କ ବ୍ରହ୍ମ ତାଳଧ୍ୱଜ...
ଆଇସିୟୁ, ଭେଣ୍ଟିଲେଟର ନାହିଁ
ସୋନପୁର,୧୯।୫(ନି.ପ୍ର.) – କରୋନାର ଦ୍ୱିତୀୟ ଲହର ସୁବର୍ଣ୍ଣପୁର ଜିଲାର ଜନସାଧାରଣଙ୍କୁ ହନ୍ତସନ୍ତ କରୁଛି। ପ୍ରତିଦିନ ଶତାଧିକ ଲୋକ ସଂକ୍ରମିତ ହେଉଛନ୍ତି। ଅସୁସ୍ଥଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...


