ଅଯୋଧ୍ୟା,୧୫।୬: ରାମମନ୍ଦିର ପାଇଁ ଜମି କାହିଁକି ସାଢ଼େ ୧୮ କୋଟି ଟଙ୍କାରେ କିଣାଗଲା ସେ ନେଇ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍ ପକ୍ଷରୁ ରିପୋର୍ଟ କେନ୍ଦ୍ର ସରକାରଙ୍କ ସହିତ ଆର୍ଏସ୍ଏସ୍କୁ ପଠାଯାଇଛି। ଏହା ବିରୋଧୀ ଦଳଙ୍କ ଷଡ଼ଯନ୍ତ୍ର ବୋଲି ଟ୍ରଷ୍ଟ୍ ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜମିରୁ ଦାମ୍ କିଣାଯିବାର ୧୦ ମିନିଟ୍ ପୂର୍ବରୁ ୨ କୋଟି ଟଙ୍କା ଥିଲା। ତେବେ ଟ୍ରଷ୍ଟ୍ ଏହାକୁ ସାଢ଼େ ୧୮ କୋଟି ଟଙ୍କାରେ କିଣିଥିବା ଅଭିଯୋଗ ହୋଇଛି। ଟ୍ରଷ୍ଟ୍ ପକ୍ଷରୁ ପଠାଯାଇଥିବା ରିପୋର୍ଟରେ ଜମି କିଣାଯିବା ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ରହିଛି। ମଙ୍ଗଳବାର ଶ୍ରୀରାମ ଜନ୍ମ ଭୂମି କିଣାଯିବା ନେଇ କେତେକ ଅଭିଯୋଗ ଜାରି ହୋଇଥିଲା। ଜମିର ଦାମ ବର୍ଗଫୁଟ ପିଛା ୧,୪୨୩ ଟଙ୍କା ଥିଲା। ତେବେ ଏହି ବୁଝାମଣା ନେଇ ୧୦ ବର୍ଷ ଧରି ଆଲୋଚନା ଜାରି ରହିଥିଲା। ଏଥିରେ ୯ ଜଣ ଲୋକ ସାମିଲ୍ ହୋଇଥିଲେ। ଟ୍ରଷ୍ଟ୍ ପକ୍ଷରୁ କୁହାଯାଇଛି ଯେ, ଏନେଇ ଦେଖାଦେଇଥିବା ବିବାଦ ସମ୍ପୂର୍ଣ୍ଣ ରାଜନୈତିକ। ବଜାର ଦାମଠାରୁ କମ୍ରେ ଜମି କିଣାଯାଇଥିବା ଟ୍ରଷ୍ଟ୍ ପକ୍ଷରୁ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ସାଢ଼େ ୧୮ କୋଟିରେ କାହିଁକି କିଣାଗଲା ରାମମନ୍ଦିର ଜମି: କେନ୍ଦ୍ର-ଆରଏସ୍ଏସ୍କୁ ରିପୋର୍ଟ ପଠାଇଲା ଟ୍ରଷ୍ଟ୍…
ସ୍ତ୍ରୀ-ସ୍ବାମୀ ଏକାଠି ମିଶି ପିଉଥିଲେ ମଦ, ଆସିଲା ଫୋନ୍ କଲ୍; ଆଉ ତା’ପରେ ସବୁ ବଦଳି ଗଲା
ମିରୁଟ୍,୧୧।୬: ଉତ୍ତରପ୍ରଦେଶର ମିରୁଟ୍ରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ମଦ୍ୟପ ସ୍ବାମୀ ତୀକ୍ଷ୍ଣ ଅସ୍ତ୍ରରେ ନିଜ ସ୍ତ୍ରୀଙ୍କ ବେକକୁ କାଟି ଦେଇଛନ୍ତି। ଆକ୍ରମଣ ସମୟରେ...
ଭାଜପାରେ ଫାଟ: ଶୁଭେନ୍ଦୁଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ…
କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ...
କେରଳ ଛୁଇଁଲା ମୌସୁମୀ
ଥିରୁଭାନନ୍ତପୁରମ୍,୩।୬: ଦେଶରେ ଅନେକ ରାଜ୍ୟରେ ତାପମାତ୍ରା ବଢୁଥିବାବେଳେ ଗୁରୁବାର କେରଳ ଛୁଇଁଛି ମୌସୁମୀ। ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି,...
କରୋନା ଗ୍ରାଫ୍ ତଳମୁହାଁ: ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ କମିଲା…
ନୂଆଦିଲ୍ଲୀ,୮।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍ଡାଉନ୍ ପ୍ରଭାବରୁ ସଂକ୍ରମଣ...
ଅପରାହ୍ନ ୫ରେ ଦେଶକୁ ସମ୍ବୋଧନ କରିବେ ମୋଦି
ନୂଆଦିଲ୍ଲୀ,୭।୬: କରୋନାର ଦ୍ୱିତୀୟ ଲହରରେ ନୂଆ ସଂକ୍ରମଣ ହ୍ରାସ ପାଇବା ପରେ ଆଜି ଦେଶର ଅନେକ ସ୍ଥାନରେ ଅନଲକ ପ୍ରକ୍ରିୟା ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ...
ଟୁଇଟର-କେନ୍ଦ୍ର ଶୀତଳଯୁଦ୍ଧ
ନୂଆଦିଲ୍ଲୀ,୬।୬: ୩ ବିବାଦୀୟ କୃଷି ଆଇନ ବିରୋଧରେ ଚାଷୀଙ୍କ ଆନ୍ଦୋଳନ ବେଳେ କେନ୍ଦ୍ର ସରକାର ଓ ସୋସିଆଲ ମିଡିଆ ପ୍ଲାଟ୍ଫର୍ମ ଟୁଇଟର ମଧ୍ୟରେ ଆରମ୍ଭ ହୋଇଥିବା...
ପୁଣି ରାଜ୍ୟ ହେବ ଜମ୍ମୁ-କଶ୍ମୀର
ନୂଆଦିଲ୍ଲୀ,୨୪।୬: ଜମ୍ମୁ-କଶ୍ମୀର ପୁଣି ଥରେ ରାଜ୍ୟ ଭାବେ ପରିଗଣିତ ହେବ। ଏ ନେଇ ଉଚିତ ସମୟକୁ ଅପେକ୍ଷା କରିବାକୁ ପଡ଼ିବ। ବର୍ତ୍ତମାନ ଦୁଇ କେନ୍ଦ୍ର ଶାସିତ...
ଭାଜପାକୁ ଝଟ୍କା: ଟିଏମ୍ସିକୁ ଫେରିପାରନ୍ତି ମୁକୁଲ ରାୟ
କୋଲକତା,୧୧।୬: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ହାରିବା ପରେ ଭାଜପାକୁ ଆଉ ଏକ ଝଟକା ଲାଗିଛି। ଭାଜପା ବଡ ନେତା ମୁକୁଲ ରାୟ ନିଜ ପୁଅ ଶୁଭ୍ରାଂଶୁଙ୍କ...


